ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଶ୍ୱ ପରିବେଶ ଦିବସରେ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ଅଧୀନରେ ସୁରଟରେ ଗଛ ଲଗାଇଲେ

प्रविष्टि तिथि: 05 JUN 2026 10:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଅଧୀନରେ ସୁରଟରେ ଏକ ଗଛ ଲଗାଇଛନ୍ତି ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏକାଠି ହୋଇ ପ୍ରକୃତିକୁ ସବୁଜ କରିବା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରିବା ସକାଶେ ସେମାନଙ୍କର ସାମୁହିକ ପ୍ରତିଜ୍ଞାକୁ ଦୋହରାଇବାକୁ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ବିଶ୍ୱ ପରିବେଶ ଦିବସରେ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଅଧୀନରେ ସୁରଟରେ ଏକ ଗଛ ଲଗାଇବାର ସୌଭାଗ୍ୟ ପାଇଲି । ଆସନ୍ତୁ ଆମେ ସମସ୍ତେ ମିଶି ପ୍ରକୃତିକୁ ସବୁଜ କରିବା ପାଇଁ ଏବଂ ଆଗାମୀ ପିଢ଼ି ସକାଶେ ଏହାକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିଜ୍ଞାକୁ ଦୋହରାଇବା ।”

SR


(रिलीज़ आईडी: 2270526) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam