ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାମାଜିକ ପ୍ରଗତି ପାଇଁ ସାମୂହିକ ସଂକଳ୍ପ, ଏକତା ଓ ପାରସ୍ପରିକ ସହଯୋଗ ଶକ୍ତି ଆଧାରିତ ସଂସ୍କୃତ ସୁଭାଷିତମ୍‌ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:26AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ୍‌ ସେୟାର କରିଛନ୍ତି। ଜାତୀୟ ପ୍ରଗତି ଓ ସାମାଜିକ କଲ୍ୟାଣ ପାଇଁ ସାମୂହିକ ସଂକଳ୍ପ ଏବଂ ମନର ଏକତାର ଗୁରୁତ୍ୱକୁ ଏଥିରେ ଉଲ୍ଲେଖ କରାଯାଇଛି।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି:

 

“ସାମୂହିକ ସଂକଳ୍ପ ଓ ଏକତାର ଶକ୍ତି ଦ୍ୱାରା ହିଁ ଦେଶ ଆଗକୁ ବଢ଼େ। ଏହି ଭାବନା ଭାରତର ପ୍ରଗତି ଓ ସମୃଦ୍ଧିର ଦୃଢ଼ ମୂଳଦୁଆ।

 

ସମାନୀ ବ ଆକୂତିଃ ସମାନା ହୃଦୟାନି ବଃ।

ସମାନମସ୍ତୁ ବୋ ମନୋ ଯଥା ବଃ ସୁସହାସତି॥”

 

ଆମ ସମସ୍ତଙ୍କ ସଂକଳ୍ପ ସମାନ ହେବା ଉଚିତ୍, ଏକତାର ଭାବନାରେ ଆମ ମନ ପରସ୍ପର ସହ ସଂଯୁକ୍ତ ହେବା ଉଚିତ୍। ଯାହା ଫଳରେ ପାରସ୍ପରିକ ସହଯୋଗ ଓ ସମାନ ବ୍ୟବହାର ମାଧ୍ୟମରେ ଆମେ ସମସ୍ତେ ସମାଜର ପ୍ରଗତି ପାଇଁ ନିରନ୍ତର ପ୍ରୟାସ କରିପାରିବା।

 

*****

MT


(ରିଲିଜ ଆଡି: 2306191) ପରିଦର୍ଶକ କାଉଣ୍ଟର : 44