ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିକଶିତ ଭାରତ ୨୦୪୭ ଗଠନରେ ଯୁବଶକ୍ତିର ଭୂମିକା ସମ୍ପର୍କିତ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUN 2026 2:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି।

 

ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୨ ବର୍ଷ ଧରି ଭାରତର ପରିବର୍ତ୍ତନ କାହାଣୀ ମଧ୍ୟ ତାର ଯୁବଶକ୍ତିର କାହାଣୀ। ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ଦକ୍ଷତା ବିକାଶ, ନବସୃଜନ ଓ ଉଦ୍ୟମିତା କ୍ଷେତ୍ରରେ ଅଭୂତପୂର୍ବ ବିନିଯୋଗର ସହାୟତାରେ ଅମୃତ ପିଢ଼ିପାଇଁ ନିଜ ସ୍ୱପ୍ନ ସାକାର କରିବା ଏବଂ ରାଷ୍ଟ୍ର ଗଠନରେ ଅବଦାନ ରଖିବା ନିମନ୍ତେ ବିଭିନ୍ନ ସୁଯୋଗ ସୃଷ୍ଟି କରାଯାଉଛି।

 

ପ୍ରବନ୍ଧରେ ବିକଶିତ ଭାରତ ୨୦୪୭ଗଠନରେ ଭାରତର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:

 

ଗତ ୧୨ ବର୍ଷ ଧରି ଭାରତ ପରିବର୍ତ୍ତନର କାହାଣୀ ମଧ୍ୟ ତାର ଯୁବପିଢିଙ୍କ କାହାଣୀ। ଆମର ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ଦକ୍ଷତା ବିକାଶ, ନବସୃଜନ ଓ ଉଦ୍ୟମିତା କ୍ଷେତ୍ରରେ ଅଭୂତପୂର୍ବ ବିନିଯୋଗ ମାଧ୍ୟମରେ ଆମେ ଅମୃତ ପିଢ଼ିପାଇଁ ସେମାନଙ୍କ ସ୍ୱପ୍ନ ସାକାର କରିବା ଏବଂ ରାଷ୍ଟ୍ର ଗଠନରେ ଅବଦାନ ରଖିବାର ସୁଯୋଗ ସୃଷ୍ଟି କରୁଛୁ।

 

ବିକଶିତ ଭାରତ ୨୦୪୭ ଗଠନରେ ଯୁବ ଭାରତର ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ @mansukhmandviyaଙ୍କ ଏହି ପ୍ରବନ୍ଧ ଅତ୍ୟନ୍ତ ତଥ୍ୟବହୁଳ ଓ ପ୍ରେରଣାଦାୟକ।

 

— PMO India (@PMOIndia) ଜୁନ୍ 18, 2026

 

*****

MT


(रिलीज़ आईडी: 2283167) आगंतुक पटल : 11
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam