ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ ଛାରୀ-ଧାଣ୍ଡରେ ନୂତନ ରାମସର ସ୍ଥଳଗୁଡ଼ିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
31 JAN 2026 10:52AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାହ (ଉତ୍ତର ପ୍ରଦେଶ)ରେ ଥିବା ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ କଚ୍ଛ (ଗୁଜରାଟ)ରେ ଥିବା ଛାରୀ-ଧାଣ୍ଡକୁ ରାମସର ତାଲିକାରେ ସାମିଲ ହେବାକୁ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଏବଂ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସ୍ୱୀକୃତି ଜୈବିବିଧତାର ସଂରକ୍ଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି:
"ଇଟାହ (ଉତ୍ତର ପ୍ରଦେଶ)ର ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ କଚ୍ଛ (ଗୁଜରାଟ)ର ଛାରୀ-ଧାଣ୍ଡ ରାମସର ସାଇଟ୍ ହୋଇଥିବାରୁ ଖୁସି। ସେଠାକାର ସ୍ଥାନୀୟ ଜନସାଧାରଣ ତଥା ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ଅଭିନନ୍ଦନ। ଏହି ସ୍ୱୀକୃତି ଜୈବିବିଧତାର ସଂରକ୍ଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ। ଏହି ଆର୍ଦ୍ରଭୂମି ଅଗଣିତ ପ୍ରବାସୀ ଏବଂ ସ୍ଥାନୀୟ ପ୍ରଜାତିଙ୍କ ପାଇଁ ନିରାପଦ ବାସସ୍ଥାନ ଭାବରେ ସମୃଦ୍ଧ ହେଉ ।"
HS
(ରିଲିଜ ଆଡି: 2221355)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam