ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବସୃଜନ ଏବଂ ଉଦ୍ୟମିତାରେ ବିବିଧତାର ଭୂମିକା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2026 8:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ନବସୃଜନ ଏବଂ ଉଦ୍ୟୋମିତା କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଏକ ସ୍ୱତନ୍ତ୍ର ଚିନ୍ତାଧାରା ଏବଂ ଏକ ଅଭିନବ ସୃଜନଶୀଳ ଦୂରଦୃଷ୍ଟି ରହିଛି ଏବଂ ଏହି ବିବିଧତା ହିଁ ନୂତନ ସମ୍ଭାବନା ସୃଷ୍ଟି କରିଥାଏ ସେ ଉଲ୍ଲେଖ କରିଥିଲେ ଯେ ଯେପରି ପ୍ରତ୍ୟେକ ଜଳ ଉତ୍ସର ସ୍ୱାଦ ଭିନ୍ନ, ସେହିପରି ପ୍ରତ୍ୟେକ ପ୍ରତିଭାର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଏବଂ ଯୋଗଦାନ ରହିଛି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିବିଧ ବିଚାର ଏବଂ ସାମର୍ଥ୍ୟର ସମନ୍ୱୟ ଦ୍ୱାରା ନବସୃଜନ ଏବଂ ପ୍ରଗତି ସମ୍ଭବ ହୋଇପାରିବ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି

‘‘ପିଣ୍ଡେ ପିଣ୍ଡେ ମତିଭିନ୍ନା କୁଣ୍ଡେ କୁଣ୍ଡେ ନବଂ ପୟଃ ।

ଜାତୌ ଜାତୌ ନବାଚାରାଃ ନବା ବାଣୀ ମୁଖେ ମୁଖେ ।।’’

ସୁଭାଶିତମ୍ ସୂଚିତ କରେ ଯେ ନବସୃଜନ ଏବଂ ଉଦ୍ୟୋଗ କ୍ଷେତ୍ରରେ, ପ୍ରତ୍ୟେକ ବ୍ୟକ୍ତିର ଏକ ଭିନ୍ନ ଚିନ୍ତାଧାରା ଏବଂ ଏକ ଅନନ୍ୟ ସୃଜନଶୀଳ ଦୃଷ୍ଟି ଥାଏ, ଏବଂ ଏହି ବିବିଧତା ନୂତନ ସମ୍ଭାବନାକୁ ଜନ୍ମ ଦେଇଥାଏ ଯେପରି ପାଣିର ସ୍ୱାଦ ଗୋଟିଏ ଉତ୍ସରୁ ଅନ୍ୟ ଉତ୍ସକୁ ଭିନ୍ନ ହୋଇଥାଏ, ସେହିପରି ପ୍ରତ୍ୟେକ ପ୍ରତିଭାର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଏବଂ ଯୋଗଦାନ ରହିଛି ଏହି ବିଭିନ୍ନ ବିଚାର ଏବଂ ସାମର୍ଥ୍ୟର ମିଶ୍ରଣ ଦ୍ୱାରା ହିଁ ନବସୃଜନ ଏବଂ ପ୍ରଗତି ସମ୍ଭବ ହୋଇଥାଏ

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

‘‘ପିଣ୍ଡେ ପିଣ୍ଡେ ମତିଭିନ୍ନା କୁଣ୍ଡେ କୁଣ୍ଡେ ନବଂ ପୟଃ ।

ଜାତୌ ଜାତୌ ନବାଚାରାଃ ନବା ବାଣୀ ମୁଖେ ମୁଖେ ।।’’

HS


(ରିଲିଜ ଆଡି: 2273127) ପରିଦର୍ଶକ କାଉଣ୍ଟର : 23