ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁରୁ ପୂର୍ଣ୍ଣିମା ଅବସରରେ ଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋକପାତ କରୁଥିବା ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 29 JUL 2026 8:20AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ସେ କହିଥିଲେ ଯେ, ଜ୍ଞାନ ପ୍ରଦାନ କରିବା ସହିତ ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି ଏବଂ ଉତ୍ତମ ଚିନ୍ତାଧାରା ମୂଲ୍ୟବୋଧ ମାଧ୍ୟମରେ ସେମାନଙ୍କୁ ରୂପ ପ୍ରଦାନ କରିଥାନ୍ତି ନିଜ ଗୁରୁଙ୍କ ଆଦର୍ଶକୁ ନିଜ ଜୀବନରେ ଏକ ମାର୍ଗଦର୍ଶକ ଶକ୍ତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ କରିଛନ୍ତି –

‘‘ପ୍ରେରକଃ ସୂଚକଶ୍ଚୈବ ବାଚକୋ ଦର୍ଶକସ୍ତଥା ।

ଶିକ୍ଷକଃ ବୌଧକଶ୍ଚୈବ ଷଡେତେ ଗୁରବଃ ସ୍ମୃତାଃ ।।’’

ସୁଭାଶିତମ୍ ସୂଚିତ କରେ ଯେ ଯିଏ ସଠିକ୍ ଦିଗ ପ୍ରଦାନ କରେ, ଜ୍ଞାନ ଏବଂ ସତ୍ୟ ପ୍ରଦାନ କରେ, ଧାର୍ମିକ ପଥ ପ୍ରଦର୍ଶନ କରେ, ଶିକ୍ଷା ପ୍ରଦାନ କରେ ଏବଂ ଜୀବନରେ ସତ୍ୟର ବୁଝାମଣା ଜାଗ୍ରତ କରେ, ଆତ୍ମ-ବିକାଶ ପାଇଁ ପଥ ପରିଷ୍କାର କରେ । ଏଗୁଡ଼ିକୁ ଗୁରୁଙ୍କର ଛଅଟି ରୂପ ଭାବେ ବିବେଚନା କରାଯାଏ

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଗୁରୁ ତାଙ୍କ ଶିଷ୍ୟମାନଙ୍କୁ ଜ୍ଞାନ ତଥା ସକାରାତ୍ମକ ଶକ୍ତି ପ୍ରଦାନ କରନ୍ତି ଏବଂ ସେମାନଙ୍କୁ ଉତ୍ତମ ଚିନ୍ତାଧାରା ଏବଂ ଉତ୍ତମ ଆଚରଣ ସହିତ ଶିକ୍ଷିତ କରନ୍ତି । ଆସନ୍ତୁ ଆମେ ତାଙ୍କ ଆଦର୍ଶକୁ ଆମ ଜୀବନର ଶକ୍ତି କରିବା

‘‘ପ୍ରେରକଃ ସୂଚକଶ୍ଚୈବ ବାଚକୋ ଦର୍ଶକସ୍ତଥା ।

ଶିକ୍ଷକଃ ବୌଧକଶ୍ଚୈବ ଷଡେତେ ଗୁରବଃ ସ୍ମୃତାଃ ।।’’

 

HS


(रिलीज़ आईडी: 2290932) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam