ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୂଟାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 7:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଭାରତ-ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଥିବା ଭୂଟାନର ପ୍ରଧାନମନ୍ତ୍ରୀ ଶେରିଂ ତୋବଗେଙ୍କ ସହ ସାକ୍ଷାତ କରିଛନ୍ତି ।
ବୈଠକ ସମୟରେ ଉଭୟ ନେତା ନଭେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂଟାନକୁ ସଫଳ ଗସ୍ତର ଫଳାଫଳ ଉପରେ ନିର୍ମିତ ସହଯୋଗ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ତୋବଗେ ଭୁଟାନର ତ୍ରୟୋଦଶ ପଞ୍ଚାବର୍ଷିକ ଯୋଜନା ସହ ଗେଲେଫୁ ମାଇଣ୍ଡଫୁଲନେସ୍ ସିଟି ପ୍ରୋଜେକ୍ଟରେ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଶକ୍ତି, ପରିବହନ-ସମ୍ପର୍କ ଏବଂ ବିକାଶ ସହଭାଗୀତାର ପ୍ରାଥମିକ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହାରାଇଥିଲେ ।
ଭାରତ ଏବଂ ଭୂଟାନ ଉଭୟଙ୍କ ଦ୍ୱାରା ବିକାଶ ଏବଂ ସମୃଦ୍ଧି ପାଇଁ ନୂଆ ଟେକ୍ନୋଲୋଜି ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରି ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏଆଇ ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଭିଜ୍ଞତା ଏବଂ ବିଶେଷଜ୍ଞତାର ପାରସ୍ପରିକ ବିନିମୟ ସହିତ ଏଆଇ ସମାଧାନର ମିଳିତ ବିକାଶ ମାଧ୍ୟମରେ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଛନ୍ତି ।
ଭାରତ ଏବଂ ଭୂଟାନ ମଧ୍ୟରେ ବିଶ୍ୱାସ, ସଦ୍ଭାବ ଏବଂ ବୁଝାମଣା ଉପରେ ଆଧାରିତ ବନ୍ଧୁତା ଏବଂ ସହଯୋଗର ଅନନ୍ୟ ସମ୍ପର୍କ ରହିଛି । ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରାର ଅନୁରୂପ ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ପ୍ରଧାନମନ୍ତ୍ରୀ ଶେରିଂ ତୋବଗେଙ୍କ ସହିତ ବୈଠକ ବେଶ୍ ଭଲ ଥିଲା । ଆମେ ବିଶ୍ୱ କଲ୍ୟାଣ ପାଇଁ ଏବଂ ସ୍ଥାୟୀତ୍ୱର ନୀତି ସହିତ ସମନ୍ୱୟ ରକ୍ଷା କରି କିପରି ଏଆଇର ଶକ୍ତିକୁ ବ୍ୟବହାର କରିପାରିବା ସେ ବିଷୟରେ ଆଲୋଚନା କରିଥିଲୁ ।
ଆମର ଦୁଇ ଲୋକଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସଦ୍ଭାବନା ଏବଂ ଘନିଷ୍ଠ ସମ୍ପର୍କରେ ନିହିତ ଥିବା ଆମର ସ୍ଥାୟୀ ଭାରତ-ଭୂଟାନ ବନ୍ଧୁତା, ଆମ ସହଭାଗୀତାକୁ ଏକ ନୂତନ ଏବଂ ପରିବର୍ତ୍ତନକାରୀ କ୍ଷେତ୍ରରେ ମାର୍ଗଦର୍ଶନ କରିଚାଲିଛି ।
@tsheringtobgay"
"བློན་ཆེན་ཚེ་རིང་སྟོབས་རྒྱས་དང་གཅིག་ཁར་ཕྱད་མི་འདི་ མཆོག་ཏུ་གྱུར་པ་ཅིག་ཨིན་མས། ང་བཅས་ཀྱིས་ ཡུན་བརྟན་གཞི་རྩ་དང་གཅིག་ཁར་ ཞི་བདེ་དང་ལྡནམ་སྦེ་ རྒྱལ་སྤྱིའི་ཁེ་ཕན་གྱི་དོན་ལུ་ བཅོས་རིག་གི་ནུས་པ་འདི་ ག་དེ་སྦེ་ལག་ལེན་འཐབ་ནི་ཨིན་ན་ གྲོས་བསྡུར་འབད་ཡི།
རྒྱ་གར་དང་འབྲུག་གི་བར་ན་ མཐུན་ལམ་ཡུན་བརྟན་སྦེ་གནས་མི་དང་ ཕན་ཚུན་གྱི་བློ་གཏད་དང་ མཐུན་ལམ་ལེགས་ཤོམ་ དེ་ལས་ མི་སེར་གཉིས་ཀྱི་བར་ན་ མཐུན་ལམ་དམ་ཟབ་སྦེ་ཡོད་མི་གིས་ ང་བཅས་རའི་མཉམ་འབྲེལ་འདི་ གནས་སྟངས་གསརཔ་ཅིག་ལུ་འགྱུར་ཚུགས་པའི་ལམ་སྟོན་འབད་དེ་ར་ཡོད།
@tsheringtobgay"
SR
(ରିଲିଜ ଆଡି: 2230312)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam