PIB Backgrounder
azadi ka amrit mahotsav

ଭାରତ-ଅଷ୍ଟ୍ରେଲିଆ ବେସାମରିକ ପରମାଣୁ ସହଯୋଗ


ଭାରତର ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମ ପାଇଁ ଦୀର୍ଘକାଳୀନ ଅଷ୍ଟ୍ରେଲୀୟ ୟୁରାନିୟମ ସୁରକ୍ଷିତ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥା ସ୍ୱାକ୍ଷରିତ ହୋଇଛି

प्रविष्टि तिथि: 14 JUL 2026 4:01PM by PIB Bhubaneswar

ଭାରତର ଦୀର୍ଘକାଳୀନ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ଇନ୍ଧନ ଯୋଗାଇବା

୯ ଜୁଲାଇ ୨୦୨୬ରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ପରିଚିତ ।    ଉଭୟ ଦେଶ ସେମାନଙ୍କର ବ୍ୟାପକ ରଣନୈତିକ ସହଭାଗିତାକୁ ପୁନଃନିର୍ମାଣ କରିଥିଲେ । ଏହି ଶିଖର ସମ୍ମିଳନୀ ସାମୁଦ୍ରିକ ସୁରକ୍ଷା, ଶକ୍ତି ସୁରକ୍ଷା, ସାଇବର ସହଯୋଗ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା, ପ୍ରାଥମିକତା କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଭଳି ଫଳାଫଳ ପ୍ରଦାନ କରିଥିଲା ।

ଶିଖର ସମ୍ମିଳନୀର ଏକ ପ୍ରମୁଖ ଫଳାଫଳ ଥିଲା ଭାରତ-ଅଷ୍ଟ୍ରେଲିଆ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଅଧୀନରେ ପ୍ରଶାସନିକ ବ୍ୟବସ୍ଥାର ଚୂଡ଼ାନ୍ତକରଣ । ଏହା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ସୁରକ୍ଷା ଅଧୀନରେ ଶାନ୍ତିପୂର୍ଣ୍ଣ ଉଦେ୍ଦଶ୍ୟରେ ଭାରତକୁ ଅଷ୍ଟ୍ରେଲୀୟ ୟୁରାନିୟମର ଦୀର୍ଘକାଳୀନ ରପ୍ତାନିକୁ ସକ୍ଷମ କରିଥାଏ । ଅଷ୍ଟ୍ରେଲିଆ ବିଶ୍ୱସ୍ତରରେ ସର୍ବାଧିକ ୟୁରାନିୟମ ସମ୍ପଦ ରଖିଛି, ଯାହା ବିଶ୍ୱର ମୋଟର ଏକ ତୃତୀୟାଂଶରୁ ଅଧିକ । ଅଷ୍ଟ୍ରେଲୀୟ ୟୁରାନିୟମର ନିଶ୍ଚିତ ପ୍ରବେଶ ଭାରତର ବିସ୍ତାରିତ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ପାଇଁ ଇନ୍ଧନ ଆଧାରକୁ ମଜବୁତ କରିବ ।

ଭାରତର ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଏବଂ ପରମାଣୁ ମହାତ୍ୱାକାଂକ୍ଷା ପାଇଁ ମଧ୍ୟ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ । ଏହା ନୁ୍ୟକ୍ଲିୟର ଏନର୍ଜି ମିଶନକୁ ପରିପୂରକ କରେ, ଯାହା ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି କ୍ଷମତା ଲକ୍ଷ୍ୟ ରଖିଛି । ଏହା ଡିସେମ୍ବର ୨୦୨୫ରେ ପ୍ରଣୀତ ଭାରତର ରୂପାନ୍ତରଣ ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତିକରଣ (ଶାନ୍ତି) ଆଇନକୁ ମଧ୍ୟ ସୁଦୃଢ଼ କରେ । ଏହି ଆଇନ ଭାରତୀୟ ଘରୋଇ କମ୍ପାନୀ ଏବଂ ଯୌଥ ଉଦ୍ୟୋଗ ଦ୍ୱାରା ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ, ମାଲିକାନା ଏବଂ ପରିଚାଳନାରେ ଅଂଶଗ୍ରହଣକୁ ସକ୍ଷମ କରିଥାଏ । ନିଶ୍ଚିତ ଦୀର୍ଘକାଳୀନ ୟୁରାନିୟମ ଯୋଗାଣ ଡେଭଲପର, ନିବେଶକ ଏବଂ ଶିଳ୍ପକୁ ଅଧିକ ଆତ୍ମବିଶ୍ୱାସ ପ୍ରଦାନ କରେ, ସମୟୋଚିତ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ସମର୍ଥନ କରେ । ଶାନ୍ତି ଆଇନ ଏବଂ ପ୍ରଶାସନିକ ବ୍ୟବସ୍ଥା ଶକ୍ତି ସୁରକ୍ଷା ପାଇଁ ପରମାଣୁ ଶକ୍ତି ବିସ୍ତାର ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆବଶ୍ୟକ ନୀତିଗତ ଢାଞ୍ଚା ପ୍ରଦାନ କରେ ଏବଂ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରେ ।   

 

ଭାରତର ପରମାଣୁ ଶକ୍ତି ଦୃଶ୍ୟପଟ୍ଟ

ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଭାରତ ଏହାର ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ସ୍ଥିର ଭାବରେ ବିସ୍ତାର କରୁଛି । ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଦୀର୍ଘକାଳୀନ ଯୋଜନା ଦ୍ୱାରା ସମର୍ଥିତ, ପରମାଣୁ ଶକ୍ତି ଭାରତର କମ୍-କାର୍ବନ ଶକ୍ତି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

-ଭାରତ ବର୍ତ୍ତମାନ ସାତୋଟି ସ୍ଥାନରେ ୨୪ଟି ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରୁଛି ଯାହାର ମୋଟ ସ୍ଥାପିତ କ୍ଷମତା ୮.୭୮ ଗିଗାୱାଟ ଅଟେ ।

-୮୦୦୦ ମେଗାୱାଟର ମିଳିତ କ୍ଷମତା ସହିତ ଦଶଟି ଆଉ ରିଆକ୍ଟର ୟୁନିଟ ନିର୍ମାଣାଧୀନ ଅଛି । ୧୦ଟି ଅତିରିକ୍ତ ରିଆକ୍ଟର ପାଇଁ ପ୍ରାକ୍-ପ୍ରକଳ୍ପ କାର୍ଯ୍ୟକଳାପ ମଧ୍ୟ ଚାଲିଛି ।

-ଏହି ରିଆକ୍ଟର ଗୁଡ଼ିକ ହେଉଛି ଚାପଯୁକ୍ତ ଭାରୀ ଜଳ ରିଆକ୍ଟର, ଫୁଟୁଥିବା ଜଳ ରିଆକ୍ଟର ଏବଂ ହାଲୁକା ଜଳ ରିଆକ୍ଟର ।

-ଭାରତ ମୁଖ୍ୟତଃ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଚାପଯୁକ୍ତ ଭାରୀ ଜଳ ରିଆକ୍ଟର ଚଲାଇବା ପାଇଁ ପ୍ରାକୃତିକ ୟୁରାନିୟମ ଇନ୍ଧନ ବ୍ୟବହାର କରେ । ପ୍ଲୁଟୋନିୟମ ଏକ ଉପ-ଉତ୍ପାଦ ଭାବେ ଉତ୍ପାଦିତ ହୁଏ ।

-ଅଷ୍ଟ୍ରେଲୀୟ ୟୁରାନିୟମ ଏହି ରିଆକ୍ଟର ଗୁଡ଼ିକୁ ଚଲାଇବା ପାଇଁ ପ୍ରାଥମିକ ଇନ୍ଧନର ସ୍ଥିର ଯୋଗାଣ ସୁନିଶ୍ଚିତ କରିବ ।

-ଭାରତର ଦୀର୍ଘକାଳୀନ ରଣନୀତି ଏହାର ପ୍ରଚୁର ଥୋରିୟମ ଭଣ୍ଡାରକୁ ଭବିଷ୍ୟତର ପରମାଣୁ ଇନ୍ଧନ ପାଇଁ ବ୍ୟବହାର କରିବା ଉପରେ କେନ୍ଦ୍ରିତ, ଯାହା ମୁଖ୍ୟତଃ କେରଳ,ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଉପକୂଳ ବାଲିରେ ମିଳିଥାଏ । କିନ୍ତୁ ପ୍ରାକୃତିକ ଭାବରେ ଘଟୁଥିବା ଥୋରିୟମକୁ ପ୍ରଥମେ ଏକ ପରମାଣୁ ରିଆକ୍ଟର ଭିତରେ ନୁ୍ୟଟ୍ରନ ଅବଶୋଷଣ ଦ୍ୱାରା ବିଭାଜିତ କରିବା ପଡ଼ିବ ।

-ପ୍ଲୁଟୋନିୟମ ବ୍ୟବହାର କରିବା ଏବଂ ଥୋରିୟମ ଆଧାରିତ ରିଆକ୍ଟରକୁ ପରିବର୍ତ୍ତନକୁ ସମର୍ତନ କରିବା ପାଇଁ ଭାରତ ଫାଷ୍ଟ ବ୍ରିଡର ରିଆକ୍ଟରକୁ ଆଗକୁ ବଢ଼ାଉଛି । -ସରକାର ସ୍ୱଦେଶୀ କ୍ଷୁଦ୍ର ମଡୁ୍ୟଲାର ରିଆକ୍ଟରର ଗବେଷଣା, ଡିଜାଇନ, ବିକାଶ ଏବଂ ନିୟୋଜନ ପାଇଁ କେନ୍ଦ୍ର ବଜେଟ ୨୦୨୫-୨୬ରେ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

-ଏସଏମଆର ସାଧାରଣତଃ ୩୦୦ ମେଗାୱାଟ ପର୍ଯ୍ୟନ୍ତ ବିଦୁ୍ୟତ ଉତ୍ପାଦନ କରେ । ସେମାନଙ୍କର କମ୍ପାକ୍ଟ,ମଡୁ୍ୟଲାର ଡିଜାଇନ,କାରଖାନା -ଆଧାରିତ ଉତ୍ପାଦନ, ଦ୍ରୁତ ନିର୍ମାଣ, ଉନ୍ନତ ଗୁଣବତ୍ତା ଏବଂ ପର୍ଯ୍ୟାୟକ୍ରମେ ନିୟୋଜନକୁ ସକ୍ଷମ କରିଥାଏ ।

-ସରକାର ୨୦୩୩ ସୁଦ୍ଧା ଅତି କମରେ ପାଞ୍ଚଟି ସ୍ୱଦେଶୀ ଏସଏମଆରକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 

ଉନ୍ନତ ରିଆକ୍ଟର ପ୍ରଯୁକ୍ତିବିଦ୍ୟା ଏବଂ ଘରୋଇ ଉଦ୍ଭାବନରେ ନିରନ୍ତର ନିବେଶ ସହିତ, ପରମାଣୁ ଶକ୍ତି ଭାରତର ଭବିଷ୍ୟତର ଶକ୍ତି ମିଶ୍ରଣର ଏକ ନିଭରଯୋଗ୍ୟ ସ୍ତମ୍ଭ ଭାବରେ ଉଭା ହେଉଛି ।

  ଆପଣ ଜାଣିଛନ୍ତି କି?

କଳ୍ପକ୍କମରେ ଭାରତର ସ୍ୱଦେଶୀ ଭାବରେ ନିର୍ମିତ ୫୦୦ ମେଗାୱାଟ ଇଲେକ୍ଟ୍ରିକ୍ ପ୍ରୋଟୋଟାଇପ ଫାଷ୍ଟ ବ୍ରିଡର ରିଆକ୍ଟର ୬ ଏପ୍ରିଲ ୨୦୨୬ରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣତା ହାସଲ କରିଥିଲା, ଯାହା ଭାରତର ତିନିସ୍ତରୀୟ ପରମାଣୁ ଶକ୍ତି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭକୁ ଚିହ୍ନତ କରିଥିଲା । ପାରମ୍ପରିକ ରିଆକ୍ଟର ପରି ନୁହେଁ, ପିଏଫବିଆର ପ୍ରେସରାଇଜଡ ହେଭି ୱାଟର ରିଆକ୍ଟରର ବ୍ୟବହୃତ ଇନ୍ଧନରୁ ପ୍ରାପ୍ତ ପ୍ଲୁଟୋନିୟମ ବ୍ୟବହାର କରେ ଏବଂ ଏହାର ବ୍ୟବହାର ଅପେକ୍ଷା ଅଧିକ ପରମାଣୁ ଇନ୍ଧନ ଉତ୍ପାଦନ କରିବା ପାଇଁ ଡିଜାଇନ କରାଯାଇଛି । ଏହା ଶେଷରେ ଥୋରିୟମରୁ ୟୁରାନିୟମ -୨୩୩ ପ୍ରଜନନ କରିବ, ଭବିଷ୍ୟତ ପାଇଁ ପ୍ରସ୍ତୁତ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଭାରତର ବିଶାଳ ଥୋରିୟମ ଭଣ୍ଡାରକୁ ଅନଲକ୍ କରିବ । ପରମାଣୁ ଶକ୍ତି ବିଭାଗ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ, ଏହି ରିଆକ୍ଟର ଏକ ପ୍ରମୁଖ ମାଇଲଖୁଣ୍ଟ, ଭାରତର ନିର୍ଭରଯୋଗ୍ୟ ଇନ୍ଧନ ଯୋଗାଣକୁ ସୁଦୃଢ଼ କରିବା, ଆମଦାନୀ ହୋଇଥିବା ୟୁରାନିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ୨୦୭୦ ସୁଦ୍ଧା ଦେଶର ନେଟ୍ ଶୂନ୍ୟ ମହତ୍ୱାକାଂକ୍ଷାକୁ ଆଗକୁ ବଢ଼ାଇବା । ଅଧିକ ପଢ଼ିବାକୁ କ୍ଲିକ୍ କରନ୍ତୁ: ଭାରତର ପରମାଣୁ ଯାତ୍ରାରେ ଏକ ନୂତନ ଅଧ୍ୟାୟ ।

 

ଭାରତ -ଅଷ୍ଟ୍ରେଲିଆ ପରମାଣୁ ସହଯୋଗରେ ଏକ ନୂତନ ଅଧ୍ୟାୟ

ଭାରତ-ଅଷ୍ଟ୍ରେଲିଆର ବେସାମରିକ ପରମାଣୁ ସହଭାଗିତା ସେପ୍ଟେମ୍ବର ୨୦୧୪ରେ ସ୍ୱାକ୍ଷରିତ ଏବଂ ନଭେମ୍ବର ୨୦୧୫ରେ କାର୍ଯ୍ୟକାରୀ ହୋଇଥିବା ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମାରେ ନିହତ ।

-୯ ଜୁଲାଇ ୨୦୨୬ରେ ଉଭୟ ଦେଶ ପ୍ରଶାସନିକ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିଥିଲେ, ଚୁକ୍ତିନାମାକୁ କାର୍ଯ୍ୟକାରୀ କରିଥିଲେ ।

-ଏହି ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଉଦେ୍ଦଶ୍ୟରେ ଭାରତକୁ ଅଷ୍ଟ୍ରେଲୀୟ ୟୁରାନିୟମର ଦୀର୍ଘକାଳୀନ ରପ୍ତାନିକୁ ସକ୍ଷମ କରିଥାଏ ।

-ଅଷ୍ଟ୍ରେଲୀୟ ନୀତି ଅନୁଯାୟୀ, ୟୁରାନିୟମ କେବଳ ଏକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଦ୍ୱାରା ଆବୃତ ଦେଶଗୁଡ଼ିକୁ ରପ୍ତାନି କରାଯାଏ ।

-ଭାରତକୁ ଯୋଗାଇ ଦିଆଯାଇଥିବା ସମସ୍ତ ଅଷ୍ଟ୍ରେଲୀୟ ୟୁରାନିୟମ ଆଇଏଇଏ ସୁରକ୍ଷା ଅଧୀନରେ ରହିବ ।

ପ୍ରଶାସନିକ ବ୍ୟବସ୍ଥା ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ସ୍ଥାପନ କରେ ଏବଂ ଉଭୟ ସରକାର ଏବଂ ଶିଳ୍ପ ମଧ୍ୟରେ ସହଯୋଗ ପାଇଁ ଏକ ସ୍ଥିର, ଦୀର୍ଘକାଳୀନ ଢାଞ୍ଚା ପ୍ରଦାନ କରେ ।

-ଏହି ବ୍ୟବସ୍ଥା ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ଶକ୍ତି ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରେ ଏବଂ ଆଗାମୀ ଦଶନ୍ଧିଗୁଡ଼ିକରେ ଶାନ୍ତିପୂର୍ଣ୍ଣ ପରମାଣୁ ସହଯୋଗ ପାଇଁ ଏକ ନିର୍ଭରଯୋଗ୍ୟ ଭିତ୍ତିଭୂମି ପ୍ରଦାନ କରେ ।

-ଅଷ୍ଟ୍ରେଲିଆ ମଧ୍ୟ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ରେ ଭାରତର ସଦସ୍ୟତା ପାଇଁ ନିଜର ସମର୍ଥନକୁ ପୁନଃନିର୍ଦ୍ଦିଷ୍ଟ କରିଛି ।

 

ଏହି ପ୍ରଶାସନିକ ବ୍ୟବସ୍ଥା ପାରସ୍ପରିକ ବିଶ୍ୱାସକୁ ସୁଦୃଢ଼ କରିଥାଏ ଏବଂ ନିରନ୍ତର ସହଯୋଗ ପାଇଁ ଏକ ନିରନ୍ତର ସ୍ଥିର ଭିତ୍ତିଭୂମି ସୃଷ୍ଟି କରିଥାଏ । ଏହା ନିରାପଦ ଏବଂ ବିବିଧ ଶକ୍ତିଯୋଗାଣକୁ ସମର୍ଥନ କରିବା ସହିତ ଭାରତ-ଅଷ୍ଟ୍ରେଲିଆ ସହଭାଗୀର ରଣନୈତିକ ଦିଗକୁ ମଧ୍ୟ ବିସ୍ତାର କରିଥାଏ ।

 

ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)

ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ହେଉଛି ୪୮ଟି ପରମାଣୁ ଯୋଗାଣକାରୀ ଦେଶର ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଯାହା ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ପରମାଣୁ ସାମଗ୍ରୀ, ଉପକରଣ ଏବଂ ସମ୍ପର୍କିତ ପ୍ରଯୁକ୍ତିର ରପ୍ତାନି ନିୟନ୍ତ୍ରଣ କରୁଥିବା ସାଧାରଣ ନିଦେ୍ର୍ଦଶାବଳୀ କାର୍ଯ୍ୟକାରୀ କରି ପରମାଣୁ ଅସ୍ତ୍ର ପ୍ରସାରକୁ ରୋକିବାକୁ ଚେଷ୍ଟା କରିଥାଏ ।

 

ଏହା ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ଭାରତ-ଅଷ୍ଟ୍ରେଲିଆ ବେସାମରିକ ପରମାଣୁ ଚୁକ୍ତିନାମା ଭାରତର ଦୀର୍ଘକାଳୀନ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରେ, ୟୁରାନିୟମ ଆମଦାନୀକୁ ବିବିଧ କରେ ଏବଂ ଭାରତ -ପ୍ରଶାନ୍ତ ମହାସାଗରରେ ବ୍ୟାପକ ରଣନୈତିକ ସହଭାଗିତାକୁ ଗଭୀର କରେ ।

-ଶକ୍ତି ସୁରକ୍ଷା: ଏହି ବ୍ୟବସ୍ଥା ରିଆକ୍ଟରଗୁଡ଼ିକର ବିସ୍ତାରିତ ଫ୍ଲିଟ ପାଇଁ ଇନ୍ଧନର ଏକ ଦୀର୍ଘକାଳୀନ ଯୋଗାଣ ସୁନିଶ୍ଚିତ କରେ । ପରମାଣୁ ଶକ୍ତି ନିର୍ଭରଯୋଗ୍ୟ ବେସଲୋଡ ଉତ୍ପାଦନ ପ୍ରଦାନ କରେ,ଯାହା ସବୁ ସମୟରେ ଉପଲବ୍ଧ, ଯାହା ଗୀଡକୁ ସ୍ଥିରତା ପ୍ରଦାନ କରେ ଏବଂ ସୌର ଏବଂ ପବନ ଶକ୍ତିର ପରିବର୍ତ୍ତନଶୀଳ ଉତ୍ପାଦନକୁ ପରିପୂରକ କରେ ।

-ସ୍ୱଚ୍ଛ ଶକ୍ତି: ପରମାଣୁ ଶକ୍ତି ଏକ କମ୍-କାର୍ବନ ଉତ୍ସ୍ ଯାହା ଭାରତର ଅଣ-ଜୀବାଶ୍ମ ଶକ୍ତି ମିଶ୍ରଣରେ ଦୃଢ଼ କ୍ଷମତା ଯୋଡ଼େ । ଏହା ଶିଳ୍ପ, ଡାଟା ସେଣ୍ଟର,ଏବଂ ଡିଜିଟାଲ ଅର୍ଥନୀତିର ବର୍ଦ୍ଧିତ ଶକ୍ତି ଆବଶ୍ୟକତାକୁ ସମର୍ଥନ କରିବା ସହିତ କୋଇଲା ଦ୍ୱାରା ପରିବେଷିତ ଚାହିଦାକୁ କ୍ରମାଗତ ଭାବେ ପୂରଣ କରିପାରିବ ।

-ଜାତୀୟ ଭାବରେ ନିର୍ଦ୍ଧାରିତ ଅବଦାନ (ଏନଡିସି) ଏବଂ ନେଟ ଶୂନ୍ୟ: ଭାରତ ୨୦୭୦ ସୁଦ୍ଧା ନେଟ୍-ଶୂନ୍ୟ ନିର୍ଗମନ ହାସଲ କରିବାକୁ ପ୍ରତିବଦ୍ଧ ହୋଇଛି ଏବଂ ଅଣ-ଜୀବାଶ୍ମ କ୍ଷମତାର ଅଧିକ ଅଂଶ ସମେତ ଏହାର ଜଳବାୟୁ ଲକ୍ଷ୍ୟକୁ କ୍ରମାଗତ ଭାବରେ ବୃଦ୍ଧି କରିଛି । ପରମାଣୁ ଇନ୍ଧନର ଏକ ସୁରକ୍ଷିତ ଯୋଗାଣ ସ୍ୱଚ୍ଛ ଏବଂ ନିଭରଯାଗ୍ୟ ଉତ୍ପାଦନର ପ୍ରସାରକୁ ସକ୍ଷମ କରି ଏହି ପରିବର୍ତ୍ତନକୁ ସମର୍ଥନ କରେ ।

-ଭାରତ ଏକ ଦାୟିତ୍ୱପୂର୍ଣ୍ଣ ପରମାଣୁ ଶକ୍ତି ଭାବରେ : ଅଷ୍ଟ୍ରେଲିଆର ୟୁରାନିୟମ ଯୋଗାଣ ନିଷ୍ପତ୍ତି ଭାରତର ଦୃଢ଼ ଅପ୍ରସାର ରେକର୍ଡ ଏବଂ ପରମାଣୁ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ବିଶ୍ୱାସକୁ ପ୍ରତିଫଳିତ କରେ ।

ଏହି ବ୍ୟବସ୍ଥା ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତିବିଦ୍ୟା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗରେ ଏକ ଦୃଢ଼ ଶକ୍ତି ସ୍ତମ୍ଭ ଯୋଡ଼ି ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରୁଛି ।

 

ଆପଣ ଜାଣିଛନ୍ତି କି?

ଭାରତ ଶାନ୍ତିପୂର୍ଣ୍ଣ ଉଦେ୍ଦଶ୍ୟରେ ବେସାମରିକ ପରମାଣୁ ସହଯୋଗ ଉପରେ ୧୮ଟି ଦେଶ ସହିତ ଆନ୍ତଃସରକାରୀ ଚୁକ୍ତିନାମା (ଆଇଜିଏ) ସ୍ୱାକ୍ଷର କରିଛି ।

 

ଆଗକୁ ରାସ୍ତା

ପ୍ରଶାସନିକ ବ୍ୟବସ୍ଥା ହେଉଛି ଏକ ବ୍ୟବହାରିକ ପଦକ୍ଷେପ ଯାହାର ସୁଦୂରପ୍ରସାରୀ ଲାଭ ରହିଛି । ଅର୍ଥନୀତି ପାଇଁ, ଏହା ଅଭିବୃଦ୍ଧି,  ଉତ୍ପାନ ଏବଂ ଡିଜିଟାଲ ଭିତ୍ତିଭୂମି ପାଇଁ ସ୍ୱଚ୍ଛ ଏବଂ ଦୃଢ଼ ଶକ୍ତି ସୁରକ୍ଷିତ କରିବାରେ ସାହାଯ୍ୟ କରେ । ଶକ୍ତି ସୁରକ୍ଷା ପାଇଁ, ଏହା ଭାରତର ଇନ୍ଧନ ଯୋଗାଣକୁ ବିବିଧ କରିଥାଏ ଏବଂ ଶକ୍ତି ବ୍ୟବସ୍ଥାର ମୂଳଦୁଆକୁ ମଜବୁତ କରିଥାଏ । ଏହି ଗତି ପୂର୍ବରୁ ସ୍ପଷ୍ଟ,କଳ୍ପକମ୍ରେ ପିଏଫବିଆର ଭଳି ମାଇଲଖୁଣ୍ଟ ପ୍ରଥମ ଗୁରୁତ୍ୱପୂର୍ଣ୍ଣତା ହାସଲ କରିଛି । ଦ୍ୱିପାକ୍ଷିକ ସହଭାଗୀତା ପାଇଁ, ଶକ୍ତି ଏବେ ଏକ ବ୍ୟାପକ ଏବଂ ଗଭୀର ସମ୍ପର୍କରେ ଯୋଗଦାନ କରୁଛି । ସହଭାଗୀ ସ୍ୱାର୍ଥ ଏବଂ ପାରସ୍ପରିକ ବିଶ୍ୱାସରେ ଆବଦ୍ଧ, ଭାରତ ଏବଂ ଅଷ୍ଟ୍ରେଲିଆ  ଆଗାମୀ ବର୍ଷ ଗୁଡ଼ିକରେ ସେମାନଙ୍କର ସହଯୋଗକୁ ବିସ୍ତାର କରିବା ପାଇଁ ଭଲ ସ୍ଥାନରେ ଅଛନ୍ତି, ଭାରତର ସ୍ୱଚ୍ଛ ଶକ୍ତି ପ୍ରୟାସକୁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଥିବା ୟୁରାନିୟମର ନିର୍ଭରଯୋଗ୍ୟ ଯୋଗାଣ ସହିତ । 

SR


(रिलीज़ आईडी: 2285319) आगंतुक पटल : 20
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Manipuri , Assamese , Punjabi , Gujarati , Tamil