ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଦ୍ମ ପୁରସ୍କାର ସମାରୋହର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 MAY 2026 11:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ପୁରସ୍କାର ସମାରୋହର କିଛି ଝଲକ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସମାଜ ଓ ଜାତି ପ୍ରତି ସେମାନଙ୍କର ଅସାଧାରଣ ଅବଦାନ ପାଇଁ ସମ୍ମାନିତ କରାଯାଇଥିବାରୁ ଏହି ସମାରୋହ ଗର୍ବ, କୃତଜ୍ଞତା ଏବଂ ପ୍ରେରଣାରେ ପରିପୂର୍ଣ୍ଣ ଥିଲା।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଏଭଳି ଅସାଧାରଣ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ଶକ୍ତି ନିହିତ ରହିଛି, ଯାହାଙ୍କ କାର୍ଯ୍ୟ ଆମ ସାମୂହିକ ଯାତ୍ରାକୁ ସମୃଦ୍ଧ କରୁଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ ସିରିଜ୍ରେ କହିଛନ୍ତି:
"ଆଜି ପଦ୍ମ ପୁରସ୍କାର ସମାରୋହରେ ଯୋଗ ଦେଇଥିଲି। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସମାଜ ଓ ଆମ ଦେଶ ପ୍ରତି ସେମାନଙ୍କର ଅସାଧାରଣ ଅବଦାନ ପାଇଁ ସମ୍ମାନିତ କରାଯାଇଥିବାରୁ ଏହି ସମାରୋହ ଗର୍ବ, କୃତଜ୍ଞତା ଓ ପ୍ରେରଣାରେ ପରିପୂର୍ଣ୍ଣ ଥିଲା।
@PadmaAwards"
*****
MT
(ରିଲିଜ ଆଡି: 2268479)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam