ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଗୁଜରାଟରେ ୧୩୪ କିଲୋମିଟର ନୂଆ ରେଳ ନେଟୱର୍କକୁ କ୍ୟାବିନେଟ ଅନୁମୋଦନ


ଅହମ୍ମଦାବାଦରେ ନୂତନ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ; ରେଳ ନେଟୱାର୍କରେ ଯୋଡ଼ିବ ପ୍ରାୟ ୧୩୪ କିମି

ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୨୦,୬୬୭ କୋଟି ଟଙ୍କା (ପ୍ରାୟ) ଏବଂ ଏହା ୨୦୩୦ - ୩୧ ସୁଦ୍ଧା ସମାପ୍ତ ହେବ

ପୋଷ୍ଟ କରାଯିବା ଦିନାଙ୍କ: 13 MAY 2026 3:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ଅହମ୍ମଦାବାଦ (ସରଖେଜ) - ଧୋଲେରା ସେମି ହାଇ-ସ୍ପିଡ୍ ଡବଲ୍ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହାର ମୋଟ ଆକଳନ ବ୍ୟୟ ପ୍ରାୟ ୨୦,୬୬୭ କୋଟି ଟଙ୍କା ରହିବ। ଏହା ଭାରତୀୟ ରେଳବାଇର ପ୍ରଥମ ସେମି ହାଇ-ସ୍ପିଡ୍ ପ୍ରକଳ୍ପ ହେବ, ଯାହା ସ୍ୱଦେଶୀ ଜ୍ଞାନକୌଶଳ ସହିତ ବିକଶିତ ପ୍ରଯୁକ୍ତିବିଦ୍ୟା ସହ ପରିକଳ୍ପିତ।

ଏହି ପ୍ରକଳ୍ପ ସେକ୍ସନ ଅହମ୍ମଦାବାଦ, ଧୋଲେରା ଏସଆଇଆର୍, ଆଗକୁ ହେବାକୁ ଥିବା ଧୋଲେରା ବିମାନବନ୍ଦର ଏବଂ ଲୋଥାଲ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ (ଏନଏଚଏମସି) ମଧ୍ୟରେ ଦ୍ରୁତ ସଂଯୋଗ ପ୍ରଦାନ କରିବ। ଅହମ୍ମଦାବାଦକୁ ଧୋଲେରା ସହିତ ସଂଯୋଗ ଦ୍ୱାରା ଯାତ୍ରୀମାନଙ୍କର ଯାତ୍ରା ସମୟ ହ୍ରାସ ପାଇବ, ଯାହା ଦ୍ୱାରା ଦୈନନ୍ଦିନ ଯାତ୍ରା ଏବଂ ସେହି ଦିନ ଫେରିବା ଯାତ୍ରା ଆରାମଦାୟକ ହୋଇପାରିବ । ଏହି ସେମି ହାଇସ୍ପିଡ୍ ରେଳପଥ କେବଳ ଦୁଇଟି ସହରକୁ ନିକଟତର କରିବ ନାହିଁ ବରଂ ଶହ ଶହ-କିଲୋମିଟର ଦୂରରେ ରହୁଥିବା ଲୋକମାନଙ୍କୁ ପରସ୍ପରର ନିକଟତର କରିବ।

ଭାରତର ପ୍ରଥମ ସେମି ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଭାବରେ, ଏହି ପ୍ରକଳ୍ପଟି ଏକ ଅଗ୍ରଣୀ ପ୍ରକଳ୍ପ ଭାବରେ କାର୍ଯ୍ୟ କରିବ। ସାରା ଦେଶରେ ସେମି ହାଇ-ସ୍ପିଡ୍ ରେଳର ପର୍ଯ୍ୟାୟକ୍ରମେ ସମ୍ପ୍ରସାରଣ ପାଇଁ ଏକ ସନ୍ଦର୍ଭ ମଡେଲ ଭାବରେ କାର୍ଯ୍ୟ କରିବ।

ପ୍ରସ୍ତାବିତ ନୂତନ ଲାଇନ ସିଧାସଳଖ ସଂଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାରେ ଉନ୍ନତି ଆଣିବ। ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ପ୍ରଦାନ କରିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ସମନ୍ଵିତ ହୋଇ ନିର୍ମାଣ ହେବାକୁ ଯାଉଛି, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ଦ୍ୱାରା "ଆତ୍ମନିର୍ଭର" କରିବ। ଏହା ଦ୍ଵାରା ସେମାନଙ୍କର ନିଯୁକ୍ତି / ଆତ‌୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପଟି ପ୍ରଧାନମନ୍ତ୍ରୀ- ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଉପରେ ପରିକଳ୍ପିତ, ଯେଉଁଥିରେ ସମନ୍ୱିତ ଯୋଜନା ଏବଂ ଅଂଶୀଦାରମାନଙ୍କ ପରାମର୍ଶ ମାଧ୍ୟମରେ ବହୁ-ମୋଡାଲ ସଂଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ଏହି ପ୍ରକଳ୍ପ ଜନସାଧାରଣ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗ ପ୍ରଦାନ କରିବ।

ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପୂର୍ବରୁ ରହିଥିବା ନେଟୱାର୍କକୁ ପ୍ରାୟ ୧୩୪ କିଲୋମିଟର ବୃଦ୍ଧି କରିବ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୨୮୪ ଟି ଗାଁକୁ ଯୋଗାଯୋଗ ବୃଦ୍ଧି କରିବ।

ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ସଂରକ୍ଷଣକାରୀ ମାଧ୍ୟମ ହୋଇଥିବାରୁ, ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ ସାହାଯ୍ୟ କରିବ। ଏହା ସହିତ ତୈଳ ଆମଦାନୀ (୦.୪୮ କୋଟି ଲିଟର) ହ୍ରାସ କରିବ ଏବଂ କାର୍ବନ ଅକ୍ସାଇଡ୍ ନିର୍ଗମନ (୨ କୋଟି କିଲୋଗ୍ରାମ) ହ୍ରାସ କରିବ, ଯାହା ୧୦ (ଦଶ) ଲକ୍ଷ ଗଛ ଲଗାଇବା ସହିତ ସମାନ।

 

****

SSP


(ରିଲିଜ ଆଡି: 2260851) ପରିଦର୍ଶକ କାଉଣ୍ଟର : 6