ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଣ୍ଡୱାନୀ ଗାୟିକା ତୀଜନ ବାଇଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
प्रविष्टि तिथि:
05 JUL 2026 12:07PM by PIB Bhubaneswar
ପ୍ରସିଦ୍ଧ ପଣ୍ଡୱାନୀ ଗାୟିକା ତୀଜନ ବାଇଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ତୀଜନ ବାଇ ନିଜର ଭବ୍ୟ ପରିବେଷଣ ମାଧ୍ୟମରେ ଛତିଶଗଡ଼ର ପଣ୍ଡୱାନୀ ଲୋକକଳାକୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି:
“ପ୍ରସିଦ୍ଧ ପଣ୍ଡୱାନୀ ଗାୟିକା ତୀଜନ ବାଇଙ୍କ ପରଲୋକ ଖବର ପାଇ ଅତ୍ୟନ୍ତ ଦୁଃଖିତ। ସେ ନିଜର ଭବ୍ୟ ପରିବେଷଣ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ତାଙ୍କ ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଶୋକର ଘଡ଼ିରେ ମୋର ସମବେଦନା ତାଙ୍କ ପରିବାରବର୍ଗ ଏବଂ ଅସଂଖ୍ୟ ପ୍ରଶଂସକଙ୍କ ସହ ରହିଛି। ଓଁ ଶାନ୍ତି!”
— ନରେନ୍ଦ୍ର ମୋଦୀ (@narendramodi) ଜୁଲାଇ 5, 2026
*****
MT
(रिलीज़ आईडी: 2285328)
आगंतुक पटल : 21
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam