ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ.ଏ.ଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ କଥା ହୋଇଛନ୍ତି
ୟୁ.ଏ.ଇ ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
01 MAR 2026 11:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ୟୁ.ଏ.ଇ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଥିଲେ ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହି କଠିନ ସମୟରେ ଭାରତ ୟୁ.ଏ.ଇ ସହିତ ଏକଜୁଟ ହୋଇ ଛିଡା ହୋଇଛି।
ୟୁ.ଏ.ଇ ରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ୟୁ.ଏ.ଇ. ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଉତ୍ତେଜନା ହ୍ରାସ, ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ସେୟାର କରିଛନ୍ତି:
"ୟୁ.ଏ.ଇର ରାଷ୍ଟ୍ରପତି, ମୋର ଭାଇ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ କଥା ହେଲି। ୟୁ. ଏ. ଇ. ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସମବେଦନା ଜଣାଉଛି। ଏହି କଠିନ ସମୟରେ ଭାରତ ୟୁ.ଏ.ଇ. ସହିତ ଏକଜୁଟ ହୋଇ ଛିଡା ହୋଇଛି।
ୟୁ.ଏ.ଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆମେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରୁଛୁ ।
HS
(ରିଲିଜ ଆଡି: 2234843)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam