ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟସଭାକୁ ମନୋନୀତ ହେବା ଅବସରରେ ଶ୍ରୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2026 2:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ପରେ ଶ୍ରୀ ହରିବଂଶଙ୍କ ଆଗାମୀ ସଂସଦୀୟ କାର୍ଯ୍ୟକାଳ ପାଇଁ ଆଜି ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ହରିବଂଶ ଉଭୟ ସାମ୍ବାଦିକତା ଏବଂ ସାର୍ବଜନୀନ ଜୀବନରେ ଅମୂଲ୍ୟ ଯୋଗଦାନ ଦେଇ ନିଜକୁ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଏବଂ ଚିନ୍ତାନାୟକ ଭାବେ ପ୍ରତିଷ୍ଠିତ କରିଛନ୍ତି। ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ତାଙ୍କର ଗଭୀର ବିଚାର ଏବଂ ଅନ୍ତର୍ଦୃଷ୍ଟି ଗତ କିଛି ବର୍ଷ ମଧ୍ୟରେ ଗୃହର କାର୍ଯ୍ୟକଳାପକୁ ଉଲ୍ଲେଖନୀୟ ଭାବରେ ସମୃଦ୍ଧ କରିଛି। ଶ୍ରୀ ହରିବଂଶଙ୍କ ନିରନ୍ତର ଉପସ୍ଥିତି ସଂସଦୀୟ ଆଲୋଚନାକୁ ଆହୁରି ଲାଭାନ୍ୱିତ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏହି ନାମାଙ୍କନ ସମ୍ପର୍କରେ ନିଜର ଆନ୍ତରିକ ସନ୍ତୋଷ ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:
"ହରିବଂଶ ଜୀ ସାମ୍ବାଦିକତା ଏବଂ ସାର୍ବଜନୀନ ଜୀବନରେ ଅମୂଲ୍ୟ ଯୋଗଦାନ ଦେଇଛନ୍ତି। ସେ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଏବଂ ଚିନ୍ତାନାୟକ। ସେ ନିଜର ଗଭୀର ବିଚାର ଏବଂ ଅନ୍ତର୍ଦୃଷ୍ଟି ଦ୍ୱାରା ବର୍ଷ ଧରି ଗୃହର କାର୍ଯ୍ୟଧାରାକୁ ସମୃଦ୍ଧ କରିଛନ୍ତି। ମୁଁ ଖୁସି ଯେ ମାନ୍ୟବର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଆଗାମୀ ସଂସଦୀୟ କାର୍ଯ୍ୟକାଳ ପାଇଁ ତାଙ୍କୁ ମୋର ଶୁଭେଚ୍ଛା! "
HS
(ରିଲିଜ ଆଡି: 2252487)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam