ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୃଷ୍ଟିକୋଣ, ଚିନ୍ତା, ବାଣୀ ଓ କାର୍ଯ୍ୟ ଦ୍ୱାରା ହୃଦୟ ଜିତିବାର ଶକ୍ତି ଆଧାରିତ ସଂସ୍କୃତ ସୁଭାଷିତମ୍‌ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2026 8:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ୍‌ ସେୟାର କରିଛନ୍ତି। ଏଥିରେ ଦୃଷ୍ଟିକୋଣ, ଚିନ୍ତା, ବାଣୀ ଓ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବାର ଶକ୍ତିକୁ ଉଲ୍ଲେଖ କରାଯାଇଛି।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି:

 

“ଆମର ଯୁବ ସାଥୀମାନେ କେବଳ ଦେଶର ଭବିଷ୍ୟତ ନୁହନ୍ତି, ବର୍ତ୍ତମାନର ସବୁଠାରୁ ବଡ଼ ଶକ୍ତି ମଧ୍ୟ। ସେମାନେ ନିଜର ସମ୍ବେଦନଶୀଳତା, ସେବା ଭାବନା ଓ ସାମର୍ଥ୍ୟ ଦ୍ୱାରା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

 

ଚକ୍ଷୁଷା ମନସା ବାଚା କର୍ମଣା ଚ ଚତୁର୍ବିଧମ୍।

ପ୍ରସାଦୟତି ଯୋ ଲୋକଂ ତଂ ଲୋକୋଽନୁପ୍ରସୀଦତି।।"

 

ଯିଏ ନିଜର ଦୃଷ୍ଟିକୋଣ, ଚିନ୍ତା, ବାଣୀ ଓ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥାଏ, ପ୍ରତିବଦଳରେ ସେ ଲୋକଙ୍କ ବିଶ୍ୱାସ, ସମ୍ମାନ ଓ ଶୁଭେଚ୍ଛା ଲାଭ କରିଥାଏ।

 

 

*****

MT


(ରିଲିଜ ଆଡି: 2306185) ପରିଦର୍ଶକ କାଉଣ୍ଟର : 17