ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫରିଦପୁର ବିଧାୟକ ଡକ୍ଟର ଶ୍ୟାମ ବିହାରୀ ଲାଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 02 JAN 2026 6:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଫରିଦପୁର ବିଧାୟକ ଡକ୍ଟର ଶ୍ୟାମ ବିହାରୀ ଲାଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି : 
"ଉତ୍ତର ପ୍ରଦେଶର ଫରିଦପୁରର ବିଧାୟକ ଡକ୍ଟର ଶ୍ୟାମ ବିହାରୀ ଲାଲଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ସେ ଜଣେ ଉତ୍ସର୍ଗୀକୃତ ଏବଂ ପରିଶ୍ରମୀ ବିଜେପି ନେତା ଥିଲେ, ଯାହାଙ୍କ ଦେହାନ୍ତ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି !"
HS


(रिलीज़ आईडी: 2211209) आगंतुक पटल : 39
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam