ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ ଅବସରରେ ନିଜ ଅଭିଭାଷଣର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:24AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ‘Triumph of the Indian Republic: My Life, My Struggles’ (ଭାରତୀୟ ଗଣତନ୍ତ୍ରର ବିଜୟ: ମୋର ଜୀବନ, ​​ମୋର ସଂଘର୍ଷ) ଉନ୍ମୋଚନ ଅବସରରେ ଦେଇଥିବା ଅଭିଭାଷଣର କିଛି ଝଲକ ସେୟାର କରିଛନ୍ତି। ପୁସ୍ତକର ମୁଖ୍ୟ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ଏଥିରେ ଶ୍ରୀ କୋବିନ୍ଦଙ୍କ ପ୍ରେରଣାଦାୟୀ ସଂଘର୍ଷ, ବିଭିନ୍ନ ଭୂମିକାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଜନସେବା ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଦେଶର ଗଣତନ୍ତ୍ରର ପ୍ରକୃତ ଶକ୍ତିର ପ୍ରତିଫଳନ।

 

‘ଏକ୍ସ’ରେ କରିଥିବା ପୋଷ୍ଟର ଏକ କ୍ରମରେ, ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

 

“ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ‘Triumph of the Indian Republic: My Life, My Struggles’ ଉନ୍ମୋଚନ ଅବସରରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ପୁସ୍ତକ ଭାରତୀୟ ଗଣତନ୍ତ୍ରର ପ୍ରକୃତ ଶକ୍ତି ଓ ସମ୍ଭାବନାକୁ ପ୍ରତିଫଳିତ କରେ।”

 

*****

MT

 


(ରିଲିଜ ଆଡି: 2306187) ପରିଦର୍ଶକ କାଉଣ୍ଟର : 33