ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2026 4:44PM by PIB Bhubaneswar

 

୧. ସାଧାରଣ

. ଆଜି ଆମେ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ଆଜି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ସ୍ପନ୍ଦନରେ ‘ବନ୍ଦେ ମାତରମ୍‌’ର ଧ୍ୱନି ପ୍ରତିଧ୍ୱନିତ ହେଉଛି ।

. ଆଜି ‘ଘରେ ଘରେ ତ୍ରିରଙ୍ଗା, ମନେ ମନେ ତ୍ରିରଙ୍ଗା’ର ଭାବନା ପ୍ରକାଶ ପାଉଛି । ଉତ୍ସାହ ଓ ଉଦ୍ଦୀପନା ସହିତ ଦେଶ ଆଜି ନୂତନ ସଂକଳ୍ପ ନେଇ ଆଗକୁ ବଢ଼ୁଛି ।

. ଆଜି ଦେଶ ସେହି ମହାନ ସନ୍ତାନମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ନିଜର ତପସ୍ୟା, ତ୍ୟାଗ ଓ ନିଷ୍ଠା ମାଧ୍ୟମରେ ସେମାନେ ନିଜର ସମଗ୍ର ଜୀବନକୁ ସ୍ୱାଧୀନତାର ଏକମାତ୍ର ଲକ୍ଷ୍ୟ ପାଇଁ ଉତ୍ସର୍ଗ କରିଥିଲେ ।

. ପୂଜ୍ୟ ବାପୁଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗର ଏହି ମହାନ ପରମ୍ପରାକୁ ଅନୁପ୍ରାଣିତ କରିଥିବା ମହାନ କ୍ରାନ୍ତିକାରୀମାନଙ୍କୁ ମୁଁ ସମ୍ମାନର ସହ ପ୍ରଣାମ କରୁଛି ।

.ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ୧୫ ଅଗଷ୍ଟରେ ଲାଲ୍ କିଲ୍ଲାରେ ‘ବନ୍ଦେ ମାତରମ୍‌’ର ସ୍ୱର ପ୍ରତିଧ୍ୱନିତ ହେଉଛି । ଆଉ ଆଜି, ଯେତେବେଳେ ଆମେ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପାଳନ କରୁଛୁ, ଏହାଠାରୁ ଅଧିକ ଶୁଭ ଅବସର ଆଉ କ’ଣ ହୋଇପାରେ ?

. ସାମ୍ପ୍ରତିକ ଦିନଗୁଡିକରେ ଦେଶର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି, ଯାହା ଅନେକ ପରିବାରକୁ ପ୍ରଭାବିତ କରିଛି । ଆମେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଗଭୀର ଭାବେ ଅନୁଭବ କରୁଛୁ ଏବଂ ସେଥିରେ ସହଭାଗୀ ହେଉଛୁ । ମୁଁ ପ୍ରଭାବିତ ପରିବାରଗୁଡଇକୁ ଆଶ୍ୱାସନା ଦେଉଛି ଯେ ଆମେ ଏବଂ ସମଗ୍ର ଦେଶ ଦୃଢ଼ ଭାବରେ ସେମାନଙ୍କ ସହିତ ଛିଡା ହୋଇଛୁ ।

. କୌଣସି ଦେଶ ସେତେବେଳେ ମହାନ ହୁଏ ଏବଂ ନିଜର ଆକାଂକ୍ଷା ପୂରଣ କରେ ଯେତେବେଳେ, ନିଜର ସ୍ୱପ୍ନ, ସଂକଳ୍ପ ଏବଂ କ୍ଷମତାର ବଳରେ ଆଗକୁ ବଢ଼େ ।

. ଆମର ଆକାଂକ୍ଷା ମଧ୍ୟ ଉଚ୍ଚ ହେବା ଆବଶ୍ୟକ । କାରଣ ଯେତେବେଳେ ଆମର ସ୍ୱପ୍ନ ଉଚ୍ଚ ଓ ସଂକଳ୍ପ ଦୃଢ଼ ହୁଏ, ସେତେବେଳେ ଆମର କ୍ଷମତାର ସ୍ତର ମଧ୍ୟ ବୃଦ୍ଧି ପାଏ, ଆମ ପ୍ରୟାସର ପରିସର ମଧ୍ୟ ବ୍ୟାପ୍ତ ହୁଏ ଏବଂ ଆମେ ସ୍ୱପ୍ନକୁ ସାକାର କରିପାରୁ ।

. ଆଜି ଭାରତ ମଧ୍ୟ ଏକ ବଡ ସ୍ୱପ୍ନ ଦେଖିଛି, ଦୃଢ଼ ସଂକଳ୍ପ ସହିତ ଦେଖିଛି, ସଫଳତାର ନୂତନ ଉଚ୍ଚତା ଛୁଇଁବାକୁ ଦେଖିଛି ଏବଂ ଏହି ସ୍ୱପ୍ନ ହେଉଛି, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତୀ । ୨୦୪୭ରେ ଆମେ ବିକଶିତ ଭାରତର ନିର୍ମାଣ ନିଶ୍ଚୟ କରିବୁ ।

. ଆମକୁ ୧୪୦ କୋଟି ନାଗରିକଙ୍କ କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ । ଯେତେବେଳେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଏକ ବିକଶିତ ରାଷ୍ଟ୍ର ହେବାକୁ ସଂକଳ୍ପବଦ୍ଧ ହୁଏ, ସେତେବେଳେ ଏହା ବିଶ୍ୱ ଦରବାରରେ ଆମ ସାହସର ଏକ ପ୍ରତିଫଳନ ହୋଇଥାଏ । ଆମ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳିବାକୁ ବାଧ୍ୟ ହୁଏ ।

. ଗତ ୧୨ ବର୍ଷ ମଧ୍ୟରେ ଦେଶର କୋଟି କୋଟି ନାଗରିକ, ଦଳିତ ହେଉ, ଶୋଷିତ, ବଞ୍ଚିତ, ଆଦିବାସୀ, ଗ୍ରାମୀଣ କିମ୍ବା ସହରୀ ଅଞ୍ଚଳର ବାସିନ୍ଦା ହୁଅନ୍ତୁ, ଗରିବ କିମ୍ବା ମଧ୍ୟବିତ୍ତ ଶ୍ରେଣୀ, ଯୁବକ କିମ୍ବା ବୃଦ୍ଧ, ମହିଳା କିମ୍ବା ପୁରୁଷ, ଉତ୍ତର-ଦକ୍ଷିଣ କିମ୍ବା ପୂର୍ବ-ପଶ୍ଚିମ ଭାଗର ଲୋକମାନେ, ସମସ୍ତେ ଦୃଢ଼ ସଂକଳ୍ପ ଓ ନିଷ୍ଠା ସହ ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ସମ୍ଭବପର ସମସ୍ତ ପ୍ରୟାସ କରିଛନ୍ତି ।

. ମୁଁ ସେମାନଙ୍କ ପ୍ରୟାସକୁ ସମ୍ମାନର ସହ ସ୍ୱୀକାର କରୁଛି । ଏହି ପ୍ରୟାସର ଫଳସ୍ୱରୂପ, ଏତେ କମ୍ ସମୟ ମଧ୍ୟରେ ୨୫ କୋଟି ନାଗରିକ ଦାରିଦ୍ର‌୍ୟରୁ ମୁକ୍ତ ହୋଇପାରିଛନ୍ତି ।

. ଏହି ନାଗରିକମାନଙ୍କ ପ୍ରୟାସର ଫଳ ଯେ, ଆମେ ଯେଉଁ ଦେଶକୁ କେବେ ‘ଫ୍ରାଜାଇଲ ଫାଇଭ’(ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ପାଞ୍ଚଟି ଦେଶ) ମଧ୍ୟରେ ଗଣାଯାଉଥିଲା, ତାହା ମାତ୍ର ୧୨ ବର୍ଷ ମଧ୍ୟରେ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ସବୁଠାରୁ ଦୃତ ଗତିରେ ଅଗ୍ରଗତି କରୁଥିବା ଅର୍ଥନୀତି ଭାବରେ ଉଭା ହୋଇଛି ।

. ଗତ ୧୨ ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି । ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ପ୍ରାୟ ପାଞ୍ଚଗୁଣ ବୃଦ୍ଧି ପାଇଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ ସାତ ଗୁଣ ବୃଦ୍ଧି ପାଇଛି ।

. ଆଧୁନିକ ରେଳବାଇ କୋଚର ଉତ୍ପାଦନ ୨୧ ଗୁଣ ବୃଦ୍ଧି ପାଇଛି । ମୋବାଇଲ ଫୋନ ଉତ୍ପାଦନ ୩୫ ଗୁଣ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ମଧ୍ୟ ଆମେ ଆଧୁନିକ ଯୁଗର ଆବଶ୍ୟକତା ସହ ତାଳମେଳ ରଖି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛୁ ।

. ଇଣ୍ଟରନେଟ୍ ବ୍ୟବହାରକାରୀ ଏବଂ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪ ଗୁଣ ବୃଦ୍ଧି ପାଇଛି । ପ୍ରଦାନ କରାଯାଇଥିବା ପେଟେଣ୍ଟ ସଂଖ୍ୟା ମଧ୍ୟ ଚାରିଗୁଣ ବୃଦ୍ଧି ପାଇଛି ।

. ଡିଜିଟାଲ କାରବାର ୧୦୦ ଗୁଣ ବୃଦ୍ଧି ପାଇଛି । ଏଥିସହ, ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନଯାପନକୁ ସୁବିଧାଜନକ କରିବା ଏବଂ ଜୀବନର ମାନରେ ଉନ୍ନତି ଆଣିବା ଦିଗରେ ଆମେ ସମାନ ଗୁରୁତ୍ୱର ସହ କାର୍ଯ୍ୟ କରିଛୁ ।

. ପୂର୍ବ ତୁଳନାରେ ହାରାହାରି ୧୫ ଗୁଣ ଅଧିକ ଦ୍ରୁତ ଗତିରେ ଆମେ ପ୍ରତିବର୍ଷ ଘରକୁ ଘର ପାଇପ ଯୋଗେ ପାଣି ସଂଯୋଗ (ଟ୍ୟାପ୍ ୱାଟର କନେକ୍ସନ୍‌) ପ୍ରଦାନ କରିଛୁ ।

. ପ୍ରତିବର୍ଷ ହାରାହାରି ଛଅ ଗୁଣ ଅଧିକ ଦ୍ରୁତ ଗତିରେ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ଗରିବ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କାର୍ଯ୍ୟ ପ୍ରତିବର୍ଷ ଚାରି ଗୁଣ ଅଧିକ ଦ୍ରୁତ ଗତିରେ ଆଗେଇଛି ଏବଂ ପ୍ରତିବର୍ଷ ଗରିବଙ୍କୁ ଘର ଯୋଗାଇବାର ଗତି ତିନି ଗୁଣ ବୃଦ୍ଧି ପାଇଛି । ଦେଶ ଶାସନ ବ୍ୟବସ୍ଥାରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ହଜାର ହଜାର ଅନାବଶ୍ୟକ ନିୟମ ଓ ପ୍ରକ୍ରିୟାକୁ ହଟାଇ ଦିଆଯାଇଛି । ଶହ ଶହ ପୁରୁଣା ଓ ଅପ୍ରଚଳିତ ଆଇନକୁ ରଦ୍ଦ କରାଯାଇଛି । ଗତ ଶତାବ୍ଦୀର ଆଇନ ବ୍ୟବସ୍ଥା ନଥାଇ ଆମେ ଏକବିଂଶ ଶତାବ୍ଦୀରେ ପ୍ରବେଶ କରିପାରିବୁ ନାହିଁ ।

. ଆଧୁନିକ ଭିତ୍ତିଭୂମି ପାଇଁ ଆମେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ କରିଛୁ ଏବଂ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିଛୁ । ଆମେ ଯେଉଁ ଗତି ଓ ବ୍ୟାପକତାର ସହ କାର୍ଯ୍ୟ କରିଛୁ, ସେହି ଗତି, ସମ୍ପ୍ରସାରଣ ଏବଂ ସଫଳତାଗୁଡିକ ହେଉଛି ଏପରି କିଛି ଯାହା ଭାରତ ସ୍ୱାଧୀନତା ପରଠାରୁ ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛି ।

. ଯେତେବେଳେ ଆମ ସମ୍ମୁଖରେ ଏତେ ସଫଳତା ରହିଛି, ଯେତେବେଳେ ଏଭଳି ଦ୍ରୁତ ଅଗ୍ରଗତି ଦୃଶ୍ୟମାନ ହେଉଛି ଏବଂ ଯେତେବେଳେ ପ୍ରତି ମୁହୁର୍ତ୍ତରେ ଆମ ନାଗରିକଙ୍କ କ୍ଷମତା ବୃଦ୍ଧି ପାଉଛି, ସେତେବେଳେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଆମର ସଂକଳ୍ପ କେବେବି ଅପୂର୍ଣ୍ଣ ରହିପାରିବ ନାହିଁ ।

୨. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

. ଆମକୁ ମଧ୍ୟ ଆମର କ୍ଷମତା ବୃଦ୍ଧି କରିବାକୁ ହେବ ଏବଂ ନିଜସ୍ୱ ସ୍ୱାର୍ଥର ସୁରକ୍ଷା କରିବାକୁ ହେବ । ସେଥିପାଇଁ ଆମେ ‘ଆତ୍ମନିର୍ଭର ଭାରତ’ ଗଠନ କରିବାକୁ ଏକ ଦୃଢ଼ ସଂକଳ୍ପ ନେଇ ଆଗକୁ ବଢ଼ୁଛୁ । ଆଜି, ‘ମେକ୍ ଇନ୍ ଇଣ୍ଡିଆ’, ‘ସ୍ୱଦେଶୀ’ ଏବଂ ‘ଭୋକାଲ ଫର୍ ଲୋକାଲ’ ଭଳି ପଦକ୍ଷେପ ସହିତ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଓ ମନ ଯୋଡି ହୋଇଯାଉଛି ।

. ୨୦୧୪ ମସିହାରୁ ଆମେ ବିଶ୍ୱର ପ୍ରାୟ ୪୦ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ)ସ୍ୱାକ୍ଷର କରିଛୁ । ଟିକିଏ ଚିନ୍ତା କରନ୍ତୁ, ଏହା କେତେ ବଡ ସୁଯୋଗ ସୃଷ୍ଟି କରିଛି । ଏହି ବାଣିଜ୍ୟ ଚୁକ୍ତିନାମାଗୁଡିକ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି, ତେଣୁ ମୁଁ ବିଶେଷ ଭାବରେ ଆମର ଏମ୍‌ଏସ୍‌ଏମ୍‌ଇ (କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ) ଗୁଡିକୁ କହିବାକୁ ଚାହେଁ, ଆମକୁ ଏହି ସୁଯୋଗ ହାତଛଡା କରିବା ଉଚିତ୍ ନୁହେଁ ।

. ଆମକୁ ବିଶ୍ୱ ଦରବାରରେ ପହଞ୍ଚିବାକୁ ହେବ । ପ୍ରତ୍ୟେକ ଭାରତୀୟ ଉତ୍ପାଦ ବିଶ୍ୱ ବଜାରରେ ନିଜର ସ୍ଥାନ ତିଆରି କରିବା ଆବଶ୍ୟକ । ଆମର ବୟନ ଶିଳ୍ପ ହେଉ, ଯନ୍ତ୍ରପାତି ହେଉ କିମ୍ବା ଔଷଧ ହେଉ, ଆମକୁ ପ୍ରତ୍ୟେକ ସୁଯୋଗର ଉପଯୋଗ କରିବାକୁ ହେବ । କିନ୍ତୁ ଆମକୁ ବିଶ୍ୱସ୍ତରୀୟ ମାନକ ଓ ମାପଦଣ୍ଡକୁ ପୂରଣ କରିବା ସହ ତାଠାରୁ ଆଗକୁ ଯିବାକୁ ମଧ୍ୟ ପଡ଼ିବ । ଆମେ ବିଶ୍ୱଠାରୁ ଯାହା ପାଉଛୁ, ତା’ଠାରୁ କିଛି ଉତ୍ତମ ପ୍ରଦାନ କରିବାକୁ ହେବ ।

. ଆମେ ‘ସଂସ୍କାର ଏକ୍ସପ୍ରେସ୍‌’ ଯାତ୍ରା ଆରମ୍ଭ କରିଛୁ ଏବଂ ଆଗାମୀ ଦିନରେ ଆମେ ସଂସ୍କାରର ପରବର୍ତ୍ତୀ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେବୁ । ତେଣୁ, ସରକାର, ସମାଜ, ଶିଳ୍ପ ଉତ୍ପାଦକ ଏବଂ କୃଷକ ସମେତ ସମସ୍ତଙ୍କୁ ନିଜର ପାରମ୍ପରିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଡ଼ିବ । ଆମକୁ ଆମର ଚିନ୍ତାଧାରା ଏବଂ ଲକ୍ଷ୍ୟରେ ମଧ୍ୟ ସଂସ୍କାର ଆଣିବାକୁ ହେବ ।

. ଯେତେବେଳେ ମୁଁ ଆଗାମୀ ଦିନ ପାଇଁ ‘ସପ୍ତ ଧାରା’ (ଶକ୍ତିର ସାତୋଟି ଧାରା) ବିଷୟରେ କହେ, ସେଥିମଧ୍ୟରୁ ପ୍ରଥମଟି ହେଉଛି ଉତ୍ପାଦନ କ୍ଷମତା ।

. ଆମକୁ ଉତ୍ପାଦନ କ୍ଷେତ୍ରକୁ ବହୁତ ଉଚ୍ଚ ସ୍ତରକୁ ନେବାକୁ ହେବ । ଉତ୍ପାଦନ ବୃଦ୍ଧି କରିବା ସହିତ, ଆମକୁ ସବୁଠାରୁ ଛୋଟ ଯନ୍ତ୍ରାଂଶ ଠାରୁ ଆରମ୍ଭ କରି ସବୁଠାରୁ ବଡ଼ ଉତ୍ପାଦ ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ କରିବାକୁ ପଡ଼ିବ ।

. ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଆମ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ସେହି ଦୃଷ୍ଟି ନେଇ ଆମକୁ ଆଗକୁ ବଢ଼ିବାକୁ ହେବ । ଆମକୁ ଯନ୍ତ୍ରାଂଶ ମଧ୍ୟ ଦରକାର ଏବଂ ସମ୍ପୂର୍ଣ୍ଣ ଉତ୍ପାଦନ ପ୍ରକ୍ରିୟା ମଧ୍ୟ ଆବଶ୍ୟକ । ଆମକୁ ସମ୍ପୂର୍ଣ୍ଣ ଉତ୍ପାଦ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଡ଼ିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ, ଭାରତ ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ବିଶ୍ୱସ୍ତ କେନ୍ଦ୍ର ହେବା ଉଚିତ ।

. ଆମର କାରଖାନଗୁଡିକ ପ୍ରତିଯୋଗିତାମୂଳକ ହେବା ଆବଶ୍ୟକ । ଆମର ଉତ୍ପାଦାଗୁଡିକ ବ୍ୟବହାର- ଅନୁକୂଳ (ୟୁଜର ଫ୍ରେଣ୍ଡଲି) ହେବା ଦରକାର । ଆମର ପ୍ୟାକେଜିଂ ବିଶ୍ୱବାସୀଙ୍କ ପାଇଁ ଆକର୍ଷଣୀୟ ହେବା ଆବଶ୍ୟକ । ‘ଜିରୋ ଡିଫେକ୍ଟ’ ଏବଂ ସଠିକ ଉତ୍ପାଦନ ଆମର ପରିଚୟ ହେବା ଉଚିତ ।

. ମୁଁ ପ୍ରତ୍ୟେକ ଉତ୍ପାଦକ, ପ୍ରତ୍ୟେକ ଉଦ୍ୟୋଗୀ ଏବଂ ପ୍ରତ୍ୟେକ କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗକୁ କହିବାକୁ ଚାହଁ ଯେ, ବିଶ୍ୱ ବଜାରରେ ଆମର ପରିଚୟ ନିର୍ଭରଯୋଗ୍ୟତା ଏବଂ ଗୁଣବତ୍ତା ଉପରେ ଆଧାରିତ ହେବା ଆବଶ୍ୟକ। ଗୁଣବତ୍ତା କ୍ଷେତ୍ରରେ କୌଣସି ପ୍ରକାରର ବୁଝାମଣା କରାଯାଇପାରିବ ନାହିଁ । ତେଣୁ, ଗୁଣବତ୍ତା, ଗୁଣବତ୍ତା ଏବଂ ଗୁଣବତ୍ତା ଆମର ମୂଳମନ୍ତ୍ର ହେବା ଉଚିତ । ଏହା ହିଁ ଆମର ବିଶ୍ୱସ୍ତରୀୟ ବ୍ରାଣ୍ଡ ମୂଲ୍ୟର ମୂଳଦୁଆ ହେବ ।

୩. କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

. ସରକାର ଏକ ବଡ଼ ଆର୍ଥିକ ବୋଝ ବହନ କରୁଛନ୍ତି । ବିଶ୍ୱ ବଜାରରେ ଯେଉଁ ୟୁରିଆ ବସ୍ତାର ମୂଲ୍ୟ ୩,୦୦୦ ଟଙ୍କା, ତାହା ଆମ କୃଷକମାଙ୍କୁ ମାତ୍ର ୩୦୦ ଟଙ୍କାରେ ଯୋଗାଇ ଦିଆଯାଉଛି ।

. କେବଳ ସେତିକି ନୁହେଁ, ବିଶ୍ୱ ବଜାରରେ ଡିଏପିର ମୂଲ୍ୟ ବର୍ତ୍ତମାନ ୫,୦୦୦ ଟଙ୍କାରେ ପହଞ୍ଚିଛି, କିନ୍ତୁ ଆମେ ଏବେ ମଧ୍ୟ ଏହାକୁ ୧୩୫୦ ଟଙ୍କାରେ ଯୋଗାଉଛୁ । ଯାହା ଫଳରେ ମୋ ଦେଶର କୃଷକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

