ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ସାହ ଏବଂ ସକାରାତ୍ମକ ଶକ୍ତି କିପରି ସଫଳତା ଆଣିଥାଏ ତାହା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 APR 2026 9:53AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଉତ୍ସାହ ଏବଂ ସକରାତ୍ମକ ଶକ୍ତି ଜଣେ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟରେ ନିରନ୍ତର ସକ୍ରିୟ ରହିବାକୁ ପ୍ରେରଣା ଦେଇଥାଏ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଅତୁଟ ଉତ୍ସାହ ସେହି ସମସ୍ତ ପ୍ରୟାସକୁ ସଫଳତା ଆଡ଼କୁ ନେଇଯାଏ, ଯାହାକୁ ଜଣେ ବ୍ୟକ୍ତି ପୂରଣ କରିବା ଲାଗି ସଂକଳ୍ପବଦ୍ଧ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ପରିଶ୍ରମୀ ଏବଂ ଶକ୍ତିଶାଳୀ ଦେଶବାସୀ ହେଉଛନ୍ତି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି, ଯାହାଙ୍କ କଠିନ ପରିଶ୍ରମ ବିକାଶର ନୂତନ ପଥ ପରିଷ୍କାର କରିଥାଏ। ସେମାନଙ୍କ ପ୍ରୟାସ ଦ୍ୱାରା ଦେଶ ସମୃଦ୍ଧି, ଆତ୍ମନିର୍ଭରଶୀଳତା ଏବଂ ପ୍ରଗତିର ଶିଖର ଛୁଇଁଛି।
‘‘ଅର୍ନିବେଦୋ ହି ସତତଂ ସର୍ବାର୍ଥିଷୁ ପ୍ରବର୍ତ୍ତକଃ ।
କରୋତି ସଫଳଂ ଜତ୍ନୋଃ କର୍ମ ୟଚ୍ଚ କରୋତି ସଃ ।।’’
ଉତ୍ସାହ ଏବଂ ସକାରାତ୍ମକ ଶକ୍ତି ଜଣେ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟରେ ନିରନ୍ତର ସକ୍ରିୟ ରହିବାକୁ ପ୍ରେରଣା ଦେଇଥାଏ। ଏହି ଅତୁଟ ଉତ୍ସାହ ସେହି ସମସ୍ତ ପ୍ରୟାସକୁ ସଫଳତା ଆଡ଼କୁ ନେଇଯାଏ, ଯାହାକୁ ଜଣେ ବ୍ୟକ୍ତି ପୂରଣ କରିବା ପାଇଁ ସଂକଳ୍ପବଦ୍ଧ।
HS
(ରିଲିଜ ଆଡି: 2257455)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam