ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଆରଇପିସିଓ ବ୍ୟାଙ୍କପକ୍ଷରୁ ₹୨୨.୯୦ କୋଟିର ଲାଭାଂଶ ଚେକ୍ ଗ୍ରହଣ କଲେ ଶ୍ରୀ ଅମିତ ଶାହ
ଇତିହାସର ସର୍ବାଧିକ ₹୧୬୯ କୋଟି ନିଟ୍ ଲାଭ; ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା
ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟାଙ୍କର ସଫଳତା ଏହାର ବୃତ୍ତିଗତ ଦକ୍ଷତା ଓ ଉତ୍କର୍ଷତାର ପ୍ରମାଣ
प्रविष्टि तिथि:
05 AUG 2026 8:06PM by PIB Bhubaneswar
କେନ୍ଦ୍ର ଗୃହ ତଥା ସମବାୟ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ଆରଇପିସିଓ ବ୍ୟାଙ୍କଠାରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨୨.୯୦ କୋଟି ଟଙ୍କାର ଲାଭାଂଶ ଚେକ୍ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ୭୬.୩୨ କୋଟି ଟଙ୍କାର ଅଂଶଧନ ପୁଞ୍ଜି ଉପରେ ୩୦% ହାରରେ ଏହି ଲାଭାଂଶ ପ୍ରଦାନ କରାଯାଇଛି। ଆରଇପିସିଓ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଇ. ସନ୍ଥାନମ୍, ନିର୍ଦ୍ଦେଶକ ତଥା ଆରଇପିସିଓ ହୋମ୍ ଫାଇନାନ୍ସ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ସି. ଥାଙ୍ଗାରାଜୁ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଓ.ଏମ୍. ଗୋକୁଲଙ୍କଠାରୁ ଶ୍ରୀ ଶାହ ଏହି ଚେକ୍ ଗ୍ରହଣ କରିଥିଲେ।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ "ସମବାୟ ବ୍ୟାଙ୍କିଙ୍ଗରେ ଉଦାହରଣ ସୃଷ୍ଟି କରି ୨୦୨୫-୨୬ ଆର୍ଥିକ ବର୍ଷରେ ୧୬୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା ବ୍ୟାଙ୍କର ଇତିହାସରେ ସର୍ବାଧିକ । ଏଥିପାଇଁ ଆରଇପିସିଓ ବ୍ୟାଙ୍କ୍ ପରିଚାଳନାକୁ ଅଭିନନ୍ଦନ। ଆଜି, ଗୃହ ମନ୍ତ୍ରଣାଳୟ ତରଫରୁ, ଆରଇପିସିଓ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳ ଠାରୁ ୨୨.୯୦ କୋଟି ଟଙ୍କାର ଲାଭାଂଶ ଚେକ୍ ଗ୍ରହଣ କରାଯାଇଛି, ଯେଉଁଥିରେ ଅଧ୍ୟକ୍ଷ ଶ୍ରୀ ଇ. ସନ୍ଥାନମ୍, ନିର୍ଦ୍ଦେଶକ ଶ୍ରୀ ଥାଙ୍ଗାରାଜୁ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓ. ଏମ୍. ଗୋକୁଲ୍ ସାମିଲ ଥିଲେ । ଗୃହ ମନ୍ତ୍ରଣାଳୟ ଅଧୀନରେ ବ୍ୟାଙ୍କର ସଫଳତା ଏହାର ବୃତ୍ତିଗତ ଦକ୍ଷତା ଏବଂ ଉତ୍କର୍ଷତାର ଏକ ପ୍ରମାଣ, ଆରଇପିସିଓ ବ୍ୟାଙ୍କର ପରିଚାଳନା ଏବଂ କର୍ମଚାରୀମାନଙ୍କୁ ମୋର ଶୁଭେଚ୍ଛା "
ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ, ସଚିବ (ସୀମା ପରିଚାଳନା ଏବଂ ଏଫଏଫଆର) ଡ. ରାଜେନ୍ଦ୍ର କୁମାର, ଯୁଗ୍ମ ସଚିବ (ଏଫଏଫଆର ଡିଭିଜନ) ଶ୍ରୀ ଗୟା ପ୍ରସାଦ ଏବଂ ଯୁଗ୍ମ ସଚିବ (ଆରଏଚଏସ) ଶ୍ରୀ ମାଖନ ଲାଲ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କ ୧୬୯ କୋଟି ଟଙ୍କାର ନିଟ୍ ଲାଭ କରିଛି, ଯାହା ଆରଇପିସିଓ ବ୍ୟାଙ୍କ ଇତିହାସରେ ସର୍ବାଧିକ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ବ୍ୟାଙ୍କ କ୍ରମାଗତ ଭାବେ ଲାଭ ଅର୍ଜନ କରୁଛି ଏବଂ ଅଂଶୀଦାରମାନଙ୍କୁ ଲାଭାଂଶ ପ୍ରଦାନ କରୁଛି। ୩୦.୦୬.୨୦୨୬ ସୁଦ୍ଧା ବ୍ୟାଙ୍କ ୨୬,୦୦୦ କୋଟି ଟଙ୍କାର ବ୍ୟାବସାୟକୁ ଅତିକ୍ରମ କରିଛି।
HS
(रिलीज़ आईडी: 2295249)
आगंतुक पटल : 3