ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟ ମେହସାନାରେ ପ୍ରଧାନମନ୍ତ୍ରୀ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

Posted On: 30 OCT 2023 3:41PM by PIB Bhubaneshwar


୩୦ ଅକ୍ଟୋବର ଓ ୩୧ ଅକ୍ଟୋବର ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାର ଉତ୍ସ। କାରଣ ୩୦ ଅକ୍ଟୋବର ହେଉଛି ଗୁରୁ ଗୋବିନ୍ଦ ଜୀଙ୍କ ଶ୍ରାଦ୍ଧ ଦିବସ ଓ ୩୧ ଅକ୍ଟୋବର ହେଉଛି ସର୍ଦ୍ଦାର ପଟେଲ ଜୀ ଙ୍କ ଜୟନ୍ତୀ

ଭାରତର ବିକାଶ ଗାଥା ପାଲଟିଛି ସାରା ବିଶ୍ୱରେ ଆଲୋଚନାର ବିଷୟବସ୍ତୁ  

ମୋଦି ଯେଉଁ ସକଳ୍ପ ନିଅନ୍ତୁ, ତାକୁ ନିଶ୍ଚିତ ଭାବେ ପୂରଣ କରନ୍ତି।

ବିଭିନ୍ନ ପ୍ରକଳ୍ପ ପାଇଁ ୨୦୨୦ରୁ ୨୦୨୨ ମଧ୍ୟରେ ଉତ୍ତର ଗୁଜରାଟରେ ଜଳସେଚନ ବ୍ୟବସ୍ଥା ବହୁଗୁଣିତ ହୋଇଛି
ଗୁଜରାଟରେ ଆରମ୍ଭ ହୋଇଥିବା ଜଳ ସଂରକ୍ଷଣ ଯୋଜନା ଏବେ ସାରା ଦେଶରେ ବର୍ତ୍ତମାନ ଜଳ ଜୀବନ ମିଶନରେ ପରିଣତହୋଇଛି ।

ଉତ୍ତର ଗୁଜରାଟରେ ୮୦୦ରୁ ଅଧିକ ଗାଁରେ ଡାଏରୀ ସମବାୟ ସମିତି ପ୍ରତିଷ୍ଠା କରାଯାଇଛି।

ଆଜି ଦେଶରେ ବିକାଶ ସହିତ ଆମର ଐତିହ୍ୟକୁ ଯୋଡ଼ିବାର ଅଭୂତପୂର୍ବ କାମ ହେଉଛି।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମେହସାନାରେ ପ୍ରାୟ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ରେଳ, ସଡ଼କ, ପାନୀୟ ଜଳ ଏବଂ ଜଳସେଚନ ଭଳି ବହୁବିଧ କ୍ଷେତ୍ର।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ-ଦୁଇଟି ତାରିଖ ୩୦ଏବଂ ୩୧ ଅକ୍ଟୋବର ଦୁଇଟି ତାରିଖ ହେଉଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ଉତ୍ସ। ଅକ୍ଟୋବର ୩୦ ହେଉଛି ଗୋବିନ୍ଦ ଗୁରୁ ଜୀ ଙ୍କ ପୁଣ୍ୟତିଥି ଏବଂ ଅକ୍ଟୋବର ୩୧ ହେଉଛି ସର୍ଦ୍ଦାର ପଟେଲ ଜୀ ଙ୍କ ଜୟନ୍ତୀ। ଶ୍ରୀ ମୋଦି କହିଥିଲେ, "ଆମର ପିଢ଼ି ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରି ସର୍ଦ୍ଦାର ସାହେବଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରକାଶ କରିଛି"ସେ ଉଲ୍ଲେଖ କରିଥିଲେ ଯେ ଗୋବିନ୍ଦ ଗୁରୁ ଜୀ ଙ୍କ ଜୀବନ ମଧ୍ୟ ହେଉଛି ଭାରତର ସ୍ୱାଧୀନତାରେ ଆଦିବାସୀ ସମାଜର ଅବଦାନ ଏବଂ ବଳିଦାନର ପ୍ରତୀକ। ବର୍ଷ ବର୍ଷ ହେଲା ସରକାର ଜାତୀୟ ସ୍ତରରେ ମାନଗଡ଼ ଧାମର ଗୁରୁତ୍ୱ ବୃଦ୍ଧି କରିଥିବାରୁ ସେ ଖୁସି ପ୍ରକାଶ କରିଥିଲେ

 
ପ୍ରଧାନମନ୍ତ୍ରୀ ଆଜି ସକାଳେ ଅମ୍ବାଜୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଦେବୀ ଅମ୍ବାଜୀଙ୍କ ଆଶୀର୍ବାଦ ପାଇବାର ସୁଯୋଗ ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଗବ୍ବର ପର୍ବତର ବିକାଶ ଏବଂ ଏହାର ମହିମା ବୃଦ୍ଧି କରିବା ପାଇଁ କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେଆଜିର ପ୍ରକଳ୍ପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାଆ ଅମ୍ବେଙ୍କ ଆଶୀର୍ବାଦରେ ପ୍ରାୟ ୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି। ସେ କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗକୁ ଆହୁରି ଉନ୍ନତ କରିବ ଏବଂ ଏହି ଅଞ୍ଚଳର ଚାଷୀମାନଙ୍କୁ ଲାଭ ଦେବ"ମେହସାନା, ପାଟନ, ବନାସକାଣ୍ଠା, ସାବରକଣ୍ଠା, ମହୀସାଗର, ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଆଖପାଖ ଜିଲ୍ଲାଗୁଡ଼ିକ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକରୁ ଲାଭ ପାଇବେ।" ଆଜିର ପ୍ରକଳ୍ପ ପାଇଁ ସେ ଗୁଜରାଟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ

 
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିକାଶର ଗାଥା ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟଣର ଅବତରଣ ଏବଂ ସଫଳ ଜି-୨୦ ସଭାପତିତ୍ୱ ବିଷୟରେ ଉଲ୍ଲେଖ ପ୍ରଧାନମନ୍ତ୍ରୀ କରିଥିଲେ। ସେ ନୂତନ ସଂକଳ୍ପ ଭାବନାକୁ ଉଲ୍ଲେଖ କରିଥିଲେ ଏବଂ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଁ ଲୋକଙ୍କ ଶକ୍ତିକୁ ଶ୍ରେୟ ଦେଇଥିଲେନୂତନ ସଂକଳ୍ପର ଭାବନା ସଂପର୍କରେ ସେ ଉଲ୍ଲେଖ କରିଥିଲେ ଏବଂ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଁ ଲୋକଙ୍କ ଶକ୍ତିକୁ ଶ୍ରେୟ ଦେଇଥିଲେ। ସେ ଦେଶର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରିଥିଲେ ଏବଂ ଜଳ ସଂରକ୍ଷଣ, ଜଳସେଚନ ଏବଂ ପାନୀୟ ଜଳ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉଲ୍ଲେଖ କରିଥିଲେ ସଡ଼କ ହେଉ, ରେଳ ହେଉ କିମ୍ବା ବିମାନବନ୍ଦର ହେଉ, ଶ୍ରୀ ମୋଦୀ ସମସ୍ତ କ୍ଷେତ୍ରରେ ହେଉଥିବା ଅଭୂତପୂର୍ବ ନିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଫଳରେ ଭାରତରେ ଆଧୁନିକ ଭିତ୍ତିଭୂମିର ବିକାଶ ହୋଇପାରିବ

 
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଜି ଦେଶର ଅନ୍ୟ ଅଞ୍ଚଳରେ ଯେଉଁ ବିକାଶ  କାର୍ଯ୍ୟ ହେଉଛି, ତାହା ଗୁଜରାଟର ଲୋକେ ଆଗରୁ ହିଁ ଦେଖିଛନ୍ତି। "ମୋଦୀ ଯେକୌଣସି ସଂକଳ୍ପ ନିଅନ୍ତି, ସେ ତାହାକୁ ପୂରଣ କରନ୍ତି", ଏହା କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଦ୍ରୁତ ବିକାଶର ଶ୍ରେୟ ଗୁଜରାଟର ଲୋକଙ୍କ ଦ୍ୱାରା ନିର୍ବାଚିତ ସ୍ଥିର ସରକାରକୁ ସେ ଦେଇଥିଲେ ଏବଂ କହିଥିଲେ ଯେ ଉତ୍ତର ଗୁଜରାଟ ସମେତ ସମଗ୍ର ରାଜ୍ୟ ଏଥିରୁ ଉପକୃତ ହୋଇଛି

 
ପାଣି ଅଭାବନରୁ ପାନୀୟ ଏବଂ ଜଳସେଚନରେ ସମଗ୍ର ଉତ୍ତର ଗୁଜରାଟ ଅଞ୍ଚଳରେ ଜୀବନ କେମିତି  କଷ୍ଟକର ଥିଲା ଏବଂ ଏକମାତ୍ର ବ୍ୟବସାୟ ଦୁଗ୍ଧ ଉତ୍ପାଦନରେ ଲୋକେ କେମିତି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେହି ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନେ ପ୍ରତି ବର୍ଷ କେବଳ ଗୋଟିଏ ଫସଲ ଅମଳ କରିପାରୁଥିଲା ଏବଂ ସେହି ଗୋଟିଏ ଫସଲ ମଧ୍ୟ ଭଲରେ ହେବ ବୋଲି ନିଶ୍ଚିତ ନ ଥିଲା। ଏହି ଅଞ୍ଚଳକୁ ନୂଆରୂପ ପ୍ରଦାନ କରିବା ପାଇଁ କରାଯାଇଥିବା କାର୍ଯ୍ୟ ଉପରେ ସେ ଆଲୋକପାତ  କରିଥିଲେ ଏବଂ ଏଠାରେ ଜଳ ଯୋଗାଣ ଓ ଜଳସେଚନ ପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। "ଆମେ କୃଷି କ୍ଷେତ୍ର ସହିତ ଉତ୍ତର ଗୁଜରାଟର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିଥିଲୁ" ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ଉତ୍ତର ଗୁଜରାଟର ଲୋକଙ୍କ ପାଇଁ ଯଥାସମ୍ଭବ ନୂତନ ରୋଜଗାରର ଉପାୟ ସୃଷ୍ଟି କରିବା। ସେ ସୁଜଲାମ୍-ସୁଫଲାମ୍ ଯୋଜନା ଉପରେ ଆଲୋକପାତ କରିଥିଲେ ଯାହା ଗୁଜରାଟର ବିକାଶ ପାଇଁ ନର୍ମଦା ଏବଂ ମାହି ନଦୀର ଜଳକୁ ବ୍ୟବହାର କରାଯାଉଛି। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ସର୍ବାଧିକ ଲାଭ ସୁନିଶ୍ଚିତ କରିବା ପାଇଁ ସାବରମତୀରେ ୬ ଟି ବ୍ୟାରେଜ୍ ନିର୍ମାଣ କରାଯାଉଛି। ସେ କହିଥିଲେ, ଯେ, ସେହି ବ୍ୟାରେଜଗୁଡ଼ିକ ମଧ୍ୟରୁ ଗୋଟିଏ ଆଜି ଉଦଘାଟନ କରାଯାଇଛି। ଆମର ଚାଷୀ ଏବଂ ଅନେକ ଗାଁ ଏହା ଦ୍ୱାରା ବହୁତ ଉପକୃତ ହେବେ। 

