ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 MAR 2026 7:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। "ଆପଣଙ୍କ ଦାୟିତ୍ୱ ଗ୍ରହଣ ନେପାଳର ଲୋକଙ୍କ ଦ୍ୱାରା ଆପଣଙ୍କ ନେତୃତ୍ୱ ଉପରେ ଦିଆଯାଇଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି", ବୋଲି ଶ୍ରୀ ମୋଦୀ କହିଛନ୍ତି। ଶ୍ରୀ ମୋଦୀ ପୁନର୍ବାର କହିଛନ୍ତି ଯେ, ସେ ବିଶ୍ୱାସ କରୁଛନ୍ତି ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଏବଂ ସହଯୋଗକୁ ନୂତନ ଉଚ୍ଚତାକୁ ନିଆଯିବ, ଯାହା ଉଭୟ ଦେଶର ଲୋକଙ୍କ ପାରସ୍ପରିକ ହିତ ପାଇଁ ଶ୍ରେୟସ୍କର ହେବ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
"ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବାଲେନ୍ଦ୍ର ଶାହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!
ଆପଣଙ୍କ ଦାୟିତ୍ୱ ଗ୍ରହଣ ନେପାଳର ଲୋକଙ୍କ ଦ୍ୱାରା ଆପଣଙ୍କ ନେତୃତ୍ୱ ଉପରେ ଦିଆଯାଇଥିବା ବିଶ୍ୱାସକୁ ପ୍ରତିଫଳିତ କରେ। ମୁଁ ନିଶ୍ଚିତ ଯେ, ଆମେ ଏକାଠି ଭାରତ-ନେପାଳ ବନ୍ଧୁତା ଓ ସହଯୋଗକୁ ନୂତନ ଉଚ୍ଚତାକୁ ନେଇଯିବୁ, ଯାହା ଉଭୟ ଦେଶର ଲୋକଙ୍କ ପାରସ୍ପରିକ ହିତ ପାଇଁ ଶ୍ରେୟସ୍କର ହେବ।"
@ShahBalen
*****
MT
(ରିଲିଜ ଆଡି: 2255104)
ପରିଦର୍ଶକ କାଉଣ୍ଟର : 16
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam