ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ଦିବସରେ ହିମାଚଳ ପ୍ରଦେଶ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2026 8:54AM by PIB Bhubaneswar

ରାଜ୍ୟ ଦିବସରେ ହିମାଚଳ ପ୍ରଦେଶ ଲୋକଙ୍କୁ ଆଜି ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି । ପ୍ରକୃତି ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ହିମାଚଳ ପ୍ରଦେଶ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଭାରତମାତାଙ୍କର ସେବାରେ ଉତ୍ସର୍ଗୀକୃତ ଲୋକମାନଙ୍କର ଉଲ୍ଲେଖନୀୟ ଦକ୍ଷତା ଓ ଶୌର୍ଯ୍ୟ ପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ହିମାଚଳ ପ୍ରଦେଶ ଲୋକଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଦେବଭୂମିର ଉତରୋତର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି ।

Xରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ପ୍ରକୃତି ଓ ସଂସ୍କୃତିର ସଙ୍ଗମସ୍ଥଳୀ ହିମାଚଳପ୍ରଦେଶର ସମସ୍ତ ପରିବାର ଲୋକଙ୍କୁ ପୂର୍ଣ୍ଣ ରାଜତ୍ୱ ଦିବସର ଅନେକ ଶୁଭକାମନା । ନିଜର ଅଦଭୂତ ପ୍ରତିଭା ଓ ପରାକ୍ରମ ଦ୍ୱାରା ସେମାନେ ଭାରତ ମାତାଙ୍କର ସେବା କରିଆସିଛନ୍ତି । ମୁଁ ସେମାନଙ୍କର ସୁନେଲି ଭବିଷ୍ୟତ ସହ ଦେବଭୂମିର ସମୃଦ୍ଧି କାମନା କରୁଛି ।’

PBD


(ରିଲିଜ ଆଡି: 2224963) ପରିଦର୍ଶକ କାଉଣ୍ଟର : 46