 
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଜଳସେଚନ ପ୍ରକଳ୍ପ ଯୋଗୁଁ ଗତ ୨୦-୨୨ ବର୍ଷରେ ଉତ୍ତର ଗୁଜରାଟରେ ଜଳସେଚିତ ଅଞ୍ଚଳ ବହୁ ଗୁଣା ବୃଦ୍ଧି ପାଇଛିସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ଉପଲବ୍ଧ ନୂତନ ସୂକ୍ଷ୍ମ ଜଳସେଚନ ପ୍ରଯୁକ୍ତିବିଦ୍ୟାକୁ ଉତ୍ତର ଗୁଜରାଟର ଚାଷୀମାନେ ତୁରନ୍ତ ଗ୍ରହଣ କରିଛନ୍ତି ଏବଂ ବନାସକାଣ୍ଠାର ୭୦ ପ୍ରତିଶତ ଅଞ୍ଚଳ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି"କୃଷକମାନେ ଏବେ ଗହମ, ଜଡ଼ା, ଚିନାବାଦାମ ଏବଂ ଚଣା ସହିତ ପାନମହୁରୀ, ଜିରା ଏବଂ ଅନ୍ୟାନ୍ୟ ମସଲା ଚାଷ କରିପାରିବେ।" ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗୁଜରାଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଉଥିବା ଇସବଗୋଲ ପ୍ରକ୍ରିୟାକରଣର ୯୦ ପ୍ରତିଶତ ଗୁଜରାଟରେ ହୋଇଥାଏ। ଆଳୁ, ଗାଜର, ଆମ୍ବ, ଅଁଳା, ଡାଳିମ୍ବ, ଗୁଆ ଏବଂ ଲେମ୍ବୁ ଉତ୍ପାଦନ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଦୀସାକୁ ଆଳୁର ଏକ ଜୈବିକ କୃଷି କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ଶ୍ରୀ ମୋଦି ବନାସକାଣ୍ଠାରେ ଆଳୁ ପ୍ରକ୍ରିୟାକରଣ ପାଇଁ ଏକ ବିଶାଳ କାରଖାନା ସ୍ଥାପନ ବିଷୟରେ ଉଲ୍ଲେଖ କରିଥିଲେ ସେ ମେହସାନଣାରେ ନିର୍ମିତ ଆଗ୍ରୋ ଫୁଡ୍ ପାର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ବନାସକାଣ୍ଠାରେ ମଧ୍ୟ ସେହିପରି ଏକ ମେଗା ଫୁଡ୍ ପାର୍କ ନିର୍ମାଣ ପାଇଁ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ବିଷୟରେ କହିଥିଲେ ଶ୍ରୀ ମୋଦୀ ଏବଂ ଗୁଜରାଟରେ ଆରମ୍ଭ ହୋଇଥିବା ଜଳ ସଂରକ୍ଷଣ ଯୋଜନାର ଉଲ୍ଲେଖ କରିଥିଲେ ଯାହା ଏବେ ଦେଶ ପାଇଁ ଜଳ ଜୀବନ ମିଶନର ରୂପ ନେଇଛି। ସେ କହିଥିଲେ, "ଗୁଜୁରାଟ ପରି ହର୍ ଘର୍  ଜଳ ଅଭିଯାନ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି।"

 
ପଶୁପାଳନ ଏବଂ ଦୁଗ୍ଧ କ୍ଷେତ୍ରର ବିକାଶର ସବୁଠାରୁ ବଡ଼ ଲାଭାର୍ଥୀ ମହିଳାମାନେ ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ ଯେ କିଛି ବର୍ଷ ଭିତରେ ଉତ୍ତର ଗୁଜରାଟରେ ଶତାଧିକ  ନୂତନ ପ୍ରାଣୀଚିକିତ୍ସା ଡାକ୍ତରଖାନା ନିର୍ମାଣ କରାଯାଇଛି। ଏହା ଦ୍ୱାରା ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଭଲ ହୋଇଛି। ଫଳରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଉତ୍ତର ଗୁଜରାଟରେ ୮୦୦ରୁ ଅଧିକ ନୂତନ ଗ୍ରାମ ଦୁଗ୍ଧ ସମବାୟ ସମିତି ମଧ୍ୟ ଗଠନ କରାଯାଇଛି। ସେ କହିଥିଲେ, "ସେ ବନାସ ଡାଏରୀ ହେଉ କି ଦୁଧ ସାଗର ବା ସାବର ଡାଏରୀ, ସେଗୁଡ଼ିର ଅଭୂତପୂର୍ବ ବୃଦ୍ଧି ହୋଇଛି। କ୍ଷୀର ବ୍ୟତୀତ, ଏଗୁଡ଼ିକ କୃଷକମାନଙ୍କ ଅନ୍ୟାନ୍ୟ ଉତ୍ପାଦ ପାଇଁ ବଡ଼ ପ୍ରକ୍ରିୟାକରଣ କେନ୍ଦ୍ର ମଧ୍ୟ ପାଲଟିଛି। " ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ପ୍ରାଣୀସଂପଦର ମାଗଣା ଟିକାକରଣ ପାଇଁ ଏକ ବିରାଟ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ଖର୍ଚ୍ଚ ହେଉଛି ୧୫,୦୦୦ କୋଟି ଟଙ୍କା। ନିଜ ନିଜର ଗୃହପାଳିତ ପ୍ରାଣୀଙ୍କର ଟିକାକରଣ ପାଇଁ ସେ ସ୍ଥାନୀୟ ପଶୁପାଳକମାନଙ୍କୁ ଅନୁରୋଧ କରିଥିଲେ। ଗୋବର୍ଦ୍ଧନ ଯୋଜନା ଅଧୀନରେ ଅନେକ ପ୍ଲାଣ୍ଟ ସ୍ଥାପନ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେଉଁଠାରେ ଗୋବରରୁ ବାୟୋ ଗ୍ୟାସ୍ ଏବଂ ବାୟୋ ସିଏନଜି ପ୍ରସ୍ତୁତ କରାଯାଉଛି
ଉତ୍ତର ଗୁଜରାଟରେ ଅଟୋମୋବାଇଲ ଶିଳ୍ପର ବୃଦ୍ଧି ବିଷୟରେ କହି ଶ୍ରୀ ମୋଦୀ ମଣ୍ଡଳ-ବେଚାରଜୀ ଅଟୋମୋବାଇଲ ହବ୍ ର ବିକାଶ ବିଷୟରେ ଉଲ୍ଲେଖ କରିଥିଲେ ଯାହା ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ଆୟ ବୃଦ୍ଧି କରିଛି" ମାତ୍ର 10 ବର୍ଷ ମଧ୍ୟରେ ଏଠାକାର ଶିଳ୍ପଗୁଡ଼ିକର ଆୟ ଦ୍ୱିଗୁଣିତ ହୋଇଛି। ଖାଦ୍ୟ ପ୍ରକ୍ରିୟାକରଣ ବ୍ୟତୀତ, ମେହସାଣାରେ ଔଷଧ ଶିଳ୍ପ ଏବଂ ଇଞ୍ଜିନିୟରିଂ ଶିଳ୍ପ ମଧ୍ୟ ବିକଶିତ ହୋଇଛି। ବନାସକାଣ୍ଠା ଏବଂ ସାବରକାଣ୍ଠା ଜିଲ୍ଲାରେ ସେରାମିକ୍ ଶିଳ୍ପ ବିକଶିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ। 
ପ୍ରଧାନମନ୍ତ୍ରୀ ମୋଦୀ ଆଜିର ୫୦୦୦  କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ମାଲ ପରିବହନ ପାଇଁ ମେହସାଣା ଓ ଅହମ୍ମଦାବାଦ ମଧ୍ୟରେ ସ୍ୱତନ୍ତ୍ର କରିଡର ବିଷୟରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ପିପାଭାଭ, ପୋରବନ୍ଦର ଏବଂ ଜାମନଗର ଭଳି ପ୍ରମୁଖ ବନ୍ଦର ସହିତ ଉତ୍ତର ଗୁଜରାଟର ସଂଯୋଗକୁ ଆହୁରି ସୁଦୃଢ଼ ​​କରିବ। ଏହା ଉତ୍ତର ଗୁଜରାଟରେ ଲଜିଷ୍ଟିକ୍ସ ଏବଂ ଗୋଦାମ ସମ୍ବନ୍ଧୀୟ କ୍ଷେତ୍ରକୁ ମଧ୍ୟ ସୁଦୃଢ଼ ​​କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। 

 
ଦେଶରେ ସବୁଜ ହାଇଡ୍ରୋଜେନ ଏବଂ ସୌର ଶକ୍ତି ଉତ୍ପାଦନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପାଟନ ଏବଂ ବନାସକାଣ୍ଠାର ସୌର ପାର୍କ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ମୋଧେରା ଏକ ଗ୍ରାମ ଭାବରେ ଗର୍ବ କରୁଛି ଯାହା ୨୪ ଘଣ୍ଟା ସୌର ଶକ୍ତିରେ ଚାଲିଥାଏ।  “ଆଜି ସରକାର ଆପଣଙ୍କୁ ଛାତ ଉପରେ ସୌର ପ୍ରକଳ୍ପ ପାଇଁ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତିପ୍ରତ୍ୟେକ ପରିବାରର ବିଦ୍ୟୁତ୍ ବିଲ୍ ସର୍ବନିମ୍ନ କରିବା ହେଉଛି ଆମର ପ୍ରୟାସ।" ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗତ  ବର୍ଷ ମଧ୍ୟରେ ପ୍ରାୟ ୨୫୦୦ କିଲୋମିଟର ପୂର୍ବ ଏବଂ ପଶ୍ଚିମରେ ସ୍ୱତନ୍ତ୍ର ମାଲ ପରିବହନ କରିଡର ନିର୍ମାଣ କରାଯାଇଛି। ଯାହା ଫଳରେ ଯାତ୍ରୀବାହୀ ଟ୍ରେନ ଏବଂ ମାଲବାହୀ ଟ୍ରେନ ପାଇଁ ଯାତ୍ରା ସମୟ ହ୍ରାସ ପାଇଛିସେ ହରିୟାଣାର ପାଲନପୁରରୁ ରେୱାଡିକୁ ଟ୍ରେନ ମାଧ୍ୟମରେ କ୍ଷୀର ପରିବହନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏଠାରେ କରାଯାଇଥିବା କାଟୋସାନ ରୋଡ୍-ବେଚରାଜି ରେଳ ଲାଇନ ଏବଂ ଭିରାମଗାମ-ସାମଖାୟାଲି ଟ୍ରାକର ଦୋହରୀକରଣ କାର୍ଯ୍ୟ ମଧ୍ୟ ସଂଯୋଗକୁ ଆହୁରି ସୁଦୃଢ଼ ​​କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। 

 
ଗୁଜରାଟରେ ପର୍ଯ୍ୟଟନର ସମ୍ଭାବନା ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱ ପ୍ରସିଦ୍ଧ କଚ୍ଛ ରଣ ଉତ୍ସବର ଉଲ୍ଲେଖ କରିଥିଲେ। ସେ କଚ୍ଛର ଧୋରଡୋ ଗ୍ରାମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହାକୁ ସମ୍ପ୍ରତି ବିଶ୍ୱର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମାନ୍ୟତା ମିଳିଛିପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ଦେଖାଇଥିଲେ ଯେ, ଉତ୍ତର ଗୁଜରାଟ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେବାକୁ ଯାଉଛି। ନଡାବେଟର ଉଦାହରଣ ଦେଇଥିଲେ ଶ୍ରୀ ମୋଦୀ ଯାହା କି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଯାଉଛି। ଏବଂ ଧରୋଇର ସଂପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହାକୁ ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରାଯାଉଛିଶ୍ରୀ ମୋଦୀ ମେହସାଣାର ମୋଧେରା ସୂର୍ଯ୍ୟ ମନ୍ଦିର, ସହରର ମଧ୍ୟଭାଗରେ ଚାଲିଥିବା ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ, ବଡ଼ନଗରର କୀର୍ତ୍ତି ତୋରଣ ଏବଂ ଅନ୍ୟାନ୍ୟ ଆସ୍ଥା ଏବଂ ଆଧ୍ୟାତ୍ମିକତାର ସ୍ଥାନ ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରାଚୀନ ସଭ୍ୟତାର ନିଦର୍ଶନ ପ୍ରକାଶ କରୁଥିବା ବଡ଼ନଗର ଖନନ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ବଡ଼ନଗର ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛିକେନ୍ଦ୍ର ସରକାର ୧୦୦୦  କୋଟି ଟଙ୍କା ଖର୍ଚ୍ଚ କରି ଐତିହ୍ୟ ସର୍କିଟ ଅଧୀନରେ ଏଠାରେ ଅନେକ ସ୍ଥାନ ବିକଶିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରାଣୀ କି ବାଭ୍ ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସ୍ଥାନକୁ ପ୍ରତିବର୍ଷ ହାରାହାରି  ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତିଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ଦେଶରେ ଆମର ଐତିହ୍ୟକୁ ବିକାଶ ସହିତ ଯୋଡ଼ିବାର ଏକ ଅଭୂତପୂର୍ବ କାର୍ଯ୍ୟ କରାଯାଉଛି। ଏହା ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ଆହୁରି ମଜବୁତ କରିବ।"

 

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସିଆର୍ ପାଟିଲ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜୋରଦୋସଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ଯେଉଁ ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେଲା ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଗଲା, ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି, ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍‌ସି) ନ୍ୟୁ ଭାଣ୍ଡୁ-ନ୍ୟୁ ସାନନ୍ଦ (ଏନ୍) ସେକ୍ସନ, ବୀରମଗାମ - ସମାଖିଆଲି ରେଳ ଲାଇନର ଦୋହରୀକରଣ, କାଟୋସାନ ରୋଡ-ବେଚରାଜି - ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍ ସାଇଡିଂ) ରେଳ ପ୍ରକଳ୍ପ; ବିଜୟପୁର ତାଲୁକା ଏବଂ ମେହସାନା ଓ ଗାନ୍ଧିନଗର ଜିଲ୍ଲାର ମନସା ତାଲୁକାର ବିଭିନ୍ନ ଗାଁ ପୋଖରୀର ରିଚାର୍ଜ ପାଇଁ ପ୍ରକଳ୍ପ, ମେହସାଣା ଜିଲ୍ଲାର ସାବରମତି ନଦୀ ଉପରେ ଭାଲାସାନା ବ୍ୟାରେଜ, ବନାସକାଣ୍ଠାର ପାଳନପୁରରେ ପାନୀୟ ଜଳ ଯୋଗାଣ ପାଇଁ ଦୁଇଟି ଯୋଜନା ଏବଂ ଧରୋଇ ଡ୍ୟାମ ଆଧାରିତ ପାଳନପୁର ଜୀବନରେଖା ପ୍ରକଳ୍ପ - ହେଡ୍ ୱାର୍କ (ଏଚ୍‌ଡବ୍ଲୁ) ଏବଂ ୮୦ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ

 
ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ ସେଗୁଡ଼ିକ ମଧ୍ୟରେ ରହିଛି ଖେରାଲୁରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ମହିସାଗର ଜିଲ୍ଲାର ସନ୍ତରାମପୁର ତାଲୁକାରେ ଜଳସେଚନ ପ୍ରକଳ୍ପ,  ନାରୋଦା - ଦେହଗମ୍ - ହାରସୋଲ୍ - ଧନସୁରା ରୋଡ୍, ସାବରକାଣ୍ଠାରର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ, ଗାନ୍ଧିନଗର ଜିଲ୍ଲାର କାଲୋଲ ନାଗରପାଲିକା ସ୍ୱେରେଜ୍ ଏବଂ ସେପଟିଜ୍ ପରିଚାଳନା  ପାଇଁ ପ୍ରକଳ୍ପ,  ଏବଂ ସିଦ୍ଧପୁର (ପାଟନ), ପାଲନପୁର (ବନାସକାଣ୍ଠା), ବୟାଦ (ଅରାବଳି) ଏବଂ ବଡ଼ନଗର (ମେହସାଣା) ରେ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ 

 

 
BSP

 

 

 

 

 

 

 

 


(Release ID: 2189201) Visitor Counter : 7