ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଦାମନରେ ନମୋ ବିମାନବନ୍ଦରର ଆଧୁନିକ ଟର୍ମିନଲ କୋଠା ଉଦଘାଟନ କଲେ
प्रविष्टि तिथि:
05 JUN 2026 10:18PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଦାମନର ନମୋ ବିମାନବନ୍ଦରରେ ଏକ ଆଧୁନିକ ଟର୍ମିନଲ କୋଠା ଉଦଘାଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ନୂତନ ସୁବିଧା କେନ୍ଦ୍ର ଶାସିତ ଅଞ୍ଚଳର ବର୍ଦ୍ଧିତ ଭିତ୍ତିଭୂମି ଆବଶ୍ୟକତାକୁ ପ୍ରଭାବଶାଳୀ ଭାବେ ପୂରଣ କରିବ । ଶ୍ରୀ ମୋଦୀ କହିଛନ୍ତି ଯେ ଟର୍ମିନଲ କୋଠା ଏହି ଅଞ୍ଚଳରେ ପର୍ଯ୍ୟଟନ ଏବଂ ବାଣିଜି୍ୟକ କାର୍ଯ୍ୟକଳାପକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦାମନର ନମୋ ବିମାନବନ୍ଦରକୁ ଏକ ଆଧୁନିକ ଟର୍ମିନଲ କୋଠା ମିଳିଛି ଯାହା ଏହି କେନ୍ଦ୍ରଶାସିତ ଅଞ୍ଚଳର ବର୍ଦ୍ଧିତ ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବ । ଏହା ପର୍ଯ୍ୟଟନ ଏବଂ ବାଣିଜି୍ୟକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ଆଜି ସନ୍ଧ୍ୟାରେ ଟର୍ମିନଲ କୋଠା ଉଦଘାଟନ କରି ଆନନ୍ଦିତ ହୋଇଛି ।”
SR
(रिलीज़ आईडी: 2270532)
आगंतुक पटल : 3
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam