ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାରୀ ଶକ୍ତିର ଶକ୍ତି ଏବଂ ଅବଦାନ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 APR 2026 8:50AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ନାରୀ ଶକ୍ତି ହେଉଛି ଏକ ଶକ୍ତିଶାଳୀ ଭାରତର ପରିଚୟ ସେ ଉଲ୍ଲେଖ କରିଥିଲେ ଯେ ଦେଶର ମା’, ଭଉଣୀ ଏବଂ ଝିଅମାନେ ସେମାନଙ୍କର ଅତୁଟ ସଂକଳ୍ପ, ସମର୍ପଣ ଏବଂ ସେବା ଭାବନା ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରୁଛନ୍ତି

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି

‘‘ଦେବ୍ୟା ଯଜା ତତମିଦଂ ଜଗଦାତ୍ମଶକ୍ତ୍ୟା ନିରରେଷଦେବଗଣଶକ୍ତିତସମୁହମୂର୍ତ୍ତ୍ୟା ।

ତାମମ୍ବିକାମଖିଲଦେବମହର୍ଷିପୂଜ୍ୟାଂ ଭକ୍ତ୍ୟା ନତାଃ ସ୍ମ ବିଦଧାତୁ ଶୁଭାନି ସା ନଃ ।।’’

ଏହି ପଦଟି ଆହ୍ୱାନ କରେ ଯେ ଆମେ ଅମ୍ବିକାକୁ ଆମର ଶ୍ରଦ୍ଧାପୂର୍ବକ ଅଭିବାଦନ ଅର୍ପଣ କରୁ-ସମସ୍ତ ଦେବତା ଏବଂ ମହାନ ଋଷିଙ୍କ ଦ୍ୱାରା ପୂଜିତ-ଯିଏ ତାଙ୍କ ଦିବ୍ୟ ଶକ୍ତି ମାଧ୍ୟମରେ ଏହି ସମଗ୍ର ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଏବଂ ଯିଏ ସମସ୍ତ ଦେବତାଙ୍କ ସାମୂହିକ ଶକ୍ତିର ଅବତାର ଅଟନ୍ତି । ବ୍ରହ୍ମାଣ୍ଡର ମାତା ଆମକୁ କଲ୍ୟାଣ ପ୍ରଦାନ କରନ୍ତୁ

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ଆମର ନାରୀ ଶକ୍ତି ହେଉଛି ଏକ ଶକ୍ତିଶାଳୀ ଭାରତର ପରିଚୟ ଦେଶର ମା’, ଭଉଣୀ ଏବଂ ଝିଅମାନେ ଆଜି ନିଜର ଅତୁଟ ସଂକଳ୍ପ, ନିଷ୍ଠା ଏବଂ ସେବା ଭାବନା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରୁଛନ୍ତି

‘‘ଦେବ୍ୟା ଯଜା ତତମିଦଂ ଜଗଦାତ୍ମଶକ୍ତ୍ୟା ନିରରେଷଦେବଗଣଶକ୍ତିତସମୁହମୂର୍ତ୍ତ୍ୟା ।

ତାମମ୍ବିକାମଖିଲଦେବମହର୍ଷିପୂଜ୍ୟାଂ ଭକ୍ତ୍ୟା ନତାଃ ସ୍ମ ବିଦଧାତୁ ଶୁଭାନି ସା ନଃ ।।’’

HS


(रिलीज़ आईडी: 2254738) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Bengali-TR , Punjabi , Gujarati , Telugu , Kannada , Malayalam