ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗ ଏବଂ ସୁସ୍ଥ ବାର୍ଦ୍ଧକ୍ୟବସ୍ଥା ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 14 JUN 2026 8:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ରାଓ ଯାଦବଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି

ଏକ ଶକ୍ତିଶାଳୀ ଏବଂ ଅଧିକ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ ନାଗରିକମାନେ ଜୀବନର ସମସ୍ତ ପର୍ଯ୍ୟାୟରେ ସୁସ୍ଥ, ସକ୍ରିୟ ଏବଂ ଉତ୍ପାଦନଶୀଳ ରହିବାର ଆବଶ୍ୟକତା ଉପରେ ଏହି ପ୍ରବନ୍ଧ ଆଲୋକପାତ କରିଛି ଏହା ଗୁରୁତ୍ୱାରୋପ କରେ ଯେ ଭାରତର କାଳଜୟୀ ଜ୍ଞାନରେ ନିହିତ ଯୋଗ, ସ୍ୱାସ୍ଥ୍ୟ ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ ଏବଂ ସୁସ୍ଥ ବାର୍ଦ୍ଧକ୍ୟକୁ ସମର୍ଥନ କରୁଥିବା ଏକ ଆଜୀବନ ସାଥୀ ଭାବରେ କାର୍ଯ୍ୟ କରେ ।

'ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି;

"ଯେତେବେଳେ ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ କରିବାକୁ ପ୍ରସ୍ତୁତ ହେଉଛି, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ରାଓ ଯାଦବଙ୍କ ଏକ ଶକ୍ତିଶାଳୀ ଏବଂ ଅଧିକ ବିକଶିତ ରାଷ୍ଟ୍ର ଗଠନ ପାଇଁ ନାଗରିକମାନେ ଜୀବନର ସମସ୍ତ ପର୍ଯ୍ୟାୟରେ ସୁସ୍ଥ, ସକ୍ରିୟ ଏବଂ ଉତ୍ପାଦନଶୀଳ ରହିବା ସୁନିଶ୍ଚିତ କରିବାର ଆବଶ୍ୟକତା ବିଷୟରେ ଲେଖିଛନ୍ତି

ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର କାଳଜୟୀ ଜ୍ଞାନରେ ନିହିତ ଯୋଗ ସ୍ୱାସ୍ଥ୍ୟ ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ, ଏକ ଜୀବନବ୍ୟାପୀ ସାଥୀ ଭାବରେ କାର୍ଯ୍ୟ କରେ ଯାହା ସୁସ୍ଥ ବାର୍ଦ୍ଧକ୍ୟକୁ ସମର୍ଥନ କରେ ।’’

HS


(रिलीज़ आईडी: 2272830) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam