ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ସିଲିଗୁଡ଼ି କରିଡରର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ଗୃହମନ୍ତ୍ରୀ
ପିଆଇଓ କାର୍ଯ୍ୟକଳାପ, ଜନସାଂଖ୍ୟିକ ପରିବର୍ତ୍ତନ, ବେଆଇନ ପ୍ରବେଶ ଓ ସୀମା ସମ୍ପର୍କିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା
ସୀମା ସୁରକ୍ଷା ପାଇଁ ଚତୁର୍ଭୁଜୀୟ ଆଭିମୁଖ୍ୟ ଉପରେ ଗୃହମନ୍ତ୍ରୀଙ୍କ ଗୁରୁତ୍ୱ; ସମସ୍ତ ଏଜେନ୍ସିକୁ ପୂର୍ଣ୍ଣ ନିଷ୍ଠାର ସହ ଲାଗୁ କରିବାକୁ ନିର୍ଦ୍ଦେଶ
प्रविष्टि तिथि:
22 AUG 2026 8:30PM by PIB Bhubaneswar
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସିଲିଗୁଡ଼ି କରିଡରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ସମୟରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ, ଭାରତୀୟ ସେନା, ବିଏସଏଫ, ଏସଏସବି ଏବଂ ଆରପିଏଫ ସମେତ କେନ୍ଦ୍ର ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ, ମଲ୍ଟି ଏଜେନ୍ସି ସେଣ୍ଟରର 'ଷ୍ଟାଣ୍ଡିଂ ଫୋକସ ଗ୍ରୁପ୍ ଅନ୍ ଶିଲିଗୁଡ଼ି କରିଡର' ପକ୍ଷରୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ଏବଂ କରିଡରର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଆବଶ୍ୟକୀୟ ସୁପାରିଶ ସମ୍ପର୍କରେ ଏକ ଉପସ୍ଥାପନା ପ୍ରଦାନ କରାଯାଇଥିଲା।
ବୈଠକ ସମୟରେ, କେନ୍ଦ୍ର ଗୃହମନ୍ତ୍ରୀ ସିଲିଗୁଡ଼ି କରିଡରର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ। ସେ ପିଆଇଓ କାର୍ଯ୍ୟକଳାପ, ଜନସଂଖ୍ୟାଗତ ପରିବର୍ତ୍ତନ, ବେଆଇନ ଅନୁପ୍ରବେଶ ଏବଂ ସୀମାନ୍ତ ବିବାଦ ସମ୍ପର୍କିତ ସମସ୍ୟା ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ।
ଏହି ବୈଠକରେ, ଶ୍ରୀ ଅମିତ ଶାହ ସୀମା ସୁରକ୍ଷା ପାଇଁ ଚତୁର୍ଭୁଜ ଦୃଷ୍ଟିକୋଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକାରୀ କରିବାକୁ ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। କରିଡରରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଗୁରୁତ୍ୱ ଉପରେ ବଳ ଦେଇ ଶ୍ରୀ ଶାହ ଉପସ୍ଥିତ ସମସ୍ତ ସଂସ୍ଥାକୁ ସମସ୍ତ ବକେୟା କାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସିଲିଗୁଡ଼ି କରିଡରରେ ନିଜ ନିଜର ଅଧିକ ଅନୁଷ୍ଠାନ ସ୍ଥାପନ କରି ଉପସ୍ଥିତ ସମସ୍ତ ସଂସ୍ଥାକୁ ସେମାନଙ୍କର କାର୍ଯ୍ୟ ସକ୍ରିୟତା ତଥା ଉପସ୍ଥିତି ବୃଦ୍ଧି କରିବାକୁ ଶ୍ରୀ ଶାହ ନିର୍ଦ୍ଦେଶ ଦେଇଥିଲେ। ସେ କରିଡରରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ସମ୍ବନ୍ଧରେ ସମୀକ୍ଷା କରିଥିଲେ ଏବଂ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି ମଧ୍ୟ ସିଲିଗୁଡ଼ି କରିଡରକୁ ଜବରଦଖଲ ମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିଲିଗୁଡ଼ି କରିଡରରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସମସ୍ତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅଧିକ ସଂଖ୍ୟାରେ ସୈନିକ ସ୍କୁଲ ଖୋଲିବାର ସମ୍ଭାବନା ଅନୁଧ୍ୟାନ କରିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ଅଞ୍ଚଳରେ ବରିଷ୍ଠ ଏନସିସି କ୍ୟାଡେଟ୍ଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବାକୁ କହିଥିଲେ। ସେ ସିଲିଗୁଡ଼ି କରିଡରରେ ନାଗରିକ ସୁରକ୍ଷା ଏବଂ ହୋମ୍ ଗାର୍ଡ ଅନୁଷ୍ଠାନକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
--
(रिलीज़ आईडी: 2302415)
आगंतुक पटल : 4