ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଖ୍ୟାତ ଫଟୋଗ୍ରାଫର ଶ୍ରୀ ରଘୁ ରାୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 APR 2026 8:34PM by PIB Bhubaneswar
ବିଶିଷ୍ଟ ଫଟୋଗ୍ରାଫର ରଘୁ ରାୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଜଣେ ସୃଜନଶୀଳ ଷ୍ଟାଲୱାର୍ଟ ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ନିଜ ଆଖି ଦ୍ୱାରା ଭାରତର ଜୀବନ୍ତତାକୁ ଅମର କରିଦେଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ରଘୁ ରାୟଙ୍କ କାର୍ଯ୍ୟ ଅସାଧାରଣ ସମ୍ବେଦନଶୀଳତା, ଗଭୀରତା ଏବଂ ବିବିଧତା ଦ୍ୱାରା ଚିହ୍ନିତ ହୋଇଛି, ଯାହା ସମଗ୍ର ଭାରତରେ ଜୀବନର ଅନେକ ଦିଗକୁ ଧାରଣ କରିଛି ଏବଂ ସେମାନଙ୍କୁ ଲୋକଙ୍କ ନିକଟତର କରିଛି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଫଟୋଗ୍ରାଫି ଏବଂ ସଂସ୍କୃତି ଜଗତକୁ ତାଙ୍କର ଅବଦାନ ଅତୁଳନୀୟ, ଏବଂ ତାଙ୍କର ବିୟୋଗ କଳାତ୍ମକ ସମ୍ପ୍ରଦାୟ ପାଇଁ ଏକ ଅପୂରଣୀୟ କ୍ଷତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
"ଶ୍ରୀ ରଘୁ ରାୟ ଜୀ ଜଣେ ସୃଜନଶୀଳ ଷ୍ଟାଲୱାର୍ଟ ଭାବରେ ସ୍ମରଣୀୟ ହୋଇ ରହିବେ, ଯିଏ ନିଜ ଲେନ୍ସ ମାଧ୍ୟମରେ ଭାରତର ସ୍ପନ୍ଦନକୁ ଧରିଥିଲେ। ତାଙ୍କର ଫଟୋଗ୍ରାଫିରେ ଅସାଧାରଣ ସମ୍ବେଦନଶୀଳତା, ଗଭୀରତା ଏବଂ ବିବିଧତା ଥିଲା। ଏହା ଲୋକମାନଙ୍କୁ ଭାରତର ଜୀବନର ବିଭିନ୍ନ ଦିଗକୁ ନିକଟତର କରିଥିଲା। ତାଙ୍କର ବିୟୋଗ ଫଟୋଗ୍ରାଫି ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର, ପ୍ରଶଂସକ ଏବଂ ଫଟୋଗ୍ରାଫି ସମ୍ପ୍ରଦାୟ ସହିତ ଅଛି। ଓମ୍ ଶାନ୍ତି । "
HS
(रिलीज़ आईडी: 2256499)
आगंतुक पटल : 31
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam