ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2026 5:13PM by PIB Bhubaneswar

ଇସ୍ରାଏଲ ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫-୨୬, ୨୦୨୬ ରେ ଇସ୍ରାଏଲ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲକୁ ଦ୍ୱିତୀୟ ଗସ୍ତ ହେବ।

 

ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ୍ କରିବେ। ଦୁଇ ନେତା ଭାରତ - ଇସ୍ରାଏଲ ରଣନୈତିକ ସହଭାଗୀତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିବେ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା ଓ ସୁରକ୍ଷା, କୃଷି, ଜଳ ପରିଚାଳନା, ବାଣିଜ୍ୟ ଓ ଅର୍ଥନୀତି ଏବଂ ଜନସାଧାରଣଙ୍କ ପାରସ୍ପରିକ ସମ୍ପର୍କ ଆଦାନପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗର ଅଧିକ ସୁଯୋଗ ବିଷୟରେ ଆଲୋଚନା କରିବେ। ନେତାମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବାର ଆଶା କରାଯାଉଛି।

 

ପ୍ରଧାନମନ୍ତ୍ରୀ ଇସ୍ରାଏଲ ରାଷ୍ଟ୍ରପତି ମହାମହିମ ଶ୍ରୀ ଆଇଜାକ୍ ହର୍ଜୋଗଙ୍କୁ ମଧ୍ୟ ସାକ୍ଷାତ କରିବେ।

 

 

ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଗଭୀର ଓ ଦୀର୍ଘକାଳୀନ ରଣନୈତିକ ସହଭାଗୀତାକୁ ପୁନଃନିର୍ଦ୍ଦିଷ୍ଟ କରିବଏଥିସହିତ  ସାଧାରଣ ଚ୍ୟାଲେଞ୍ଜଗୁଡ଼ିକର ସମୀକ୍ଷା କରିବା ସହିତ ଦୁଇଟି ସ୍ଥିର ଗଣତନ୍ତ୍ର ମଧ୍ୟରେ ଏକ ଦୃଢ଼ ସହଭାଗୀତା ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ଦିଗରେ ପ୍ରୟାସକୁ ପୁନଃସମନ୍ୱୟ କରିବାର ସୁଯୋଗ ପ୍ରଦାନ କରିବ।

 

*****

MT

 

 

 


(ରିଲିଜ ଆଡି: 2248826) ପରିଦର୍ଶକ କାଉଣ୍ଟର : 8