ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାପାନର ପ୍ରତିନିଧି ସଭା ନିର୍ବାଚନରେ ଐତିହାସିକ ବିଜୟ ପାଇଁ ସାନାଇ ତାକାଇଚିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
08 FEB 2026 9:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରତିନିଧି ସଭା ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ପାଇଁ ମହାମହିମ ସାନାଇ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ମହାମହିମ ତାକାଇଚିଙ୍କ ଦକ୍ଷ ନେତୃତ୍ୱରେ ଭାରତ-ଜାପାନ ବନ୍ଧୁତା ଆହୁରି ଉଚ୍ଚ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
" ପ୍ରତିନିଧି ସଭା ନିର୍ବାଚନରେ ଆପଣଙ୍କ ଐତିହାସିକ ବିଜୟ ପାଇଁ ସାନା ତାକାଇଚିଙ୍କୁ ଅଭିନନ୍ଦନ!
ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ବୃଦ୍ଧି କରିବାରେ ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ମୋର ବିଶ୍ୱାସ ଯେ ଆପଣଙ୍କ ସକ୍ଷମ ନେତୃତ୍ୱରେ ଆମେ ଭାରତ-ଜାପାନ ବନ୍ଧୁତ୍ୱକୁ ଅଧିକ ଉଚ୍ଚତାକୁ ନେବା ଜାରି ରଖିବୁ ।’’
@takaichi_sanae”
HS
(ରିଲିଜ ଆଡି: 2225941)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam