ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିଥିବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ
ପୋଷ୍ଟ କରାଯିବା ଦିନାଙ୍କ:
02 FEB 2026 11:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରିବାର ଚମତ୍କାର ଘୋଷଣା ପାଇଁ ଶ୍ରୀ ମୋଦୀ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ଦୁଇଟି ବୃହତ ଅର୍ଥନୀତି ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏକାଠି କାମ କରନ୍ତି, ଫଳସ୍ୱରୂପ ଏହା ଆମ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ ଏବଂ ପାରସ୍ପରିକ ଲାଭଦାୟକ ସହଯୋଗ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରେ ।
ଶ୍ରୀ ମୋଦୀ କହିଛନ୍ତି, “ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଶାନ୍ତି ପାଇଁ ତାଙ୍କ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ କରୁଛି ।”
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆଜି ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ଖୁସି ହେଲି । ଏହା ଜାଣି ବହୁତ ଆନନ୍ଦିତ ହେଲି ଯେ, ଏବେ ଭାରତରେ ନିର୍ମିତ ଉତ୍ପାଦଗୁଡିକ ଉପରେ ଲାଗୁ ହେଉଥିବା ଶୁଳ୍କ ହ୍ରାସ ପାଇ ୧୮ ପ୍ରତିଶତ ହେବ । ଏହି ଚମତ୍କାର ଘୋଷଣା ପାଇଁ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହୁତ ଧନ୍ୟବାଦ ।
ଯେତେବେଳେ ଦୁଇଟି ବୃହତ ଅର୍ଥନୀତି ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏକାଠି କାମ କରନ୍ତି, ଫଳସ୍ୱରୂପ ଆମ ଲୋକଙ୍କୁ ଏହାର ଲାଭ ମିଳିଥାଏ ଏବଂ ପାରସ୍ପରିକ ଲାଭଦାୟକ ସହଯୋଗ ପାଇଁ ପ୍ରଚୁର ସମ୍ଭାବନାର ଦ୍ୱାର ଖୋଲିଥାଏ ।
ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଶାନ୍ତି ପାଇଁ ତାଙ୍କ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ କରୁଛି ।
ଆମର ସହଭାଗୀତାକୁ ଅଭୂତପୂର୍ବ ଉଚ୍ଚତାକୁ ନେବା ପାଇଁ ମୁଁ ତାଙ୍କ ସହିତ ଏକତ୍ର କାମ କରିବାକୁ ଉତ୍ସୁକ ରହିଛି ।”
SR
(ରିଲିଜ ଆଡି: 2222531)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam