ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମ ଶତବାର୍ଷିକୀରେ ବାଲା ସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 JAN 2026 8:26AM by PIB Bhubaneswar

ମହାରାଷ୍ଟ୍ରର ସାମାଜିକ-ରାଜନୈତିକ ପଟ୍ଟଭୂମିକୁ ନିୟନ୍ତ୍ରଣ କରୁଥିବା ଉତୁଙ୍ଗ ଶିଖର ପୁରୁଷ ବାଲା ସାହେବ ଠାକରେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ନିଜର ତୀକ୍ଷ୍ମ ବୁଦ୍ଧିମତା, ଅଗ୍ନିବର୍ଷୀ ଅଭିଭାଷଣ, ଅପ୍ରତିହତ ଅବଧାରଣା ସାଧାରଣ ଜନତା ସହ ଏକ ଅନନ୍ୟ ସଂଯୋଗୀକରଣ ପାଇଁ ବାଲା ସାହେବ ସୁବିଦିତ ଥିଲେ

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜନୀତି ଛଡା ସେ ବି ସଂସ୍କୃତି, ସାହିତ୍ୟ ସାମ୍ବାଦିକତା ପ୍ରତି ତାଙ୍କର ଅଗାଢ ସମ୍ପୃକ୍ତି ରହିଥିଲା

ଜଣେ କାର୍ଟୁନିଷ୍ଟ ଭାବରେ ବାଲା ସାହେବଙ୍କ କ୍ୟାରିୟରରେ ତାଙ୍କର ସମାଜ ପ୍ରତି ରହିଥିବା ନିଗୁଢ ଦୃଷ୍ଟିକୋଣ ବିଭିନ୍ନ ପ୍ରସଙ୍ଗ ଉପରେ ଅକୁତୋଭୟ ସମୀକ୍ଷା ପ୍ରତିଫଳିତ ହୋଇଛି

ମହାରାଷ୍ଟ୍ରର ବିକାଶରେ ବାଲା ସାହେବଙ୍କ ପରିଯୋଜନା ତାଙ୍କୁ ପ୍ରେରଣା ଦିଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ଆଗାମୀ ଦିନରେ ବି ଏହା ଜାରି ରହିବ ବୋଲି ସେ କହିଥିଲେ

ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ସେହି ମହାନ ବାଲା ସାହେବ ଠାକରେଙ୍କ ଜନ୍ମ ଶତବାର୍ଷିକୀରେ ଆମେ ସେହି ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛୁ ଯିଏ ମହାରାଷ୍ଟ୍ରର ସାମାଜିକ ରାଜନୈତିକ ପଟ୍ଟଭୂମିକୁ ପରିବର୍ତନ କରିଥିଲେ

ତୀକ୍ଷ୍ମ ବୁଦ୍ଧିମତା, ଅଗ୍ନିବର୍ଷୀ ଅଭିଭାଷଣ, ଅପ୍ରତିହତ ଅବଧାରଣା ସାଧାରଣ ଜନତା ସହ ଏକ ଅନନ୍ୟ ସଂଯୋଗୀକରଣ ପାଇଁ ବାଲା ସାହେବ ସୁବିଦିତ ଥିଲେ

ରାଜନୀତି ଛଡା ବାଲା ସାହେବ ବି ସଂସ୍କୃତି, ସାହିତ୍ୟ ସାମ୍ବାଦିକତା ପ୍ରତି ନିଗୂଢ ଅନୁରକ୍ତି ରଖିଥିଲେ

ଜଣେ କାର୍ଟୁନିଷ୍ଟ ଭାବରେ ବାଲା ସାହେବଙ୍କ କ୍ୟାରିୟର ତାଙ୍କର ସମାଜ ପ୍ରତି ରହିଥିବା ନିଗୁଢ ଦୃଷ୍ଟିକୋଣ ବିଭିନ୍ନ ପ୍ରସଙ୍ଗ ଉପରେ ଅକୁତୋଭୟ ସମୀକ୍ଷା ପ୍ରତିଫଳିତ କରେ

ମହାରାଷ୍ଟ୍ରର ବିକାଶରେ ବାଲା ସାହେବଙ୍କ ପରିଯୋଜନା ଆମକୁ ପ୍ରେରଣା ଦିଏ ଆଗାମୀ ଦିନରେ ବି ଏହା ଜାରି ରହିବ ।’

PBD


(रिलीज़ आईडी: 2231510) आगंतुक पटल : 32
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada