ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2026 9:06AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଣା ପ୍ରତାପ ସାହସିକତା ଏବଂ ବୀରତ୍ୱର ଏକ ଅମର ପ୍ରତୀକ ହୋଇ ରହିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ମହାନ ଯୋଦ୍ଧା ମାତୃଭୂମିର ସମ୍ମାନ, ଗୌରବ ଏବଂ ମର୍ଯ୍ୟାଦା ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ମହାରାଣା ପ୍ରତାପଙ୍କ ଅଦମ୍ୟ ସାହସ ଏବଂ ଅତୁଟ ଆତ୍ମସମ୍ମାନର ଗାଥା ଆଗାମୀ ପିଢ଼ି ପର୍ଯ୍ୟନ୍ତ ଦେଶବାସୀଙ୍କ ହୃଦୟରେ ଦେଶପ୍ରେମର ଭାବନାକୁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;

"ବୀରତ୍ୱ ଏବଂ ସାହସର ଅମର ପ୍ରତୀକ, ଦେଶର ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ମାତୃଭୂମିର ସମ୍ମାନ ଏବଂ ଗୌରବ ରକ୍ଷା କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଅଦମ୍ୟ ସାହସ ଏବଂ ଅତୁଟ ଆତ୍ମସମ୍ମାନର କାହାଣୀ ଦେଶବାସୀଙ୍କ ହୃଦୟରେ ଦେଶପ୍ରେମର ଦୀପକୁ ଯୁଗ ଯୁଗ ଧରି ପ୍ରଜ୍ୱଳିତ କରିବ ।’’

HS


(ରିଲିଜ ଆଡି: 2260087) ପରିଦର୍ଶକ କାଉଣ୍ଟର : 11