ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏକ ସୁସ୍ଥ ସମାଜ ଗଠନ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୁନଃପ୍ରକାଶ



ପ୍ରଧାନମନ୍ତ୍ରୀ ଶାରୀରିକ ବ୍ୟାୟାମର ଲାଭ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ବାଣ୍ଟିଲେ

प्रविष्टि तिथि: 07 APR 2026 9:33AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଅନ୍ୟମାନଙ୍କ ସେବାରେ ଅକ୍ଳାନ୍ତ ଭାବରେ ନିଜକୁ ଉତ୍ସର୍ଗ କରୁଥିବା ଏବଂ ଏକ ସୁସ୍ଥ ଗ୍ରହ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି।

ଏକ ସୁସ୍ଥ ସମାଜ ଗଠନ ପାଇଁ ଜାତୀୟ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି, ଶ୍ରୀ ମୋଦh ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ସୁସ୍ଥତା ପାଇଁ ଶୁଭକାମନା ଜଣାଇ ସମସ୍ତଙ୍କୁ ନିଜର ବ୍ୟକ୍ତିଗତ ଫିଟନେସ୍ ବଜାୟ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଶାରୀରିକ ବ୍ୟାୟାମର ଲାଭ ଉପରେ ଆଲୋକପାତ କରି ଏକ ସଂସ୍କୃତ ଶୁଭାଶିତମ ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି :

"ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ, ଆମେ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛୁ ଯେଉଁମାନେ ଅନ୍ୟମାନଙ୍କ ସେବାରେ ଅକ୍ଳାନ୍ତ ଭାବରେ ନିଜକୁ ଉତ୍ସର୍ଗ କରନ୍ତି ଏବଂ ଏକ ସୁସ୍ଥ ଗ୍ରହ ପାଇଁ କାମ କରନ୍ତି। ଆମେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରୁ। ଆସନ୍ତୁ ଆମେ ସମସ୍ତେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ଏକାଠି କାମ କରିବା।"

"ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ, ମୁଁ ସମସ୍ତ ଦେଶବାସୀଙ୍କ ସୁସ୍ଥତା କାମନା କରୁଛି। ନିଜକୁ ସୁସ୍ଥ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।

लाघवं कर्मसामर्थ्यं दीप्तोऽग्निर्मेदसः क्षयः

विभक्तघनगात्रत्वं व्यायामादुपजायते॥"

ବ୍ୟାୟାମ କାମ କରିବାର କ୍ଷମତା ବୃଦ୍ଧି କରେ, ପାଚନ ଶକ୍ତି ପ୍ରଜ୍ୱଳିତ କରେ, ମୋଟାପଣ ହ୍ରାସ କରେ ଏବଂ ଶରୀରର ଅଂଶଗୁଡ଼ିକ ଶକ୍ତିଶାଳୀ ଏବଂ ସୁସଜ୍ଜିତ ହେବା ଆରମ୍ଭ କରେ।

****

SSP


(रिलीज़ आईडी: 2255067) आगंतुक पटल : 43
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam