ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 AUG 2026 8:45AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫୭ କେଜି ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯାମିନୀ ମୌର୍ଯ୍ୟ ଅସାଧାରଣ ଭାବେ ଭଲ ଖେଳିଥିଲେ ଏବଂ ଜୁଡୋ ପ୍ରତି ତାଙ୍କର ଆଗ୍ରହ ତାଙ୍କ ପ୍ରଦର୍ଶନରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।

ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ତାଙ୍କର ଏହି ସଫଳତା ଅନେକ ଯୁବକଯୁବତୀଙ୍କୁ ଜୁଡୋ ଖେଳିବା ପାଇଁ ପ୍ରେରଣା ଯୋଗାଇବ ଏବଂ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ଜୁଡୋ ୫୭ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ! ସେ ବହୁତ ଭଲ ଖେଳିଥିଲେ ଏବଂ ଜୁଡୋ ପ୍ରତି ତାଙ୍କର ଆଗ୍ରହ ତାଙ୍କ ପ୍ରଦର୍ଶନରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଥିଲା | ତାଙ୍କର ଏହି ସଫଳତା ଆଗାମୀ ସମୟରେ ଅନେକ ଯୁବପିଢ଼ିଙ୍କୁ ଜୁଡୋ ଆଡ଼କୁ ଆକର୍ଷିତ କରିବ। ଆଗାମୀ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।

#CWG2026”

HS


(रिलीज़ आईडी: 2293876) आगंतुक पटल : 7
इस विज्ञप्ति को इन भाषाओं में पढ़ें: Malayalam , Telugu , Kannada , English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil