ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ହରଦୋଇଠାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
29 APR 2026 11:43PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ହରଦୋଇଠାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି। ରାଜ୍ୟର ପରିବର୍ତ୍ତନଶୀଳ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ବିକାଶ ଏବଂ ଶିଳ୍ପ ଅଭିବୃଦ୍ଧିର ଅଭୂତପୂର୍ବ ଗତି ବିଷୟରେ ଉଲ୍ଲେଖ କରିଥିଲେ ଯାହା ବର୍ତ୍ତମାନ ନୂତନ ଉତ୍ତର ପ୍ରଦେଶକୁ ପରିଭାଷିତ କରୁଛି।
'ଏକ୍ସ ’ ଉପରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
"ଡବଲ ଇଞ୍ଜିନ ସରକାରରେ ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ, ଏହାକୁ ସମୟ ମଧ୍ୟରେ ଆରମ୍ଭ କରିବାର ସଂକଳ୍ପ ମଧ୍ୟ ପୂରଣ ହେଉଛି। ତେଣୁ ଆଜି ଏଠାରେ ବିକାଶର ଗତି ୟୁପିର ଏକ୍ସପ୍ରେସୱେ ତୁଳନାରେ ଦ୍ରୁତତର ।’’
"ଗଙ୍ଗା ଏକ୍ସପ୍ରେସୱେ କେବଳ ଏକ ଦ୍ରୁତଗାମୀ ସଡ଼କ ନୁହେଁ ବରଂ ନୂତନ ସମ୍ଭାବନା ଏବଂ ସୁଯୋଗର ପ୍ରବେଶ ଦ୍ୱାର। ଏହାଦ୍ୱାରା ରାଜ୍ୟର କୃଷକ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ବହୁତ ଲାଭ ହେବାକୁ ଯାଉଛି ।’’
"ଗତ କିଛି ବର୍ଷ ମଧ୍ୟରେ, ଉତ୍ତର ପ୍ରଦେଶର ଶିଳ୍ପ ବିକାଶ ଏବଂ ଏହାକୁ ଏକ ଉତ୍ପାଦନ ହବ୍ ରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି। ଏହାର ଅନେକ ଉଦାହରଣ ରହିଛି ବୋଲି ସେ କହିଛନ୍ତି।’’
HS
(रिलीज़ आईडी: 2260109)
आगंतुक पटल : 26
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam