ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

प्रविष्टि तिथि: 17 JUN 2026 6:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଭିଆନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷା ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

ଜାନୁଆରୀ ୨୦୨୬ ରେ ଭାରତରେ ଅନୁଷ୍ଠିତ ଐତିହାସିକ ୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀକୁ ମନେ ପକାଇ, ଏହି ନେତାମାନେ ଭାରତ- ୟୁରୋପୀୟ ସଂଘ ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ସ୍ୱାଗତ କରିଥିଲେ। ସେମାନେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସଂପର୍କିତ ଆଲୋଚନାର ସଫଳ ପରିସମାପ୍ତିକୁ ଏକ ଐତିହାସିକ ସଫଳତା ବୋଲି କହିଥିଲେ ଏବଂ ଏହାର ଶୀଘ୍ର ସ୍ୱାକ୍ଷର ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଏହା ବାଣିଜ୍ୟ ଏବଂ ନିବେଶ ପାଇଁ ବିସ୍ତୃତ ସୁଯୋଗ ଖୋଲିବ ତଥା ବର୍ତ୍ତମାନର ଅଶାନ୍ତ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଯୋଗାଣ ଶୃଙ୍ଖଳର ବିବିଧତାକୁ ବୃଦ୍ଧି କରିବ।

ବିଶ୍ୱର ଦୁଇ ସର୍ବବୃହତ ଗଣତନ୍ତ୍ର ରୂପେ, ମୁକ୍ତ ବଜାର ଅର୍ଥନୀତି ଏବଂ ବିବିଧତାପୂର୍ଣ୍ଣ ସମାଜ ଭାବରେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଉପରେ ପ୍ରତିଷ୍ଠିତ। ଏହି ନେତାମାନେ ଜାନୁଆରୀ ୨୦୨୬ ରେ ଅନୁମୋଦିତ ଭାରତ-ୟୁରୋପୀୟ ସଂଘ ମିଳିତ ବ୍ୟାପକ ରଣନୈତିକ ଏଜେଣ୍ଡା କାର୍ଯ୍ୟକାରୀ କରିବାରେ ହୋଇଥିବା ପ୍ରଗତି ସମୀକ୍ଷା କରିଥିଲେ ଏବଂ ସହମତ ହୋଇଥିଲେ ଯେ ଏହା ଭାରତ-ୟୁରୋପୀୟ ସଂଘରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ ଏବଂ ପାରସ୍ପରିକ ଲାଭଦାୟକ ଏବଂ ପରିବର୍ତ୍ତନକାରୀ ଫଳାଫଳ ସୁନିଶ୍ଚିତ କରିବ।

ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରି, ଏହି ନେତାମାନେ ପଶ୍ଚିମ ଏସିଆ ସାଂପ୍ରତିକ ଘଟଣାକ୍ରମକୁ ସ୍ୱାଗତ କରିଥିଲେ। ସେମାନେ ଏକ ସୁଦୃଢ଼ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ସମାନ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ ଯାହା ଶାନ୍ତି ଏବଂ ସ୍ଥିରତା, ସମୃଦ୍ଧି ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରେ।

 

TKM


(रिलीज़ आईडी: 2274337) आगंतुक पटल : 5
इस विज्ञप्ति को इन भाषाओं में पढ़ें: Gujarati , English , Urdu , Marathi , हिन्दी , Assamese , Tamil , Telugu , Malayalam