ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଲୋକସଭାରେ ଆଜି ବାମପନ୍ଥୀ ଉଗ୍ରବାଦରୁ ଦେଶକୁ ମୁକ୍ତ କରିବାର ପ୍ରୟାସ ଉପରେ ଆଲୋଚନାର ଉତ୍ତର ରଖିଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2026 10:29PM by PIB Bhubaneswar
  • ନକ୍ସଲବାଦ ବାମପନ୍ଥୀ ବିଚାରଧାରାର ଏକ ଉତ୍ପାଦ
  • ଦାରିଦ୍ର୍ୟ କାରଣରୁ ନକ୍ସଲବାଦ ବ୍ୟାପି ନଥିଲା; ନକ୍ସଲବାଦ କାରଣରୁ ଦାରିଦ୍ର୍ୟ ବ୍ୟାପିଥିଲା
  • ଅନ୍ୟାୟ ପ୍ରତିବାଦ କରିବା ପାଇଁ ନୁହେଁ, ବରଂ ଆମର ସଂସଦୀୟ ବ୍ୟବସ୍ଥାକୁ ବିରୋଧ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟି ଗଠନ କରାଯାଇଥିଲା
  • ନକ୍ସଲ ହିଂସାର ଦିନ ଏବେ ଶେଷ ହୋଇଛି
  • ବିକାଶର ଅଭାବ ନୁହେଁ, ବରଂ ବାମପନ୍ଥୀ ବିଚାର ହେଉଛି ନକ୍ସଲବାଦର ମୂଳ କାରଣ; ଏହାକୁ ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ତତ୍କାଳୀନ ଶାସକ ଦଳର ନେତା ଗ୍ରହଣ କରିଥିଲେ
  • ନକ୍ସଲମୁକ୍ତ ଭାରତ ହେଉଛି ମୋଦ ସରକାରଙ୍କ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଅନ୍ୟତମ
  • ଯେଉଁ କମ୍ୟୁନିଷ୍ଟ ପାର୍ଟିର ଆଧାର ଅନ୍ୟ ଦେଶର ବିଚାର ଦ୍ୱାରା ଅନୁପ୍ରାଣିତ ତାହା କିପରି ଭାରତର କଲ୍ୟାଣ କରିପାରିବ?
  • ଭେଦଭାବର ବିରୋଧ କରିବାକୁ ନୁହେଁ ବରଂ ସରକାରଙ୍କ ପହଞ୍ଚକୁ ହ୍ରାସ କରିବା ଲାଗି ମାଓବାଦୀମାନେ ରେଡ୍‌ କରିଡରକୁ ବାଛିଥିଲେ
  • ବାମପନ୍ଥୀ ବିଚାରଧାରାର ଅନୁଗାମୀମାନେ ଭଗବାନ ବିର୍ସା ମୁଣ୍ଡା, ସହିଦ ଭଗତ ସିଂହ କିମ୍ବା ସୁଭାଷ ଚନ୍ଦ୍ର ବୋଷଙ୍କୁ ନୁହେଁ, ବରଂ ‘‘ମାଓ’’ଙ୍କୁ ନିଜର ଆଦର୍ଶ ବୋଲି ମାନିଥିଲେ
  • ଏବେ ମୋଦୀ ସରକାର ଅଛି; ଯେଉଁମାନେ ଅସ୍ତ୍ର ଉଠାଇବେ ସେମାନଙ୍କୁ ଜବାବ ଦେବାକୁ ପଡିବ
  • ଲାଲ ଆତଙ୍କର ଛାୟା ଯୋଗୁଁ ବସ୍ତରର ବିକାଶ ପଛେଇ ଯାଇଥିଲା। ଲାଲ ଆତଙ୍କର ଛାୟା ହଟିଯାଇଛି, ଏବଂ ବସ୍ତର ଏବେ ବିକଶିତ ହେଉଛି
  • ନକ୍ସଲମୁକ୍ତ ଭାରତ ହେଉଛି ମୋଦୀ ସରକାରଙ୍କ ସବୁଠାରୁ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତା
  • ଏହାର ସମ୍ପୂର୍ଣ୍ଣ ଶ୍ରେୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ବିଶେଷକରି କୋବ୍ରା ଏବଂ ସିଆରିପିଏଫ କର୍ମଚାରୀ, ରାଜ୍ୟ ପୁଲିସ, ଛତିଶଗଡ଼ ପୁଲିସ ଏବଂ ଡିଆରଜି କର୍ମୀ ଏବଂ ସ୍ଥାନୀୟ ଆଦିବାସୀଙ୍କୁ ଯାଉଛି
  • ବାମପନ୍ଥୀ ଉଗ୍ରବାଦୀମାନେ ଯେଉଁଠାରେ ଅନେକ ଦଶନ୍ଧି ଧରି ବିକାଶକୁ ପହଞ୍ଚାଇବାକୁ ଦେଇ ନଥିଲେ, ସେଠାରେ ମୋଦୀ ସରକାର ପ୍ରତ୍ୟେକ ଘରେ ବିକାଶ ଆଣୁଛନ୍ତି
  • ମୋଦୀ ସରକାର କାହାକୁ ଡରେ ନାହିଁ, ବରଂ ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିଥାଏ
  • ଶାସକ ଦଳର ସମର୍ଥନ ବିନା ଦେଶର ମଧ୍ୟଭାଗ ଦେଇ ତିରୁପତିରୁ ପଶୁପତିନାଥ ପର୍ଯ୍ୟନ୍ତ ବିସ୍ତୃତ ଲାଲ କରିଡର ସମ୍ଭବ ହିଁ ନଥିଲା
  • ବାମପନ୍ଥୀ ବିଚାର ନିଜ ଆଧାର ହରାଇଛି, ତେଣୁ ସମସ୍ତ ବାମପନ୍ଥୀ ବିଭିନ୍ନ ବ୍ୟାଖ୍ୟା ସୃଷ୍ଟି କରି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି
  • ବାମପନ୍ଥୀ ବିଚାରଧାରାର ଉଦ୍ଦେଶ୍ୟ ହେଉଛି ରାଜ୍ୟ, ଶାସନ, ସମ୍ବିଧାନ ଏବଂ ସୁରକ୍ଷାର ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା ଏବଂ ରକ୍ତପାତ କରିବା, ଯାହା ଆଉ ସଫଳ ହେବ ନାହିଁ
  • ନକ୍ସଲମାନେ ଗାଁରେ ସ୍କୁଲ, ଡାକ୍ତରଖାନା ଏବଂ ବ୍ୟାଙ୍କ ପୋଡ଼ି ଦେଲେ, ତା’ପରେ ଲୋକମାନଙ୍କୁ ଭୂତେଇ ଥିଲେ ଯେ ବିକାଶ ସେମାନଙ୍କ ପାଖରେ ପହଞ୍ଚି ନାହିଁ
  • ମୁଁ ଅନେକ ବୁଦ୍ଧିଜୀବୀଙ୍କ ଲେଖା ପଢ଼ିଲି ଯେଉଁମାନେ ନକ୍ସଲବାଦୀଙ୍କ ମାନବାଧିକାର ବିଷୟରେ କହିଥିଲେ, କିନ୍ତୁ ଗୋଟିଏ ବି ଲେଖା ସେହି ମାଆଙ୍କୁ ସମ୍ବୋଧିତ କରିନଥିଲା ଯାହାଙ୍କ ପିଲାକୁ ନକ୍ସଲବାଦୀମାନେ ବଳପୂର୍ବକ ଅପହରଣ କରିଥିଲେ କିମ୍ବା ସେମାନଙ୍କର ଲେଖା ନକ୍ସଲବାଦୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସହିଦଙ୍କ ବିଧବାମାନଙ୍କୁ ମଧ୍ୟ ସମ୍ବୋଧିତ କରିନଥିଲା
  • ବାମପନ୍ଥୀ ବିଚାରଧାରାର ଧ୍ରୁବ ବାକ୍ୟ ‘‘ସତ୍ୟମେବ ଜୟତେ’’ ନୁହେଁ ବରଂ ‘‘ବନ୍ଧୁକ ମୁନରେ କ୍ଷମତା ହାସଲ’’ ଅଟେ
  • ନକ୍ସଲବାଦୀମାନଙ୍କ ସହିତ ସହ ରହି ମୁଖ୍ୟ ବିରୋଧୀ ଦଳ ଏବଂ ଏହାର ନେତାମାନେ ନିଜେ ନକ୍ସଲବାଦୀ ହୋଇଯାଇଛନ୍ତି
  • ନକ୍ସଲମାନଙ୍କ କାରଣରୁ ହୋଇଥିବା ନରସଂହାରରେ ନକ୍ସଲମାନଙ୍କ ସମର୍ଥକ ମଧ୍ୟ ସେତିକି ଭାଗିଦାର ଯେତିକି ହିଂସା କରୁଥିବା ଲୋକ
  • ମୁଖ୍ୟ ବିରୋଧୀ ଦଳର ଶାସନ ସମୟରେ ଗଠିତ ଏନଏସିରେ ନକ୍ସଲ ସମର୍ଥକ ଭରି ରହିଥିଲେ
  • ଯେଉଁମାନେ ସୁରକ୍ଷା ବାହିନୀ ଦ୍ୱାରା ନକ୍ସଲ ବିରୋଧୀ ଅଭିଯାନକୁ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ବୋଲି କୁହନ୍ତି, ସେମାନେ ନିଶ୍ଚିତ ଭାବରେ ବସ୍ତର ଅଲିମ୍ପିକ୍ସ ଏବଂ ବସ୍ତର ପାଣ୍ଡୁମ ପରିଦର୍ଶନ କରିବା ଉଚିତ
  • ନକ୍ସଲବାଦୀମାନଙ୍କ ସହିତ ସାକ୍ଷାତ ହେଉ କିମ୍ବା ସେମାନଙ୍କୁ ସମର୍ଥନ ହେଉ, ମୁଖ୍ୟ ବିରୋଧୀ ଦଳର ନେତାମାନେ ସର୍ବଦା ସେମାନଙ୍କ ସହିତ ଠିଆ ହୋଇଥିବା ଦେଖାଯାଆନ୍ତି
  • ସମାନ୍ତରାଳ ସରକାର ଏବଂ ନ୍ୟାୟ ବ୍ୟବସ୍ଥା ଚଳାଇ ଆଦିବାସୀମାନଙ୍କୁ ଶୋଷଣ କରୁଥିବା ନକ୍ସଲବାଦୀମାନେ ଗଣତନ୍ତ୍ରର ଘୋର ବିରୋଧୀ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଲୋକସଭାରେ ନିୟମ ୧୯୩ ଅନୁଯାୟୀ ବାମପନ୍ଥୀ ଉଗ୍ରବାଦ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରୟାସ ଉପରେ ଆଲୋଚନାର ଉତ୍ତର ରଖିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦୀ ଏବଂ ସେମାନଙ୍କ ସମର୍ଥକମାନେ ନିରୀହ ଆଦିବାସୀ ଲୋକଙ୍କ ଆଗରେ ଏକ ମିଥ୍ୟା କାହାଣୀ ଉପସ୍ଥାପନ କରିଥିଲେ। ସେମାନେ ଆଦିବାସୀମାନଙ୍କର ଅଧିକାର ଏବଂ ନ୍ୟାୟ ପାଇଁ ଲଢ଼ୁଛନ୍ତି ବୋଲି ଦାବି କରିଥିଲେ। ସେ ଆଜି ବସ୍ତରରୁ ନକ୍ସଲବାଦ ପ୍ରାୟତଃ ମୂଳୋତ୍ପାଟନ ହୋଇସାରିଛି ଏବଂ ପ୍ରତ୍ୟେକ ଗାଁରେ ସ୍କୁଲ ନିର୍ମାଣ ଓ ରାସନ ଦୋକାନ ଖୋଲିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ୧୯୭୦ ପରଠାରୁ ଏହା କାହିଁକି ହୋଇନଥିଲା ତାହା ବୁଝାଇବାକୁ ନକ୍ସଲବାଦର ସମର୍ଥନ କରୁଥିବା ଲୋକଙ୍କୁ ଗୃହମନ୍ତ୍ରୀ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ, ଦେଶର ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ଘର, ଗ୍ୟାସ, ପାନୀୟ ଜଳ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଏବଂ ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ମିଳିଥିଲା। କିନ୍ତୁ ବସ୍ତରର ଲୋକମାନଙ୍କୁ ଏଥିରୁ ବାଦ ପଡ଼ିଥିଲେ କାରଣ ସତ୍ୟକୁ ମିଥ୍ୟା କରାଯାଇଥିଲା ଏବଂ ଲାଲ ଆତଙ୍କର ଛାୟା ଯୋଗୁଁ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଶ୍ରୀ ଶାହ କହିଥିଲେ, ସେଠାରେ ବିକାଶ ଅଭାବରୁ ଲାଲ ଆତଙ୍କ ବ୍ୟାପିନଥିଲା, ବରଂ ଲାଲ ଆତଙ୍କ କାରଣରୁ ସେଠାରେ ବିକାଶ ପହଞ୍ଚି ପାରିନଥିଲା। କିନ୍ତୁ ଆଜି ଲାଲ ଆତଙ୍କର କଳା ଛାଇ ଅପସାରିତ ହୋଇଛି ଏବଂ ବସ୍ତର ବିକଶିତ ହେଉଛି।

ଶ୍ରୀ ଅମିତ ଶାହ କହିଥିଲେ, ଏବେକାର ନରେନ୍ଦ୍ର ମୋଦୀଙ୍କ ସରକାର ଅଛି। ଯିଏ ଅସ୍ତ୍ର ଉଠାଇବ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ। ସରକାର ସମ୍ବେଦନଶୀଳ ଅଛନ୍ତି ଏବଂ ସମସ୍ତ ସମସ୍ୟା ଶୁଣିବା ତଥା ସେଗୁଡ଼ିକର ସମାଧାନ କରିବାକୁ ଚାହୁଁଛନ୍ତି । ସରକାର ଯୋଜନା କରିଥିଲେ କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ ହେବାକୁ ଦିଆଗଲା ନାହିଁ, କାରଣ ବାମପନ୍ଥୀ ଉଗ୍ରବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ବିଚାରଧାରା, ଅର୍ଥାତ୍ ସେମାନଙ୍କର ଅବୈଧ ଶାସନ ସେଠାରେ ଜାରି ରଖିବାକୁ ଚାହୁଁଥିଲେ। ସ୍ୱାଧୀନତା ପରେ, ମୁଖ୍ୟ ବିରୋଧୀ ଦଳ ୭୫ ବର୍ଷ ମଧ୍ୟରୁ ୬୦ ବର୍ଷ ପାଇଁ ଦେଶକୁ ଶାସନ କରିଥିଲା, ତଥାପି ଆଦିବାସୀମାନେ ବିକାଶରୁ କିପରି ବଞ୍ଚିତ ରହିଲେ? ଏବେ ନରେନ୍ଦ୍ର ମୋଦୀ ଜୀ ବିକାଶ କରୁଛନ୍ତି। ବିରୋଧୀ ଦଳ ନିଜ ଅନ୍ତରାତ୍ମାକୁ ପଚାରିବା ଉଚିତ ଏବଂ ଦୋଷୀ କିଏ ତାହା ଦେଖିବା ଉଚିତ ବୋଲି ଶ୍ରୀ ଶାହ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକର କିଛି ଅଂଶ ଏବଂ ଉତ୍ତର ପ୍ରଦେଶର ତିନୋଟି ଜିଲ୍ଲା ସମେତ ୧୨ଟି ରାଜ୍ୟରେ ଏକ ସମ୍ପୂର୍ଣ୍ଣ ରେଡ୍ କରିଡର ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳର ୧୨ କୋଟି ଲୋକ ବର୍ଷ ବର୍ଷ ଧରି ଦାରିଦ୍ର୍ୟରେ ଜୀବନ କାଟୁଥିଲେ ଏବଂ ୨୦,୦୦୦ ଯୁବବର୍ଗ ମୃତ୍ୟୁବରଣ କରିଥିଲେ, ଏଥିପାଇଁ କିଏ ଦାୟୀ? ନକ୍ସଲବାଦର ମୂଳ କାରଣ ବିକାଶର ଦାବି ନୁହେଁ, ବରଂ ଏକ ବିଚାରଧାରା ଅଟେ। ନକ୍ସଲବାଦର ମୂଳ କାରଣ ବିକାଶର ଅଭାବ ନୁହେଁ, ବରଂ ବାମପନ୍ଥୀ ବିଚାରଧାରା ଅଟେ, ଯାହାକୁ ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ତତ୍କାଳୀନ ଶାସକ ଦଳର ନେତା ଗ୍ରହଣ କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ, କାଶ୍ମୀର ଏବଂ ଉତ୍ତର-ପୂର୍ବାଞ୍ଚଳ ତୁଳନାରେ ସଶସ୍ତ୍ର ମାଓବାଦୀମାନେ ଦେଶର ପାଇଁ ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସୁରକ୍ଷା ବିପଦ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମଗ୍ର ଦେଶ ଆଗରେ ସ୍ୱୀକାର କରିଥିଲେ । ୨୦୧୪ରେ ପରିବର୍ତ୍ତନ ଆସିଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ, ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇଥିଲା: ଧାରା ୩୭୦ ଏବଂ ୩୫ଏ ରଦ୍ଦ କରାଯାଇଥିଲା, ରାମ ଜନ୍ମଭୂମି ସ୍ଥଳରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା, ଜିଏସଟି ବାସ୍ତବତାରେ ପରିଣତ ହୋଇଥିଲା, ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରଣୟନ କରାଯାଇଥିଲା ଏବଂ ବିଧାନପାଳିକାରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱାଧୀନତା ପରଠାରୁ ଏହି ଦେଶର ଲୋକମାନେ ଯେଉଁ ପ୍ରମୁଖ ସଫଳତା ଚାହୁଁଥିଲେ ତାହା ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷର ଶାସନ କାଳରେ ହାସଲ ହୋଇଛି । ଏବେ, ନରେନ୍ଦ୍ର ମୋଦୀଙ୍କ ଶାସନରେ ଏକ ନକ୍ସଲମୁକ୍ତ ଭାରତ ମଧ୍ୟ ସୃଷ୍ଟି ହେବ। ଶ୍ରୀ ଶାହ କହିଥିଲେ, ଗତ ୧୨ ବର୍ଷ ଦେଶ ପାଇଁ ବହୁତ ଶୁଭ ସାବ୍ୟସ୍ତ ହୋଇଛି। ଗତ ୧୨ ବର୍ଷ ମଧ୍ୟରେ ଦେଶକୁ ଦାରିଦ୍ର୍ୟ ମୁକ୍ତ କରିବା, ଯୁବପିଢ଼ିଙ୍କ ପାଇଁ ଏକ ନୂତନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା, ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦେଶର ଆଧାର ସହ ଜଡ଼ିତ ନ ଥିବା ନୀତିଗୁଡ଼ିକୁ ଦୂର କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ଯଦି କେହି ସବୁଠାରୁ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ବିଚାର କରନ୍ତି, ତେବେ ନକ୍ସଲମୁକ୍ତ ଭାରତ ନିସନ୍ଦେହରେ ପ୍ରଥମ ସ୍ଥାନ ପାଇବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ଦେଶରେ ଏକ ନକ୍ସଲମୁକ୍ତ ଭାରତର ପ୍ରମୁଖ ଉପଲବ୍ଧି ସମ୍ପୂର୍ଣ୍ଣ ଭାବରେ ଆମର କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ବିଶେଷକରି କୋବ୍ରା ଏବଂ ସିଆରପିଏଫ କର୍ମଚାରୀ, ରାଜ୍ୟ ପୁଲିସ, ବିଶେଷକରି ଛତିଶଗଡ଼ ରାଜ୍ୟ ପୁଲିସ ଏବଂ ଡିଆରଜି କର୍ମଚାରୀ ଏବଂ ସ୍ଥାନୀୟ ଆଦିବାସୀଙ୍କ ଯୋଗୁଁ ସମ୍ଭବ ହୋଇଛି । ବାମପନ୍ଥୀ ଉଗ୍ରବାଦକୁ ଶେଷ କରିବାରେ ଜନସାଧାରଣଙ୍କର ମଧ୍ୟ ଏକ ପ୍ରମୁଖ ଅବଦାନ ରହିଛି ବୋଲି ସେ ଆହୁରି ମଧ୍ୟ କହିଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ, ଏହି ବିଚାରଧାରାର ବିକାଶ କିମ୍ବା ବିକାଶର ଦାବି ସହିତ କୌଣସି ସମ୍ପର୍କ ନାହିଁ। ଏହା କେଉଁ ବିଚାରଧାରା? ମାଓବାଦୀ ବିଚାରଧାରା କ'ଣ? ଏହାର ମୂଳମନ୍ତ୍ର କ'ଣ? ବୋଲି ସେ ପ୍ରଶ୍ନ କରିଥିଲେ। ଗୃହ ମନ୍ତ୍ରୀ କହିଥିଲେ, ନକ୍ସଲମାନଙ୍କର ମୂଳମନ୍ତ୍ର ହେଉଛି ବନ୍ଧୁକ ମୁନରେ କ୍ଷମତା ହାସଲ। ସେମାନେ ବିକାଶ ପାଇଁ ନୁହେଁ, ବରଂ ସେମାନଙ୍କର ବିଚାରଧାରାକୁ ବଞ୍ଚାଇବା ଏବଂ ବିଜୟ ହାସଲ କରିବା ତଥା ନିରୀହ ଆଦିବାସୀ ଲୋକଙ୍କ ମଧ୍ୟରେ ଏହାକୁ ବିସ୍ତାର କରି କ୍ଷମତା ହାସଲ କରିବା ପାଇଁ କାମ କରିଥା’ନ୍ତି। ସେମାନଙ୍କର ଗଣତନ୍ତ୍ରରେ କୌଣସି ବିଶ୍ୱାସ ନାହିଁ। କିଛି ଲୋକ ସେମାନଙ୍କୁ ଭଗତ ସିଂହ ଏବଂ ବିର୍ସା ମୁଣ୍ଡାଙ୍କ ସହିତ ତୁଳନା କରିଛନ୍ତି। ଆପଣମାନେ କାହାକୁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିଥିବା ସହିଦ ଭଗତ ସିଂହ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ସହ ତୁଳନା କରୁଛନ୍ତି? ଯେଉଁମାନେ ସମ୍ବିଧାନକୁ ପଦାଘାତ କରି ନିରୀହ ଲୋକଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ର ଉଠାଇଥିଲେ, ସେମାନଙ୍କୁ? ବୋଲି ଶ୍ରୀ ଶାହ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଏହି ବିଚାରଧାରା କହେ ଯେ କେବଳ ଏକ ଦୀର୍ଘକାଳୀନ ଯୁଦ୍ଧ ହିଁ ସେମାନଙ୍କର ବିଚାରଧାରାକୁ ପ୍ରସାର କରିପାରିବ। ସେମାନଙ୍କ ଭିତରେ ନିଜ ଲୋକଙ୍କ ରକ୍ତପାତ କରିବାରେ କୌଣସି ଦ୍ୱିଧା ନାହିଁ। ଏହି ବିଚାରଧାରାର ସମର୍ଥକମାନେ ଭଗବାନ ବିର୍ସା ମୁଣ୍ଡା, ସହିଦ ଭଗତ ସିଂହ କିମ୍ବା ସୁଭାଷ ଚନ୍ଦ୍ର ବୋଷଙ୍କୁ ନୁହେଁ, ବରଂ ‘‘ମାଓ’’ ଙ୍କୁ ନିଜର ଆଦର୍ଶ ବୋଲି ମାନିଛନ୍ତି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ, ସତ୍ୟ ହେଉଛି ଯେ ସେମାନେ ସମଗ୍ର ଲାଲ କରିଡରକୁ ବାଛିଥିଲେ କାରଣ ସେଠାରେ ପ୍ରଶାସନର ପ୍ରଭାବ ସୀମିତ ଥିଲା। ନିରୀହ ଆଦିବାସୀମାନଙ୍କୁ ଭୂଆଁ ବୁଲାଇ ସେମାନଙ୍କ ହାତରେ ଅସ୍ତ୍ର ଦିଆଯାଇଥିଲା। ସେ ପଚାରିଥିଲେ ଯେ, ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ଭଗବାନ ବିର୍ସା ମୁଣ୍ଡା, ତିଲକା ମାଞ୍ଝି, ରାଣୀ ଦୁର୍ଗାବତୀ ଏବଂ ମୁର୍ମୁ ଭାଇମାନଙ୍କୁ ନିଜର ନାୟକ ମାନୁଥିବା ଆଦିବାସୀମାନେ ୧୯୭୦ ବେଳକୁ ମାଓଙ୍କୁ ନିଜର ନାୟକ ମାନିବା କିପରି ଆରମ୍ଭ କଲେ? ଶ୍ରୀ ଶାହ କହିଥିଲେ, ବାମପନ୍ଥୀମାନେ ବିକାଶ କିମ୍ବା ଅନ୍ୟାୟ ପାଇଁ ନୁହେଁ, ବରଂ କଷ୍ଟକର ଭୌଗୋଳିକ ସ୍ଥିତି ଏବଂ ସରକାରଙ୍କ ଅନୁପସ୍ଥିତି ଯୋଗୁଁ ଏହି ଅଞ୍ଚଳକୁ ବାଛିଥିଲେ। ସେମାନେ ନିଜର ବିଚାରଧାରା ପ୍ରସାର କରିବା ପାଇଁ ଏବଂ ନିରୀହ ଆଦିବାସୀମାନଙ୍କୁ ଠକିବା ଆରମ୍ଭ କରିଥିଲେ। ବାମପନ୍ଥୀ ଉଗ୍ରବାଦୀମାନେ ବର୍ଷ ବର୍ଷ ଧରି ସେହି ଅଞ୍ଚଳରେ ବିକାଶକୁ ବାଧା ଦେଇଥିଲେ, କିନ୍ତୁ ବର୍ତ୍ତମାନ, ନରେନ୍ଦ୍ର ମୋଦୀଙ୍କ ଶାସନରେ, ସେଠାରେ ପ୍ରତ୍ୟେକ ଘରେ ବିକାଶ ପହଞ୍ଚିପାରୁଛି। ନକ୍ସଲବାଦ ଦାରିଦ୍ର୍ୟ ଯୋଗୁଁ ବ୍ୟାପି ନଥିଲା, ବରଂ ନକ୍ସଲବାଦ ଯୋଗୁଁ ବର୍ଷ ବର୍ଷ ଧରି ଏହି ସମଗ୍ର ଅଞ୍ଚଳରେ ଦାରିଦ୍ର୍ୟ ଲାଗି ରହିଥିଲା। ନକ୍ସଲବାଦର ମୂଳ କାରଣ ଦାରିଦ୍ର୍ୟ ଏବଂ ବିକାଶ ସହ ଜଡିତ ନୁହେଁ, ବରଂ ଏହା ଆଦର୍ଶଗତ।

ଶ୍ରୀ ଅମିତ ଶାହ କହିଥିଲେ, ନକ୍ସଲବାଡ଼ିରେ ସାକ୍ଷରତା ହାର ୩୨%, ବସ୍ତରରେ ୨୩%, ବିହାରର ସହର୍ସାରେ ୩୩% ଏବଂ ଉତ୍ତର ପ୍ରଦେଶର ବଲିଆରେ ୩୧% ଥିଲା। ସେହିପରି, ନକ୍ସଲବାଡ଼ିରେ ପ୍ରତି ମୁଣ୍ଡପିଛା ଆୟ ୫୦୦ ଟଙ୍କା, ବସ୍ତରରେ ୧୯୦ ଟଙ୍କା, ସହର୍ସାରେ ୨୯୯ ଟଙ୍କା ଏବଂ ବଲିଆରେ ୩୭୪ ଟଙ୍କା ଥିଲା। ଏହି ଚାରିଟି ଅଞ୍ଚଳରେ ପ୍ରତି ବ୍ୟକ୍ତି ମୁଣ୍ଡପିଛା ଆୟ ସମାନ ଥିଲେ ମଧ୍ୟ, ନକ୍ସଲବାଡ଼ି ଏବଂ ବସ୍ତରରେ ବାମପନ୍ଥୀ ଉଗ୍ରବାଦ ବୃଦ୍ଧି ପାଇଥିଲା, କିନ୍ତୁ ସହର୍ସ ଏବଂ ବଲିଆରେ ନୁହେଁ। ଏହା କାରଣ ଥିଲା ଯେ ସହର୍ସ ଏବଂ ବାଲିଆର ଭୌଗୋଳିକ ସ୍ଥିତି ସେମାନଙ୍କ ଆନ୍ଦୋଳନ ପାଇଁ ଅନୁକୂଳ ନଥିଲା। ସେଠାରେ ଘନ ଜଙ୍ଗଲ, ନଦୀ, ଝରଣା କିମ୍ବା ପାହାଡ ଲୁଚିବା ପାଇଁ ଅନୁପଯୁକ୍ତ ଥିଲା। ଏହା ସଶସ୍ତ୍ର ଆନ୍ଦୋଳନ, ଆଦିବାସୀମାନଙ୍କୁ ଦମନ ଏବଂ ବଳପୂର୍ବକ ସେମାନଙ୍କୁ ନିଜ ବିଚାରଧାରାରେ ପରିବର୍ତ୍ତନ କରିବା ପାଇଁ ଅନୁପଯୁକ୍ତ କରିଥିଲା। ସେ କହିଥିଲେ, ଯଦି ବିକାଶ ଏକମାତ୍ର ମାନଦଣ୍ଡ ଥିଲା, ଯଦି ପ୍ରତି ମୁଣ୍ଡପିଛା ଆୟ ଏକମାତ୍ର ମାପକାଠି ଥିଲା, ତେବେ ଦେଶର ଅନେକ ଅଂଶ ଥିଲା ଯେଉଁଠାରେ ୧୯୭୦ ମସିହାରେ ବିକାଶ ପହଞ୍ଚି ନଥିଲା, କିନ୍ତୁ ସେଠାରେ ନକ୍ସଲବାଦ କାହିଁକି ବ୍ୟାପି ନଥିଲା?

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ଏହା ଏପରି ଏକ ସରକାର ଯାହା ଭୟ କରେ ନାହିଁ, ବରଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ। ନକ୍ସଲବାଦ ୧୦୭୦ ଦଶକରେ ନକ୍ସଲବାଡି ଏବଂ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିଲା। କେବଳ ୧୯୭୧ ମସିହାରେ ସେଠାରେ ୩,୬୨୦ ହିଂସା ଘଟଣା ଘଟିଥିଲା। ୧୯୮୦ ଦଶକ ସୁଦ୍ଧା, ପିପୁଲ୍ସ ୱାର ଗ୍ରୁପ୍ ଗଠନ ହୋଇଥିଲା ଏବଂ ତା’ପରେ ଏହା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ ବ୍ୟାପିଥିଲା। ୧୯୯୦ ଦଶକରେ, ବାମପନ୍ଥୀ ବିଚାରଧାରା ସଙ୍କୁଚିତ ହେବାକୁ ଲାଗିଲା, ଏବଂ ଏଠାରେ ହିଁ ଉଗ୍ରବାଦୀ ଗୋଷ୍ଠୀ ଏବଂ ବାମପନ୍ଥୀ ଦଳ ମଧ୍ୟରେ ମିଶ୍ରଣ ଆରମ୍ଭ ହେଲା। ୨୦୦୪ ମସିହାରେ, ଦୁଇଟି ପ୍ରମୁଖ ଗୋଷ୍ଠୀ ମିଶ୍ରଣ ହୋଇ ସିପିଆଇ (ମାଓବାଦୀ) ଗଠନ କଲେ। ୧୯୭୦ ରୁ ୨୦୦୪ ପର୍ଯ୍ୟନ୍ତ, କେବଳ ଚାରି ବର୍ଷକୁ ଛାଡ଼ି ଦେଲେ ସମ୍ପୂର୍ଣ୍ଣ ସମୟ ମୁଖ୍ୟ ବିରୋଧୀ ଦଳ ହିଁ ଶାସନ କରିଥିଲା।

ଶ୍ରୀ ଅମିତ ଶାହ କହିଥିଲେ, ଏହି ସମୟ ମଧ୍ୟରେ ହିଁ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦେଶର ୧୨ଟି ରାଜ୍ୟ, ଦେଶର ୧୭% ଭୂଖଣ୍ଡ ଏବଂ ଜନସଂଖ୍ୟାର ୧୦% ରୁ ଅଧିକ ଅଞ୍ଚଳରେ ପହଞ୍ଚିଥିଲା। ସରକାରଙ୍କ ସମର୍ଥନ ବିନା, ତିରୁପତିରୁ ପଶୁପତିନାଥ ପର୍ଯ୍ୟନ୍ତ ଦେଶର ମଧ୍ୟଭାଗ ଦେଇ ଲାଲ କରିଡର ସମ୍ଭବ ହୋଇପାରିନଥାନ୍ତା। ଜବତ ହୋଇଥିବା ୯୨% ଅସ୍ତ୍ରଶସ୍ତ୍ର ପୁଲିସଠାରୁ ଲୁଟ ହୋଇଥିଲା। ପୁଲିସ ଷ୍ଟେସନ ଲୁଟ ହୋଇଥିଲା, ଗୁଳି ଚୋରି ହୋଇଥିଲା ଏବଂ ସେଗୁଡ଼ିକୁ ନିରୀହ ସୈନିକ, ଛୋଟ ପିଲା ଏବଂ ଚାଷୀଙ୍କୁ ହତ୍ୟା କରିବା ପାଇଁ ବ୍ୟବହାର କରାଯାଇଥିଲା। ବାମପନ୍ଥୀ ବିଚାରଧାରା ଏକ ଭ୍ରାନ୍ତି ଭଳି ଅପପ୍ରଚାର ମାଧ୍ୟମରେ ନିଜ ବିଚାରଧାରାକୁ ବଜାୟ ରଖିବା ଲାଗି କହିଲା ଯେ ଅନ୍ୟାୟର ମୁକାବିଲା ଲାଗି ଅସ୍ତ୍ର ଉଠାଇବା ଆବଶ୍ୟକ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ, ଗଣତନ୍ତ୍ରର ମୌଳିକ ନୀତି ହେଉଛି ଯେ କୌଣସି ସମସ୍ୟାର ସମାଧାନ ଅସ୍ତ୍ର ନୁହେଁ, ବିତର୍କ ମାଧ୍ୟମରେ ହୋଇପାରିବ। ନକ୍ସଲବାଦୀମାନେ ଏହି ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ: ସରକାରର ଏକ ଶୂନ୍ୟସ୍ଥାନ, ସମସ୍ତ ବ୍ୟବସ୍ଥାକୁ ନଷ୍ଟ କରି ଶାସନର ଏକ ଶୂନ୍ୟସ୍ଥାନ, ସମ୍ବିଧାନ ପ୍ରତି ବିଶ୍ୱାସକୁ ନଷ୍ଟ କରି ସମ୍ବିଧାନର ଏକ ଶୂନ୍ୟସ୍ଥାନ ଏବଂ ପୁଲିସ ଷ୍ଟେସନଗୁଡ଼ିକୁ ପୋଡ଼ି ଦେଇ ସୁରକ୍ଷାର ଏକ ଶୂନ୍ୟସ୍ଥାନ। ମାଓବାଦୀ ଏବଂ ନକ୍ସଲବାଦୀ ହିଂସାର ଦିନ ଶେଷ ହୋଇଗଲାଣି, ଏବଂ ଏହା ମୋଦୀ ସରକାରରେ ଅଧିକ ଦିନ ରହିବ ନାହିଁ।

ଶ୍ରୀ ଅମିତ ଶାହ କହିଥିଲେ, ମାଓବାଦୀ ଉଗ୍ରବାଦୀଙ୍କୁ ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ର ଧରି ଲଢ଼ୁଥିବା ଲୋକ ବୋଲି ଭାବିବାର ଭୁଲ କରିବା ଉଚିତ୍ ନୁହେଁ। ବାମପନ୍ଥୀ ବିଚାରଧାରା ନିଜ ଆଧାର ହରାଇଛି, ଏବଂ ତେଣୁ ସମସ୍ତ ବାମପନ୍ଥୀ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିଭିନ୍ନ ମନଗଢ଼ା କାହାଣୀ ସୃଷ୍ଟି କରିବାରେ ବ୍ୟସ୍ତ। ସେମାନଙ୍କର ଏକମାତ୍ର ଏଜେଣ୍ଡା ହେଉଛି ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା। ସେମାନଙ୍କର ଲକ୍ଷ୍ୟ ହେଉଛି ସରକାର, ଶାସନ, ସମ୍ବିଧାନ ଏବଂ ସୁରକ୍ଷାର ଶୂନ୍ୟସ୍ଥାନ ସୃଷ୍ଟି କରିବା ଏବଂ ରକ୍ତପାତ କରିବା, ଯାହା ଆଉ ସଫଳ ହେବ ନାହିଁ। ନକ୍ସଲବାଦୀମାନେ ଅନେକ ନିର୍ଦ୍ଦୋଷ ଗ୍ରାମବାସୀଙ୍କୁ ସୂଚନାଦାତା ଭାବରେ ଚିହ୍ନିତ କରି ଫାଶୀ ଦେଇଥିଲେ। ସେମାନେ ଜନତା ଅଦାଲତ ନାମରେ ଏକ ପ୍ରହସନ ସୃଷ୍ଟି କରିଥିଲେ ଯେଉଁଠାରେ କୌଣସି ଓକିଲ, ବିଚାରପତି ନଥିଲେ। ସେମାନେ ନିଜେ ବସିଥାନ୍ତି, ନିଜେ ରାୟ ଦିଅନ୍ତି ଏବଂ ମୃତ୍ୟୁଦଣ୍ଡ ଦିଅନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ନକ୍ସଲବାଦୀମାନେ ଜନତା ଏବଂ ସରକାରଙ୍କ ନାମରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବା ପାଇଁ କାମ କରିଥିଲେ। ସେମାନେ ସମ୍ବିଧାନ ଏବଂ ନ୍ୟାୟ ବ୍ୟବସ୍ଥାକୁ ଟାର୍ଗେଟ କରି ଏକ ସାମ୍ବିଧାନିକ ଶୂନ୍ୟସ୍ଥାନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। ଯେଉଁମାନେ ବର୍ତ୍ତମାନ ଆଲୋଚନା ପାଇଁ ଡାକୁଛନ୍ତି ସେମାନେ ଜାଣିବା ଉଚିତ ଯେ ମୁଁ ୫୦ଥର ବସ୍ତର ଯାଇ ସାର୍ବଜନୀନ ମଞ୍ଚରେ କହିଛି: ଆପଣମାନେ ଅସ୍ତ୍ରଶସ୍ତ୍ର ସମର୍ପଣ କରନ୍ତୁ, ଏବଂ ସରକାର ଆପଣମାନଙ୍କର ସମ୍ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରିବ। ଆମ ସରକାରଙ୍କ ନୀତି ହେଉଛି ଯେ କେବଳ ଆତ୍ମସମର୍ପଣକାରୀଙ୍କ ସହିତ ଆଲୋଚନା କରାଯାଏ, କିନ୍ତୁ ଯେଉଁମାନେ ଗୁଳି ଚାଳନା କରନ୍ତି ସେମାନଙ୍କୁ ଜବାବ ଗୁଳିରେ ଦିଆଯାଏ।

ଶ୍ରୀ ଅମିତ ଶାହ କହିଥିଲେ, ରୁଷରେ ସାମ୍ୟବାଦୀ ସରକାର ଗଠନ ହେବା ମାତ୍ରେ, ୧୯୨୫ ମସିହାରେ ଏଠାରେ ସିପିଆଇ ପ୍ରତିଷ୍ଠା ହୋଇଥିଲା। ଯେତେବେଳେ ରୁଷରେ ସାମ୍ୟବାଦୀ ସରକାର ଗଠନ ହୋଇଥିଲା, ସେହି ସମୟରେ ଏଠାରେ ସିପିଆଇ ପ୍ରତିଷ୍ଠା ହୋଇଥିଲା। ଏହା ମଧ୍ୟରେ କ’ଣ କୌଣସି ସମ୍ପର୍କ ଅଛି? ରୁଷ ସରକାର ବିଶ୍ୱବ୍ୟାପୀ ସାମ୍ୟବାଦୀ ଦଳ ଗଠନକୁ ପ୍ରାୟୋଜିତ କରିଥିଲା। ଏବେ, ଯେଉଁ ଦଳ ନିଜେ ଅନ୍ୟ ଦେଶ ଦ୍ୱାରା ଅନୁପ୍ରାଣିତ ହୋଇଥିଲା, ସେ ଆମ ଦେଶର କଲ୍ୟାଣ ବିଷୟରେ କିପରି ଚିନ୍ତା କରିପାରିବ? ସେମାନେ ବ୍ରିଟିଶମାନଙ୍କୁ ମଧ୍ୟ ସମର୍ଥନ କରିଥିଲେ। ୧୯୬୪ ମସିହାରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଗଠନ ହୋଇଥିଲା। ସିପିଆଇ(ଏମ୍) କାହିଁକି ଗଠିତ ହୋଇଥିଲା ତାହା ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଯେତେବେଳେ ସିପିଆଇ ଅସ୍ତିତ୍ୱରେ ଥିଲା, ତେବେ ସିପିଆଇ(ଏମ୍) କାହିଁକି ଗଠନ ହୋଇଥିଲା? ୧୯୬୪ ମସିହାରେ, ଯେତେବେଳେ ସୋଭିଏତ୍ ରୁଷ ଏବଂ ଚୀନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା, ସେତେବେଳେ ଉଭୟ ସାମ୍ୟବାଦୀ ରାଷ୍ଟ୍ରରେ ଭିନ୍ନ ଭିନ୍ନ ବିଚାରଧାରାର କମ୍ୟୁନିଷ୍ଟ ସରକାର ଅସ୍ତିତ୍ୱରେ ଆସିଥିଲା। ଭିନ୍ନ ଭିନ୍ନ ବିଚାରଧାରାର ସରକାର ଅସ୍ତିତ୍ୱରେ ଆସିବା ମାତ୍ରେ, ଏଠାରେ ଏକ ଚୀନ୍ ସମର୍ଥିତ ଦଳ, ସିପିଆଇ(ମାର୍କ୍ସବାଦୀ) ଗଠିତ ହୋଇଥିଲା। ଏହା ପରେ, ୧୯୬୯ ମସିହାରେ, ସଂସଦୀୟ ରାଜନୀତିକୁ ବିରୋଧ କରିବା ପାଇଁ ସିପିଆଇ(ଏମ୍ଏଲ) ମାର୍କ୍ସବାଦୀ ପ୍ରତିଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ବିକାଶର ଶୂନ୍ୟସ୍ଥାନ ସୃଷ୍ଟି କରିବା କିମ୍ବା ଅଧିକାରକୁ ସୁରକ୍ଷା ଦେବା ନଥିଲା, ବରଂ ଏହାର ସମ୍ବିଧାନରେ, ଉଦ୍ଦେଶ୍ୟ ଥିଲା ସଂସଦୀୟ ରାଜନୀତିକୁ ବିରୋଧ କରିବା ଏବଂ ଏକ ସଶସ୍ତ୍ର ବିପ୍ଳବ ଆରମ୍ଭ କରିବା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସେମାନେ ସଶସ୍ତ୍ର ବିପ୍ଳବ ଏବଂ ସଂସଦୀୟ ରାଜନୀତିର ବିରୋଧର ଦ୍ୱୈତ ଉଦ୍ଦେଶ୍ୟ ନେଇ ସିପିଆଇ (ମାର୍କ୍ସବାଦୀ) ଗଠନ କରିଥିଲେ ଏବଂ ଏମାନେ ହିଁ ଆଜିର ମାଓବାଦୀ। ପରବର୍ତ୍ତୀ ସମୟରେ, ୧୯୭୫ ମସିହାରେ, କଂଗ୍ରେସର ସମର୍ଥନରେ, ଏମସିସି ମାଓବାଦୀ ଦଳ ଗଠନ ହୋଇଥିଲା ଏବଂ ବିହାର-ଝାଡ଼ଖଣ୍ଡ କେନ୍ଦ୍ରୀୟ ଦଳ ଗଠିତ ହୋଇଥିଲା। ୧୯୮୦ ମସିହାରେ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ରିତ କରି ପିଡବ୍ଲୁଜି ଗଠନ କରାଯାଇଥିଲା। ୧୯୮୨ ମସିହାରେ, ବିହାରରେ ଏକ ଦଳିତ-କୃଷକ କେନ୍ଦ୍ରୀୟ ସଶସ୍ତ୍ର ସଂଘର୍ଷ, ସିପିଆଇ (ଏମଏଲ) ପାର୍ଟି ୟୁନିଟ ଗଠନ କରାଯାଇଥିଲା। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଦଳିତ-କୃଷକ କେନ୍ଦ୍ରୀୟ ସଂଘର୍ଷ। ୧୯୯୮ ମସିହାରେ, ପିପୁଲ୍ସ ୱାର ଗ୍ରୁପ୍ ଗଠନ କରାଯାଇଥିଲା, ଯାହା ମାଓବାଦୀମାନଙ୍କୁ ଏକତ୍ର କରିଥିଲା। ଏସବୁ ସତ୍ତ୍ୱେ, ସେମାନେ ସଫଳ ହୋଇପାରିଲେ ନାହିଁ। ୨୦୦୦ ମସିହାରେ, ପିଏଲଜିଏ ଗଠନ ହୋଇଥିଲା, ଏକ ଗରିଲା ବାହିନୀ ଗଠନ ହୋଇଥିଲା ଏବଂ ୨୦୦୪ ମସିହାରେ, ପିଡବ୍ଲୁଜି ଏମସିସି ସହିତ ମିଶ୍ରଣ ହୋଇଥିଲା। ୨୦୧୪ ମସିହାରେ ମୋଦୀ ଜୀ କ୍ଷମତାକୁ ଆସିଥିଲେ ଏବଂ ୨୦୨୬ ମସିହାରେ ସବୁକିଛି ଶେଷ ହୋଇଗଲା। ଏହା ସେମାନଙ୍କର ୧୦୧ ବର୍ଷର ଇତିହାସ, ୧୯୨୫ ରୁ ୨୦୨୬ ପର୍ଯ୍ୟନ୍ତ। ଏହାକୁ ଅନ୍ୟାୟ ବିରୁଦ୍ଧରେ ସଂଘର୍ଷ ଭାବରେ ମହିମାମଣ୍ଡିତ କରନ୍ତୁ ନାହିଁ। ଏହି ଲୋକମାନେ ଭୋଟ ବଦଳରେ ଗୁଳିରେ ଶାସନ କରିବାକୁ ଚାହାଁନ୍ତି। କିଛି ଲୋକ ଆଲୋଚନା ପାଇଁ ରାଜି ହୁଅନ୍ତି ନାହିଁ, ତେଣୁ ନିରୀହ ନାଗରିକଙ୍କୁ ସେମାନଙ୍କ ଅତ୍ୟାଚାରରୁ ରକ୍ଷା କରିବା ଲାଗି ବଳ ପ୍ରୟୋଗ କରିବାକୁ ପଡିଥାଏ। ଏହା ଆମ ଦଳର ସରକାର, ଏବଂ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିଛନ୍ତି। ଯେଉଁମାନେ ନାଗରିକଙ୍କ ପ୍ରତି ଅନ୍ୟାୟ କରନ୍ତି ସେମାନେ ବୁଝିବା ଉଚିତ, ନଚେତ୍ ଏ ଶକ୍ତି ଏହି ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିଲା। ଏହାକୁ ବ୍ୟବହାର କରାଯିବ, ଏବଂ ପରିଣାମ ମଧ୍ୟ ଆସିବ ଏବଂ ଆଜି ତାହା ଆସିପାରିଛି।

 

ଶ୍ରୀ ଅମିତ ଶାହ କହିଥିଲେ, ଅର୍ବାନ ନକ୍ସଲବାଦୀମାନେ କୁହନ୍ତି ଯେ ସଶସ୍ତ୍ର ମାଓବାଦୀଙ୍କ ସହିତ ଆଲୋଚନା କରାଯିବା ଉଚିତ କାରଣ ସେମାନେ ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛନ୍ତି, ସେମାନଙ୍କୁ ହତ୍ୟା କରାଯିବା ଉଚିତ୍ ନୁହେଁ, ଏବଂ ସେମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରାଯିବା ଉଚିତ୍। ହେଲେ ଜଣେ ବି ବୁଦ୍ଧିଜୀବୀ ଭିନ୍ନକ୍ଷମ ହେଉଥିବା ଚାଷୀ, ୫,୦୦୦ ରୁ ଅଧିକ ସୁରକ୍ଷା କର୍ମୀ, ସେମାନଙ୍କ ବିଧବା କିମ୍ବା ସେମାନଙ୍କ ଅନାଥ ପିଲାମାନଙ୍କ ପାଇଁ ଲେଖୁନାହାଁନ୍ତି। ସେମାନଙ୍କର ମାନବିକତା କେବଳ ସମ୍ବିଧାନର ଉଲ୍ଲଂଘନ କରୁଥିବା ଏବଂ ଅସ୍ତ୍ରଶସ୍ତ୍ର ବହନ କରୁଥିବା ଲୋକଙ୍କ ମଧ୍ୟରେ ସୀମିତ। ଅସ୍ତ୍ର ଦ୍ୱାରା ହତ୍ୟା କରାଯାଉଥିବା ସାଧାରଣ ନାଗରିକଙ୍କ ପ୍ରତି ଆପଣଙ୍କର ମାନବିକତା ନାହିଁ। ଆପଣମାନେ ମାନବିକତାର ଦ୍ୱୈତ ମାନଦଣ୍ଡକୁ ଗ୍ରହଣ କରିପାରିବ ନାହିଁ; ଏମାନେ ମାନବବାଦୀ ନୁହଁନ୍ତି, ବରଂ ନକ୍ସଲବାଦୀଙ୍କ ସମର୍ଥକ। ଏହି ଲୋକମାନେ ଗରିବ ଲୋକଙ୍କୁ ଅସ୍ତ୍ର ଦେଇ ନିଜର ବିଚାରଧାରା ପ୍ରସାର କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କର ଦିନ ମଧ୍ୟ ସରି ଆସିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସାଲୱା ଜୁଡୁମ୍ ୨୦୦୫ ମସିହାରେ ସରକାର ସମର୍ଥିତ ଏକ ଜନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା। ଆଦିବାସୀ ଯୁବକମାନଙ୍କୁ ଏସପିଓ କରାଯାଇଥିଲା ଏବଂ ଯେଉଁମାନେ ଆତଙ୍କ ବିସ୍ତାର କରନ୍ତି ସେମାନଙ୍କ ବିରୋଧରେ ଲଢ଼ିବା ପାଇଁ ତାଲିମ ଦିଆଯାଇଥିଲା। ସାଲୱା ଜୁଡୁମକୁ ଶ୍ରୀମାନ କର୍ମା ଆରମ୍ଭ କରିଥିଲେ ଯାହାଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। ୫ ଜୁଲାଇ ୨୦୧୧ରେ ସୁପ୍ରିମକୋର୍ଟରେ ନନ୍ଦିନୀ ସୁନ୍ଦର ଏବଂ ଅନ୍ୟମାନଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଥିଲା। ଜଷ୍ଟିସ୍ ସୁଦର୍ଶନ ରେଡ୍ଡୀଙ୍କ ଅଧୀନରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ଯେ ନକ୍ସଲମାନଙ୍କ ବିରୋଧରେ ସରକାରଙ୍କ ଏହି ଲଢ଼େଇ ବେଆଇନ ଏବଂ ସେମାନଙ୍କୁ ତୁରନ୍ତ ଅସ୍ତ୍ରଶସ୍ତ୍ର ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳସ୍ୱରୂପ, ସେମାନଙ୍କର ଅସ୍ତ୍ରଶସ୍ତ୍ର ଫେରସ୍ତ କରାଯାଇଥିଲା। ନକ୍ସଲମାନେ ସାଲୱା ଜୁଡୁମ୍ ସହିତ ଜଡିତ ଲୋକଙ୍କୁ ବାଛି ହତ୍ୟା କରିଥିଲେ ଏବଂ ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ଯେଉଁମାନେ ଦେଶର ଆଇନ ଶୃଙ୍ଖଳା ଉପରେ ବିଶ୍ୱାସ କରନ୍ତି, ସେମାନେ ସୁଦର୍ଶନ ରେଡ୍ଡୀଙ୍କୁ କଦାପି ପ୍ରାର୍ଥୀ କରନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି ବିଚାରପତି ହୋଇ ମଧ୍ୟ ନିଜର ବ୍ୟକ୍ତିଗତ ବିଚାରଧାରାକୁ ବ୍ୟବହାର କରନ୍ତି,ସାମ୍ବିଧାନିକ ପୋଷାକ ପିନ୍ଧି ମଧ୍ୟ ନିଜର ବିଚାରଧାରା ଆଧାରରେ ଆଦେଶ ଦିଅନ୍ତି ଏବଂ ଏହାଦ୍ୱାରା ହଜାର ହଜାର ଆଦିବାସୀ ଲୋକଙ୍କର ମୃତ୍ୟୁ ହୁଏ ତେବେ ଆମେ ଏହି ବିଚାରଧାରାକୁ ନିନ୍ଦା କରିବା ଉଚିତ୍‌। କୌଣସି ବିଚାରଧାରା ଜନତାଙ୍କ କଲ୍ୟାଣ ଠାରୁ ଊର୍ଦ୍ଧ୍ବରେ ନୁହେଁ।

ଶ୍ରୀ ଅମିତ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୨୦୧୪ ମସିହାରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୭,୫୮୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି, ଯାହା ମଧ୍ୟରୁ ୧୨,୦୦୦ କିଲୋମିଟର ନିର୍ମାଣ କରାଯାଇଛି। ବିକାଶ ହେଉଛି, କାରଣ ନକ୍ସଲବାଦ ଧୀରେ ଧୀରେ ଲୋପ ପାଉଛି। ଆମେ ୬,୦୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରାୟ ୫,୦୦୦ ମୋବାଇଲ୍ ଟାୱାର ସ୍ଥାପନ କରିଛୁ। ନରେନ୍ଦ୍ର ମୋଦୀଙ୍କ ସରକାର ଅନ୍ୟ ଦୁଇଟି ଯୋଜନା ଅଧୀନରେ ଅତିରିକ୍ତ ୮,୦୦୦ ୪ଜି ଟାୱାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୨ ବର୍ଷ ମଧ୍ୟରେ, ୧,୮୦୪ ବ୍ୟାଙ୍କ ଶାଖା ଖୋଲିଛି, ୧,୩୨୧ ଏଟିଏମ୍ ଖୋଲିଛି, ୩୭,୮୫୦ ବ୍ୟାଙ୍କି କରେସପଣ୍ଡେନ୍ସ ନିଯୁକ୍ତ ହୋଇଛନ୍ତି ଏବଂ ୬,୦୨୫ ପୋଷ୍ଟ ଅଫିସ୍ ଖୋଲାଯାଇଛି। ଏସବୁ ମାତ୍ର ୧୨ ବର୍ଷ ମଧ୍ୟରେ ଘଟିଛି। ଆମେ ମାଓବାଦୀଙ୍କ ସହିତ ଆଲୋଚନା କରିନାହୁଁ, ବରଂ ସେମାନଙ୍କୁ ହଟାଇ ବିକାଶକୁ ଆଗକୁ ବଢ଼ାଇଛୁ। ଆମେ ୨୫୯ଟି ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ କରିଛୁ, ଏହା ସହିତ, ଆମେ ୪୬ଟି ଆଇଟିଆଇ, ୪୯ଟି ଦକ୍ଷତା ବିକାଶ କେନ୍ଦ୍ର, ୧୬ଟି ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରିଛୁ ଏବଂ ଏସବୁ ପାଇଁ, ଆମେ ୧୨ ବର୍ଷରେ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ଆମେ ସ୍ୱାସ୍ଥ୍ୟ ଶିବିର ଓ ଚିକିତ୍ସା ସହିତ ଜଡିତ ନାଗରିକ କାର୍ଯ୍ୟକ୍ରମରେ ୨୧୨ କୋଟି ଟଙ୍କାର କାମ କରିଛୁ ଏବଂ ଆମେ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛୁ। ଆମେ ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏସଆରଇ ଆଣିଛୁ, ଯେଉଁଥିରେ ଆମେ ୧୦ ବର୍ଷରେ ୩ହଜାର କୋଟି ଟଙ୍କା ଦେଇଛୁ। ଆମେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା ଆଣିଛୁ ଏବଂ ଏଥିରେ ୫ହଜାର କୋଟି ଟଙ୍କା ଦେଇଛୁ। ୧୯୭୦ ପରଠାରୁ ଏସବୁ କାହିଁକି କରାଯାଇ ନଥିଲା? ବୋଲି ସେ ପ୍ରଶ୍ନ କରିଥିଲେ। ଯେତେବେଳେ ପୂର୍ବ ସରକାରଗୁଡ଼ିକ ଏହା କରିବାକୁ ଚେଷ୍ଟା କରୁଥିଲେ, ନକ୍ସଲମାନେ ବିସ୍ଫୋରଣ କରି ଲୋକଙ୍କୁ ହତ୍ୟା କରୁଥିଲେ। ଆମେ ବିସ୍ଫୋରଣ ଘଟାଇଥିବା ଲୋକଙ୍କୁ ହଟାଇ ଦେଇଛୁ, ଏବଂ ଏବେ ବିକାଶ ହେଉଛି ବୋଲି ଶ୍ରୀ ଶାହ କହିଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ, ୨୦୧୪ ପରେ, ଏହି କାର୍ଯ୍ୟରେ ସ୍ପଷ୍ଟ ନୀତି ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଜଡିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଏହି ଦେଶର କୌଣସି କୋଣରେ ବେଆଇନ କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ, ତାହା କାଶ୍ମୀର, ଉତ୍ତର-ପୂର୍ବ କିମ୍ବା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ହେଉ, ଏବଂ ସେଗୁଡ଼ିକର ଦୃଢ଼ ମୁକାବିଲା କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇଥିଲା। ଆମେ ରାଜ୍ୟ ସରକାର, ଶାସନ ଏବଂ ପୁଲିସ ବ୍ୟବସ୍ଥା ଉନ୍ନତ କରିଥିଲୁ। ଆମେ ସିଏପିଏଫ ଏବଂ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ ବୃଦ୍ଧି କରିଥିଲୁ। ଆମେ ତୃଣମୂଳ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଗୁପ୍ତଚରଗୁଡ଼ିକୁ ପ୍ରବେଶ କରିବା ପାଇଁ ଏକ ବ୍ୟବସ୍ଥା ସ୍ଥାପନ କରିଥିଲୁ ଏବଂ ଦାୟିତ୍ୱ ସ୍ପଷ୍ଟ କରିଥିଲୁ। ଆମେ ଏକ ସର୍ବ-ଏଜେନ୍ସି ପଦ୍ଧତି ଆରମ୍ଭ କରିଥିଲୁ, କେବଳ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଏନଆଇଏ, ଇଡି ଏବଂ ଗୁପ୍ତଚର ସଂସ୍ଥା ସମେତ ସମସ୍ତ ନେଟୱାର୍କ, ପାଣ୍ଠି ଏବଂ ସହାୟତା ପ୍ରଣାଳୀ ଉପରେ ଆକ୍ରମଣ କରିଥିଲୁ। ଆମେ ଏକ ପ୍ରଭାବଶାଳୀ ଆତ୍ମସମର୍ପଣ ନୀତି ପ୍ରଚଳନ କରିଥିଲୁ। ଆମେ ବିକାଶ ଏବଂ ଶାସନରେ କୌଣସି ଶୂନ୍ୟସ୍ଥାନ ଛାଡି ନାହୁଁ, ଏବଂ ବର୍ତ୍ତମାନ, ଯେଉଁଠାରେ ରାଜ୍ୟ ପୂର୍ବରୁ ଅନୁପସ୍ଥିତ ଥିଲା, ତାହା ଉପସ୍ଥିତ ଅଛି। ନକ୍ସଲବାଦର ପରାଜୟର ସବୁଠାରୁ ବଡ଼ କାରଣ ହେଉଛି ସରକାର ଏବେ ପ୍ରତ୍ୟେକ ଗାଁରେ ପହଞ୍ଚି ପଞ୍ଚାୟତ ପ୍ରତିଷ୍ଠା କରିଛି। ଆମେ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଏବଂ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ସମ୍ପୂର୍ଣ୍ଣ ଏଜେନ୍ସି ଆଭିମୁଖ୍ୟ ଗ୍ରହଣ କରିଛୁ।

ଶ୍ରୀ ଅମିତ ଶାହ କହିଥିଲେ, ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ତାରିଖ ଉପରେ ଆଲୋକପାତ କରିବାକୁ ଚାହାଁନ୍ତି: ୨୦ ଅଗଷ୍ଟ ୨୦୧୯, ୨୪ ଅଗଷ୍ଟ ୨୦୨୪ ଏବଂ ଆସନ୍ତାକାଲି, ୩୧ ମାର୍ଚ୍ଚ ୨୦୨୬। ୨୦ ଅଗଷ୍ଟ ୨୦୧୯ରେ ଗୃହ ମନ୍ତ୍ରଣାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ପୁଲିସ ସମନ୍ୱୟ, ଆଧୁନିକୀକରଣ, ଆତ୍ମସମର୍ପଣକାରୀ ନକ୍ସଲବାଦୀଙ୍କୁ ପୁଲିସ ବାହିନୀରେ ସାମିଲ କରିବା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ସେମାନଙ୍କର ସମନ୍ୱୟ ଅଗଷ୍ଟ ୨୦ରେ ଡିଜାଇନ୍ କରାଯାଇଥିଲା। ଛତିଶଗଡ଼ରେ ବିରୋଧୀ ଦଳ ସରକାର ଥିଲା ଯାହା ସହଯୋଗ କରିନଥିଲା। ବିହାର ୨୦୨୪ ପୂର୍ବରୁ ନକ୍ସଲମୁକ୍ତ ହୋଇଯାଇଥିଲା। ଗୋଟିଏ ତହସିଲ ବ୍ୟତୀତ ମହାରାଷ୍ଟ୍ର ୨୦୨୪ ପୂର୍ବରୁ ନକ୍ସଲମୁକ୍ତ ହୋଇଯାଇଥିଲା। ଓଡ଼ିଶା ୨୦୨୪ ପୂର୍ବରୁ ନକ୍ସଲମୁକ୍ତ ହୋଇଯାଇଥିଲା। ଗୋଟିଏ ଜିଲ୍ଲା ବ୍ୟତୀତ ଝାଡ଼ଖଣ୍ଡ ୨୦୨୪ ପୂର୍ବରୁ ନକ୍ସଲମୁକ୍ତ ହୋଇଯାଇଥିଲା। ଛତିଶଗଡ଼ରେ ବିରୋଧୀ ଦଳ ସରକାର ନକ୍ସଲବାଦୀମାନଙ୍କୁ ସୁରକ୍ଷା ଦେଇଥିବାରୁ କେବଳ ଛତିଶଗଡ଼ ବାକି ରହିଲା। ଜାନୁଆରୀ ୨୦୨୪ ରେ ଛତିଶଗଡ଼ରେ ଆମର ସରକାର ଗଠନ ହୋଇଥିଲା, ଏବଂ ପରଦିନ ହିଁ, ଆମକୁ ପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ମିଳିଥିଲା। ଏକ ସାଧାରଣ ରଣନୀତି ବିକଶିତ ହୋଇଥିଲା ଏବଂ ୨୪ ଅଗଷ୍ଟ ୨୦୨୪ରେ ଆମେ ଘୋଷଣା କରିଥିଲୁ ଯେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏହା ପରେ ଆମେ ସୁରକ୍ଷା ପରିଧି ବୃଦ୍ଧି କରିଛୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୧ ବର୍ଷ କାର୍ଯ୍ୟକାଳରେ ୫୯୬ଟି ସୁଦୃଢ଼ ପୁଲିସ ଷ୍ଟେସନ ନିର୍ମାଣ କରାଯାଇଛି। ୨୦୧୪ରେ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକ ୧୨୬ ଥିଲା, ଏବେ କେବଳ ଦୁଇଟି ଅଛି। ୨୦୧୪ରେ ୩୫ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ଏବେ ଶୂନ୍ୟ। ନକ୍ସଲ ଘଟଣା ପଞ୍ଜିକରଣ କରୁଥିବା ପୁଲିସ ଷ୍ଟେସନଗୁଡ଼ିକ, ଯାହା ୩୫୦ ଥିଲା, ଏବେ ୬୦ଟି ଅଛି। ଗତ ଛଅ ବର୍ଷ ମଧ୍ୟରେ, ୪୦୬ଟି ନୂତନ ସିଏପିଏଫ ଶିବିର ନିର୍ମାଣ କରାଯାଇଥିଲା, ୬୮ଟି ରାତ୍ରି ଅବତରଣ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା, ଆମର ସୈନିକମାନଙ୍କୁ ୪୦୦ଟି ବୁଲେଟ୍ପ୍ରୁଫ୍ ଏବଂ ବ୍ଲାଷ୍ଟପ୍ରୁଫ୍ ଯାନ ଯୋଗାଇ ଦିଆଯାଇଥିଲା, ଆମର ସୈନିକମାନଙ୍କ ପାଇଁ ପାଞ୍ଚଟି ହସ୍ପିଟାଲ ନିର୍ମାଣ କରାଯାଇଥିଲା ଏବଂ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ କରାଯାଇଥିଲା।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯଦି ଆମେ ୨୦୨୪, ୨୦୨୫ ଏବଂ ୨୦୨୬ ର ମିଳିତ ସଂଖ୍ୟା ଉପରେ ନଜର ପକାଇବା, ତେବେ ୨୦୨୬ ମାର୍ଚ୍ଚ ସୁଦ୍ଧା ତିନି ବର୍ଷ ମଧ୍ୟରେ ଏନକାଉଣ୍ଟରରେ ୭୦୬ ନକ୍ସଲ ନିହତ ହୋଇଛନ୍ତି। ୨,୨୧୮ ଜଣଙ୍କୁ ଗିରଫ କରାଯାଇଛି, ଆମେ ସେମାନଙ୍କୁ ଜେଲରେ ରଖିଛୁ, କୋର୍ଟକୁ ନେଇଛୁ ଏବଂ ୪,୮୩୯ ଜଣ ଆତ୍ମସମର୍ପଣ କରିଛନ୍ତି। ବିରୋଧୀ ଦଳ କେବଳ ଆଲୋଚନା ବିଷୟରେ କୁହନ୍ତି । ଏହା ସରକାରଙ୍କ ଆଭିମୁଖ୍ୟ ହେବା ଉଚିତ: ଯେଉଁମାନେ କଥାବାର୍ତ୍ତା କରିବାକୁ ଚାହାଁନ୍ତି ସେମାନଙ୍କ ସହିତ ଆଲୋଚନା ହେବା ଉଚିତ, ଏବଂ ଯେଉଁମାନେ ଆମର ସୈନିକ, ଚାଷୀ, ଆଦିବାସୀ ଏବଂ ପିଲାମାନଙ୍କ ଉପରେ ଗୁଳି ଚଳାଇବେ ସେମାନଙ୍କୁ ଗୁଳିରେ ଜବାବ ଦିଆଯିବା ଉଚିତ। ଆମେ ତିନୋଟି ମାର୍ଗ ବ୍ୟବହାର କରିଛୁ: ଆଲୋଚନା, ସୁରକ୍ଷା ଏବଂ ସମନ୍ୱୟ। ନବୀନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି, ଆମେ ସଠିକ୍ ନଜର ରଖିଛୁ ଏବଂ ଅନେକ ଟେଲିଫୋନ୍ ବିଲ୍ ବିଶ୍ଳେଷଣ କରିଛୁ। ଗୃହ ମନ୍ତ୍ରଣାଳୟ ଲୋକେସନ୍ ଟ୍ରାକିଂ ସିଷ୍ଟମ୍, ମୋବାଇଲ୍ ଫୋନ୍ କାର୍ଯ୍ୟକଳାପ, ବୈଜ୍ଞାନିକ କଲ୍ ଲଗ୍, ସୋସିଆଲ ମିଡିଆ ବିଶ୍ଳେଷଣ, ଫୋରେନ୍ସିକ୍ ଏବଂ ବୈଷୟିକ ପ୍ରତିଷ୍ଠାନ ବ୍ୟବହାର କରି ଏହି ସମ୍ପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଇଛି। ଡ୍ରୋନ୍ ଦ୍ୱାରା ନଜର ରଖିବା, ସାଟେଲାଇଟ୍ ବ୍ୟବହାର, ଇମେଜିଂ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଏହି ସଫଳତା ହାସଲ କରାଯାଇଛି।

୨୦୨୨ ମସିହାରେ ବିହାରର ବୁଢା ପାହାର ଅଞ୍ଚଳରେ ଅପରେସନ୍ ଅକ୍ଟୋପସ୍‌ କରାଯାଇଥିଲା। ୮ ଫେବୃଆରୀରୁ ୨୫ ଫେବୃଆରୀ, ୨୦୨୨ ପର୍ଯ୍ୟନ୍ତ ଗୁମଲା, ଲୋହାରଦଗା ଏବଂ ଲାତେହାର ଜିଲ୍ଲାରେ ଅପରେସନ୍ ଡବଲ୍ ବୁଲ୍ କରାଯାଇଥିଲା ଏବଂ ତିନୋଟି ଜିଲ୍ଲାକୁ ନକ୍ସଲବାଦରୁ ମୁକ୍ତ କରାଯାଇଥିଲା। ୧ ସେପ୍ଟେମ୍ବରରୁ ୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଷଡ଼େଇକଳା, ପଶ୍ଚିମ ସିଂହଭୂମ ଏବଂ ଖୁଣ୍ଟି ଜିଲ୍ଲାରେ ଅପରେସନ୍ ଥଣ୍ଡରଷ୍ଟର୍ମ କରାଯାଇଥିଲା। ଜୁନ୍ ଏବଂ ଜୁଲାଇ ୨୦୨୨ରେ ମୁଙ୍ଗେର ଜିଲ୍ଲାରେ ଅପରେସନ୍ ଭୀମବର୍ଗ କରାଯାଇଥିଲା। ୨୦୨୨ ମସିହାରେ ବିହାରର ଗୟା ଏବଂ ଔରଙ୍ଗାବାଦ ଜିଲ୍ଲାରେ ଅପରେସନ୍ ଚକ୍ରବନ୍ଧା କରାଯାଇଥିଲା ଏବଂ ଏହି ସମସ୍ତ ଅଞ୍ଚଳକୁ ମୁକ୍ତ କରାଯାଇଥିଲା। ତେଲଙ୍ଗାନା ଏବଂ ଛତିଶଗଡ଼ ସୀମାନ୍ତରେ ଥିବା ୫୦ କିଲୋମିଟର ଲମ୍ବା ଏବଂ ୩୭ କିଲୋମିଟର ଚଉଡ଼ା ପାହାଡ଼ରେ ଅପରେସନ୍ ବ୍ଲାକ୍ ଫରେଷ୍ଟ କରାଯାଇଥିଲା। ନକ୍ସଲମାନେ ସେଠାରେ ଏକ ସ୍ଥାୟୀ ଶିବିର ସ୍ଥାପନ କରିଥିଲେ, ଅସ୍ତ୍ରଶସ୍ତ୍ର, ସୌର ଆଲୋକୀକରଣ, ଅନେକ ଆଇଇଡି ତିଆରି କାରଖାନା ଏବଂ ପାଞ୍ଚ ବର୍ଷ ଲଢ଼ିବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ କରିଥିଲେ। ଏହା ସହିତ, ସେଠାରେ ୪୦୦ ରୁ ୫୦୦ କ୍ୟାଡରଙ୍କୁ ଏକତ୍ର କରାଯାଇଥିଲା। ପାହାଡ଼ର ୪୫ ଡିଗ୍ରୀ ତାପମାତ୍ରା ପଥରକୁ ବି ଗରମ କରିଦେବ। ନିଜ ଶରୀରରୁ ଦୁଇରୁ ତିନି ଲିଟର ଝାଳ ବୋହିଗଲା, କିନ୍ତୁ ସୈନିକମାନେ ସାମାନ୍ୟ ଥକିଲେ ନାହିଁ ଏବଂ ଅପରେସନ୍ ୨୧ ଦିନ ପର୍ଯ୍ୟନ୍ତ ଚାଲିଲା। ୩୦ ରୁ ଅଧିକ ମାଓବାଦୀ ନିହତ ହେଲେ। ଅନ୍ୟମାନେ ଅବତରଣ କରିବା ସହିତ ଆତ୍ମସମର୍ପଣ କଲେ କିମ୍ବା ପୁଲିସ ଏନକାଉଣ୍ଟରରେ ନିହତ ହେଲେ । ଆମେ ସେଠାରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କଲୁ। ଏହା ହିଁ ମହାରାଷ୍ଟ୍ର, ଛତିଶଗଡ଼, ବସ୍ତର ଏବଂ ତେଲଙ୍ଗାନାରେ ମାଓ ଆନ୍ଦୋଳନର ଅନ୍ତ ଘଟାଇଥିଲା। କୋବ୍ରା, ସିଆରପିଏଫ, ଡିଆରଜି ଏବଂ ଛତିଶଗଡ଼ ପୁଲିସର ସୈନିକମାନେ ଅସାଧାରଣ ଧୈର୍ଯ୍ୟ ସହିତ ନକ୍ସଲମାନଙ୍କର ଦୁର୍ଗ ଭାଙ୍ଗି ଦେଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ୨୦୨୪ ଆରମ୍ଭରେ, ମାଓ ଦଳର କେନ୍ଦ୍ରୀୟ ନେତୃତ୍ୱର ପ୍ରତିନିଧିତ୍ୱ କରୁଥିବା ୨୧ ଜଣ କେନ୍ଦ୍ରୀୟ କମିଟି ଏବଂ ପଲିଟବ୍ୟୁରୋ ସଦସ୍ୟ ଥିଲେ। ଜଣେ ଗିରଫ ହୋଇଥିଲେ, ସାତ ଜଣ ଆତ୍ମସମର୍ପଣ କରିଥିଲେ, ୧୨ ଜଣ ନିହତ ହୋଇଥିଲେ ଏବଂ ଜଣେ ଫେରାର୍ ଥିଲେ; ତାଙ୍କ ସହିତ ମଧ୍ୟ ଆଲୋଚନା ଚାଲିଛି। ସମସ୍ତ ୨୧ ଜଣ କେନ୍ଦ୍ରୀୟ କମିଟି ଏବଂ ପଲିଟବ୍ୟୁରୋ ସଦସ୍ୟଙ୍କୁ ସମାପ୍ତ କରାଯାଇଛି, ଏବଂ ସେମାନଙ୍କର କେନ୍ଦ୍ରୀୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଦଣ୍ଡକାରଣ୍ୟରେ, ୨୭ ଟି ରାଜ୍ୟ କମିଟି ଥିଲା; ତିନି ଜଣଙ୍କୁ ଗିରଫ କରାଯାଇଥିଲା, ୨୦ ଜଣ ଆତ୍ମସମର୍ପଣ କରିଥିଲେ, ୧୧ ଜଣ ନିହତ ହୋଇଥିଲେ ଏବଂ ଦୁଇଜଣଙ୍କ ସହିତ ଆଲୋଚନା ଜାରି ରହିଛି। ଦଣ୍ଡକାରଣ୍ୟରେ ସେମାନଙ୍କର ମୁଖ୍ୟ ରାଜ୍ୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଏମଏମସି ରାଜ୍ୟ କମିଟିରେ ତିନି ଜଣ ଆତ୍ମସମର୍ପଣ କରିଛନ୍ତି, କେବଳ ତିନିଜଣ ବାକି ଅଛନ୍ତି। ଓଡ଼ିଶାରେ ଚାରି ଜଣ ରହିଥିଲେ, ଜଣେ ଆତ୍ମସମର୍ପଣ କରିଥିଲେ ଏବଂ ତିନି ଜଣ ନିହତ ହୋଇଥିଲେ। ଓଏସଏସି ଓଡ଼ିଶାରେ, ପାଞ୍ଚ ଜଣ ଆତ୍ମସମର୍ପଣ କରିଥିଲେ ଏବଂ ପାଞ୍ଚ ଜଣ ନିହତ ହୋଇଥିଲେ, ସେଠାରେ କେବଳ ୧୦ ଜଣ ହିଁ ଥିଲେ। ଡିଷ୍ଟର୍ବ ବ୍ୟୁରୋ ଅଞ୍ଚଳରେ, ଜଣେ ଗିରଫ ହୋଇଥିଲେ, ତିନି ଜଣ ନିହତ ହୋଇଥିଲେ ଏବଂ ଜଣେ ଫେରାର୍ ଅଛନ୍ତି। ତେଲଙ୍ଗାନାରେ, ଛଅ ଜଣ ଆତ୍ମସମର୍ପଣ କରିଥିଲେ, ତିନି ଜଣ ନିହତ ହୋଇଥିଲେ, ତେଣୁ ଜଣେ ମଧ୍ୟ ବଞ୍ଚି ନାହାନ୍ତି। ସେମାନଙ୍କର ପଲିଟବ୍ୟୁରୋ ସଦସ୍ୟ ଏବଂ ସିଏମସି ସମ୍ପୂର୍ଣ୍ଣ ଭାବରେ ନିପାତ କରାଯାଇଛି। ଆମେ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବଂ ଏବେ ଆମେ ଏହା କହିବାରେ କୌଣସି ଦ୍ୱିଧା କରୁନାହୁଁ ଯେ ଆମେ ନକ୍ସଲମୁକ୍ତ ହୋଇଛୁ। ନକ୍ସଲମାନଙ୍କର ସାଧାରଣ ସମ୍ପାଦକ ବସଭ ରାଜୁ ନିହତ ହୋଇଛି । ୨୭ ଜଣଙ୍କୁ ହତ୍ୟା କରିଥିବା ହିଡମା, ୧୧ ବର୍ଷ ଧରି ସକ୍ରିୟ ଥିବା ଗଜୁରାଲ୍ଲା ରବି ନିହତ ହୋଇଛି । ୪୬ ବର୍ଷ ଧରି ସକ୍ରିୟ ଥିବା କାଦାରୀ ସତ୍ୟନାରାୟଣ ରେଡ୍ଡି ମଧ୍ୟ ନିହତ ହୋଇଛି । ୪୪ ବର୍ଷ ଧରି ସକ୍ରିୟ ଥିବା ଗଣେଶ ଉଇକେ ମଧ୍ୟ ନିହତ ହୋଇଛି । ଭେନୁଗୋପାଳ ଆତ୍ମସମର୍ପଣ କରିଛି । ସେ ୪୬ ବର୍ଷ ଧରି ସକ୍ରିୟ ଥିଲା। ବାସୁଦେବ ଆତ୍ମସମର୍ପଣ କରିଛି। ସେ ୩୬ ବର୍ଷ ଧରି ସକ୍ରିୟ ଥିଲା। ୪୬ ବର୍ଷ ଧରି ସକ୍ରିୟ ଥିବା ପଲ୍ଲୂରୀ ପ୍ରସାଦ ରାଓ ଚନ୍ଦନା ମଧ୍ୟ ଆତ୍ମସମର୍ପଣ କରିଛି। ୩୬ ବର୍ଷ ଧରି ସକ୍ରିୟ ଥିବା ରାମଦେବ ମାଞ୍ଝି ଦେବୁ ମଧ୍ୟ ଆତ୍ମସମର୍ପଣ କରିଛି। ୪୪ ବର୍ଷ ଧରି ସକ୍ରିୟ ଥିବା ଟିପ୍ରି ତିରୁପତି ମଧ୍ୟ ଆତ୍ମସମର୍ପଣ କରିଛି। ସମସ୍ତ ମୁଖ୍ୟ ସଶସ୍ତ୍ର ମାଓବାଦୀଙ୍କୁ ନିପାତ କରାଯାଇଛି। ଆମେ ଏକ ଲାଭଦାୟକ ଥଇଥାନ ନୀତି ଗ୍ରହଣ କରିଛୁ, ଯାହା ୫୦,୦୦୦ ଟଙ୍କାର ର ଆତ୍ମସମର୍ପଣ ପ୍ରୋତ୍ସାହନ ପ୍ରଦାନ କରେ। ଏହା ସାମୂହିକ ଆତ୍ମସମର୍ପଣ ଉପରେ ଦ୍ୱିଗୁଣିତ ହୁଏ। ସରକାର ସମସ୍ତଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦିଅନ୍ତି। ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କଲେ ଅଧିକ କ୍ଷତିପୂରଣ ପ୍ରଦାନ କରାଯାଏ। ଥଇଥାନ କେନ୍ଦ୍ରଗୁଡ଼ିକରେ ଦକ୍ଷତା ତାଲିମ ଏବଂ ଉପକରଣ କିଟ୍ ବଣ୍ଟନ କରାଯାଏ। ଆମେ ସେମାନଙ୍କୁ ୩୬ ମାସ ପାଇଁ ପ୍ରତି ମାସରେ ୧୦ ହଜାର ଟଙ୍କା ପ୍ରଦାନ କରୁ। ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପହାର ଦେଇଛନ୍ତି। ଗୋଟିଏ ଗାଁ ନକ୍ସଲମୁକ୍ତ ହେବା ପରେ, ଗାଁର ବିକାଶ ପାଇଁ ୧ କୋଟି କୋଟି ବ୍ୟୟବରାଦ କରାଯାଉଛି।

ଶ୍ରୀ ଅମିତ ଶାହ ପ୍ରଶ୍ନ କରିଛନ୍ତି ଯେ ନକ୍ସଲମାନେ ୧୫,୦୦୦ ପିଲାଙ୍କ ଜୀବନ ନଷ୍ଟ କରିବା ପାଇଁ କିଏ ଦାୟୀ? ସେ କହିଥିଲେ, ଆପଣମାନେ ଏସି ଚାମ୍ବରରେ ବସି ଅଦାଲତୀ ସୁରକ୍ଷାରେ ଆର୍ଟିକିଲ ଲେଖନ୍ତି, ସେଠାରେ ହଜାର ହଜାର ଜୀବନ ଚାଲିଯାଏ କେହି ପରୱାର କରନ୍ତି ନାହିଁ । ଯେଉଁମାନେ ନିଜକୁ ମାନବାଧିକାରର ଚାମ୍ପିଅନ୍ ବୋଲି ଭାବନ୍ତି ସେମାନଙ୍କୁ ପଚରାଯିବା ଉଚିତ ଯେ, "୩୨ ବର୍ଷ ବୟସ ପର୍ଯ୍ୟନ୍ତ ହାତରେ ମେହେନ୍ଦି ଲଗାଇ ନଥିବା ଝିଅର ମାନବାଧିକାର ବିଷୟରେ କିଏ ଚିନ୍ତା କରିବ?" ନରେନ୍ଦ୍ର ମୋଦୀ ତାଙ୍କ ବିଷୟରେ ଚିନ୍ତା କରିବେ, ଅନ୍ୟ କେହି ନୁହେଁ। ଏହି ଲୋକମାନଙ୍କୁ ସେମାନେ ଛଡ଼ାଇ ନେଇଥିବା ଅଧିକାର ପାଇଁ କିଛି ହିସାବ ଦେବାକୁ ପଡିବ। ଯେଉଁମାନେ ନକ୍ସଲବାଦୀମାନଙ୍କୁ ମୌଖିକ କିମ୍ବା ଗୁପ୍ତ ଭାବରେ ସମର୍ଥନ କରିଛନ୍ତି, ସେମାନେ ଏହି ପାପରେ ବନ୍ଧୁକ ଧରିବା ଲୋକମାନଙ୍କ ପରି ସମାନ ଭାବରେ ଭାଗିଦାର ବୋଲି ଶ୍ରୀ ଶାହ କହିଥିଲେ।

କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଥିଲେ, ଆମେ ସେମାନଙ୍କୁ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବା ପାଇଁ ଅନେକ ପ୍ରୟାସ କରିଛୁ, ଦକ୍ଷତା କେନ୍ଦ୍ର ସ୍ଥାପନ କରିଛୁ। ଆମେ ସେମାନଙ୍କ ପିଲାମାନଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିଛୁ। ଆମେ ମହିଳାମାନଙ୍କ ପାଇଁ ୨ ଲକ୍ଷ ଏବଂ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା କରିଛୁ। ସେମାନେ ବସ୍ତର ଅଲିମ୍ପିକ୍ସ ଏବଂ ବସ୍ତର ପାଣ୍ଡୁମ ମାଧ୍ୟମରେ ସଂସ୍କୃତି ଏବଂ କ୍ରୀଡାକୁ ପ୍ରୋତ୍ସାହିତ କରୁଛନ୍ତି। ବସ୍ତର ପାଣ୍ଡୁମରେ ୧ ଲକ୍ଷ ୨୦ ହଜାର କଳାକାର ଅଂଶଗ୍ରହଣ କରିଛନ୍ତି ଏବଂ ୫ ଲକ୍ଷ ୫୦ ହଜାର ଆଦିବାସୀ ଖେଳିଛନ୍ତି। ଯେଉଁମାନେ ଏହାକୁ ନ୍ୟାୟ ପାଇଁ ଲଢ଼େଇ ବୋଲି କହୁଛନ୍ତି ସେମାନେ ବସ୍ତର ପାଣ୍ଡୁମ ଏବଂ ବସ୍ତର ଅଲିମ୍ପିକ୍ସକୁ ଯିବା ଉଚିତ। ପୀଡିତମାନଙ୍କୁ ଅତ୍ୟାଚାର କରୁଥିବା ଲୋକଙ୍କୁ ବକ୍ତୃତା ଦେବା ପାଇଁ ଆପଣଙ୍କ ପାଖରେ ପ୍ରଚୁର ସମୟ ଅଛି ବୋଲି ଗୃହମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର କ୍ଷମତାକୁ ଆସିବା ପରେ ଏକ ଜାତୀୟ ପରାମର୍ଶଦାତା ପରିଷଦ ଗଠନ କରାଯାଇଥିଲା। ଦେଶର ଆଇନ ପ୍ରଣୟନ ପାଇଁ ଏକ ନୂତନ ଜାତୀୟ ପରାମର୍ଶଦାତା ପରିଷଦ (ଅତିରିକ୍ତ-ସାମ୍ବିଧାନିକ ମଞ୍ଚ) ପ୍ରତିଷ୍ଠା କରାଯାଇଥିଲା। ହର୍ଷ ମନ୍ଦର ଏହାର ସଦସ୍ୟ ଥିଲେ। ତାଙ୍କ ଏନଜିଓ ଅମନ ବେଦିକାରେ ଜଣେ ଶୀର୍ଷ ନକ୍ସଲ ନେତାଙ୍କ ପତ୍ନୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏବଂ ସହରାଞ୍ଚଳରେ ନକ୍ସଲ ଅପହରଣ ମାମଲାରେ ତାଙ୍କର ସମ୍ପୃକ୍ତି ଥିବାର ରେକର୍ଡ ଅଛି। ଏହି ଏନଏସି ଜାତୀୟ ନୀତି ନିର୍ଦ୍ଧାରଣ କରୁଥିଲା। ରାମଦୟାଲ ମୁଣ୍ଡା କହୁଥିଲେ, ନକ୍ସଲ କାର୍ଯ୍ୟକଳାପ ଅତ୍ୟଧିକ କଠୋର ଥିଲା। ସେ କହିଥିଲେ ଯେ ଏହି ଗୁପ୍ତ ସମର୍ଥନ ନକ୍ସଲମାନଙ୍କୁ ସାହସ ଦେଇଥିଲା। ସେ ଦର୍ଶାଇଥିଲେ ଯେ ନନ୍ଦିନୀ ସୁନ୍ଦର, ରାମଚନ୍ଦ୍ର ଗୁହା ଏବଂ ଇଏଏସ ଶର୍ମା ସମସ୍ତେ ସଲୱା ଜୁଡୁମ୍ ମାମଲାରେ ସମ୍ପୃକ୍ତ ଥିଲେ। ଯେତେବେଳେ ସରକାରଙ୍କ ଗୋଟିଏ ଅତିରିକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷର ସଦସ୍ୟ, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଥିଲେ, ନକ୍ସଲବାଦର ସମର୍ଥକ ହେବେ, ନକ୍ସଲବାଦୀମାନଙ୍କ ମନୋବଳ ଭାଙ୍ଗିବ କିପରି? ସେମାନଙ୍କୁ କିପରି ନିରାଶ କରାଯାଇପାରିବ? ମୁଖ୍ୟ ବିରୋଧୀ ଦଳ ଏହା କରିଛି। ଏହା ତ’ ଇତିହାସ, ଏବଂ ଯେଉଁମାନେ ଏହାକୁ ବିରୋଧ କରନ୍ତି, ଭବିଷ୍ୟତରେ ଶହ ଶହ ପୁସ୍ତକ ଲେଖାଯିବ, ଯାହା ଆପଣଙ୍କ କାରନାମାରେ ପରିପୂର୍ଣ୍ଣ ହେବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ବିରୋଧୀ ଦଳ ନେତାଙ୍କୁ ତାଙ୍କ ଦୀର୍ଘ ରାଜନୈତିକ କ୍ୟାରିୟର ମଧ୍ୟରେ ନକ୍ସଲବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ସହ ଅନେକ ଥର ଦେଖାଯାଇଛି। ଭାରତ ଯୋଡୋ ଯାତ୍ରାରେ ଅନେକ ନକ୍ସଲ ସମର୍ଥକ ସଂଗଠନ ଅଂଶଗ୍ରହଣ କରିବାର ରେକର୍ଡ ଅଛି। ୨୦୧୦ରେ ଓଡ଼ିଶାରେ ଲାଡୋ ସିକୋକାଙ୍କ ସହିତ ସେ ମଞ୍ଚ ଉପରେ ଉପସ୍ଥିତ ହୋଇଥିଲେ। ସିକୋକା ସେହି ମଞ୍ଚରୁ ଏକ ଉତ୍ତେଜକ ଭାଷଣ ଦେଇଥିଲେ ଏବଂ ତାଙ୍କୁ ମାଲ୍ୟାର୍ପଣ ମଧ୍ୟ କରିଥିଲେ। ୨୦୧୮ରେ ବିରୋଧୀ ଦଳ ନେତା ହାଇଦ୍ରାବାଦରେ ଗୁମଣ୍ଡି ବିଠଲ ରାଓ ଓରଫ ଗଦ୍ଦରଙ୍କୁ ଭେଟିଥିଲେ, ଯିଏ ନକ୍ସଲ ବିଚାରଧାରାର ନିକଟତର ଥିଲେ। ସେ ୨୦୨୫ ମଇ ମାସରେ ଶାନ୍ତି ସମନ୍ୱୟ କମିଟି ସହ ମଧ୍ୟ ସାକ୍ଷାତ କରିଥିଲେ। ଆଜି, ଯେତେବେଳେ ୧୭୨ ସୈନିକଙ୍କୁ ହତ୍ୟା କରିଥିବା ହିଡମା ନିହତ ହେଲା, ଇଣ୍ଡିଆ ଗେଟରେ ସ୍ଲୋଗାନ ଦିଆଯାଇଥିଲା: ‘‘ତୁମେ କେତେ ହିଡମାଙ୍କୁ ହତ୍ୟା କରିବ? ପ୍ରତ୍ୟେକ ଘରୁ ହିଡମା ବାହାରିବ,’’ ଏବଂ ବିରୋଧୀ ଦଳ ନେତା ନିଜେ ଏହି ଭିଡିଓ ସେୟାର କରିଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ, ନକ୍ସଲ ସମର୍ଥକମାନେ ୧୯୭୦ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନକ୍ସଲବାଦକୁ ସମର୍ଥନ କରିଆସିଛନ୍ତି। ନରସଂହାରକୁ ସମର୍ଥନ ଏବଂ ୨୦ ହଜାର ଲୋକଙ୍କ ମୃତ୍ୟୁ ପାଇଁ ଏକମାତ୍ର ଦାୟୀ ହେଉଛି ମୁଖ୍ୟ ବିରୋଧୀ ଦଳର ବାମପନ୍ଥୀ ବିଚାରଧାରା। ନକ୍ସଲବାଦୀମାନଙ୍କ ସହିତ ରହି ଏହି ଦଳ ଏବଂ ଏହାର ନେତାମାନେ ନିଜେ ନକ୍ସଲବାଦୀ ହୋଇଯାଇଛନ୍ତି। ଦେଶର ଜନତାଙ୍କୁ ନିର୍ବାଚନରେ ଏହାର ଜବାବ ଦେବାକୁ ପଡିବ, କାରଣ ଏହି ମାମଲା କେବଳ ଏତିକିରେ ସୀମିତ ହେବ ନାହିଁ, ବରଂ ଜନତାଙ୍କ କୋର୍ଟକୁ ଯିବ ବୋଲି ଶ୍ରୀ ଶାହ କହିଥିଲେ।

********

PS


(ରିଲିଜ ଆଡି: 2247411) ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ : English , हिन्दी , Bengali , Assamese , Kannada