ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ସି ଡ଼ବ୍ଲୁ ଜି ଚାମ୍ପିଅନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 10 AUG 2026 1:11PM by PIB Bhubaneswar

 

ପ୍ରଧାନମନ୍ତ୍ରୀ -  ମୁଁ ଏଠାରେ ପ୍ରାୟ  ୧୨-୧୩ ବର୍ଷ ଧରି ଏହି ଘରେ ରହୁଛି , ଯଦି ମୁଁ ନିୟମିତ ଭାବରେ କାହାକୁ ସ୍ୱାଗତ କରିଛି କିମ୍ବା କାହାକୁ ଯଦି ମୁଁ ଭେଟିଛି, ତେବେ ସେ ହେଉଛନ୍ତି ଆଥଲେଟ୍। ଗତ ୧୦-୧୨ ବର୍ଷ ଧରି, ଆପଣଙ୍କ କଠିନ ପରିଶ୍ରମ କାରଣରୁ , ଭାରତକୁ ନିରନ୍ତର ଭାବେ ବିଜୟ ସୁନିଶ୍ଚିତ କରିବାରେ ଆପଣଙ୍କ ପ୍ରୟାସ କାରଣରୁ ଏବଂ ସଫଳତାର ନୂତନ ଶିଖରରେ ପହଞ୍ଚିବାରେ ଆପଣଙ୍କର ପରମ୍ପରା ଯୋଗୁଁ , ଯେଉଁ କଥା ଆମେ ସ୍କୁଲକୁ ଯାଇ କହିଥାଉ ଯେ, ନା  ନା ଭାଇ ଆମେ ଖେଳିବା ଉଚିତ, ଆମେ ଏହା କରିବା ଉଚିତ, ସେହି କାମ ବୋଧହୁଏ ଆମେ ସ୍କୁଲରେ ଯାଇ କରି ପାରି ଥାଆନ୍ତୁ , ତେବେ ତାହା ଆହୁରି ଅଧିକ ମେଡ଼େଲ୍ ଆଣିବାରେ ସେମାନଙ୍କୁ  ପ୍ରେରଣା ଦେଇପାରିଥାନ୍ତା ।

ପ୍ରଧାନମନ୍ତ୍ରୀ - ଆପଣ  ଗତ ଥର ମୋତେ ପ୍ରତିଶ୍ରୁତି ଦେଇଥିଲେ କି ଆପଣଙ୍କ ଦୁଇ ଝିଅ ଆଥଲେଟ୍ ହେବେ?

ଆଥଲେଟ୍ -  ଆଜ୍ଞା ହଁ ସେମାନେ ଏବେ ଛୋଟ ଅଛନ୍ତି , ସେମାନେ ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ  ଘରୁ  ତିନୋଟି ପଦକ ଆଣି ଦେଖାଇବେ।

ପ୍ରଧାନମନ୍ତ୍ରୀ - ନିଶ୍ଚିତ।

ଆଥଲେଟ୍ – ଆଜ୍ଞା  ସାର୍।

ଖେଳାଳି - ଯେତେବେଳେ ମୁଁ ଦୌଡୁଥିଲି, ମୋର ଇଭେଣ୍ଟ ୨୯ ତାରିଖରେ ଥିଲା, ଏବଂ ସେହି ଦିନ ଗୁରୁ ପୂର୍ଣ୍ଣିମା ଥିଲା, ତେଣୁ ମୁଁ ସେହି ଦିନ ମୋ ଗୁରୁଙ୍କୁ ଏହି ଉପହାର ଦେଇଥିଲି।

ପ୍ରଧାନମନ୍ତ୍ରୀ - ଆପଣ ବହୁତ ବଡ଼ ସମ୍ମାନର କାର୍ଯ୍ୟ କରିଥିଲେ। ଏତେ ଲୁହ ବହିଯାଉଥିଲା, ମୋତେ ଲାଗୁଥିଲା ଯେପରି ଲୁହର  ପ୍ରତ୍ୟେକ ବୁନ୍ଧାରୁ ଗୋଟିଏ ଗୋଟିଏ ସ୍ୱର୍ଣ୍ଣ ପଦକ ଝରୁଛି।

ଖେଳାଳି - ମୁଁ ବହୁତ ଅଧିକ ଖୁସି ଥିଲି, ସେଦିନ ମୁଁ ବହୁତ ଭାବପ୍ରବଣ ଥିଲି ଏବଂ ମୁଁ କାନ୍ଦିଥିଲି କାରଣ ମୁଁ ପ୍ୟାରିସ ଅଲିମ୍ପିକ୍ସରେ ମୋର  ଏକ କିଲୋରେ  ପଦକ ହରାଇଥିଲି ଏବଂ ଜଣେ ଖେଳାଳିଙ୍କ ଜୀବନରେ ବହୁତ କିଛି  ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଏହି ଚାରି ବର୍ଷ ମଧ୍ୟରେ ମୁଁ ଅନେକ ଜିନିଷର ସମ୍ମୁଖୀନ ହୋଇଥିଲି, ସବୁବେଳେ ଆଘାତ ଏବଂ ପାରିବାରିକ ସମସ୍ୟା ଥିଲା। ତେବେ ମୁଁ ଏହି ଚାରି ବର୍ଷ ବହୁତ କଷ୍ଟର ସମ୍ମୁଖୀନ ହୋଇଥିଲି। ତେଣୁ ଯେତେବେଳେ ମୁଁ ପୋଡିୟମରେ ଠିଆ ହୋଇଥିଲି, ସାର୍ , ଏବଂ ଯେତେବେଳେ ଆମର ପତାକା ଉପରକୁ ଉଠିଲା ଏବଂ ଆମର ଜାତୀୟ ସଙ୍ଗୀତ ବାଜିଲା, ସାର୍ , ମୁଁ ନିଜକୁ ରୋକିପାରିଲି ନାହିଁ, ସ୍ୱତଃ ଲୁହ ବାହାରି ଆସିଥିଲା।

ପ୍ରଧାନମନ୍ତ୍ରୀ – ବହୁତ ଭଲ।

ପ୍ରଧାନମନ୍ତ୍ରୀ - ଆପଣଙ୍କର ଏହି ସଫଳତାକୁ ମୁଁ କେବଳ ଆପଣଙ୍କର ସଫଳତା ଭାବୁଛି, ସେମିତି ଭାବୁନାହିଁ ; ଆପଣଙ୍କ ବିଜୟ ଆଗାମୀ ପିଢ଼ି ପାଇଁ ବହୁତ ବଡ଼ ପ୍ରେରଣା ହେଇଯିବ।

ଖେଳାଳି – ସମସ୍ତେ ଆମକୁ ଭୟ କରୁଥିଲେ, ଭାବୁଥିଲେ ଯେ ଏବେ ଆମକୁ ଭାରତ ସହିତ ଲଢ଼ିବାକୁ ପଡିବ, ଯଦି ଆମେ ପ୍ରଥମ ଲଢ଼େଇ ହାରିଯିବୁ ତେବେ ଆମର ମେଡ଼େଲ୍  ମଧ୍ୟ ଆସିପାରିବ ନାହିଁ।

ପ୍ରଧାନମନ୍ତ୍ରୀ – ଏହାର ଅର୍ଥ  ସମସ୍ତେ ମାନିକି ଚଳିଥାନ୍ତି।

ଖେଳାଳି – ଆଜ୍ଞା  , ସାର୍।

ପ୍ରଧାନମନ୍ତ୍ରୀ – କ’ଣ ହେଲା? ସେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଝଗଡ଼ା କରୁଥିଲେ।

ଖେଳାଳି: ଆମର ବହୁତ ଭଲ ପ୍ରଦର୍ଶନ ଥିଲା, ଶେଷ ଦିନ ଥିଲା ଏବଂ ସମସ୍ତେ ଜିତିକି ଯାଇଥିଲୁ ଏବଂ ସମଗ୍ର ଭାରତର ଲୋକଥିଲେ ।  ମୁଁ ଟିକେ ଖରାପ ଅନୁଭବ କଲି।  ଯେତେବେଳେ ମୁଁ ତାଙ୍କ ସହିତ ଭଲ ଭାବରେ କଥା ହେଲି ଏବଂ ତାଙ୍କୁ ଅନୁରୋଧ କଲି, ସାର୍ ,  ସେ ରାଜି ମଧ୍ୟ ହୋଇଗଲେ,  ପରିବର୍ତ୍ତନ ମଧ୍ୟ ହୋଇଗଲା ସାର୍।

ପ୍ରଧାନମନ୍ତ୍ରୀ: ଏହି ବିଜୟର ପରିସ୍ଥିତି ଖୁସି, ଆନନ୍ଦ, ନିଜ ସାଥୀମାନଙ୍କ ସହିତ ଖେଳଗୁଡ଼ିକ ଶେଷ ହୋଇଯାଇଥିଲା।  ତେଣୁ, ହସ ଏବଂ ମଜାକ୍ ମୁଡ୍ ଏପରି ଥିଲା ସେହି  ସମୟରେ ସେହି ଚିତ୍ରକୁ ଦେଖିବା ଏବଂ ତାହାକୁ ଗଭିର ଭାବରେ ଦୃଷ୍ଟି ଦେବା । କେବଳ ପଦକ ଗ୍ରହଣ କରିବା ସମୟରେ ଦେଶ ତୁରନ୍ତ ଠିଆ ହୋଇଯାଇଥାଏ, ଏପରି ନୁହେଁ, ଏହା ଭିତରୁ କେବଳ ଦେଶର ଭାବନା , ମୁଁ ଆପଣଙ୍କୁ ସତ୍ୟ କହୁଛି, ଆପଣଙ୍କର ଏହି ଭିଡିଓ ସାଧାରଣ ନୁହେଁ; ଲୋକମାନେ ଏହାକୁ ଦୀର୍ଘ ସମୟ ଧରି ମନେ ରଖିବେ।  ବିଶ୍ୱର ଖେଳାଳିମାନେ ମଧ୍ୟ ଏବେ ଏହି ବକ୍ସରମାନଙ୍କୁ ମଧ୍ୟ ଭୟ କରୁଛନ୍ତି।

ଖେଳାଳି: ନିଶ୍ଚିତ ଭାବରେ, ସାର୍ , ସମସ୍ତେ ଭୟଭୀତ ଥିଲେ। ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ପଦକ ଆସୁଥିଲା, ଏହାର ଅର୍ଥ ପୁରା ଶେଷରେ ଏକ ବିସ୍ଫୋରଣ ଥିଲା।  ଯେଉଁଭଳି ଭାବରେ ଆମମାନଙ୍କୁ ଯେଉଁ ସମର୍ଥନ ମିଳୁଛି , ଆମକୁ ପଛକୁ-ପଛ ପ୍ରତିଯୋଗିତାଗୁଡ଼ିକ ମିଳୁଛି, ପ୍ରକୃତରେ ଏହା ବହୁତ ବଡ଼ କଥା ଏବଂ ଯେତେ ଆମର ଯୁବ ଖେଳାଳି ଅଛନ୍ତି ସେମାନେ ସମସ୍ତେ ଖେଲୋ ଇଣ୍ଡିଆ ଯୋଜନା ମାଧ୍ୟମରେ ଆସିଛନ୍ତି ଏବଂ ଏହା ସମଗ୍ର କ୍ରୀଡ଼ା  ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣୁଛି।

ପ୍ରଧାନମନ୍ତ୍ରୀ: ଯଦି ଆପଣ ଖେଲୋ ଇଣ୍ଡିଆର ପ୍ରତିଷ୍ଠା ବୃଦ୍ଧି କରୁଛନ୍ତି , ସେହି ପ୍ରତିଷ୍ଠା କେବଳ ସେଠାକୁ ଯାଇ ରିବନ କାଟିବା ଦ୍ୱାରା ଆସିବ ନାହିଁ। ଆପଣ ଜଣେ ଯୁବ ଛାତ୍ର, ଜଣେ ଯୁବକ, ଜଣେ ଯୁବ ଖେଳାଳି ପରି ଖେଳିବେ। ଏହା ଏକ ବିରାଟ ଅବଦାନ ଦେବ। ଆମକୁ ଏବେ ବି ବହୁତ ଆଗକୁ ଯିବାକୁ ଅଛି, ଏବଂ ଆମକୁ ଅନେକ ପଦକ ଜିତିବାକୁ ପଡିବ। କାର୍ଗିଲ ବିଜୟ ଦିବସରେ କିଏ ବିଜୟୀ ହୋଇଥିଲା?

ଖେଳାଳି: ସେଦିନ କାର୍ଗିଲ ଦିବସ ଥିଲାଏବଂ ସେହିଦିନ ମୁଁ ପାକିସ୍ତାନ ସହିତ ଲଢ଼ିଥିଲି, ସାର୍। ମୁଁ ଭାରତୀୟ ସେନାରୁ ଆସିଛି , ତେଣୁ ସେହିଦିନ ମୁଁ ପାକିସ୍ତାନକୁ ହରେଇବାକୁ ପୂର୍ବରୁ ସ୍ଥିର କରି ଥିଲି। ମୁଁ ପାକିସ୍ତାନକୁ ୫-୦ ରେ ହରେଇଥିଲି , ତେଣୁ ମୁଁ ଏହାକୁ ଆମର ଭାରତୀୟ ସେନାର କାର୍ଗିଲ ନାୟକମାନଙ୍କୁ ଉତ୍ସର୍ଗ କରିଛି, ସାର୍।

ପ୍ରଧାନମନ୍ତ୍ରୀ – ଆପଣ ଏହା ମନେ ରଖିବା ଉଚିତ, ଏବଂ ଯେହେତୁ ଆପଣ ନିଜେ ସାମରିକ ବାହିନୀରେ ଅଛନ୍ତି, ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଯେ ଆପଣ ଆମ ଦେଶର ସାହସୀ ସୈନିକମାନଙ୍କ ପ୍ରତି ଯେଉଁ ଭାବନା ପ୍ରକାଶ କରିଥିଲେ ଯେ , "ମୁଁ ମୋର ପଦକ କାରଗିଲ୍ର ବିଜେତାମାନଙ୍କୁ ଉତ୍ସର୍ଗ କରୁଛି," ତାହା ସେହି ବିଜୟର ଗୌରବକୁ ଆହୁରି ବୃଦ୍ଧି କରିଥିଲା, ଏବଂ ଆପଣ ଯାହାକୁ ପରାସ୍ତ କରିବାକୁ ଭାବିଥିଲେ ​​ତାହାକୁ ଆପଣ ପରାସ୍ତ କରିଥିଲେ।

ଖେଳାଳି – ଆମେ ପାକିସ୍ତାନ ବିଷୟରେ କହୁଛୁ, ଏବଂ ମୁଁ ଏକ ଘଟଣା ମନେ ରଖିଛି, ସାର୍। ୨୦୧୫ରେ ବିଶ୍ୱ ସାମରିକ କ୍ରୀଡ଼ା ଅନୁଷ୍ଠିତ ହେଉଥିଲା, ଏବଂ ପାକିସ୍ତାନ ସହିତ ମୋର ପ୍ରଥମ ଲଢ଼େଇ ସ୍ଥିର ହୋଇଥିଲା, ଏହା ବିଶ୍ୱ ସାମରିକ କ୍ରୀଡ଼ା ଥିଲା, ମୁଁ ସାମରିକ ବାହିନୀରୁ ଏକ ଫୋନ୍ ପାଇଲି, "ଭାଇ, ଆମେ ପାକିସ୍ତାନଠାରୁ ହାରିବା ଉଚିତ୍ ନୁହେଁ।" ତେଣୁ ମୁଁ ପ୍ରଥମ ରାଉଣ୍ଡ ୪-୧ ରେ ଜିତିଲି। ମୁଁ ଦ୍ୱିତୀୟ ରାଉଣ୍ଡ ୩-୨ ରେ ଜିତିଲି, କିନ୍ତୁ ସେମାନଙ୍କ ଉଭୟଙ୍କ ମୁଣ୍ଡରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା, ଯାହା ଫଳରେ ମୁଁ ଲଢ଼େଇ ଜିତିଲି।

ପ୍ରଧାନମନ୍ତ୍ରୀ – ହଁ

ଖେଳାଳି – ଏହା ପରେ, ଉଭୟ ଷ୍ଟିଚ୍ ପାଇଁ ହସ୍ପିଟାଲ ଯାଇଥିଲେ।  ତାପରେ, ୨୦୧୪ ରେ, ଆପଣ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।  ଆମ ସହିତ ଆସିଥିବା ସେନା ପ୍ରଶିକ୍ଷକଙ୍କ ନାମ ନରେନ୍ଦ୍ର ରାଣା ଥିଲା।  ବହୁତ ସମୟ ଚିନ୍ତା କରିବା ପରେ, ସେ ମୋତେ ପଚାରିଲେ, "ଭାଇ, ମୁଁ ତୁମକୁ କିଛି କହିପାରିବି କି? ମୁଁ କହିଲି, "ହଁ, ଭାଇ କୁହନ୍ତୁ , ସେ କହିଲେ ତୁମର ନାମ ନରେନ୍ଦ୍ର।  ତୁମର ପ୍ରଶିକ୍ଷକଙ୍କ ନାମ ନରେନ୍ଦ୍ର, ତୁମର ପ୍ରଧାନମନ୍ତ୍ରୀଙ୍କ ନାମ ନରେନ୍ଦ୍ର, ତେଣୁ ମୋତେ ନରେନ୍ଦ୍ର ନାମକୁ ଘୃଣା ଲାଗିଲାଣି ।

ପ୍ରଧାନମନ୍ତ୍ରୀ - ଆପଣ କେବଳ ପଦକ ସଂଖ୍ୟା ବୃଦ୍ଧି କରିନାହାଁନ୍ତି।  ଆପଣ ଏକ ପିଢ଼ି ପ୍ରସ୍ତୁତ କରିଛନ୍ତି।

ଖେଳାଳି - ମୋର ଛାତି ଧଡ଼-ଧଡ଼ କରୁଛି, ସାର୍।

ପ୍ରଧାନମନ୍ତ୍ରୀ – ଆପଣ ଚିନ୍ତା କରନ୍ତୁ ନାହିଁ।

ଖେଳାଳି - କିନ୍ତୁ...

ପ୍ରଧାନମନ୍ତ୍ରୀ - ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଭାଷଣ ଦେବା ପାଇଁ ମଧ୍ୟ ଏକ ମେଡ଼େଲ୍ ପାଇପାରିବେ।

ଖେଳାଳି - ମୋର ବନ୍ଧୁ ଗୋଷ୍ଠି ମଧ୍ୟରେ କେହି ଜଣେ ବ୍ୟକ୍ତି ମୋତେ କହିଥିଲେ ଯେ ମୁଁ ସେମାନଙ୍କୁ ଯଦି ସେମାନଙ୍କ ନିଜସ୍ୱ ମଙ୍ଗଳ ପାଇଁ କିଛି କରିବାକୁ କହୁଥିଲି। ସେମାନେ ପ୍ରାୟତଃ ମୋତେ ପଚାରୁଥିଲେ, "ଆପଣ ମୋଦିଙ୍କୁ ଭେଟିଛନ୍ତି କି?"

ପ୍ରଧାନମନ୍ତ୍ରୀ - ହଁ।

ଖେଳାଳି – ହରିୟାଣାଓ୍ବୀ ରେ, ସେମାନେ ପଚାରନ୍ତି, ସାର୍, ଯେ ତୁମେ  ମୋଦିଙ୍କୁ ଭେଟିଛ କି ? ଯେ ତୁମ  କଥା ଶୁଣିବି।  ତେଣୁ, ଆଜି ମୁଁ ଆପଣଙ୍କୁ ଭେଟିଲି, ସାର୍ ।  ମୁଁ  ସେମାନଙ୍କୁ କହିପାରିବି, ହଁ, ମୁଁ ମୋଦିଙ୍କୁ ଭେଟିଛି।"

ଖେଳାଳି - ମୁଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲି। ତାକୁ ମୁଁ ସାର୍ ଙ୍କୁ ଶ୍ରେୟ ଦେଲି। ପଦକ ଜିତିବା ମୋର ସ୍ୱପ୍ନ ଥିଲା, କିନ୍ତୁ ମୋର କୌଣସି ତାଲିମ କେନ୍ଦ୍ର ନଥିଲା। ଏସ୍ ଏ ଆଇ କୁ ଆସିବା ପରେ, ମୁଁ କଠିନ ତାଲିମ ନେବାପରେ ଯାଇ ପଦକ ଜିତିପାରିଲି। ତେଣୁ, ମୁଁ ଖୁସିରେ ସାର୍ ଙ୍କୁ  ଶ୍ରେୟ ଦେଲି କାରଣ ମୁଁ ତାଙ୍କ ପାଇଁ ବହୁତ ଉନ୍ନତି କରିଛି।

ପ୍ରଧାନମନ୍ତ୍ରୀ - ଏହା ମୋ ପାଇଁ ବହୁତ ସମ୍ମାନର ବିଷୟ। ଆପଣ କଠିନ ପରିଶ୍ରମ କଲେ ଏବଂ ମୋତେ ମନେ ରଖିଲେ।  ବନ୍ଧୁ, ମୁଁ ଆପଣଙ୍କ ପ୍ରତି ବହୁତ କୃତଜ୍ଞ।

ପ୍ରଧାନମନ୍ତ୍ରୀ – ଆପଣ ବାରାଣସୀରେ ଖେଳ ଅଭ୍ୟାସ କରୁଥିଲେ, ଠିକ୍ ନା?

ଖେଳାଳି – ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ – ଷ୍ଟାଡିୟମ କିପରି ନିର୍ମିତ ହୋଇଛି?

ଖେଳାଳି – ସାର୍, ବହୁତ ଭଲ ହୋଇଛି । ମୁଁ ସେଠାକୁ ୧୦-୧୨ ଦିନ ପାଇଁ ତାଲିମ ନେବାକୁ ଯାଇଥିଲି, କାରଣ ମନ୍ଦିରକୁ ଯାଇଥିଲି ସେଥିପାଇଁ ସେଠାରେ ତାଲିମ ନେଇ ଆସିଥିଲି , ଏବଂ ମୁଁ ସେଠାରେ ମଧ୍ୟ ବସବାସ କରିବାକୁ ଚାହୁଁଛି କାରଣ ମୁଁ ପ୍ରକୃତରେ କାଶୀ ବିଶ୍ୱନାଥଙ୍କୁ ବହୁତ ପସନ୍ଦ କରେ ସାର୍।

ପ୍ରଧାନମନ୍ତ୍ରୀ – ଆପଣ ଭୋପାଳରେ ତାଲିମ ନେଉଥିଲେ, ଠିକ୍ ନା?

ଖେଳାଳି – ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ – ତେବେ, ଆପଣ ଉଜ୍ଜେନ୍ ଯାଇଥିଲେ କି ନାହିଁ?

ଖେଳାଳି – ଆଜ୍ଞା ସାର୍ ।  ମୁଁ ମଧ୍ୟ ଉଜ୍ଜେନ୍ ମଧ୍ୟ ଯାଇଥିଲି, ସାର୍।

ପ୍ରଧାନମନ୍ତ୍ରୀ – ଠିକ୍ ଅଛି, ମୁଁ ମହାକାଳ ମଧ୍ୟ ଯାଇଥିଲି।

ଖେଳାଳି –  ଆଜ୍ଞା ସାର୍ । 

ପ୍ରଧାନମନ୍ତ୍ରୀ – ମୁଁ ଥରେ କାଶୀ ବିଶ୍ୱନାଥ ଯାଇଥିଲି।

ଖେଳାଳି –   ଆଜ୍ଞା ସାର୍ । 

ପ୍ରଧାନମନ୍ତ୍ରୀ – ଏବେ ଶ୍ରାବଣ ମାସ।

ଖେଳାଳି – ମୁଁ ଘରକୁ ଯିବା ପରେ ସେଠାକୁ ଯିବି, ସାର୍।

ପ୍ରଧାନମନ୍ତ୍ରୀ – ଠିକ୍ ଅଛି।

ଖେଳାଳି – ସାଇ ମଧ୍ୟ ମୋତେ ବହୁତ ସମର୍ଥନ କରିଛି, ସାର୍। ସେମାନଙ୍କ ଯୋଗୁଁ ମୁଁ ଏତେ ଦୂର ପହଞ୍ଚି ପାରିଛି, ସାର୍। ଏବଂ ମୁଁ ଖେଲୋ ଇଣ୍ଡିଆ ଯୋଜନାରେ ମଧ୍ୟ ଥିଲି  ୨୦୧୮ରେ ଯେତେବେଳେ  ପ୍ରଥମ ଖେଲୋ ଇଣ୍ଡିଆ ହେଲା ,ସେଥିରେ ମୁଁ ରୌପ୍ୟ ପଦକ ଜିତିଥିଲି। ସେଠାରେ ଉଦଘାଟନୀ ଉତ୍ସବରେ ମୁଁ ଆପଣଙ୍କୁ ଦେଖିଥିଲି, ଏବଂ ମୋର ପଦକ ସେଠାରେ ଥିଲା।  ମୁଁ ଯୋଜନା ପାଇଲି ସେଥିପାଇଁ ମୁଁ ଏତେ ଦୂର ଆଜି ପହଞ୍ଚି ପାରିଛି, ସାର୍।

ପ୍ରଧାନମନ୍ତ୍ରୀ – କ୍ରୀଡ଼ା ବ୍ୟବସ୍ଥାରେ ଗୋଟିଏ କଥା ଅଛି , କିନ୍ତୁ ଦେଶ ସେତେବେଳେ ଗୋଟିଏ ପଦକ ଜିତିଥାଏ ଯେତେବେଳେ ଦେଶରେ ଏକ କ୍ରୀଡ଼ା ସଂସ୍କୃତି ସୃଷ୍ଟି ହୋଇଥାଏ। ବନ୍ଧୁଗଣ, ଆପଣ ବହୁତ ବଡ଼ କାମ କରିଛନ୍ତି। ଆପଣ ଦେଶକୁ ଗୌରବ ଆଣି ଦେଇଛନ୍ତି। ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି, ଏବଂ ଆପଣ ନିଶ୍ଚିତ ରୁହନ୍ତୁ ଯେ ଆପଣ ଭବିଷ୍ୟତରେ ମଧ୍ୟ ବିଜୟୀ ହେବେ ଏବଂ ପୁଣି ଥରେ ଆମେ ଏଠାରେ ଭେଟ ହେବା। ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।  ବହୁତ-ବହୁତ ଶୁଭକାମନା।

ପ୍ରଧାନମନ୍ତ୍ରୀ –  ଆପଣ ଦେଶ ପାଇଁ କ୍ରମାଗତ ଭାବେ ତୃତୀୟ ଥର ପଦକ ଆଣି ଦେଇଛନ୍ତି।

ଖେଳାଳି – ଧନ୍ୟବାଦ, ସାର୍।

ପ୍ରଧାନମନ୍ତ୍ରୀ – ବହୁତ  ଆଶୀର୍ବାଦ, ପୁଅ।

ଖେଳାଳି – ଏବଂ ଆପଣଙ୍କୁ ବହୁତ ଧନ୍ୟବାଦ ସାର୍ , ମୁଁ ଆପଣଙ୍କ ହାତରୁ ଲଡ୍ଡୁ ଖାଉଛି। ଗତକାଲି ମୋର ଜନ୍ମଦିନ ଥିଲା, ତେଣୁ ଆଜି ସାର୍ ଙ୍କ ହାତରୁ……

ପ୍ରଧାନମନ୍ତ୍ରୀ – ବହୁତ ଅଭିନନ୍ଦନ, ବାଃ।

ପ୍ରଧାନମନ୍ତ୍ରୀ – ହସ, ବନ୍ଧୁ।

ପ୍ରଧାନମନ୍ତ୍ରୀ – ଯିଏ ଖେଳିବ ସେ ବଢ଼ିବ।

 

****

NS

 


(ରିଲିଜ ଆଡି: 2300729) ପରିଦର୍ଶକ କାଉଣ୍ଟର : 12