ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାସ୍ଥ୍ୟ ଏବଂ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 MAR 2026 10:08AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପଦ ଏବଂ ଏହାକୁ ବଜାୟ ରଖିବାରେ ବ୍ୟାୟାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଥିଲେ –
‘‘ବ୍ୟାୟାମାଲ୍ଲଭତେ ସ୍ବାସ୍ଥ୍ୟଂ ଦୀର୍ଘାୟୁଷ୍ଣେ ବଳଂ ସୁଖମ୍ ।
ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍ ।।’’
ସୁଭାଷିତମ୍ ପ୍ରକାଶ କରେ ଯେ ବ୍ୟାୟାମ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ, ଶକ୍ତି ଏବଂ ସୁଖ ପ୍ରଦାନ କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ଆଶୀର୍ବାଦ। ସ୍ୱାସ୍ଥ୍ୟ ହେଉଛି ସବୁକିଛିର ମାଧ୍ୟମ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଥିଲେ;
"ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପତ୍ତି, ଯେଉଁଥିରେ ବ୍ୟାୟାମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖୀ ଜୀବନ କାମନା କରୁଛି।
‘‘ବ୍ୟାୟାମାଲ୍ଲଭତେ ସ୍ବାସ୍ଥ୍ୟଂ ଦୀର୍ଘାୟୁଷ୍ଣେ ବଳଂ ସୁଖମ୍ ।
ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍ ।।’’
HS
(ରିଲିଜ ଆଡି: 2241057)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada