ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

' ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ସଂକଳ୍ପ ଅଭିଯାନ ’ ର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନ୍ସ ଜରିଆରେ ରଖିଥିବା ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 AUG 2026 8:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ' ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ସଂକଳ୍ପ ଅଭିଯାନ’ ର ଶୁଭାରମ୍ଭ ଅବସରରେ ରଖିଥିବା ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ପବିତ୍ର କାଶୀ ଭୂମିରୁ ଯେଉଁ କଲ୍ୟାଣମୂଳକ ଚିନ୍ତାଧାରା ଆରମ୍ଭ ହୋଇଥିଲା, ତାହା ଏବେ ଏକ ଜାତୀୟ ପ୍ରକଳ୍ପରେ ପରିଣତ ହୋଇଛି। ମୁଁ ନିଶ୍ଚିତ ଯେ 'ନିଶା ମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ ’ ପ୍ରତ୍ୟେକ ଯୁବ ମସ୍ତିଷ୍କକୁ ସାମୂହିକତାର ଶକ୍ତି ସହିତ ସ୍ପର୍ଶ କରିବାକୁ ଯାଉଛି ।

"ଡ୍ରଗ୍ସ କିଛି ସମୟ ପାଇଁ 'ଉଚ୍ଚ' କରିଥାଏ, କିନ୍ତୁ କ୍ୟାରିୟର ଏବଂ ପାରିବାରିକ ଜୀବନକୁ 'ନିମ୍ନ' କରିଥାଏ। ତେଣୁ, ଆମ ଯୁବକମାନଙ୍କୁ ନିଶାମୁକ୍ତ ରହି ନିଜର ସାମର୍ଥ୍ୟକୁ ସୁରକ୍ଷିତ ରଖିବାକୁ ହେବ! "

‘‘ସାରା ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆମର ପ୍ରଫେସରମାନଙ୍କୁ ନିଶା ନିବାରଣ ଦିଗରେ ଏହା ମୋର ସ୍ୱତନ୍ତ୍ର ଆହ୍ୱାନ। ’’

HS


(ରିଲିଜ ଆଡି: 2295330) ପରିଦର୍ଶକ କାଉଣ୍ଟର : 20