ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଶକ୍ତି, ନ୍ୟାୟ, ଏକତା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 DEC 2025 10:10AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଇତିହାସର ଏହି ମୁହୂର୍ତ୍ତ ଦେଶକୁ ସ୍ମରଣ କରାଇ ଦେଉଛି ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ହାସଲ କରାଯାଇ ନଥାଏ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସାମୂହିକ ସଂକଳ୍ପ ଦ୍ୱାରା ଏହା ସୃଷ୍ଟି ହୋଇଥାଏ

ଏହି ଭାବନାକୁ ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 'ଏକ୍ସରେ ଏକ କାଳଜୟୀ' ସୁଭାଷିତମ୍ସେୟାର କରିଛନ୍ତି

"୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସ ଏବଂ ବୀରତ୍ବର ସହିତ ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ସେହି ମୁହୂର୍ତ୍ତ ଆମକୁ ମନେ ପକାଇ ଦିଏ ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ନୁହେଁ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସଂଗଠିତ ସଂକଳ୍ପ ଦ୍ୱାରା ଗଢ଼ି ଉଠିଥାଏ। ଆଜିର ସୁଭାଷିତମ୍ ଏହି ଭାବନାକୁ ପ୍ରକାଶ କରେ..."

‘‘ସାମର୍ଥ୍ୟମୂଳଂ ସ୍ବାତନ୍ତ୍ର ଶ୍ରମମୂଳଂ ଚ ବୈଭମ୍‍ ।

ନ୍ୟାୟମୂଳଂ ସୂରାଜ୍ୟଂ ସ୍ୟାତ୍‍ ସଡ୍ଘମୂଳଂ ମହାବଳମ୍‍ ।।’’

HS


(ରିଲିଜ ଆଡି: 2210712) ପରିଦର୍ଶକ କାଉଣ୍ଟର : 29