. ଏହି ‘ସପ୍ତ ଧାରା’ ର ଶକ୍ତିର ଦ୍ୱିତୀୟ ଧାରା ହେଉଛି କୃଷି ଏବଂ ଖାଦ୍ୟ ଉତ୍ପାଦନ । ଆମକୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବାକୁ ହେବ । ବର୍ତ୍ତମାନ ଆମ କୃଷକମାନଙ୍କ ପାଇଁ ବିଶ୍ୱ ବଜାର ଦ୍ୱାର ଖୋଲୁଛି ।

. ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୋଗୁଁ ଆମେ ଏକ ବିଶାଳ ବଜାରରେ ପ୍ରବେଶ କରିବାର ସୁଯୋଗ ପାଉଛୁ । ଆମକୁ ସେହି ବଜାରଗୁଡିକରେ ପହଞ୍ଚିବାକୁ ହେବ ଏବଂ ସେଠାରେ ନିଜର ଉପସ୍ଥିତି ସାବ୍ୟସ୍ତ କରିବାକୁ ହେବ । ଆମକୁ କ୍ଷେତ୍ରରୁ ଆରମ୍ଭ କରି ରପ୍ତାନି ବଜାର ପର୍ଯ୍ୟନ୍ତ ଯାତ୍ରା କରିବାକୁ ହେବ ।

. ଆମ କୃଷକମାନେ ରାସାୟନିକ ମୁକ୍ତ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍‌, କାରଣ ସମଗ୍ର ବିଶ୍ୱରେ ଏଭଳି ଉତ୍ପାଦର ଚାହିଦା ବୃଦ୍ଧି ପାଇବ । ଯେତେବେଳେ ଆମର କୃଷି ଉତ୍ପାଦଗୁଡିକ ସମସ୍ତ ଦୃଷ୍ଟିକୋଣରୁ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବ, ସେତେବେଳେ ଆମେ ସହଜରେ ବିଶ୍ୱ ବଜାରରେ ପ୍ରବେଶ କରିପାରିବ ।

୪. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ

. ମୋବାଇଲ ଫୋନ ଉତ୍ପାଦନ ୩୫ ଗୁଣ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ମଧ୍ୟ ଆଧୁନିକ ଯୁଗର ଚାହିଦା ସହିତ ତାଳମେଳ ରଖି ଆମେ ନିଜରସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛୁ ।

. ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି । ପ୍ରଦାନ କରାଯାଇଥିବା ପେଟେଣ୍ଟ ସଂଖ୍ୟା ମଧ୍ୟ ଚାରି ଗୁଣ ବୃଦ୍ଧି ପାଇଛି ।

. ଡିଜିଟାଲ କାରବାର ୧୦୦ ଗୁଣ ବୃଦ୍ଧି ପାଇଛି । ଏଥିସହିତ, ସାଧାରଣ ନାଗରିକଙ୍କ ଜୀବନର ସୁବିଧା ଏବଂ ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆମେ ସମାନ ଗୁରୁତ୍ୱର ସହ କାର୍ଯ୍ୟ କରିଛୁ ।

. ଆଜିର ଡିଜିଟାଲ ଦୁନିଆ ଏବଂ ପ୍ରଯୁକ୍ତିବିଦ୍ୟାର ଯୁଗରେ ଆମେ ‘ଚିପ୍‌’ର ଗୁରୁତ୍ୱକୁ ବୁଝିପାରୁଛୁ। ଇଲେକ୍ଟ୍ରୋନିକ୍ ଉତ୍ପାଦ ହେଉ, ଚିକିତ୍ସା ଉପକରଣ ହେଉ କିମ୍ବା ଆମର ପରିବହନ ବ୍ୟବସ୍ଥା ହେଉ, ସବୁଠାରେ ଚିପ୍ ଅତ୍ୟନ୍ତ ଆବଶ୍ୟକ ।

. ଆମେ ଏପରି ଏକ ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଚିପ୍ ବିନା ସମଗ୍ର ବିଶ୍ୱ ସ୍ଥାଣୁ ହୋଇପାରେ । ସେଥିପାଇଁ, ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ ପଦକ୍ଷେପ ଗ୍ରହଣ କରିଛି । ତିନିଟି ସେମିକଣ୍ଡକ୍ଟର କାରଖାନା ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇସାରିଛି।

. ମୁଁ ଦେଶବାସୀଙ୍କୁ କହିବାକୁ ଚାହେଁ ଯେ ଆଗାମୀ ସାତରୁ ଆଠ ବର୍ଷ ମଧ୍ୟରେ ଆଉ ୫ରୁ ୮ଟି ସେମିକଣ୍ଡକ୍ଟର କାରଖାନା ସ୍ଥାପନ ହେବାର ସମ୍ଭାବନା ରହିଛି । । ଆତ୍ମନିର୍ଭର ଭାରତ ଦିଗରେ ଏହି ଯାତ୍ରା ଆମକୁ ବିକଶିତ ଭାରତ ଗଠନ ଦିଗେରେ ଏକ ପ୍ରମୁଖ ମାର୍ଗ ପ୍ରଦର୍ଶନ କରୁଛି ।

. ମୋର ସପ୍ତ ଧାରା ମଧ୍ୟରୁ ତୃତୀୟ ଧାରାଟି ହେଉଛି ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର । ଆଜିର ଯୁଗ ହେଉଛି ଏଆଇ, କ୍ୱାଣ୍ଟମ ଟେକ୍ନୋଲୋଜି, ମହାକାଶ ବିଜ୍ଞାନ, ରୋବୋଟିକ୍ସ ଏବଂ ଡ଼ାଟା ସେଣ୍ଟରର ଯୁଗ । ଆମ ସାମ୍‌ନାରେ ଏକ ସମ୍ପୂର୍ଣ ନୂତନ କ୍ଷେତ୍ର ଉନ୍ମୁକ୍ତ ହୋଇଛି।

. ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ଚ୍ୟାଲେଞ୍ଜ କରୁଛି । ତେଣୁ, ଆମକୁ କେବଳ ଭାରତକୁ ବିଶ୍ୱ ପାଇଁ ଏକ ବଜାରରେ ପରିଣତ କରିବା ଉଚିତ ନୁହେଁ; ଆମକୁ ଭାରତକୁ ଏକ ନବାଚାର କେନ୍ଦ୍ର କରିବାକୁ ପଡ଼ିବ ।

. ଆମେ ୟୁପିଆଇ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ ଆମର କ୍ଷମତା ପ୍ରଦର୍ଶନ କରିଛୁ ଏବଂ ଆମର ପରିଚୟପତ୍ର ସ୍ଥାପନ କରିଛୁ । ଏବେ, ଭାରତକୁ ବିଶ୍ୱର ପ୍ରତ୍ୟେକ କୋଣକୁ ଏହାର ଡିଜିଟାଲ ସାର୍ବଜନୀନ ପ୍ରଯୁକ୍ତିବିଦ୍ୟା ନେବାକୁ ପଡ଼ିବ । ଭାରତକୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ନେବାକୁ ପଡ଼ିବ ।

. ଆମର ଲକ୍ଷ୍ୟ ହେବା ଉଚିତ ଯେ ମେଡ୍‌-ଇନ୍‌-ଇଣ୍ଡିଆ ୬ଜି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚିବ। ଆମକୁ ଏହି ଦିଗରେ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ଏବଂ ଆମର ପ୍ରତିବଦ୍ଧତା ତଥା ପ୍ରୟାସ ହ୍ରାସ ପାଇବା ଉଚିତ ନୁହେଁ ।

 

୫. ଖଣି ମନ୍ତ୍ରଣାଳୟ

. ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆମେ ‘ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଆରମ୍ଭ କରିଛୁ। ଏଥିସହିତ, ଆମେ ବଜେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଖଣିଜ କରିଡର ବିଷୟରେ ମଧ୍ୟ ଘୋଷଣା କରିଛୁ ।

. ଆମେ ବିଭିନ୍ନ ଦେଶ ସହିତ ଚୁକ୍ତିନାମା ସ୍ୱାକ୍ଷର କରୁଛୁ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ବିଶ୍ୱର ଅନେକ ଦେଶ ଏବେ ଭାରତ ଉପରେ ଭରସା କରିବା ଆରମ୍ଭ କରିଛନ୍ତି ।

୬. ବିଦ୍ୟୁତ ମନ୍ତ୍ରଣାଳୟ / ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ

. ଶକ୍ତି ବିନା ଆଧୁନିକ ବିଶ୍ୱକୁ ଚଳାଇବା କ୍ରମାଗତ ଭାବରେ କଷ୍ଟକର ହୋଇପଡୁଛି । ଚିପ୍ସ, ଏଆଇ କିମ୍ବା ଡାଟା ସେଣ୍ଟର - ଯାହା କିଛି ବି ହେଉ, ଆମକୁ ପ୍ରଚୁର ପରିମାଣର ବିଦ୍ୟୁତ ଆବଶ୍ୟକ ହେବ ।

. ଶକ୍ତି ସୁରକ୍ଷା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ସେଥିପାଇଁ ଆମେ ଏହି ଦିଗରେ ଗୋଟି ପରେ ଗୋଟିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିଛୁ ।

. ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାର ଏକ ପ୍ରମୁଖ ମାଧ୍ୟମ ହେଉଛି ପରମାଣୁ ଶକ୍ତି । ସଂସଦରେ ‘ଶାନ୍ତି’ ଆଇନ ପାରିତ କରି ଆମେ ଏକ ନୂତନ ଲକ୍ଷ୍ୟ ଆଡକୁ ପଥ ପ୍ରଶସ୍ତ କରିଛୁ । ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ ।

. ୨୦୧୪ ମସିହା ପୂର୍ବରୁ ପାଇପ ଯୋଗେ ଗ୍ୟାସ୍ ସୁବିଧା ମାତ୍ର ୨୦-୨୨ ଲକ୍ଷ ପରିବାର ନିକଟରେ ପହଞ୍ଚୁଥିଲା । ଆଜି ଆମେ ପ୍ରାୟ ୧.୭୫ କୋଟି ପରିବାରକୁ ପାଇପ ଯୋଗେ ଗ୍ୟାସ ଯୋଗାଉଛୁ । ୧୨ ବର୍ଷ ପୂର୍ବେ ଦେଶର ସୌର ଶକ୍ତି କ୍ଷମତା ମାତ୍ର ୨ ଗିଗାୱାଟ ଥିଲା । ଆଜି ଆମେ ୧୬୦ ଗିଗାୱାଟ କ୍ଷମତା ହାସଲ କରିସାରିଛୁ ।

. ଆମେ ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ ଆରମ୍ଭ କରିଥିଲୁ ଏବଂ ଆଜି ମୁଁ ଖୁସି ଯେ ଏତେ କମ ସମୟ ମଧ୍ୟରେ ଆମେ ୫୦ ଲକ୍ଷ ପରିବାରକୁ ସୌର ଶକ୍ତି ଗ୍ରହଣ କରିବାର ମାଇଲଖୁଣ୍ଟ ଅତିକ୍ରମ କରିସାରିଛୁ । ଏହି କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଫଳସ୍ୱରୂପ ହଜାର ହଜାର ପରିବାରର ବିଜୁଳି ବିଲ୍ ପ୍ରାୟ ଶୂନ୍ୟ ହୋଇଯାଇଛି ।

. ନିଜର ଆବଶ୍ୟକତା ପୂରଣ କରିବା ପରେ ଉତ୍ପନ୍ନ ଅତିରିକ୍ତ ବିଜୁଳି ବିକ୍ରି କରି ହଜାର ହଜାର ପରିବାର ଆୟ ମଧ୍ୟ କରୁଛନ୍ତି । ସରକାର ଏହି ପଦକ୍ଷେପ ପାଇଁ ପ୍ରତ୍ୟେକ ପରିବାରକୁ ୮୦,୦୦୦ ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି ଏବଂ ଏହି ସହାୟତା ସହିତ ଆମେ ଏହି ପରିର୍ତ୍ତନକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅଗ୍ରସର ହେଉଛୁ ।

. ଆମର ‘ସପ୍ତ ଧାରା’ (ସାତୋଟି ଶକ୍ତି - ଧାରା) ମଧ୍ୟରେ ଷଷ୍ଠ ଧାରା ହେଉଛି ‘ଗ୍ରୀନ ଇକୋନୋମି’ (ସବୁଜ ଅର୍ଥନୀତି) ଏବଂ ‘ବ୍ଲୁ ଇକୋନୋମି’ (ନୀଳ ଅର୍ଥନୀତି), ଯାହା ‘ଗ୍ରୀନ୍ ଜବ୍ସ’ ବା ପରିବେଶ - ଅନୁକୂଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

. ଆମକୁ ଗ୍ରୀନ ହାଇଡ୍ରୋଜେନ୍‌, ଅକ୍ଷୟ ଶକ୍ତି, ଶକ୍ତି ସଂରକ୍ଷଣ, ଗ୍ରୀନ୍ ମୋବିଲିଟି ଏବଂ ଗ୍ରୀନ୍ ମାନୁଫାକ୍‌ଚରିଂ (ପରିବେଶ - ଅନୁକୂଳ ଉତ୍ପାଦନ) କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିବାକୁ ହେବ । ଏହି ସମସ୍ତ କ୍ଷେତ୍ରରେ ଆମକୁ ନିଜକୁ ଏକ ବିଶ୍ୱସ୍ତରୀୟ ନେତା ଭାବରେ ପ୍ରତିଷ୍ଠିତ କରିବାକୁ ପଡ଼ିବ ।

୭. ପରମାଣୁ ଶକ୍ତି ବିଭାଗ

. ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାର ଅନ୍ୟତମ ମୁଖ୍ୟ ଉପାୟ ହେଉଛି ପରମାଣୁ ଶକ୍ତି । ସଂସଦରେ ‘ଶାନ୍ତି’ ଆଇନ ପାରିତ କରି ଆମେ ଏକ ନୂତନ ଲକ୍ଷ୍ୟ ଆଡକୁ ପଥ ପ୍ରଶସ୍ତ କରିଛୁ । ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ ।

. ଏହି ଦଶନ୍ଧି ମଧ୍ୟରେ ଆମେ ପାଞ୍ଚୋଟି ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛୁ । ଚଳିତ ବର୍ଷ, ଭାରତ ‘ଫାଷ୍ଟ ବ୍ରିଡର ରିଆକ୍ଟର’ ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଫଳସ୍ୱରୂପ, ପରମାଣୁ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଆମେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛୁ ।

୮. ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

. ୨୦୧୪ ମସିହା ପୂର୍ବରୁ, ଅର୍ଥାତ ୧୨ ବର୍ଷ ତଳେ, ଦେଶର ମାତ୍ର ୭୦ଟି ସହରରେ ପାଇପ ଯୋଗେ ଗ୍ୟାସ ବିତରଣ ବ୍ୟବସ୍ଥା ଉପଲବ୍ଧ ଥିଲା । ଏହି ୧୨ ବର୍ଷ ମଧ୍ୟରେ ଆମେ ସେହି ନେଟୱାର୍କକୁ ୭୦ଟି ସହରରୁ ବୃଦ୍ଧି କରି ୭୦୦ଟି ସହରକୁ ସମ୍ପ୍ରସାରିତ କରିଛୁ । ଏହା ହିଁ ହେଉଛି ଦ୍ରୁତ ଗତିର ନିଦର୍ଶନ । ଏହା ହିଁ ହେଉଛି ସମ୍ପ୍ରସାରଣ ରୂପ । ପ୍ରତିବର୍ଷ ହାରାହାରି ଛଅ ଗୁଣ ଅଧିକ ବେଗରେ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି ।

. ୨୦୧୪ ପୂର୍ବରୁ ପାଇପ ଯୋଗେ ଗ୍ୟାସ ସେବା ମାତ ୨୦-୨୨ ଲକ୍ଷ ପରିବାର ନିକଟରେ ପହଞ୍ଚି ପାରିଥିଲା । ଆଜି ଆମେ ୧.୭୫ କୋଟି ପରିବାରକୁ ପାଇପ ଯୋଗେ ଗ୍ୟାସ ଯୋଗାଉଛୁ । ବାର ବର୍ଷ ପୂର୍ବେ, ଦେଶର ସୌର ଶକ୍ତି କ୍ଷମତା ମାତ୍ର ୨ ଗିଗାୱାଟ ଥିଲା । ଆଜି ଆମେ ୧୬୦ ଗିଗାୱାଟ କ୍ଷମତା ହାସଲ କରିଛୁ ।

୯. ରେଳ ମନ୍ତ୍ରଣାଳୟ

. ଆଧୁନିକ ରେଳ ବଗି (କୋଚ)ର ଉତ୍ପାଦନ ୨୧ ଗୁଣ ବୃଦ୍ଧି ପାଇଛି । ଆମ ରେଳ ନେଟୱାର୍କର ବିଦ୍ୟୁତୀକରଣ ପ୍ରକ୍ରିୟା ୧୯୨୫ ମସିହାରେ ଆରମ୍ଭ ହୋଇଥିଲା । ତଥାପି, ପରବର୍ତ୍ତୀ ୯୦ ବର୍ଷ ମଧ୍ୟରେ ଅର୍ଥାତ୍ ୧୯୨୫ରୁ ୨୦୧୫ ମଧ୍ୟରେ ମାତ୍ର ୩୦ ପ୍ରତିଶତ ରେଳ ନେଟୱାର୍କର ବିଦ୍ୟୁତୀକରଣ ହୋଇପାରିଥିଲା ।

. ଆମେ ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ବାକି କାର୍ଯ୍ୟ ସମ୍ପନ୍ନ କରି ପ୍ରାୟ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ ହାସଲ କରିଛୁ । ୯୦ ବର୍ଷର ୩୦% ଏବଂ ୧୦ ବର୍ଷରେ ୭୦% ପ୍ରକୃତ ଅଗ୍ରଗତି ଏହାକୁ ହିଁ କୁହାଯାଏ ।

. ଫଳସ୍ୱରୂପ, ଆମେ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିପାରିଛୁ, ଯାହା ଆମକୁ ବିଦେଶରୁ ଆମଦାନୀ କରିବାକୁ ପଡିଥାଏ । ଆମର ଟ୍ରେନଗୁଡିକ ଏବେ ଅଧିକରୁ ଅଧିକ ବିଦ୍ୟୁତ ଶକ୍ତିରେ ଚାଲୁଛି, ଯାହା ପରିବେଶ ପାଇଁ ବଡ଼ ଲାଭଦାୟକ ସାବ୍ୟସ୍ତ ହେଉଛି ।

. ଦେଶ ନିଜର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍ ମଧ୍ୟରେ ଆରମ୍ଭ କରିଛି । ମୁଁ ଖୁସି ଯେ ଏହା ହେଉଛି ସବୁଠାରୁ ଲମ୍ବା ଏବଂ ଶକ୍ତିଶାଳୀ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ । ଏଥିସହ ଭାରତ ବିଶ୍ୱସ୍ତରରେ ହାଇଡ୍ରୋଜେନ୍ ଟ୍ରେନ୍ କ୍ଷେତ୍ରରେ ନିଜର ନେତୃତ୍ୱ ପ୍ରତିଷ୍ଠା କରିଛି ।

୧୦. ଗୃହ ମନ୍ତ୍ରଣାଳୟ

. ନକ୍ସଲବାଦ ଏବଂ ମାଓବାଦ ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛି । ଦୀର୍ଘ ଚାରି ଦଶନ୍ଧି ଧରି ନକ୍ସଲବାଦ ଦେଶର ବୃହତ ଅଂଶ ଏବଂ ଏହାର ଏକ ବିଶାଳ ଜନସାଧାରଣଙ୍କୁ ବନ୍ଧୁକର ଭୟ ଦେଖାଇ ନିଜ କବଜାରେ ରଖିଥଲା । ଏହା ସମ୍ବିଧାନକୁ ଖଣ୍ଡବିଖଣ୍ଡିତ କରିଦେଇଥିଲା । ଦେଶର ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ଦେବା ପ୍ରୟାସରେ ଆମର ୩୫୦୦ରୁ ଅଧିକ ପୋଲିସ ଓ ସୁରକ୍ଷା କର୍ମୀ ସର୍ବୋଚ୍ଚ ବଳିଦାନ ଦେଇଥିଲେ ।

. ଆଜି ମୁଁ ଖୁସି ଯେ, ନକ୍ସଲ-ମାଓବାଦୀ ହିଂସା ବର୍ତ୍ତମାନ ନିଜର ଶେଷ ନିଶ୍ୱାସ ତ୍ୟାଗ କରିବା ଅବସ୍ଥାରେ ମଧ୍ୟ ନାହିଁ । ଯେଉଁ ସ୍ଥାନରେ ନକ୍ସଲମାନେ କେବେ ବନ୍ଧୁକ ଚଳାଉଥିଲେ ଏବଂ ଯେଉଁଠାରେ ମାଟି ରକ୍ତରେ ରଞ୍ଜିତ ହୋଇଯାଉଥିଲା, ଆଜି ସେହି ନକ୍ସଲ-ପ୍ରଭାବିତ ଅଞ୍ଚଳଗୁଡିକରେ ବିକାଶ, ବିଶ୍ୱାସ ଓ ଉଦ୍ୟମର ତ୍ରିରଙ୍ଗା ଉଚ୍ଚରେ ଉଡୁଛି କାରଣ ଏହି ଅଞ୍ଚଳଗୁଡିକ ନକ୍ସଲ-ମୁକ୍ତ ହେବାରେ ଲାଗିଛି ।

. ସଶସ୍ତ୍ର ନକ୍ସଲମାନେ ପରାସ୍ତ ହୋଇଛନ୍ତି, କିନ୍ତୁ ନକ୍ସଲ ମାନସିକତା ଏବେ ମଧ୍ୟ ରହିଛି । ଏହି ଶକ୍ତତିଗୁଡିକୁ ସୁଯୋଗ ଖୋଜୁଛନ୍ତି । ସେମାନେ ହିଂସା ଓ ଅରାଜକତାର ପଥ ଅନ୍ୱେଷଣ କରୁଛନ୍ତି ଏବଂ ସମାଜକୁ ଭୁଲ ପଥକୁ ଟାଣି ନେବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରୁଛନ୍ତି ।

. ଆମକୁ ଏହି ନକ୍ସଲ ମାନସିକତାକୁ ଚିହ୍ନଟ କରିବାକୁ ହେବ । ଆମକୁ ଏଭଳି ତତ୍ତ୍ୱଗୁଡିକୁ ଅଲଗା କରିବାକୁ ହେବ ଏବଂ ଦେଶର ଯୁବପିଢ଼ିକୁ ଏକ ବିକଶିତ ରାଷ୍ଟ୍ର ଗଠନର ମୁଖ୍ୟଧାରା ସହ ଯୋଡ଼ିବାକୁ ହେବ ।

. ଏକ ସୁରକ୍ଷିତ ଭାରତ ଗଠନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଆହ୍ୱାନ ଆମ ସୀମା ଭିତରୁ ଆସୁ କିମ୍ବା ସୀମା ବାହାରୁ, ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ଆଜି ଯୁଦ୍ଧର ସ୍ୱରୂପ ବଦଳୁଛି । ଯୁଦ୍ଧ କେବଳ ରଣକ୍ଷେତ୍ର କିମ୍ବା ସୀମାରେ ହିଁ ହେବ ତାହାର କୌଣସି ନିଶ୍ଚିତତା ଆଉ ନାହିଁ ।

. ଆଜି ମୁଁ ଲାଲ କିଲ୍ଲାରୁ ଘୋଷଣା କରୁଛି ଯେ ଆଗାମୀ ଦିନରେ ଆମେ ଏକ ସକ୍ରିୟ ନାଗରିକ ସୁରକ୍ଷା (ସିଭିଲ ଡିଫେନ୍ସ) ନେଟୱାର୍କ ଗଠନ କରିବ । ଆମେ ଆମର ନାଗରିକ ଏବଂ ନାଗରିକ ସୁରକ୍ଷା କର୍ମୀମାନଙ୍କୁ ଆଧୁନିକ ବ୍ୟବସ୍ଥା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଜ୍ଜିତ କରିବୁ ଏବଂ ସେମାନଙ୍କୁ ପ୍ରସ୍ତୁତିର ସାମ୍ପ୍ରତିକ ପଦ୍ଧତି ସହିତ ପରିଚିତ କରାଇବୁ ।

 

୧୧. ପ୍ରତିରକ୍ଷା ମନ୍ତ୍ରଣାଳୟ

 

. ‘ସପ୍ତ ଧାରା’ (ସାତୋଟି ଶକ୍ତି-ଧାରା) ମଧ୍ୟରେ ଆମର ପଞ୍ଚମ ଶକ୍ତି-ଧାରା ହେଉଛି ପ୍ରତିରକ୍ଷା ଶକ୍ତି । ପ୍ରତ୍ୟେକ ଦୃଷ୍ଟିକୋଣରୁ ପ୍ରତିରକ୍ଷା ଶକ୍ତିର ଗୁରୁତ୍ୱ ଅସ୍ୱୀକାର୍ଯ୍ୟ । ଭାରତ ବର୍ତ୍ତମାନ ହୃଦୟଙ୍ଗମ କରିଛି ଏବଂ ବିଶ୍ୱ ମଧ୍ୟ ସ୍ୱୀକାର କରିଛି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର କୌଣସି ବିକଳ୍ପ ନାହିଁ ।

. ଆମକୁ ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଏବଂ ବିଶ୍ୱସ୍ତରୀୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ ହେବା ଦିଗରେ ଅଗ୍ରସର ହେବାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ । ଆମକୁ ଡ୍ରୋନ୍ ଏବଂ କାଉଣ୍ଟର-ଡ୍ରୋନ୍ (ଡ୍ରୋନ୍‌-ପ୍ରତିରୋଧୀ) ବ୍ୟବସ୍ଥା ବିକାଶ କରିବାକୁ ହେବ ଏବଂ ହାଇପରସୋନିକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେବାକୁ ପଡ଼ିବ ।

. ଆଜି ପ୍ରତ୍ୟେକ ପରିବାର ପାଇଁ ସାଇବର ସୁରକ୍ଷା ମଧ୍ୟ ଏକ ଆହ୍ୱାନ ପାଲଟିଛି । ଏହା ମଧ୍ୟ ପ୍ରତିରକ୍ଷାର ଏକ କ୍ଷେତ୍ର ଯେଉଁଠାରେ ଆମେ ଆମର ଯୁବବର୍ଗଙ୍କ କ୍ଷମତାକୁ ଉପଯୋଗ କରିପାରିବା ଏବଂ ଦେଶ ତଥା ବିଶ୍ୱର କଲ୍ୟାଣ ପାଇଁ ସେମାନଙ୍କ ପ୍ରତିଭାକୁ କାମରେ ଲଗାଇପାରିବା ।

. ଆମେ ନିକଟ ଅତୀତରେ ‘ମିଶନ ସୁଦର୍ଶନ ଚକ୍ର’ ଘୋଷଣା କରିଥିଲୁ ଏବଂ ଏହା ଉପରେ କାର୍ଯ୍ୟ ଅତ୍ୟନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ଆମର ପ୍ରତିରକ୍ଷା ରପ୍ତାନି ପ୍ରାୟ ୫୦ ଗୁଣ ବୃଦ୍ଧି ପାଇଛି ଏବଂ ଆମର ଅସ୍ତ୍ରଶସ୍ତ୍ର ତଥା ପ୍ରତିରକ୍ଷା ସାମଗ୍ରୀ ବିଶ୍ୱର ପ୍ରାୟ ୧୦୦ଟି ଦେଶରେ ପହଞ୍ଚୁଛି ।

୧୨. ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

. ସପ୍ତ ଧାରାର ଚତୁର୍ଥ ଶକ୍ତି ହେଉଛି ‘ଗତି ଶକ୍ତି’ । ଗତି ଶକ୍ତି ଅଧୀନରେ, ଆମକୁ ଦେଶ ମଧ୍ୟରେ ନିର୍ବିଘ୍ନ ଓ ଦ୍ରୁତ ସଂଯୋଗ ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । 

. ଆମକୁ ଆମର ସହରଗୁଡିକୁ ଦ୍ରୁତଗାମୀ ରେଳ ସେବା ଦ୍ୱାରା ସଂଯୁକ୍ତ କରିବାକୁ ପଡ଼ିବ । ଆମର ଆଧୁନିକ ରାଜପଥ, ଅଭ୍ୟନ୍ତରୀଣ ଜଳପଥ, ବିମାନବନ୍ଦର ଏବଂ ଏକ ବହୁ-ମୋଡ ବିଶିଷ୍ଟ ଲଜିଷ୍ଟିକ୍ସ ବ୍ୟବସ୍ଥା ଆବଶ୍ୟକ ।

୧୩. ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ

. ଆମ ବନ୍ଦରଗୁଡିକୁ କେବଳ ସାମଗ୍ରୀ ଲୋଡ ଓ ଅନ୍‌ଲୋଡ୍ (ମାଲ୍ ଚଢ଼ାଇବା ଓ ଓହ୍ଲାଇବା) କରିବା କିମ୍ବା ବିଶ୍ୱର ବିଭିନ୍ନ ସ୍ଥାନରୁ ଜାହାଜ ଆସି ଲଙ୍ଗର ପକାଇବା ସ୍ଥାନ ଭାବରେ ଦେଖିବା ଉଚିତ ନୁହେଁ। ଆମକୁ ଆମର ବନ୍ଦରଗୁଡିକୁ ‘ବନ୍ଦର-ଆଧାରିତ ବିକାଶ ଓ ଅଭିବୃଦ୍ଧି’ ଦିଗରେ ଆଗକୁ ନେବାକୁ ହେବ ।

. ନୀଳ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଏକ ବିଶାଳ ସୁଯୋଗ ରହିଛି । ଆମର ଏକ ସୁଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି ଏବଂ ନୀଳ ଅର୍ଥନୀତିରେ ଅପାର ସମ୍ଭାବନା ନିହିତ ରହିଛି ।

. ମତ୍ସ୍ୟଚାଷ, ଉପକୂଳବର୍ତ୍ତୀ ପର୍ଯ୍ୟଟନ, ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ରହିଛି ଯେଉଁଥିରେ ଆମେ ଆଗକୁ ବଢ଼ିପାରିବା ।

୧୪. ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ

. କେରଳରୁ ଗୁଜରାଟ ଏବଂ ତାମିଲନାଡୁରୁ ବଙ୍ଗ ପର୍ଯ୍ୟନ୍ତ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ଏଫଟିଏ (ମୁକ୍ତ ବାଣିଜ୍ୟ ଚୁକ୍ତି) ଫଳରେ ଆମର ଚିଙ୍ଗୁଡି ରପ୍ତାନି କ୍ଷେତ୍ରରେ ଏକ ବଡ଼ ସମ୍ଭାବନା ଦେଖିବାକୁ ପାଇଛନ୍ତି । ବିଶ୍ୱର ବିଭିନ୍ନ ବଜାରରେ ଆମର ସାମୁଦ୍ରିକ ଖାଦ୍ୟ ପହଞ୍ଚାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।

. ନୀଳ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବିପୁଳ ସୁଯୋଗ ରହିଛି । ଆମର ଏକ ବିଶାଳ ଉପକୂଳ ରେଖା ରହିଛି ଏବଂ ନୀଳ ଅର୍ଥନୀତିରେ ଅପାର ସମ୍ଭାବନା ନିହିତ ଅଛି । ମତ୍ସ୍ୟଚାଷ, ଉପକୂଳବର୍ତ୍ତୀ, ପର୍ଯ୍ୟଟନ, ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ର ରହିଛି ଯେଉଁଥିରେ ଆମେ ଆଗକୁ ବଢ଼ିପାରିବା ।

୧୫. ପର୍ଯ୍ୟଟନ ମନ୍ତ୍ରଣାଳୟ

. ଭାରତରେ ବିପୁଳ ବନ୍ୟପ୍ରାଣୀ ସମ୍ପଦ ରହିଛି । ଆମର ୧୦୦ରୁ ଅଧିକ ଜାତୀୟ ପାର୍କ ରହିଛି । ସମ୍ଭାବନା ଅଧିକ, କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଆମେ ପଛରେ ପଡିଯାଇଛୁ । ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଭାରତକୁ ଆକର୍ଷିତ କରିବା ପାଇଁ ଆମର ସଫ୍ଟ ପାୱାର ବ୍ୟୟବାହାର କରିବାର ସୁଯୋଗ ଆମ ପାଖରେ ଅଛି । ଆମକୁ ବିଶ୍ୱ ସମ୍ମୁଖରେ ଆମର ସମ୍ଭାବନା ପ୍ରଦର୍ଶନ କରିବାକୁ ପଡ଼ିବ ।

. ଆଜି, କ୍ରୀଡା ମଧ୍ୟ ଭାରତ ପ୍ରତି ଆକର୍ଷଣର ଏକ ପ୍ରମୁଖ ଉତ୍ସ । କାହିଁକି ବିଶ୍ୱର କ୍ରୀଡା ଇଭେଣ୍ଟ ଭାରତରେ ଅନୁଷ୍ଠିତ ହେବା ଉଚିତ ନୁହେଁ ? କନ୍‌ସର୍ଟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶର ଯୁବପିଢ଼ି ପାଇଁ ଏକ ପ୍ରମୁଖ ଆକର୍ଷଣ ।

. ବିଶ୍ୱର ପ୍ରତ୍ୟେକ କଳାକାର କୌଣସି ସମୟରେ ଭାରତରେ ପ୍ରଦର୍ଶନ କରିବାକୁ ଚାହାଁନ୍ତି । ଏହା ଏକ ମହାନ ସୁଯୋଗ ଏବଂ ଏହାକୁ ସକ୍ରିୟ କରିବା ପାଇଁ ଆମକୁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡ଼ିବ ।

୧୬. ସଂସ୍କୃତି ମନ୍ତ୍ରଣାଳୟ / ବସ୍ତ୍ର ମନ୍ତ୍ରଣାଳୟ

. ଆମର ସପ୍ତମ ଧାରା ହେଉଛି ଭାରତର ସଫ୍ଟ ପାୱାର ବା ସାଂସ୍କୃତିକ ଓ ବୌଦ୍ଧିକ ପ୍ରଭାବ । ଏହା ଭାରତର ସଫ୍ଟ ପାୱାର ଶକ୍ତି ଅଟେ । ଆଜି ଯୋଗ ସମଗ୍ର ବିଶ୍ୱକୁ ଭାରତ ସହିତ ଯୋଡିଛି । ଯୋଗ କ୍ରମାଗତ ଭାବେ ବିଶ୍ୱ ପାଇଁ ଶକ୍ତିର ଉତ୍ସ ପାଲଟୁଛି ।

. ଭାରତରେ ଆସ୍ଥା, ଆୟୁର୍ବେଦ ଏବଂ ଏକ ସମନ୍ୱିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର କେନ୍ଦ୍ର ରହିଛି । ହୀଲ୍ ଇନ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଆମେ ଭାରତର କ୍ଷମତାକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିବା ।

. ହସ୍ତଶିଳ୍ପ ସଂସ୍କୃତି, ଚଳଚ୍ଚିତ୍ର, ସୃଜନଶୀଳ ଜଗତ, ଭିଏଫ୍‌ଏକ୍ସ, ଆନିମେସନ୍‌, ଗେମିଂ କିମ୍ବା ଡିଜିଟାଲ ବିଷୟବସ୍ତୁ - ଯାହା ହେଉନା କାହିଁକି, ଭାରତ ସୃଜନଶୀଳ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ଓ ଗୁରୁତ୍ୱ ପ୍ରଦର୍ଶନ କରିପାରିବ ।

. ଆଜି ଭାରତ ‘ୱେବ୍‌ସ୍ ସମ୍ମିଳନୀ’କୁ ବିଶେଷ ଶକ୍ତି ପ୍ରଦାନ କରିଛି । ବିଶ୍ୱବାସୀ ଧୀରେ ଧୀରେ ଭାରତର ‘ୱାର୍ଲ୍ଡ ଅଡ଼ିଓ ଭିଜୁଆଲ ଆଣ୍ଡ ଏଣ୍ଟରନେଟନ୍‌ମେଣ୍ଟ ସମ୍ମିଳନୀ’ କୁ ଅପେକ୍ଷା କରି ରହିଛନ୍ତି, ଯାହା ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ଭାରତର ସଫ୍ଟ ପାୱାର ଏବଂ ସୃଜନ


(ରିଲିଜ ଆଡି: 2304422) ପରିଦର୍ଶକ କାଉଣ୍ଟର : 17