ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ


ନାଗରିକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପଦକ୍ଷେପଗୁଡ଼ିକର ତ୍ୱରିତ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାର ପ୍ରଗତିର ନିୟମିତ ତଦାରଖ ନିମନ୍ତେ ଏକ ଏକୀକୃତ ଏବଂ ସମନ୍ୱିତ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନାବିକ ଏବଂ ସେମାନଙ୍କ ପରିବାରକୁ ସମୟୋଚିତ ସୂଚନା, ଜରୁରୀକାଳୀନ ସହାୟତା ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଗାମୀ ରବି ଋତୁ ପାଇଁ ସାରର ଆବଶ୍ୟକତା ଆକଳନ କରାଯାଇଛି , ସାରର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ : ପ୍ରଧାନମନ୍ତ୍ରୀ

ଏହି ସଂଘର୍ଷର ପ୍ରଭାବରୁ ନାଗରିକ ଏବଂ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ନବୀକରଣୀୟ ଶକ୍ତି ଉତ୍ସର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ପେଟ୍ରୋଲିୟମ ଉତ୍ପାଦର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କ୍ୟାବିନେଟ ସଚିବଙ୍କ ସୂଚନା

प्रविष्टि तिथि: 30 JUL 2026 7:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚାଲିଥିବା ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ପରିସ୍ଥିତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା ପାଇଁ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (ସିସିଏସ୍)ର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏହା ଚତୁର୍ଥ ବିଶେଷ ସିସିଏସ୍ ବୈଠକ ଥିଲା।

କ୍ୟାବିନେଟ ସଚିବ ସିସିଏସକୁ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ। ସେ ଏଲଏନଜି/ ପିଏନଜି ଏବଂ ସାର ସମେତ ପେଟ୍ରୋଲିୟମ ଉତ୍ପାଦର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ। ଏଲପିଜି କ୍ରୟ ପାଇଁ ଉତ୍ସଗୁଡ଼ିକରେ ପୂର୍ବରୁ ବିବିଧତା ଅଣାଯାଇଛି ଏବଂ ପ୍ରମୁଖ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ସାମଗ୍ରିକ ଷ୍ଟକ୍ ଏବଂ ଯୋଗାଣ ସ୍ଥିତି ସନ୍ତୋଷଜନକ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ପର୍ଯ୍ୟାପ୍ତ ଅଶୋଧିତ ତୈଳର ଉପଲବ୍ଧତା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ସିପିଏସଇ) ବିଶୋଧନାଗାରଗୁଡ଼ିକୁ ଶତ ପ୍ରତିଶତରୁ ଅଧିକ ବ୍ୟବହାର ସ୍ତରରେ କାର୍ଯ୍ୟ କରିବାକୁ ସକ୍ଷମ କରିଛି। ଏହା ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର ନିରନ୍ତର ଉତ୍ପାଦନ ସୁନିଶ୍ଚିତ କରୁଛି। ପାଇପ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ (ପିଏନଜି) ସଂଯୋଗକୁ ବିସ୍ତାର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ଫଳରେ ପିଏନଜି ସଂଯୋଗରେ ଯଥେଷ୍ଟ ବୃଦ୍ଧି ଘଟିଛି। ପାଇପଲାଇନ୍ ଇନଫ୍ରାଷ୍ଟ୍ରକଚର ଅର୍ଡର, ୨୦୨୬ ଅଧୀନରେ ଜାତୀୟ ଗ୍ୟାସ ଗ୍ରୀଡର ସମ୍ପ୍ରସାରଣ, ଏଲଏନଜି ଆମଦାନୀ ଏବଂ ପୁନଃଗ୍ୟାସୀକରଣ ଭିତ୍ତିଭୂମିର ବୃଦ୍ଧି, ସିଟି ଗ୍ୟାସ ବଣ୍ଟନ ନେଟୱାର୍କର ସମ୍ପ୍ରସାରଣ ଏବଂ ସମୟସୀମା ମଧ୍ୟରେ ପାଇପଲାଇନ୍ ଏବଂ ଶେଷ ମାଇଲ୍ ସଂଯୋଗ ଅନୁମୋଦନ ମାଧ୍ୟମରେ ସରକାର ଏଲପିଜିର ଶିଳ୍ପ ପ୍ରତିସ୍ଥାପନକୁ ମଧ୍ୟ ସହଜ କରୁଛନ୍ତି।

ବୈଠକରେ ଆଗାମୀ ରବି ଋତୁ ପାଇଁ ଆବଶ୍ୟକ ସାରର ପରିମାଣ ଉପରେ ଆକଳନ କରାଯାଇଥିଲା ଏବଂ ସାରର ବିକଳ୍ପ ଉତ୍ସ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ।

ସଂଘର୍ଷପୂର୍ଣ୍ଣ କ୍ଷେତ୍ରରେ ଘରୋଇ ଏବଂ ବିଦେଶୀ ପତାକା ଲାଗିଥିବା ଜାହାଜରେ ସେବା କରୁଥିବା ନାବିକମାନଙ୍କ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନାବିକ ଏବଂ ସେମାନଙ୍କ ପରିବାରକୁ ସମୟୋଚିତ ସୂଚନା, ଜରୁରୀକାଳୀନ ସହାୟତା ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂଘର୍ଷର ପ୍ରଭାବରୁ ନାଗରିକ ଏବଂ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଉଚିତ।

ଶକ୍ତି ସ୍ୱାଧୀନତା ସୁନିଶ୍ଚିତ କରିବା ପାଇଁ, ସୌର ଶକ୍ତି ଏବଂ ଅନ୍ୟାନ୍ୟ ଅଣ-ଜୀବାଶ୍ମ-ଇନ୍ଧନ ଆଧାରିତ ଉତ୍ସ ସମେତ ନବୀକରଣୀୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସଙ୍କଟ ଯୋଗୁଁ ଉପୁଜିଥିବା ଆହ୍ଵାନର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ନାଗରିକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପଗୁଡ଼ିକର ତ୍ୱରିତ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିକାଶର ନିୟମିତ ତଦାରଖ ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ସ୍ଥାପନ କରାଯିବା ଆବଶ୍ୟକ।

 

****

SSP


(रिलीज़ आईडी: 2292120) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , हिन्दी , Marathi , Gujarati , Kannada , Malayalam