ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କିର୍ଗିଜସ୍ତାନର ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2026 8:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିର୍ଗିଜସ୍ତାନବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୬ତମ ଶିଖର ବୈଠକରେ ଅଂଶଗ୍ରହଣ କରିଛନ୍ତି ଏସସିଓ ସମ୍ମିଳନୀ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି ।

ଚଳିତ ବର୍ଷ ଏସସିଓର ୨୫ତମ ବର୍ଷ ପୂରଣ ହୋଇଛି । ଏହି ଅବସରରେ, ନେତାମାନେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମୀକ୍ଷା କରିଥିଲେ । ସେମାନେ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏସସିଓର ଭୂମିକାକୁ ଅଧିକ ବିସ୍ତାର କରିବା ଉପରେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ କିର୍ଗିଜ୍ସ୍ତାନର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ତାଙ୍କର ସହୃଦୟତାପୂର୍ଣ୍ଣ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଶିଖର ସମ୍ମିଳନୀର ୨୫ତମ ବର୍ଷ ପୂର୍ତ୍ତି ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଏକ ଉପଯୁକ୍ତ ସମୟ । ଏସସିଓ ଦ୍ୱାରା ଆଗକୁ ବଢ଼ିଥିବା ଆଲୋଚନା ଏବଂ ସହଯୋଗର ଦୃଢ଼ ପରମ୍ପରା ଉପରେ ଏହା ଆଧାରିତ ହେବା ଆବଶ୍ୟକ । ସେ କହିଥିଲେ, ଗତ ଶିଖର ସମ୍ମିଳନୀରେ ଭାରତ ସୁରକ୍ଷା, ସଂଯୋଗ ଏବଂ ସୁଯୋଗର ଦୃଷ୍ଟିକୋଣକୁ ବ୍ୟକ୍ତ କରିଥିଲା । ବର୍ତ୍ତମାନ ଏହି ତିନୋଟି ସ୍ତମ୍ଭକୁ ସାକାର କରିବା ଲାଗି ଏସସିଓ ରାଷ୍ଟ୍ର ଗୋଷ୍ଠୀକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ। ଯୁଦ୍ଧକ୍ଷେତ୍ରରେ ଦ୍ୱନ୍ଦ୍ୱର ସମାଧାନ ହୋଇପାରିବ ନାହିଁ ଏବଂ ଆଲୋଚନା କୂଟନୀତି ହେଉଛି ଏକମାତ୍ର ରାସ୍ତା ବୋଲି ସେ ଭାରତର ପକ୍ଷରୁ ପୁଣିଥରେ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ କହିଥିଲେ, ଆତଙ୍କବାଦ ମାନବତା ପାଇଁ ଏକ ଗୁରୁତର ବିପଦ ଆତଙ୍କବାଦର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ନଷ୍ଟ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ବିଶେଷ ଭାବରେ ଜୋର ଦେଇ କହିଥିଲେ, ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ କୌଣସି ଦୋହରା ମାନଦଣ୍ଡ ରହିବା ଉଚିତ୍ ନୁହେଁ। ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥିରତା ସହ ୟୁରେସିଆ କ୍ଷେତ୍ରରେ ସୁରକ୍ଷା ଘନିଷ୍ଠ ଭାବରେ ଜଡିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଦେଶକୁ ଭାରତର ବିକାଶ ଏବଂ ମାନବୀୟ ସହାୟତା ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୋଷ୍ଠୀର ସହଭାଗୀ ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ବିଶ୍ୱସ୍ତ ଯୋଗାଯୋଗ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ। ବଜାରଗୁଡ଼ିକୁ ସଂଯୋଗ, ବାଣିଜ୍ୟ ବୃଦ୍ଧି ଏବଂ ବିକାଶ ପାଇଁ ନୂତନ ସୁଯୋଗ ଖୋଲୁଥିବା ସଂଯୋଗୀକରଣ ପ୍ରୟାସକୁ ଭାରତ ସମର୍ଥନ କରେ ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଏପରି ପ୍ରୟାସ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଉଚିତ। ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ବିକାଶ, ନୂତନ ଉଦ୍ଭାବନ, ଷ୍ଟାର୍ଟ-ଅପ୍ ଏବଂ ନାଗରିକ ପ୍ରୟାସ ଏସସିଓ ଦେଶଗୁଡ଼ିକର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରେ। ଏହି ପରିପ୍ରେକ୍ଷୀରେ, ସେ କିର୍ଗିଜସ୍ତାନର ଅଧ୍ୟକ୍ଷତାରେ ଯୁବ ସମ୍ପର୍କ ଉପରେ ଗୁରୁତ୍ୱକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏ ବର୍ଷ ଶେଷ ଭାଗରେ ଏସସିଓ ସଭ୍ୟତାଗତ ବିତର୍କ ମଞ୍ଚର ପ୍ରଥମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସଭ୍ୟତାଗତ ସମ୍ପର୍କ ମଜବୁତ କରିବା ପାଇଁ ଏହା ଭାରତର ପ୍ରମୁଖ ପଦକ୍ଷେପ।

ବିଶକେକ୍ ଘୋଷଣାନାମା ବ୍ୟତୀତ, ଜଳବାୟୁ, ପରମାଣୁ ସୁରକ୍ଷା, ଶକ୍ତି ସଂରକ୍ଷଣ ଏବଂ ନିଶା ନିବାରଣ ଭଳି ବିଭିନ୍ନ କ୍ଷେତ୍ରରେ ଶିଖର ସମ୍ମିଳନୀରେ ଚାରୋଟି ବୁଝାମଣାପତ୍ର ଏବଂ କୋଡ଼ିଏରୁ ଅଧିକ ନିଷ୍ପତ୍ତି ଏବଂ ବିବରଣୀ ଗୃହୀତ ହୋଇଥିଲା ।

ଅଧିକୃତ ଭାଷା ଭାବରେ ଏସସିଓ ଚାର୍ଟରରେ ଇଂରାଜୀ; ସଭ୍ୟତା ବିତର୍କ ମଞ୍ଚ; ଯୁବ ବୈଜ୍ଞାନିକ ମଞ୍ଚ; ଏବଂ ଯୁବ ଲେଖକଙ୍କ ସମ୍ମିଳନୀ ଆଦି ସମେତ ବିଶକେକ ଘୋଷଣାନାମାରେ ସ୍ଥାନ ପାଇଥିବା ଅନେକ ପଦକ୍ଷେପରେ ଭାରତ ନେତୃତ୍ୱ ନେଇଥିଲା ଏବଂ ସମର୍ଥନ କରିଥିଲା

ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସେ ସାମୁହିକ ପ୍ରଗତି ସମୃଦ୍ଧି ପାଇଁ ଏସସିଓ ପରିବାର ସହିତ କାମ କରିବା ପାଇଁ ଭାରତର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।

******

PS


(ରିଲିଜ ଆଡି: 2305782) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : English , Marathi , Gujarati , Tamil