ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ (ବ୍ୟବସ୍ଥାଗୁଡିକର ସଂଶୋଧନ) ବିଲ୍, ୨୦୨୬ ପାସ୍
୭୯ କେନ୍ଦ୍ରୀୟ ଆଇନର ୭୮୪ ବ୍ୟବସ୍ଥାରେ ସଂଶୋଧନ; ୭୧୭ ବ୍ୟବସ୍ଥା ଅପରାଧ ଶ୍ରେଣୀରୁ ମୁକ୍ତ
ସହଜ ଜୀବନଧାରଣକୁ ପ୍ରୋତ୍ସାହନ: ୬୭ ବ୍ୟବସ୍ଥାରେ ସଂଶୋଧନ, ଆଇନ ସରଳୀକରଣରେ ବଡ଼ ପଦକ୍ଷେପ
ପୋଷ୍ଟ କରାଯିବା ଦିନାଙ୍କ:
02 APR 2026 7:51PM by PIB Bhubaneswar
ଜନ ବିଶ୍ୱାସ (ବ୍ୟବସ୍ଥାଗୁଡିକର ସଂଶୋଧନ) ବିଲ୍, ୨୦୨୬ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହୋଇଛି। ଏହା ଦେଶରେ ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ସୁଗମତାକୁ ଆହୁରି ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ବିଲ୍ ଏକ ବିଶ୍ୱାସ-ଆଧାରିତ ଶାସନ ଢାଞ୍ଚାକୁ ପ୍ରୋତ୍ସାହିତ କରିବା ଏବଂ ସମାନୁପାତିକ ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହାର ଉଦ୍ଦେଶ୍ୟ ହେଉଛି ଛୋଟମୋଟ ଅପରାଧକୁ ଅପରାଧ ଶ୍ରେଣୀରୁ ମୁକ୍ତ କରି ଏବଂ ପୂର୍ବରୁ ରହିଥିବା ଆଇନଗତ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରି ବ୍ୟକ୍ତି ଏବଂ ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା।
ବିଲ୍ ର ବ୍ୟବସ୍ତା ଅନୁଯାୟୀ, ୨୩ ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ୭୯ଟି କେନ୍ଦ୍ରୀୟ ଆଇନର ୭୮୪ ବ୍ୟବସ୍ଥାକୁ ସଂଶୋଧିତ ହୋଇଛି। ଏଥିମଧ୍ୟରୁ, ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ୭୧୭ ଟି ବ୍ୟବସ୍ଥାକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ପାଇଁ ସଂଶୋଧିତ କରାଯାଇଛି। ଜୀବନଧାରଣର ସହଜତାକୁ ସୁଗମ କରିବା ପାଇଁ ୬୭ ଟି ବ୍ୟବସ୍ଥାରେ ସଂଶୋଧନ କରାଯାଇଛି।
ସାମଗ୍ରିକ ଭାବରେ, ବିଲଟି ଛୋଟ ମୋଟ ଅପରାଧଗୁଡ଼ିକୁ ଦୂର କରି ୧,୦୦୦ ରୁ ଅଧିକ ଅପରାଧକୁ ଯୁକ୍ତିଯୁକ୍ତ କରିବାକୁ ଚେଷ୍ଟା କରେ। ଯାହା ଦ୍ଵାରା ସମଗ୍ର ନିୟାମକ ବାତାବରଣ ଉନ୍ନତ ହୋଇଥାଏ ଏବଂ ଏହା ବ୍ୟବସାୟ ଏବଂ ନାଗରିକମାନଙ୍କ ପାଇଁ ଏକ ଅନୁକୂଳ ଇକୋସିଷ୍ଟମକୁ ସକ୍ଷମ କରିଥାଏ।
ଏହି ବିଲ୍ ପ୍ରଥମେ ୧୮ ଅଗଷ୍ଟ ୨୦୨୫ ରେ ଜନ ବିଶ୍ୱାସ (ବ୍ୟବସ୍ଥାଗୁଡିକର ସଂଶୋଧନ) ବିଲ୍, ୨୦୨୫ ଭାବରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହା ମାଧ୍ୟମରେ ୧୦ ଟି ମନ୍ତ୍ରଣାଳୟ / ବିଭାଗ ଦ୍ୱାରା ପରିଚାଳିତ ୧୬ ଟି କେନ୍ଦ୍ରୀୟ ଆଇନରେ ୩୫୫ ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଲୋକସଭାର ଏକ ଚୟନ କମିଟିକୁ ପଠାଯାଇଥିଲା। ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ୪୯ ଟି ବୈଠକ କରିଥିଲା ଏବଂ ୧୩ ମାର୍ଚ୍ଚ ୨୦୨୬ ରେ ଏହାର ରିପୋର୍ଟ ଦାଖଲ କରିଥିଲା। କମିଟି ବ୍ୟାପକ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିଥିଲା ଏବଂ ବିଚାରାଧୀନ ବ୍ୟବସ୍ଥା ବ୍ୟତୀତ, ସମାନ ଆଇନ ମଧ୍ୟରେ ଅଧିକ ବ୍ୟବସ୍ଥା ଉପରେ ଯାଞ୍ଚ କରିଥିଲା ଏବଂ ୬୨ ଟି ଅତିରିକ୍ତ କେନ୍ଦ୍ରୀୟ ଆଇନରେ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବାକୁ ସୁପାରିଶ କରିଥିଲା।
***
SSP
(ରିଲିଜ ଆଡି: 2248702)
ପରିଦର୍ଶକ କାଉଣ୍ଟର : 26