ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୧ତମ ପ୍ରଗତି ବୈଠକ

प्रविष्टि तिथि: 27 MAY 2026 9:08PM by PIB Bhubaneswar
  • ପ୍ରଧାନମନ୍ତ୍ରୀ ରେଳ, ବିଦୁ୍ୟତ ଏବଂ ସଡ଼କ କ୍ଷେତ୍ରର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କଲେ
  • ପ୍ରାୟ ୩୦ ହଜାର କୋଟିର କ୍ରମାଗତ ନିବେଶ ସହିତ ୯ଟି ରାଜ୍ୟରେ ପ୍ରକଳ୍ପର କରାଗଲା ସମୀକ୍ଷା
  • ପ୍ରଧାନମନ୍ତ୍ରୀ କେନ୍ ବେତୱା ଲିଙ୍କ୍ ପ୍ରକଳ୍ପ ଏବଂ ସ୍ୱଚ୍ଛ ଭାରତ ମିଶନ ଅର୍ବାନ୨.୦ର ମଧ୍ୟ ସମୀକ୍ଷା କଲେ
  • ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ -ବେତୱା ନଦୀ ଆନ୍ତଃ ସଂଯୋଗ ପ୍ରକଳ୍ପ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଆନ୍ତଃ ରାଜ୍ୟ ଜଳ ସମସ୍ୟା ସମାଧାନ ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବା ଉଚିତ
  • ରାଜ୍ୟ ଗୁଡ଼ିକୁ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବର୍ଦ୍ଧନ ପ୍ଲାଣ୍ଟ ସମେତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଭିତ୍ତିଭୂମିର ସମାପ୍ତିକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
  • ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ମିଶନ -ମୋଡ ଛାତ ଉପରେ ସୌର କଭରେଜ ପାଇଁ କଲେ ଆହ୍ୱାନ
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ, ସ୍ୱଚ୍ଛ ଭାରତ ମିଶନର ସମୀକ୍ଷା ସହିତ ଆରମ୍ଭ କରି ରାଜ୍ୟ ସ୍ତରରେ ସାମାଜିକ କ୍ଷେତ୍ର ଯୋଜନା ଗୁଡ଼ିକର ମାସିକ ସମୀକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମ କରାଗଲା

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବାତୀର୍ଥରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ସୁଗମ ଭାବରେ ସମନ୍ୱିତ କରି ସକ୍ରିୟ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନକୁ ପ୍ରୋତ୍ସାହିତ କରିବା ପାଇଁ ଆଇସିଟି-ସକ୍ଷମ, ବହୁମୁଖୀ-ମୋଡାଲ ପ୍ଲାଟଫର୍ମ ପ୍ରଗତିର ୫୧ତମ ବୈଠକର ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାୟ ୩୦ ହଜାର କୋଟି ଟଙ୍କା ମୂଲ୍ୟର ନଅଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରୁଥିବା ରେଳ, ବିଦୁ୍ୟତ ଏବଂ ସଡ଼କ କ୍ଷେତ୍ରରେ ସାତଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନକଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ସମୟସୀମା, ଆନ୍ତଃ ଏଜେନ୍ସି ସମନ୍ୱୟ ଏବଂ ସମୟାନୁବର୍ତ୍ତୀ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଇ କରାଯାଇଥିଲା । ପ୍ରଧାନମନ୍ତ୍ରୀ କେନ୍ ବେତୱା ଲିଙ୍କ୍ ପ୍ରକଳ୍ପ ଏବଂ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ୨.୦ର ମଧ୍ୟ ସମୀକ୍ଷା କରିଥିଲେ ।

ବିଦୁ୍ୟତ କ୍ଷେତ୍ର ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସମୟରେ, ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌର ଗ୍ରହଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସହର, ଆବାସିକ କ୍ଲଷ୍ଟର ଏବଂ ସରକାରୀ ପ୍ରତିଷ୍ଠାନ ଉପରେ ଧ୍ୟାନ ଦିଆଯାଇଥିଲା । ସେ ଜୋର୍ ଦେଇଥିଲେ ଯେ ବିଦୁ୍ୟତ ଖର୍ଚ୍ଚ ହ୍ରାସ କରିବା ଳ ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ପରିବାର ଏବଂ ସମ୍ପ୍ରଦାୟ ସ୍ତରରେ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ ଉପରେ ସୌରକୁ ମିଶନ ମୋଡରେ ଗ୍ରହଣ କରାଯିବା ଉଚିତ ।

ରାସ୍ତା ଏବଂ ବନ୍ଦର ସଂଯୋଗୀକରଣ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସମୟରେ, ଭାଧବନ ବନ୍ଦରକୁ ବନ୍ଦର ନେତୃତ୍ୱାଧୀନ, ବହୁ -ମୋଡାଲ ବିକାଶର ଏକ ମଡେଲ ଭାବରେ ବିକଶିତ କରିାଯିବା ଉଚିତ, ଯେଉଁଠାରେ ପ୍ରତ୍ୟେକ ପ୍ରମୁଖ ପରିବହନ ପଦ୍ଧତିକୁ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଲଜିଷ୍ଟିକ୍ସ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସୁଗମ ଭାବରେ ସଂଯୁକ୍ତ କରାଯିବା ଉଚିତ । ଏହି ପ୍ରକଳ୍ପକୁ କେବଳ ଏକ ବନ୍ଦର ଭାବେ ଦେଖାଯିବା ଉଚିତ ନୁହେଁ, ବରଂ ଉପକୂଳ ଜାହାଜ ଚଳାଚଳ, ଆଭ୍ୟନ୍ତରୀଣ ଜଳପଥ, ସମର୍ପିତ ମାଲ ପରିବହନ କରିଡର, ହାଇ-ସ୍ପିଡ ରେଳ ସଂଯୋଗୀକରଣ, ରାଜପଥ ଏବଂ ବିମାନବନ୍ଦର ସଂଯୋଗୀକରଣ ମାଧ୍ୟମରେ ସଂଯୁକ୍ତ ଏକ ଜାତୀୟ ପ୍ରବେଶପଥ ଭାବରେ ଦେଖାଯିବା ଉଚିତ ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ୨.୦ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏହି ମିଶନ ଭିତ୍ତିଭୂମି ସୃଷ୍ଟି ଠାରୁ ଆଗକୁ ବଢ଼ି ନିୟମିତ ତଦାରଖ, ନାଗରିକ ଅଂଶଗ୍ରହଣ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ମାଧ୍ୟମରେ ମାପଯୋଗ୍ୟ ଫଳାଫଳ ସୁନିଶ୍ଚିତ କରିବା ଉଚିତ । ସେ ରାଜ୍ୟ ଗୁଡ଼ିକୁ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବର୍ଦ୍ଧନ ପ୍ଲାଣ୍ଟ ସମେତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଭିତ୍ତିଭୂମିର ସମାପ୍ତିକୁ ତ୍ୱରାନ୍ୱିତ କରିବାକୁ କହିଥିଲେ ।

କେନ୍-ବେତୱା ନଦୀ ଆନ୍ତଃସଂଯୋଗ ପ୍ରକଳ୍ପ ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍-ବେତୱା ପ୍ରକଳ୍ପ ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ସହଯୋଗ, ସମୟୋଚିତ ମଂଜୁରୀ, ପ୍ରଯୁକ୍ତିବିଦ୍ୟା-ଆଧାରିତ ତଦାରଖ, ଏବଂ ମିଶନ-ମୋଡ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବା ଉଚିତ । ଦୀର୍ଘକାଳୀନ ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ଉପାୟରେ ନଦୀ ସଂଯୋଗୀକରଣ, ଜଳ ସଂରକ୍ଷଣ, ଭୂତଳ ଜଳ ପୁନଃଚାର୍ଜ ଏବଂ ଦକ୍ଷ ଜଳସେଚନକୁ ନିଆଯାଇପାରିବ ବୋଲି ସମାନ ସୁଯୋଗ ଚିହ୍ନଟ କରିବାକୁ ରାଜ୍ୟଗୁଡ଼ିକୁ ଉତ୍ସାହିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ସାର୍ବଜନୀନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଳମ୍ବ କେବଳ ଖର୍ଚ୍ଚ ବୃଦ୍ଧି କରେ ନାହିଁ ବରଂ ନାଗରିକମାନଙ୍କୁ ଆବଶ୍ୟକ ସୁବିଧା ଏବଂ ବିକାଶ ଲାଭ ପାଇବାରୁ ବଞ୍ଚିତ କରେ । ସେ ଲକ୍ଷ୍ୟ କରିଥିଲେ ଯେ, ପ୍ରତ୍ୟେକ ବିଳମ୍ବ ଲୋକଙ୍କ ଜୀବନ, ଆଞ୍ଚଳିକ ଅଭିବୃଦ୍ଧି, ଏବଂ ସାର୍ବଜନୀନ ସମ୍ବଳ ଉପରେ ସିଧାସଳଖ ପ୍ରଭାବ ପକାଏ । ସେ ଗୁରୁତ୍ୱରୋପ କରିଥିଲେ ଯେ, ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ପଡ଼ିରହିଥିବା ସମସ୍ୟାଗୁଡ଼ିକର ସମାଧାନ, ପ୍ରତିବନ୍ଧକ ଦୂର କରିବା ଏବଂ ଦ୍ରୁତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଅଧିକ ସକ୍ରିୟ ଏବଂ ସମୟସୀମାବଦ୍ଧ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, କେନାଲ ନେଟୱର୍କର ଅଭିନବ ବ୍ୟବହାର ଅନୁସନ୍ଧାନ କରାଯିବା ଉଚିତ, ଯେଉଁଥିରେ ସ୍ୱଚ୍ଛ ବିଦୁ୍ୟତ ଉତ୍ପାଦନ ପାଇଁ କେନାଲ ଏବଂ କେନାଲ ଉପରେ ସୌର ପ୍ୟାନେଲ ସ୍ଥାପନ ଅନ୍ତର୍ଭୁକ୍ତ । ଏହା ଭୂମି ବ୍ୟବହାରକୁ ଉନ୍ନତ କରିବା, ବାଷ୍ପୀଭବନ କ୍ଷତି ହ୍ରାସ କରିବା, ନବୀକରଣୀୟ ଶକ୍ତି ଉତ୍ପାଦନ କରିବା ଏବଂ ଜଳ ଭିତ୍ତିଭୂମିରୁ ଅତିରିକ୍ତ ଆର୍ଥିକ ମୂଲ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ବୈଠକ ଆରମ୍ଭରେ କ୍ୟାବିନେଟ ସଚିବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଦଶ ଅନୁଯାୟୀ, ରାଜ୍ୟସ୍ତରରେ ସାମାଜିକ କ୍ଷେତ୍ର ଯୋଜନାଗୁଡ଼ିକର ମାସିକ ସମୀକ୍ଷାର ଏକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏହି ବ୍ୟବସ୍ଥାର ଲକ୍ଷ୍ୟ ନିୟମିତ ତଦାରଖ, କାର୍ଯ୍ୟାନ୍ୱୟନ ସମସ୍ୟାର ଦ୍ରୁତ ସମାଧାନ ଏବଂ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଅଧିକ ଦାୟିତ୍ୱ ସୁନିଶ୍ଚିତ କରିବା । ଏହି ପଦକ୍ଷେପର ଏକ ଅଂଶ ଭାବରେ, ପ୍ରଥମ ଥର ପାଇଁ ରାଜ୍ୟସ୍ତରରେ ସ୍ୱଚ୍ଛ ଭାରତ ମିଶନକୁ ସମୀକ୍ଷା ପାଇଁ ଗ୍ରହଣ କରାଯାଇଛି ।

SR

 

 

 


(रिलीज़ आईडी: 2266367) आगंतुक पटल : 29
इस विज्ञप्ति को इन भाषाओं में पढ़ें: Tamil , Malayalam , Bengali , Assamese , English , Urdu , Marathi , हिन्दी , Manipuri , Punjabi , Gujarati , Telugu , Kannada