ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧ ମାର୍ଚ୍ଚରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 FEB 2026 4:40PM by PIB Bhubaneswar
  • ପୁଡୁଚେରୀରେ ୨୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ପୁଡୁଚେରୀରେ ଭିତ୍ତିଭୂମି, ସହରାଞ୍ଚଳ ସେବା, ଶିଳ୍ପ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିରନ୍ତର ଅଭିବୃଦ୍ଧିକୁ ସୁଦୃଢ଼ କରିବାକୁ ପ୍ରକଳ୍ପ
  • ମଦୁରାଇରେ ,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ଏନ୍ଏଚ୍‌-୩୩୨ଏ ମରକ୍କନମ୍‌-ପୁଡୁଚେରୀ ସେକ୍ସନ ଏବଂ ଏନ୍ଏଚ୍‌-୮୭ର ପରମ୍କୁଡି-ରାମନାଥପୁରମ୍ ସେକ୍ସନ୍ ଚାରି ଲେନ୍ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ତାମିଲନାଡୁରେ ୮ଟି ପୁନଃବିକଶିତ ରେଳ ଷ୍ଟେସନ୍ ଉଦ୍ଘାଟନ ଏବଂ ଚେନ୍ନାଇ ବିଚ୍‌-ଚେନ୍ନାଇ ଏଗମୋର ଚତୁର୍ଥ ଲାଇନ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
  • ତିରୁପ୍ପାରନକୁନ୍ଦରମ୍ରେ ଅରୁଲମିଗୁ ସୁବ୍ରମଣ୍ୟସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୦୨୬ରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ। ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ ପରେ, ପ୍ରଧାନମନ୍ତ୍ରୀ ୨୮ ଫେବୃଆରୀ ରାତି ପ୍ରାୟ ୯ଟାରେ ଚେନ୍ନାଇ ପହଞ୍ଚିବେ

ମାର୍ଚ୍ଚ ସକାଳ ପ୍ରାୟ ୧୧:୪୫ ସମୟରେ ପ୍ରଧାନମନ୍ତ୍ରୀ ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ସେ ଏହି ଅବସରରେ ସେ ଏକ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ

ଏହା ପରେ, ସେ ମଦୁରାଇ ଯାତ୍ରା କରିବେ ଯେଉଁଠାରେ ଅପରାହ୍ନ ପ୍ରାୟ ୩ଟାରେ ସେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ସେ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ଅପରାହ୍ନ ପ୍ରାୟ ୪ଟାରେ, ପ୍ରଧାନମନ୍ତ୍ରୀ ମଦୁରାଇର ତିରୁପ୍ପାରନକୁନ୍ଦରମ୍‌ରେ ଥିବା ଅରୁଲମିଗୁ ସୁବ୍ରମଣ୍ୟସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ

ପୁଡୁଚେରୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପୁଡୁଚେରୀରେ ଭିତ୍ତିଭୂମି, ସହରାଞ୍ଚଳ ସେବା, ଶିଳ୍ପ ବିକାଶ, ଶିକ୍ଷା, ସ୍ୱାସ୍ଥସେବା ଏବଂ ନିରନ୍ତର ଅଭିବୃଦ୍ଧିକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖି ଅନେକ ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ

ଏହାଛଡା ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ, ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ପଦକ୍ଷେପ ଅଧୀନରେ ଇ-ବସ୍ ଆରମ୍ଭ, ସ୍ମାର୍ଟ ସିଟି ମିଶନ ଅଧୀନରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର, ସିଟି ଇନ୍‌ଭେଷ୍ଟମେଣ୍ଟ୍ ଟୁ ଇନୋଭେଟ୍‌, ଇଣ୍ଟିଗ୍ରେଟ୍ ଆଣ୍ଡ୍ ସଷ୍ଟେନ୍ (ସିଆଇଟିଆଇଆଇଏସ୍‌) ପଦକ୍ଷେପ ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ ନିର୍ମିତ ଘର ଏବଂ ପୁଡୁଚେରୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱେରେଜ ଏବଂ ଜଳ ଯୋଗାଣ କ୍ଷେତ୍ରର ପ୍ରକଳ୍ପ ଇତ୍ୟାଦି ରହିଛି ସେ କରାଇକଲ୍‌ର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର କମ୍ପୋଜିଟ୍ ଇଞ୍ଜିନିୟରିଂ ବ୍ଲକ୍‌-ଡକ୍ଟର ଏପିଜେ ଅବୁଦଲ୍ କଲାମ ବ୍ଲକ ଏବଂ ଗଙ୍ଗା ଛାତ୍ରାବାସ; ଜେଆଇପିଏମ୍‌ଇଆର୍‌ରେ ଆଞ୍ଚଳିକ କର୍କଟ କେନ୍ଦ୍ରର ଆଧୁନିକୀକରଣ ଏବଂ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରାବାସର ମଧ୍ୟ ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ୭୫୦ ଏକର ବିସ୍ତାରିତ କରାସୁର-ସେଦରାପେଟ୍ ଶିଳ୍ପ ଇଷ୍ଟେଟ୍‌କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ପରିସରରେ ଏକ ଫାର୍ମା ପାର୍କ, ଟେକ୍ସଟାଇଲ୍ ପାର୍କ, ଆଇଟି ପାର୍କ ସହ ଆଇଆଇଟି ମାଡ୍ରାସ୍‌ର ଅତ୍ୟାଧୁନିକ ଗବେଷଣା ଏବଂ ବିକାଶ କେନ୍ଦ୍ର ଜେଆଇପିଏମ୍‌ଇଆର୍‌ର ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଯିବ, ଯାହା ଫଳରେ ଏହି କ୍ଷେତ୍ରରେ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରମୁଖ ପ୍ରୋତ୍ସାହନ ମିଳିବ

ପ୍ରଧାନମନ୍ତ୍ରୀ ପୁଡୁଚେରୀ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛ ତଥା ନିରାପଦ ଜଳ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରିବେ ଏଥିସହ ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଅଧୀନରେ ୪୧ଟି ଗ୍ରାମୀଣ ରାସ୍ତା ନିର୍ମାଣ, ପୁଡୁଚେରୀରେ ହେରିଟେଜ୍ ଟାଉନ୍ (ଐତିହ୍ୟ ନଗର)ର ବିକାଶ, ମିଷ୍ଟି (ମ୍ୟାନ୍‌ଗ୍ରୋଭ୍ ଇନିସିଏଟଭ୍ ଫର୍ ଥୋରେଲାଇନ୍ ହାବିଟାଟ୍ସ ଆଣ୍ଡ ଟାନ୍‌ଜିବ୍ଲ ଇନ୍‌କମ୍‌) ଯୋଜନା ଅଧିନରେ ମ୍ୟାନ୍‌ଗ୍ରୋଭ୍ ସଂରକ୍ଷଣ କାର୍ଯ୍ୟର ଶିଳାନ୍ୟାସ କରିବେ ଏହାଛଡା ସେ ଜଳ ଯୋଗାଣ ଏବଂ ପରିମଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଏବଂ ସଂଶୋଧିତ ବଣ୍ଟନ କ୍ଷେତ୍ର ଯୋଜନା (ଆର୍‌ଡିଏସ୍‌ଏସ୍‌) ଅଧୀନରେ ବିଦ୍ୟୁତ କ୍ଷେତ୍ରରେ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା (ଏସ୍‌ଏଏସ୍‌ସିଆଇ- ସ୍ପେଶାଳ ଆସିଷ୍ଟାନ୍ସ ଟୁ ଷ୍ଟେଟ୍‌ସ୍ ଫର୍ କ୍ୟାପିଟାଲ ଇନ୍‌ଭେଷ୍ଟ୍‌ମେଣ୍ଟ) ଯୋଜନା ଅଧିନରେ ସହରାଞ୍ଚଳ ରାସ୍ତା, ଡ୍ରେନେଜ୍ ନେଟୱାର୍କ, ସାର୍ବଜନୀନ କୋଠା, ଛାତ୍ର ଛାତ୍ରାବାସ ଏବଂ କ୍ରୀଡା ସୁବିଧା ଭଳି ପ୍ରମୁଖ କ୍ଷେତ୍ରଗୁଡିକ ସହିତ ଜଡିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ଭାରତ ସରକାର ଏସ୍‌ଏଏସ୍‌ସିଆଇ ଯୋଜନା ଅଧୀନରେ ପୁଡୁଚେରୀକୁ ଅନ୍ତର୍ଭୁକ୍ତ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି, ଯାହା ମୂଳତଃ କେବଳ ରାଜ୍ୟଗୁଡିକ ମଧ୍ୟରେ ସୀମିତ ଥିଲା ଏହି ନିଷ୍ପତ୍ତି ଯୋଗୁଁ ଲୋକଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଏବଂ ସାଧାରଣ ଉପଯୋଗିତାକୁ ଉନ୍ନତ କରିବା ପାଇଁ ପୁଞ୍ଜିଗତ ସମ୍ପତ୍ତି ସୃଷ୍ଟି କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ

ମଦୁରାଇରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ ତଥା ଉଦ୍‌ଘାଟନ କରିବେ, ଯାହାର ଲକ୍ଷ୍ୟ ସଂଯୋଗୀକରଣ ବୃଦ୍ଧି, ଗତିଶୀଳତାରେ ଉନ୍ନତି ଏବଂ ଆଞ୍ଚଳିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ। ସେ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଏନ୍‌ଏଚ୍‌-୩୩୨ଏ ମରକ୍କନମ୍‌-ପୁଡୁଚେରୀ ସେକ୍ସନ୍ ଏବଂ ଏନ୍‌ଏଚ୍‌-୮୭ ପରମକୁଡି-ରାମନାଥପୁରମ୍ ସେକ୍ସନ୍‌କୁ ଚାରି ଲେନ୍ କରିବା ପ୍ରକଳ୍ପର ଶିଳାନ୍ୟାସ କରିବେ ମରକନମ୍‌-ପୁଡୁଚେରୀ ସେକ୍ସନ୍‌ର ଚାରି ଲେନ୍ କରିବା ଦ୍ୱାରା ପୁଡୁଚେରୀ ସହରାଞ୍ଚଳରେ ଟ୍ରାଫିକ ଭିଡ ହ୍ରାସ ପାଇବ, ଯାତ୍ରା ସମୟ ପ୍ରାୟ ୫୦ ପ୍ରତିଶଦ ହ୍ରାସ ପାଇବ, ଯାହା ଏକ ଘଣ୍ଟାରୁ ପ୍ରାୟ ୩୦ ମିନିଟ୍ ହେବ ଏହି ପ୍ରକଳ୍ପ ପ୍ରମୁଖ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ମଧ୍ୟରେ ସୁଗମ ସଂଯୋଗ ପ୍ରଦାନ କରିବ ଏହା ଫଳରେ ମାମଲ୍‌ଲାପୁରମ୍ (ମହାବଳୀପୁରମ୍‌), କଳ୍ପକମ୍ ପରମାଣୁ ଶକ୍ତି କେନ୍ଦ୍ର ଏବଂ ଅରୋଭିଲେ ଭଳି ପ୍ରମୁଖ ସ୍ଥାନଗୁଡିକୁ ପହଞ୍ଚ ବୃଦ୍ଧି କରିବ ଏହାଛଡା ଉପକୂଳବର୍ତ୍ତୀ ଗ୍ରାମ ଏବଂ ଭିଲୁପ୍‌ପୁରମ୍ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ ତଥା ଏହି କ୍ଷେତ୍ରରେ ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ

ଏନ୍‌ଏଚ୍‌-୮୭ର ପରମକୁଡି-ରାମନାଥପୁରମ୍ ସେକ୍ସନ୍‌କୁ ଚାରି ଲେନ୍ କରିବା ଦ୍ୱାରା ମଦୁରାଇ, ରାମେଶ୍ୱରମ୍ ଏବଂ ଧନୁଷକୋଡି ସମେତ ପ୍ରମୁଖ ଧାର୍ମିକ ସ୍ଥଳଗୁଡିକୁ ଦ୍ରୁତ ସଂଯୋଗ ପ୍ରଦାନ କରାଯିବ ଏହି ପ୍ରକଳ୍ପ ଦ୍ୱାରା ଯାତ୍ରା ସମୟ ପ୍ରାୟ ୪୦% ହ୍ରାସ ପାଇବ, ଯାହା ଗୋଟିଏ ଘଣ୍ଟାରୁ ପ୍ରାୟ ୩୫ ମିନିଟ୍ ହେବ ଏହା ମଦୁରାଇ ଏବଂ ରାମେଶ୍ୱରମ୍‌ରେ ପ୍ରମୁଖ ରେଳ ଷ୍ଟେସନ୍‌, ମଦୁରାଇ ତଥା ଆଇଏନ୍‌ଏସ୍ ପରୁଣ୍ଡୁରେ ବିମାନବନ୍ଦର ଏବଂ ପମ୍ବନ ଏବଂ ରାମେଶ୍ୱରମ୍‌ରେ ଛୋଟ ବନ୍ଦରଗୁଡିକୁ ସଂଯୋଗ କରି ମଲ୍ଟି-ମୋଡାଲ ସଂଯୋଗୀକରଣକୁ ସୁଦୃଢ଼ କରିବ ପ୍ରଧାନମନ୍ତ୍ରୀ ଗତି ଶକ୍ତିର ନୀତି ସହିତ ସଂଯୁକ୍ତ, ଏହି କରିଡର୍ ମାଛ ଧରିବା କ୍ଲଷ୍ଟର, ଏକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ଏକ ମେଗା ଫୁଡ୍ ପାର୍କ ଏବଂ ଏକ ବୟନ କ୍ଲଷ୍ଟର୍ ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡିକୁ ଏକୀକୃତ କରିବ, ଯାହା ଦ୍ୱାରା ସମର୍ଗ ଅଞ୍ଚଳରେ ବାଣିଜ୍ୟ ଶିଳ୍ପ ଏବଂ ସାମାଜିକ-ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରିବ

ପ୍ରଧାନମନ୍ତ୍ରୀ ରାଜ୍ୟରେ ଯାତ୍ରୀଙ୍କ ସୁବିଧା ବୃଦ୍ଧି, ଅପରେସନାଲ୍ ଏଫିସିଏନ୍ସି ଉନ୍ନତ କରିବା ଏବଂ ରେଳ-ଆଧାରିତ ସଂଯୋଗୀକରଣକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ଉଦ୍‌ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ

ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୮ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍‌ଘାଟନ କରିବେ ଏହି ପୁନଃବିକଶିତ ରେଳ ଷ୍ଟେସନ୍‌ଗୁଡିକ ହେଉଛି ତାମିଲନାଡୁର ମୋରାପ୍ପୁର, ବୋମ୍ମିଡି, ଶ୍ରୀଭିଲ୍ଲିପିତ୍ତୁର, ଶୋଲାବନ୍ଦନ, ପନାପରାଇ, ପୋଲାଚୀ ଜଙ୍କସନ୍‌, କରାଇକୁଡି ଜଙ୍କସନ୍‌, ତିରୁଭୁରୁର୍ ଜଙ୍କସନ୍ ଏହି ଷ୍ଟେସନ୍‌ଗୁଡିକୁ ଆଧୁନିକ ଯାତ୍ରୀ-କୈନ୍ଦ୍ରିକ ସୁବିଧା ସହିତ ଉନ୍ନତ କରାଯାଇଛି, ଯେଉଁଥିରେ ସ୍ଥାନୀୟ ସ୍ଥାପତ୍ୟ ଉପାଦାନ ଏବଂ ସାଂସ୍କୃତିକ ସୌନ୍ଦର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ଉନ୍ନତ ସୁଗମତା, ବର୍ଦ୍ଧିତ ଷ୍ଟେସନ କୋଠା, ଆଧୁନିକ ପ୍ରତୀକ୍ଷା ହଲ୍‌, ଲିଫ୍ଟ ଏବଂ ଏସ୍କଲେଟର୍‌, ଉନ୍ନତ ପ୍ଲାଟଫର୍ମ ଏବଂ ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ଅନ୍ତର୍ଭୁକ୍ତ

ପ୍ରଧାନମନ୍ତ୍ରୀ ଚେନ୍ନାଇ ବିଚ୍‌-ଚେନ୍ନାଇ ଏଗମୋର ଚତୁର୍ଥ ଲାଇନ୍‌କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉର୍ତ୍ସଗ କରିବେ ଏହା ଏକ ରେଳ ଲାଇନ୍ ଯାହା ଅତିରିକ୍ତ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ସେବାକୁ ସୁଗମ କରିବା ସହ ଚେନ୍ନାଇ ଉପନଗରୀୟ ରେଳ ନେଟୱାର୍କରେ କାର୍ଯ୍ୟକ୍ଷମ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଅଫିସ ଯାଉଥିବା ଆଇଟି ବୃତ୍ତିଗତ, ଛାତ୍ର ତଥା ବ୍ୟବସାୟୀଙ୍କ ସମେତ ଲକ୍ଷ ଲକ୍ଷ ଦୈନିକ ଯାତ୍ରୀଙ୍କୁ ଲାଭାନ୍ୱିତ କରିବ

ତାମିଲନାଡୁରେ ପ୍ରସାରଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ କୁମ୍ଭକୋନମ୍‌, ୟେରକାଉଡ୍ ଏବଂ ଭେଲୋରରେ ତିନିଟି ନୂତନ ଆକାଶବାଣୀ ଏଫ୍‌ଏମ୍ ରିଲେ ଟ୍ରାନ୍ସମିଟର୍‌ର ଉଦ୍‌ଘାଟନ କରିବେ ଏହି ଟ୍ରାନ୍ସମିଟରଗୁଡିକ ଆଞ୍ଚଳିକ କଭରେଜ୍‌କୁ ବିସ୍ତାରିତ କରିବ, ନିରବଚ୍ଛିନ୍ନ ଏଫ୍‌ଏମ୍ ପ୍ରସାରଣ ସୁନିଶ୍ଚିତ କରିବ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ପ୍ରସାରଣ ସେବାର ଉପଲବ୍ଧତାକୁ ଉନ୍ନତ କରିବ

 

SR


(रिलीज़ आईडी: 2234520) आगंतुक पटल : 65
इस विज्ञप्ति को इन भाषाओं में पढ़ें: Assamese , Bengali , Bengali-TR , English , Urdu , Marathi , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam