PIB Headquarters
azadi ka amrit mahotsav

ଜାତୀୟ ସମବାୟ ଉନ୍ନୟନ ନିଗମ (ଏନ୍‌ସିଡିସି)


ଭାରତର ସମବାୟ ବ୍ୟବସ୍ଥାର ସୁଦୃଢ଼ୀକରଣ

Posted On: 05 NOV 2025 3:24PM by PIB Bhubaneshwar

 

Key Takeaways

  • ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅକ୍ଟୋବର୨୦୨୫ ସୁଦ୍ଧା ୪୯୭୯୯.୦୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
  • ୨୦୨୪-୨୫ ରେ ଏନ୍‌ସିଡିସି ୯୫,୧୮୨.୮୮ କୋଟି ଟଙ୍କା ଆବଣ୍ଟନ କରିଛି। ୨୦୧୪-୧୫ ରେ ୫୭୩୫.୫୧ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ଏଥିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।
  • ଗତ ତିନି ବର୍ଷ ମଧ୍ୟରେ (ଆର୍ଥିକ ବର୍ଷ ୨୦୨୧-୨୨ରୁ ଆର୍ଥିକ ବର୍ଷ ୨୦୨୪-୨୫) ଏସ୍‌ସି/ଏସ୍‌ଟି ସମବାୟ ସମିତିକୁ ଏନ୍‌ସିଡିସି ୫୭.୭୮ କୋଟି ଟଙ୍କା ଋଣ ପ୍ରଦାନ କରିଛି।  
  • ସମବାୟ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ପାଇଁ ଆର୍ଥିକ ବର୍ଷ ୨୦୨୧-୨୧ ରୁ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ମହିଳା ସମବାୟ ସମିତିକୁ ୪୮୨୩.୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି।
  • ୨୦୨୨-୨୫ ରେ ସ୍ୱତନ୍ତ୍ର ଭାବେ ଭିତ୍ତିଭୂମି ପାଇଁ ମହିଳା ସମବାୟ ସମିତିକୁ ୨.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି।
  • ମୋଟାମୋଟି ଭାବେ ମାର୍ଚ୍ଚ ୨୦୨୫ ସୁଦ୍ଧା ଏନ୍‌ସିଡିସି ସାରା ଭାରତରେ ସମବାୟ ଚିନି କଳକୁ ପ୍ରଦାନ କରିଛି ୩୩୩୧୧.୭୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି।

Introduction

ଉପକ୍ରମ

ଗୁଜରାଟର ଗୁଜରାଟ ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ (ଜିୟୁଜେସିଓେଏମ୍ଏଏସ୍‌ଓଏଲ୍‌), ହିମାଚଳ ପ୍ରଦେଶରେ ଲାହୋଲ୍ ଆଳୁ ଉତ୍ପାଦକ କୋଅପରେଟିଭ ସୋସାଇଟି, ଝାଡ଼ଖଣ୍ଡ ମହିଳା ସ୍ୱୟଂ ସହାୟକ କୁକୁଡ଼ା ପାଳନ ସମବାୟ ଫେଡେରେସନ ଓ ମହାରାଷ୍ଟ୍ରର ଭିଟ୍ଟଳରାଓ ସିନ୍ଦେ ସହକାରୀ ଶାଖାର କାରଖାନା- ଏସବୁ ସଫଳ ସମବାୟ ମଡେଲ ହେଉଛି ଭାରତରେ ସମବାୟ ଆନ୍ଦୋଳନର ଶକ୍ତି ଓ ବ୍ୟାପକତାର ଉଦାହରଣ।

ଏହି ସବୁ ସମବାୟ ସଂଗଠନର ସଫଳତା ପଛରେ ରହିଛି ଜାତୀୟ ସମବାୟ ଉନ୍ନୟନ ନିଗମ (ଏନ୍‌ସିଡିସି)। ୧୯୬୩ ରେ ପ୍ରତିଷ୍ଠା ହୋଇଥିବା ଏହି ସାମ୍ୱାଧାନିକ ସଂସ୍ଥା ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ଅଧୀନରେ କାମ କରିଥାଏ।  

ଏନ୍‌ସିଡିସିର ଲକ୍ଷ୍ୟ ଓ କାର୍ଯ୍ୟ:

  • କୃଷିଜାତ ସାମଗ୍ରୀ ଉତ୍ପାଦନ ବୃଦ୍ଧି, ଉତ୍ପାଦିକତା ବୃଦ୍ଧି ଓ ଚାଷୀଙ୍କୁ ଅମଳ ପରବର୍ତ୍ତୀ ଆନୁଷ୍ଠାନିକ ସହାୟତା ପ୍ରଦାନ କରିବା ପାଇଁ କୃଷକ ସମବାୟ ସମିତି ଗଠନ, ପ୍ରୋତ୍ସାହନ ପ୍ରଦାନ ଓ ସୁଦୃଢ଼ୀକରଣ
  • କୃଷିଜାତ ସାମଗ୍ରୀର ପ୍ରକ୍ରିୟାକରଣ, ସଂରକ୍ଷଣ, ଶୀତଳ ଭଣ୍ଡାର ନିର୍ମାଣ ଓ ମାର୍କେଟିଂ କ୍ଷେତ୍ରରେ ସମବାୟ ସମିତି ଗଠନ ପାଇଁ ସହାୟତା ପ୍ରଦାନ। ବିହନ, ସାର ଯୋଗାଣ ଓ ଅନ୍ୟ କୃଷି ସଂପର୍କିତ ଇନ୍‌ପୁଟ ପ୍ରଦାନ।  
  • କୃଷି ସଂପର୍କିତ କାର୍ଯ୍ୟକ୍ରମ ସହିତ ଡାଏରୀ, ପଶୁପାଳନ, ହସ୍ତତନ୍ତ, ରେଶମ ଉତ୍ପାଦନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ, ଏସ୍‌ସି ଏସ୍‌ଟି ଓ ମହିଳା ସମବାୟ ସମିତି ପରି ବିଭିନ୍ନ ଅଣକୃଷି କ୍ଷେତ୍ରରେ ରୋଜଗାର ସୃଷ୍ଟିକାରୀ ସମବାୟ ସମିତିକୁ ସହଯୋଗ ପ୍ରଦାନ କରିଥାଏ ଏନ୍‌ସିଡିସି।   
  • ଏନ୍‌ସିଡିସି ପ୍ରାୟୋଜିତ ଯୋଜନା ଓ ଏନ୍‌ସିଡିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମବାୟ ସମିତିଗୁଡ଼ିକର ଆର୍ଥିକ ଉନ୍ନୟନ ଓ ସାମାଜିକ ଉତଥାନ୍ ପାଇଁ ସମବାୟ କ୍ଷେତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ ଏନ୍‌ସିଡିସି।

 

ବର୍ଷ ବର୍ଷ ଧରି ଲଗାତର ଭାବେ ଆର୍ଥିକ ସହାୟତା ମାଧ୍ୟମରେ ଭାରତର ସମବାୟ ବ୍ୟବସ୍ଥାକୁ  ମଜଭୁତ ​​କରିବା ପାଇଁ ଏକ ଦୃଢ଼ ଏବଂ ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି ଜାତୀୟ ସମବାୟ ଉନ୍ନୟନ ନିଗମ (NCDC)୨୦୧୪-୧୫ରେ ଏହା ୫,୭୩୫.୫୧ କୋଟି ଟଙ୍କା ଆବଣ୍ଟନ କରିଥିବାବେଳେ ଏଥିରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇ ୨୦୨୪-୨୫ ରେ ଏହା  ୯୫,୧୮୨.୮୮ କୋଟି ଟଙ୍କାରେ ପହଞ୍ଚିଛି। ଆର୍ଥିକ ସହାୟତା ପ୍ରଦାନର ଏହି ବୃଦ୍ଧି ସୂଚିତ କରୁଛି ଯେ, ବିଭିନ୍ନ କ୍ଷେତ୍ରରେ ଏନ୍‌ସିଡିସିର ଅଭିବୃଦ୍ଧି ହେଉଛି। ଆର୍ଥିକ ସହାୟତା ପ୍ରଦାନର ଏହି ଧାରାକୁ ବଜାୟ ରଖି ୨୦୨୫-୨୬ ରେ ଅକ୍ଟୋବର ୨୦୨୫ ସୁଦ୍ଧା ଏନ୍‌ସିଡିସି ୪୯୭୯୯.୦୬ କୋଟି ଟଙ୍କା ପ୍ରଦାନ କରିଛି। ଚଳିତ ଆର୍ଥିକ ବର୍ଷରେ ଦୃଢ଼ ପ୍ରଗତି ହେଉଛି ବୋଲି ଏହା ସୂଚିତ କରେ। ଏହା ସହିତ ଅନ୍ତର୍ଭୁକ୍ତି ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଏନ୍‌ସିଡିସି ଗତ ୪ ବର୍ଷ (୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ) ମଧ୍ୟରେ ଏସ୍‌ସି/ଏସ୍‌ଟି ସମବାୟ ସଂସ୍ଥାଗୁଡ଼ିକୁ ୫୭.୭୮ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ସମାଜର ସବୁ ବର୍ଗ ଯେମିତି ସମବାୟ ବିକାଶର ଲାଭ ପାଆନ୍ତି, ଏହା ସେହି କଥାକୁ ସୁନିଶ୍ଚିତ କରୁଛି। 
 
ଆର୍ଥିକ ସହାୟତା ପ୍ରଦାନର ଏହି ନିରନ୍ତର ବୃଦ୍ଧି ମାଧ୍ୟମରେ ଏନ୍‌ସିଡିସି ଏହାର ବିକାଶମୂଳକ କାର୍ଯ୍ୟକୁ ଆହୁରି ବ୍ୟାପକ କରିଛି। ସମବାୟ ସଂସ୍ଥାଗୁଡ଼ିକର  ଭିତ୍ତିଭୂମିର ଉନ୍ନତି, ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ଏବଂ ଉଚ୍ଚ-ବିକାଶ କ୍ଷେତ୍ରଗୁଡ଼ିକରେ ବିବିଧତା ଆଣିବାକୁ ସେମାନଙ୍କୁ ସକ୍ଷମ କରିଛି ଏନ୍‌ସିଡିସିର ଏହି ସହାୟତା। ଆର୍ଥିକ ସହାୟତା ପ୍ରଦାନରେ ଏହି ଉଲ୍ଲେଖନୀୟ ବୃଦ୍ଧି କେବଳ ଯେ ସମବାୟ ଆଧାରିତ ବିକାଶ ପାଇଁ ବର୍ଦ୍ଧିତ ଚାହିଦାକୁ ପ୍ରତିଫଳିତ କରୁଛି ତାହା ନୁହେଁ, ବରଂ  ସମୟୋଚିତ ଏବଂ ଲକ୍ଷ୍ୟ ଧାର୍ଯ୍ୟ ଅନୁସାରେ ଋଣ ପ୍ରଦାନ କରିବା ପାଇଁ ଏନ୍‌ସିଡିସିର ବର୍ଦ୍ଧିତ ସଂସ୍ଥାଗତ କ୍ଷମତାକୁ ମଧ୍ୟ ପ୍ରତିଫଳିତ କରୁଛି। ମୋଟାମୋଟି ଭାବେ ଏନ୍‌ସିଡିସିର ଏହି କାର୍ଯ୍ୟ ଭାରତରେ ଏକ ଅନ୍ତର୍ଭୁକ୍ତ, ବଜାର-ପ୍ରତିକ୍ରିୟାଶୀଳ ଏବଂ ଆତ୍ମନିର୍ଭରଶୀଳ ସମବାୟ ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଏନ୍‌ସିଡିସିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶିତ କରୁଛି। 

 

ଭାରତୀୟ ଅର୍ଥନୀତିର ଏକ ଦୃଢ଼ ସ୍ତମ୍ଭ ହେଉଛି ସମବାୟ କ୍ଷେତ୍ରସାମାଜିକ ଏବଂ ଅର୍ଥନୈତିକ ବିକାଶ, ଗ୍ରାମାଞ୍ଚଳରେ ଭିତ୍ତିଭୂମି ସୃଷ୍ଟି କରିବାରେ ଓ ନିଯୁକ୍ତି ସୃଷ୍ଟିରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ  ଋଣ ପ୍ରଦାନ, ବ୍ୟାଙ୍କିଂ ସେବା ପ୍ରଦାନ, ସାର, ଚିନି, ଦୁଗ୍ଧ, ମାର୍କେଟିଂ, ଖାଉଟି ସାମଗ୍ରୀ, ହସ୍ତତନ୍ତ, ହସ୍ତଶିଳ୍ପ, ମତ୍ସ୍ୟଚାଷ ଏବଂ ଗୃହ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରରେ ସମବାୟ ସମିତିଗୁଡ଼ିକ ସକ୍ରିୟ ଅଛନ୍ତିଆଜି ଭାରତରେ ୮.୪୪ ଲକ୍ଷରୁ ଅଧିକ ସମବାୟ ସମିତି ଅଛି ଯାହାର ସଦସ୍ୟ ସଂଖ୍ୟା ୩୦ କୋଟିରୁ ଅଧିକ। ଏବଂ ଦେଶର ପ୍ରାୟ ୯୪ % ଚାଷୀ କୌଣସି ନା କୌଣସି ବାଟରେ ସମବାୟ ସହିତ ଜଡ଼ିତ। ଗ୍ରାମାଞ୍ଚଳରେ ରୋଜଗାର ପ୍ରଦାନ କରିବାରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦେଖି ଦୁଗ୍ଧ, କୁକୁଡ଼ା ପାଳନ, ପଶୁପାଳନ, ମତ୍ସ୍ୟପାଳନ, ଚିନି, ବୟନ, ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ଶ୍ରମ ଭଳି କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ ​​କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଏହି ସମବାୟ ସଂସ୍ଥାଗୁଡ଼ିକୁ ଦୀର୍ଘମିଆଦୀ ଏବଂ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରିବା ଦ୍ୱାରା ସେମାନଙ୍କର କାର୍ଯ୍ୟକୁ ବୃଦ୍ଧି କରିବାରେ, ଆୟ ବୃଦ୍ଧି କରିବାରେ ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବାରେ ସହାୟକ ହେବ। 

 

ଏନ୍‌ଡିସିସିର ଉତ୍ସର୍ଗୀକୃତ ପ୍ରଚେଷ୍ଟା 
ଜାତୀୟ ସମବାୟ ବିକାଶ ନିଗମ (NCDC) ସମବାୟ କ୍ଷେତ୍ରର ବିଭିନ୍ନ ବର୍ଗକୁ ସୁଦୃଢ଼ ​​କରିବା ପାଇଁ ଏବଂ ନବସୃଜନ, ଅନ୍ତର୍ଭୁକ୍ତି ଏବଂ ଆଧୁନିକୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରଣୟନ କରିଛି

 

 

ଯୁବ ସହକାର-ସମବାୟ ଉଦ୍ୟୋଗ ସହାୟତା ଓ ନବସୃଜନ ଯୋଜନା

ଆର୍ଥିକ ବର୍ଷ ୨୦୧୯-୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନାଟି ନବସୃଜନଶୀଳ ଚିନ୍ତାଧାରାରେ ନୂତନ ଭାବରେ ଗଠିତ ସମବାୟ ସଂସ୍ଥାଗୁଡ଼ିକୁ ସହଯୋଗ ପ୍ରଦାନ କରି ବିଭିନ୍ନ କ୍ଷେତ୍ରରେ ସମବାୟ ଷ୍ଟାର୍ଟ-ଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି। ସର୍ବନିମ୍ନ  ମାସ ଧରି କାମ କରିଆସୁଥିବା ଯୁବ (ଯୁବା) ଉଦ୍ୟୋଗୀ ସମବାୟ ସମିତିଗୁଡ଼ିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ। ଏହା NCDC ଦ୍ୱାରା ସୃଷ୍ଟି ହୋଇଥିବା ଏକ ସମବାୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନ ପାଣ୍ଠି ସହିତ ଜଡିତଦେଶର ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ସମବାୟ ସମିତି, ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସମବାୟ ଏବଂ କେବଳ ମହିଳା, ଏସ୍‌ସି, ଏସ୍‌ସି, କିମ୍ବା ଦିବ୍ୟାଙ୍ଗ ସଦସ୍ୟଙ୍କୁ ନେଇ ଗଠିତ ସମବାୟକୁ ଅଗ୍ରାଧିକାର ଭିତ୍ତିରେ ଏହା ସହାୟତା ପ୍ରଦାନ କରିଥାଏ
 

ଯୋଗ୍ୟତା:

) ନୂଆ, ନବସୃଜନ ଓ ମୂଲ୍ୟ ଶୃଙ୍ଖଳା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପର ଯେକୌଣସି ସମବାୟ ସମିତି।

) ଏହା ଅତି କମ୍‌ରେ ତିନି ମାସ ହେଲା କାମ କରି ଆସୁଥିବ।

) ଏହା ଲାଭ କରୁଥିବା ସଂସ୍ଥା ହୋଇଥିବା ଦରକାର

) ପୂର୍ବ ଆର୍ଥିକ ବର୍ଷ ବା ଆର୍ଥିକ ବର୍ଷଗୁଡ଼ିକରେ ସଂପୃକ୍ତ ସମବାୟ ସମିତି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇନଥିବ ଓ ବିଗତ ୩ ବର୍ଷ ମଧ୍ୟରେ ନଗଦ ରାଶିରେ ଏହାର କ୍ଷତି ହୋଇନଥିବ। (ଯଦି ସମବାୟଟି ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ଥିବ)

 

 

ଯୁବ ସହକାର ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୨୦୧୯ରୁ ଏନ୍‌ସିଡିସିର ସହାୟତା ପାଇଥିବା ସମବାୟ ସମିତି ସଂଖ୍ୟା:

କାର୍ଯ୍ୟକାରୀ କରିଥିବା ସମବାୟ ସମିତିର ସଂଖ୍ୟା

ଅନୁମୋଦନ ହୋଇଥିବା ରାଶି (ଟଙ୍କା କୋଟିରେ)

ପ୍ରଦାନ କରାଯାଇଥିବା ରାଶି(ଟଙ୍କା କୋଟିରେ)

 

୩୨

୪୯.୩୫

୩.୭୧

 

ଆୟୁଷ୍ମାନ ସହକାର

ଏହା ଆର୍ଥିକ ବର୍ଷ ୨୦୨୦-୨୧ରେ ଆରମ୍ଭ ହୋଇଥିଲା । ସମବାୟ ସଂସ୍ଥା ଜରିଆରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସାମଗ୍ରିକ ଆଭିମୁଖ୍ୟ ନେଇ କାମ କରିଥାଏ ଆୟୁଷ୍ମାନ ସହକାର।

ସମବାୟ ସମିତିଗୁଡ଼ିକୁ ସହାୟତା ପ୍ରଦାନ ହେଉଛି ଏହାର ଉଦ୍ଦେଶ୍ୟ:

) ସମବାୟ ସମିତି ଦ୍ୱାରା ପରିଚାଳିତ ହସ୍‌ପିଟାଲ, ସ୍ୱାସ୍ଥ୍ୟସେବା, ଶିକ୍ଷାନୁଷ୍ଠାନ ଜରିଆରେ ସୁଲଭ ଓ ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ

) ସମବାୟ ସମିତି ଜରିଆରେ ଆୟୁଷ ସୁବିଧାକୁ ପ୍ରୋତ୍ସାହନ,

) ଜାତୀୟ ସ୍ୱାସ୍ଥ୍ୟ ନୀତିର ଲକ୍ଷ୍ୟ ପୂରଣ କରିବା,

) ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନରେ ଅଂଶଗ୍ରହଣ କରିବା

) ଶିକ୍ଷା, ସେବା, ବୀମା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ଜରିଆରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା।

ଯୋଗ୍ୟତା :

ଦେଶର ଯେ କୌଣସି ରାଜ୍ୟ ବା ଏକାଧିକ ରାଜ୍ୟର ସମବାୟ ସମିତି ଆଇନ ଅନୁସାରେ ପଂଜୀକୃତ ହୋଇଥିବା ଯେକୌଣସି ସମବାୟ ସମିତି। ଏହା ସହିତ ସଂପୃକ୍ତ ସୋସାଇଟିର ବାଇ ଲ ରେ ଏହା ଉଲ୍ଲେଖ ହୋଇଥିବା ଜରୁରୀରେ ଯେ, ସଂପୃକ୍ତ ସମବାୟ ସମିତି ହସ୍‌ପିଟାଲ, ସ୍ୱାସ୍ଥ୍ୟସେବା ବା ସ୍ୱାସ୍ଥ୍ୟ ସଂପର୍କିତ ଶିକ୍ଷା କ୍ଷେତ୍ରରେ କାମ କରିବ।

ଆୟୁଷ୍ମାନ ସହକାର ଯୋଜନା ଆରମ୍ଭ ହେବା ଦିନରୁ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏନ୍‌ସିଡିସିରୁ ସହାୟତା ପାଇଥିବା ସମବାୟ ସମିତିର ସଂଖ୍ୟା :

କାର୍ଯ୍ୟକାରୀ କରୁଥିବା ସମବାୟ ସମିତିର ସଂଖ୍ୟା

ମଂଜୁର ହୋଇଥିବା ରାଶି
(ଟଙ୍କା କୋଟିରେ)

ପ୍ରଦାନ କରାଯାଇଥିବା ରାଶି(କୋଟି ଟଙ୍କାରେ)

୧୬୧.୯୦

୪୩.୧୯

 

ଡାଏରୀ ସହକାର

ଆର୍ଥିକ ବର୍ଷ ୨୦୨୧-୨୨ରେ ଆରମ୍ଭ ହୋଇଥିଲା ଡାଏରୀ ସହକାର ଯୋଜନା। ଏହାର ଲକ୍ଷ୍ୟ ହେଉଛି ଉଭୟ ନୂଆ ପ୍ରକଳ୍ପ ଓ ପୁରୁଣା ଭିତ୍ତିଭୂମିର ଆଧୁନିକୀକରଣ ବା ସଂପ୍ରସାରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ଏହି କ୍ଷେତ୍ରକୁ ଆହୁରି ମଜଭୁତ କରିବା। ଡାଏରୀ କ୍ଷେତ୍ରର ସମସ୍ତ କାମ ଯଥା-ଗୋବଂଶ ବୃଦ୍ଧି, କ୍ଷୀର ସଂଗ୍ରହ ଓ ଏହାର ପ୍ରକ୍ରିୟାକରଣ, ଗୁଣବତ୍ତା ପ୍ରତିବଦ୍ଧତା, ମୂଲ୍ୟ ଯୁକ୍ତକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ, ମାର୍କେଟିଂ, ପରିବହନ, ସଂରକ୍ଷଣ ଓ ଦୁଗ୍ଧଜାତ ସାମଗ୍ରୀର ରପ୍ତାନୀ ପରି ସମସ୍ତ କାର୍ଯ୍ୟରେ ସହାୟତା କରିଥାଏ ଏହି ଯୋଜନା।

ଏହା ସହିତ ଏନ୍‌ସିଡିସି ଏହି କ୍ଷେତ୍ର ସହିତ ଜଡ଼ିତ ଅନ୍ୟକାମରେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେଗୁଡ଼ିକ ମଧ୍ୟରେ ରହିଛି ଅସରନ୍ତି ଶକ୍ତି ବ୍ୟବହାର, ଆଇସିଟି ସମାଧାନ, ଗୋଖାଦ୍ୟ ଓ ଭିଟାମିନ ପ୍ରସ୍ତୁତି, ଗବେଷଣା ଓ ବିକାଶ, ପ୍ୟାକେଟିଂ ସାମଗ୍ରୀ ପ୍ରସ୍ତୁତି, ଡାଏରୀ ଉପକରଣ ଓ  ମେସିନ ମାନୁଫ୍ୟାକଚରିଂ, ଡାଏରୀ ସଂପର୍କିତ ରକ୍ଷଣାବେକ୍ଷଣ ସେବା, ପ୍ରାଣୀସଂପଦଙ୍କ ଔଷଧ ପ୍ରସ୍ତୁତି, ପ୍ରାଣୀସଂପଦଙ୍କ ଚିକିତ୍ସା ସେବା ସହିତ ପ୍ରାଣୀଧନ ଓ ଡାଏରୀ କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ଓ ଦକ୍ଷତା ବୃଦ୍ଧି। ଏହି ସବୁ କାମ ପାଇଁ ସହାୟତା ପ୍ରଦାନ କରିଥାଏ ଏନ୍‌ସିଡିସି।   

ଯୋଗ୍ୟତା :

ଦେଶର ଯେକୌଣସି ରାଜ୍ୟ ବା ଏକାଧିକ ରାଜ୍ୟର ସମବାୟ ସମିତି ଆଇନ ଅନୁସାରେ ପଂଜୀକୃତ ହୋଇଥିବା ଦରକାର। ଏହା ସହିତ ସଂପୃକ୍ତ ସମବାୟ ସମିତିର ବାଇ ଲ ରେ ଏ ସଂପର୍କିତ ପ୍ରାବଧାନ ମଧ୍ୟ ଥିବା ଉଚିତ।

୩୧ ଅକ୍ଟୋବର ୨୦୨୧ରୁ ୨୦୨୪-୨୫ ଯାଏ ଡାଏରୀ ସରକାର ଯୋଜନାରେ ମଂଜୁର ହୋଇଥିବା ଅର୍ଥ ଓ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ :

କାର୍ଯ୍ୟକାରୀ କରୁଥିବା ସମବାୟ ସମିତି ସଂଖ୍ୟା  

ଅନୁମୋଦନ ହୋଇଥିବା ରାଶି (ଟଙ୍କା କୋଟିରେ)

ପ୍ରଦାନ କରାଯାଇଥିବା ରାଶି

(ଟଙ୍କା କୋଟିରେ)

 

୧୬

୧୬୨.୨୮

୧୭୭.୭୨

 

ଡିଜିଟାଲ ସହକାର

ଏହି ଯୋଜନା ୨୦୨୧-୨୨ରୁ ଚାଲୁଛି। ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ଅନୁରୂପ ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ। ଡିଜିଟାଲ ସଶକ୍ତ ସମବାୟ ସମିତିକୁ ଏହା ଆର୍ଥିକ ଓ ଟେକ୍ନିକାଲ ସହାୟତା ପ୍ରଦାନ କରିଥାଏ। ସୁଲଭ ଋଣ ଓ ସରକାରୀ ଅନୁଦାନ, ରିହାତି, ପ୍ରୋତ୍ସାହନ ରାଶି କେମିତି ସହଜରେ ଓ ସୁବିଧାରେ ମିଳିବ, ସେଥିରେ ଏହା ସାହାଯ୍ୟ କରିଥାଏ।

ଯୋଗ୍ୟତା:ଯେକୌଣସି ରାଜ୍ୟରେ ବା ଏକାଧିକ ରାଜ୍ୟରେ ସମବାୟ ଆଇନ ଦ୍ୱାରା ପଂଜୀକୃତ ସମବାୟ ସମିତି ଏହି ଯୋଜନାରୁ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ। ଏଫ୍‌ପିଓ, ଏଫ୍‌ଏଫ୍‌ପିଓ ଓ ଅନୁବନ୍ଧିତ ଏଚ୍‌ଏଚ୍‌ଜି ସମବାୟ ସମିତିଗୁଡ଼ିକ ମଧ୍ୟ ଯୋଗ୍ୟ। ଏନ୍‌ସିଡିସି ଦ୍ୱାରା ସିଧାସଳଖ ଭାବେ ଅବା ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

ଦୀର୍ଘବଧି କୃଷକ ପୁଂଜି ସହକାର ଯୋଜନା

ଦୀର୍ଘବଧି କୃଷକ ପୁଂଜି ସହକାର ଯୋଜନା ୨୦୨୨-୨୩ ରେ ଆରମ୍ଭ କରାଯାଇଥିଲା। ଏହା କୃଷି ଋଣ ସମବାୟ ସମିତିକୁ ଦୀର୍ଘମିଆଦୀ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ଏନ୍‌ସିଡିସିର ଅଧୀନରେ ଆସୁଥିବା ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟକଳାପ, ବସ୍ତୁ ଓ ସେବାର ଋଣ ପ୍ରଦାନ କରିବାରେ ସକ୍ଷମ କରିଥାଏ।  

କ) ସମବାୟ ସମିତି ଓ ଏହାର ସଦସ୍ୟଙ୍କୁ ବର୍ଦ୍ଧିତ ଓ ନିରବଚ୍ଛିନ୍ନ ଋଣ ସୁନିଶ୍ଚିତ କରିବା

ଖ) କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରରେ ପୁଂଜି ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା

ଗ) ଅଣକୃଷି କ୍ଷେତ୍ରର କାର୍ଯ୍ୟକଳାପକୁ ମଧ୍ୟ ସହାୟତା ପ୍ରଦାନ କରିବା। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଓ ଅର୍ଦ୍ଧ ସହରାଞ୍ଚଳର ଅନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତିକୁ ପ୍ରୋତ୍ସାହନ ମିଳିଥାଏ।

ଯୋଗ୍ୟତା:

ଏହି ଯୋଜନାରେ ନିମ୍ନଲିଖିତ ପ୍ରକାରର କୃଷି ଋଣ ସମବାୟ ସମିତିଗୁଡ଼ିକ ଏନ୍‌ସିଡିସିର ଋଣ ପାଇବାକୁ ଯୋଗ୍ୟ ଅଟନ୍ତି।

କ.ପ୍ରାଥମିକ କୃଷି ଋଣ ସମବାୟ ସମିତି (ପିଏସିଏସ୍‌)

ଖ.ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)

ଗ.ରାଜ୍ୟ ସମବାୟ ବ୍ୟାଙ୍କ (ଏସ୍‌ଚିସିବି)

ଘ.ପ୍ରାଥମିକ ସମବାୟ କୃଷି ଓ ଗ୍ରାମାଞ୍ଚଳ ଉନ୍ନୟନ ବ୍ୟାଙ୍କ (ପିସିଏଆର୍‌ଡି)

ଙ.ରାଜ୍ୟ ସମବାୟ କୃଷି ଓ ଗ୍ରାମାଞ୍ଚଳ ଉନ୍ନୟନ ବ୍ୟାଙ୍କ (ଏସ୍‌ସିଏଆର୍‌ଡି)

କାର୍ଯ୍ୟକାରୀ କରୁଥିବା ସମବାୟ ସମିତି ସଂଖ୍ୟା

ଅନୁମୋଦନ ହୋଇଥିବା ରାଶି (ଟଙ୍କା କୋଟିରେ)

ପ୍ରଦାନ କରାଯାଇଥିବା ରାଶି (ଟଙ୍କା କୋଟିରେ )

 

୫୪୦୦.୭୬

୨୧୩୭.୦୦

ଦୀର୍ଘବଧି କୃଷକ କୃଷକ ପୁଞ୍ଜି ସହକାର ଯୋଜନାରେ ୨୦୨୪-୨୫ ସୁଦ୍ଧା ପ୍ରଦାନ ମଂଜୁର କରାଯାଇଥିବା ଓ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା

 

 
   

 

ମହିଳା ସମବାୟ ସମିତିକୁ ସହାୟତା ପ୍ରଦାନ

ଏହା ସହିତ ଅତିରିକ୍ତ ଭାବେ ଜାତୀୟ ସମବାୟ ଉନ୍ନୟନ ନିଗମ (ଏନ୍‌ସିଡିସି) କେବଳ ମହିଳା ସମବାୟ ସମିତି ପାଇଁ ଉଦ୍ଦିଷ୍ଟ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଥାଏ। ସେଗୁଡ଼ିକ ହେଲା-      (କ) ସ୍ୱୟଂ ଶକ୍ତି ସହକାର ଯୋଜନା, (ଖ) ନନ୍ଦିନୀ ସହକାର। ମହିଳାମାନଙ୍କୁ ସଶକ୍ତ କରିବାରେ ଓ ଗ୍ରାମାଞ୍ଚଳ ଆର୍ଥିକ ବିକାଶରେ ସେମାନଙ୍କ ଅବଦାନକୁ ଆହୁରି ମଜଭୁତ କରିବାରେ ଏହି ସବୁ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ସ୍ୱୟଂ ଶକ୍ତି ସହକାର ଯୋଜନା

ଏହି ଯୋଜନା ଆର୍ଥିକ ବର୍ଷ ୨୦୨୨-୨୩ରେ ଆରମ୍ଭ କରାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଋଣ ଓ ଅଗ୍ରୀମ ପ୍ରଦାନ କରିବା ପାଇଁ ଏହା କୃଷି ଋଣ ସମବାୟ ସମିତିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ଏହି ଯୋଜନା ଅଧୀନରେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପିଏସିଏସ୍‌), ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି), ରାଜ୍ୟ ସମବାୟ ବ୍ୟାଙ୍କ (ଏସ୍‌ଟିସିବି) ଓ ଏସ୍‌ଏଚ୍‌ଜି ସଂଘୀୟ ସମବାୟ ସମିତି/ସମବାୟ ମହାସଂଘଗୁଡ଼ିକ ଏନ୍‌ସିଡିସିରୁ ଋଣ ପାଇବାକୁ ଯୋଗ୍ୟ। ଋଣ ପାଇବାର ସୁଯୋଗ ବୃଦ୍ଧି ଦ୍ୱାରା ଗ୍ରାମାଞ୍ଚଳର ଆର୍ଥିକ କାର୍ଯ୍ୟକଳାପରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବାରେ ଏହି ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

 

ନନ୍ଦିନୀ ସହକାର

ସମବାୟରେ ମହିଳାମାନଙ୍କ ଭାଗିଦାରୀକୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ସଶକ୍ତ କରିବା ହେଉଛି ଏହାର ଲକ୍ଷ୍ୟ। ବ୍ୟବସାୟ ଯୋଜନା, ଉଦ୍ୟୋଗ ବିକାଶ, କ୍ଷମତା ନିର୍ମାଣ ଏବଂ ଋଣ, ସବ୍‌ସିଡି ଓ ଅନ୍ୟ ସରକାରୀ ଯୋଜନାର ସୁଧ ଛାଡ଼ ଜରିଆରେ ପାଣ୍ଠି ଯୋଗାଡ଼ରେ ମହିଳାଙ୍କ ପରିଚାଳିତ ସମବାୟ ସମିତିକୁ ଏହା ସହାୟତା ପ୍ରଦାନ କରିଥାଏ। ଆର୍ଥିକ ବର୍ଷ ୨୦୨୦-୨୧ରୁ ଏହି ଯୋଜନା ଚାଲିଛି।     

ଆର୍ଥିକ ବର୍ଷ ୨୦୨୧-୨୨ରୁ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ଏନ୍‌ସିଡିସି ଦ୍ୱାରା ସହାୟତା ପାଇଥିବ ମହିଳା ସମବାୟ ସମିତି

ଆର୍ଥିକ ବର୍ଷ ୨୧୨୧-୨୨ରୁ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ମଂଜୁର ହୋଇଥିବା ରାଶି (ଟଙ୍କା କୋଟିରେ )

ଆର୍ଥିକ ବର୍ଷ ୨୦୨୧-୨୨ରୁ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ପ୍ରଦାନ କରାଯାଇଥିବା ରାଶି (ଟଙ୍କା କୋଟିରେ )

୩୪

୬୨୮୩.୭୧

୪୮୨୩.୬୮

 

ଯୋଗ୍ୟତା:ଯେକୌଣସି ରାଜ୍ୟର କିମ୍ୱା ଏକାଧିକ ରାଜ୍ୟର ସମବାୟ ସମିତି ଆଇନ ଅନୁସାରେ ପଂଜୀକୃତ ହୋଇଥିବା ଯେକୌଣସି ମହିଳା ସମବାୟ ସମିତି ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ। ସର୍ବନିମ୍ନ ୫୦ ପ୍ରତିଶତ ମହିଳା ସଦସ୍ୟ ଥିବା ଯେକୌଣସି ସମବାୟ ସମିତି ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବ। ଯଦି ପ୍ରକଳ୍ପଟି ନୂଆ ହୋଇଥାଏ ବା ନବସୃଜନ କାର୍ଯ୍ୟକଳାପ ହୋଇଯାଏ ତେବେ ସର୍ବନିମ୍ନ ୩ ମାସ ଧରି ଚାଲି ଆସୁଥିବା ମହିଳା ସମବାୟ ସମିତି ମଧ୍ୟ ଏହି ଯୋଜନାରେ ସହାୟତା ପାଇପାରିବେ।

  • ୨୦୨୨-୨୦୨୫ ମଧ୍ୟରେ ମହିଳା ସମବାୟ ସମିତିକୁ ମୋଟ ୪୮୨୩.୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ୱାରା ସମବାୟ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ମଜଭୁତ ହୋଇଛି।
  • ୨୦୨୨-୨୫ ମଧ୍ୟରେ ମହିଳା ସମବାୟ ସମିତିଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୨.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

 

ଜାତୀୟ ସମବାୟ ଉନ୍ନୟନ ନିଗମକୁ ଅନୁଦାନ ପାଇଁ ପୂର୍ବର କେନ୍ଦ୍ରୀୟ କ୍ଷେତ୍ର ଯୋଜନା  

ସମବାୟ ଚିନି କଳକୁ ମଜଭୁତ କରିବା ପାଇଁ ଏନ୍‌ସିଡିସିକୁ ଅନୁଦାନ ଅଧୀନରେ ସରକାର ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨୦୨୨-୨୩ ଓ ୨୦୨୪-୨୫ ମଧ୍ୟରେ ୧୦୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ସହାୟତାର ଉପଯୋଗ କରି ଏନ୍‌ସିଡିସି ସମବାୟ ଚିନି କଳଗୁଡ଼ିକୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଛନ୍ତି। ଏହାକୁ ଚିନି କଳଗୁଡ଼ିକ ଇଥାନଲ ପ୍ରକଳ୍ପ ବା ସହ-ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାରେ ଓ କାର୍ଯ୍ୟଶୀଳ ପାଣ୍ଠିର ଆବଶ୍ୟକତା ପୂରଣରେ ଉପଯୋଗ କରିଛନ୍ତି। ଋଣ ସୁଲଭତା ପାଇଁ ଏନ୍‌ସିଡିସି ଏହା ପାଣ୍ଠି ପ୍ରଦାନ ପଦ୍ଧତିକୁ ୭୦:୩୦ରୁ ୯୦:୧୦ କରିଛି। ଏହା ଦ୍ୱାରା ସମବାୟ ସମିତିଗୁଡ଼ିକୁ ପ୍ରକଳ୍ପ ବ୍ୟୟର କେବଳ ୧୦ ପ୍ରତିଶତ ପ୍ରଦାନ କରିବାକୁ ପଡ଼ିବ। ବାକି ଅର୍ଥ ଏନ୍‌ସିଡିସି ପକ୍ଷରୁ ପ୍ରଦାନ କରାଯିବ। ଟର୍ମ ଋଣ ଉପରେ ସୁଧହାରକୁ ମଧ୍ୟ ୮.୫ ପ୍ରତିଶତକୁ ହ୍ରାସ କରାଯାଇଛି।

ଏହି ଯୋଜନା ଜରିଆରେ ଏନ୍‌ସିଡିସି ସାରା ଦେଶରେ ୫୬ଟି ସମବାୟ ଚିନି କଳକୁ ୧୦,୦୦୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି।

ଅନ୍ୟ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା

ସାମଗ୍ରିକ ଦୃଷ୍ଟିକୋଣ ପାଇଁ ଅନ୍ୟ ଯୋଜନାରେ ଏନ୍‌ସିଡିସିର କାର୍ଯ୍ୟକଳାପ ଉଲ୍ଲେଖ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଏହି ନିଗମ ମଧ୍ୟ ଭାରତ ସରକାରଙ୍କର ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଓ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କାର୍ଯ୍ୟକାରୀ କରିଥାଏ। କୃଷି, ଉଦ୍ୟାନକୃଷି, ମତ୍ସ୍ୟପାଳନ, ଡାଏରୀ, ପଶୁପାଳନ, ଖାଦ୍ୟ ପ୍ରକ୍ରିୟାକରଣ, ମାର୍କେଟିଂ, ଗୋଦାମ ଓ ଶୀତଳ ଭଣ୍ଡାର ଭିତ୍ତିଭୂମି ପରି ବିଭିନ୍ନ କ୍ଷେତ୍ରକୁ ସହାୟତା ପ୍ରଦାନ କରି ଏନ୍‌ସିଡିସି ସମବାୟ ଅନୁଷ୍ଠାନଗୁଡ଼ିକ ସାମଗ୍ରିକ ବିକାଶକୁ ସହଯୋଗ କରିଥାଏ।  

 

ମବାୟ କ୍ଷେତ୍ରର ସାଂପ୍ରତିକ ପରିସ୍ଥିତି

ସମବାୟ କ୍ଷେତ୍ରର ବିକାଶ ପାଇଁ ଏନ୍‌ସିଡିସିକୁ ଅନୁଦାନ

“ଜାତୀୟ ସମବାୟ ଉନ୍ନୟନ ନିଗମକୁ ଅନୁଦାନ” ନାଁରେ କେନ୍ଦ୍ର କ୍ୟାବିନେଟ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରିଛି। ୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ଏହାର ବ୍ୟୟବରାଦ ହେଉଛି ୨୦୦୦ କୋଟି ଟଙ୍କା। ଏହି ଯୋଜନାରେ ପ୍ରତି ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହା ଦ୍ୱାରା ଏନ୍‌ସିଡିସି ଏହି ଅନୁଦାନକୁ ଉପଯୋଗ କରିବ ଓ ୪ବର୍ଷ ମଧ୍ୟରେ ଖୋଲା ମାର୍କେଟରୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିପାରିବ।

ନୂତନ ଉଦ୍ୟୋଗ ସ୍ଥାପନ, ବର୍ତ୍ତମାନ ଥିବା ପ୍ଲାଣ୍ଟଗୁଡ଼ିକର ସଂପ୍ରସାରଣ ଏବଂ ସେମାନଙ୍କର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ପାଇଁ ସମବାୟ ସମିତିଗୁଡ଼ିକୁ ଋଣ ପ୍ରଦାନ କରିବାରେ ଏହି ବର୍ଦ୍ଧିତ ଆର୍ଥିକ କ୍ଷମତା ଏନ୍‌ସିଡିସିକୁ ସାହାଯ୍ୟ କରିବ। 
ଏହା ଦ୍ୱାରା ସାରା ଦେଶରେ ଦୁଗ୍ଧ ଚାଷ, ପଶୁପାଳନ, ମତ୍ସ୍ୟପାଳନ, ଚିନି, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ଶୀତଳ ଭଣ୍ଡାର, ଶ୍ରମ ଏବଂ ମହିଳାଙ୍କ ଦ୍ୱାରା ପରିଚାଳିତ ସମବାୟ ଭଳି ବିବିଧ କ୍ଷେତ୍ରର ୧୩,୨୮୮ ସମବାୟ ସମିତିର ପ୍ରାୟ . କୋଟି ସଦସ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି

 

ଜାତୀୟ ସମବାୟ ସମିତି ନୀତି

୨୦୪୭ ସୁଦ୍ଧା ବିକଶିତ ଭାରତ ହେବା ଉଦ୍ଦେଶ୍ୟରେ ଭାରତର ସମବାୟ ଆନ୍ଦୋଳନକୁ ପୁନଃସକ୍ରିୟ କରିବା ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ପ୍ରସ୍ତୁତ କରିଥାଏ ଜାତୀୟ ସମବାୟ ନୀତି (ଏନ୍‌ସିପି) ୨୦୨୫ ସହକାର ଦ୍ୱାରା ସମୃଦ୍ଧିର ଭାବନା ଦ୍ୱାରା ପରିଚାଳିତ ଏହି ନୀତି ସମବାୟ ଢାଞ୍ଚାକୁ ସୁଦୃଢ଼ ​​କରିବା, ଅନ୍ତର୍ଭୁକ୍ତ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ସାମୂହିକ ଅଂଶଗ୍ରହଣ ମାଧ୍ୟମରେ ଗ୍ରାମାଞ୍ଚଳ ସମୁଦାୟକୁ ସଶକ୍ତ କରିବାକୁ ଚେଷ୍ଟା କରେ ଏକ ସହାୟକ ଆଇନଗତ, ଅର୍ଥନୈତିକ ଏବଂ ସାଂଗଠନିକ ପରିବେଶ ନିର୍ମାଣ ଉପରେ ଏହା ଧ୍ୟାନ ଦିଏ ଯାହା ସମବାୟ ସଂସ୍ଥାଗୁଡ଼ିକୁ ସ୍ୱଚ୍ଛ, ପ୍ରଯୁକ୍ତିବିଦ୍ୟା-ପରିଚାଳିତ ଏବଂ ପେସାଦାର ଭାବେ ପରିଚାଳିତ ଉଦ୍ୟୋଗରେ ପରିଣତ କରିବାକୁ ସକ୍ଷମ କରିଥାଏଏହି ପଦକ୍ଷେପ ଜାତୀୟ ସମବାୟ ଉନ୍ନୟନ ନିଗମ (NCDC) ଦ୍ୱାରା ସାତଟି ପ୍ରମୁଖ ସମବାୟ ସଂସ୍ଥା - IFFCO, NAFED, ଅମୂଲ, KRIBHCO, NDDB, NCEL ଏବଂ NABARD ସହଯୋଗରେ କାର୍ଯ୍ୟକାରୀ କରାଯାଉଛି। ସ୍ଥାୟୀ ବିକାଶକୁ ଆଗେଇ ନେବା ପାଇଁ ସମବାୟ ମଧ୍ୟରେ ଏହା ସହଯୋଗ ବୃଦ୍ଧି କରୁଛି

 

ଶେଷକଥା

ଜାତୀୟ ସମବାୟ ଉନ୍ନୟନ ନିଗମ ଭାରତର ସମବାୟ ଅଭିବୃଦ୍ଧିର ଏକ ମୂଳଦୁଆ ଭାବରେ ରହିଛି, ନିରନ୍ତର ଆର୍ଥିକ ପ୍ରଦର୍ଶନ ଏବଂ କ୍ଷେତ୍ରଗତ ଅନ୍ତର୍ଭୁକ୍ତି ମାଧ୍ୟମରେ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେଉଛି। ଯୁବ ସହକାର, ଆୟୁଷ୍ମାନ ସହକାର, ଦୁଗ୍ଧ ସହକାର, ଡିଜିଟାଲ୍ ସହକାର, ସ୍ୱୟଂ ଶକ୍ତି ସହକାର ଓ ନନ୍ଦିନୀ ସହକାର ପରି ଆର୍ଥିକ ସହଯୋଗ ଓ ପ୍ରଭାବଶାଳୀ ଯୋଜନାର ସଂପ୍ରସାରଣ ସହିତ କୃଷି ଓ ଡାଏରୀଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଡିଜିଟାଲ ସଶକ୍ତିକରଣ ଓ ମହିଳା ପରିଚାଳିତ ଉଦ୍ୟୋଗ ପର୍ଯ୍ୟନ୍ତ ସବୁ ବର୍ଗକୁ ମଜଭୁତ କରିଛି। 
 
ଚିନି, ଦୁଗ୍ଧ, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସମବାୟ ସଂସ୍ଥାଗୁଡ଼ିକୁ ନିରନ୍ତର ସହାୟତା ସହିତ ଏନ୍‌ସିଡିସି ଆତ୍ମନିର୍ଭରଶୀଳତା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସାମ୍ପ୍ରତିକ ଅନୁଦାନ ସହାୟତା ଯୋଜନା ଏବଂ ଜାତୀୟ ସମବାୟ ନୀତି ୨୦୨୫ ଏକ ସ୍ୱଚ୍ଛ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସମବାୟ କ୍ଷେତ୍ର ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ ​​କରୁଛି। ସମବାୟ ସଂସ୍ଥାଗୁଡ଼ିକ ସାରା ଦେଶରେ ସେମାନଙ୍କର ଛାପ ଛାଡୁଥିବା ସୁଲଭ ଆର୍ଥିକ ସହାୟତା, କ୍ଷମତା-ନିର୍ମାଣ ଏବଂ ରଣନୈତିକ କ୍ଷେତ୍ରୀୟ ହସ୍ତକ୍ଷେପରେ ଏନ୍‌ସିଡିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ, ଏନ୍‌ସିଡିସି କେବଳ ସମବାୟ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରୁନାହିଁ ବରଂ ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ଗ୍ରାମୀଣ ସମୃଦ୍ଧି ଆଡ଼କୁ ଭାରତର ଯାତ୍ରାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପାଦନ କରୁଛି।  
 

References

Ministry of Cooperation

https://www.ncdc.in/index.jsp

National Cooperative Development Corporation

https://www.ncdc.in/index.jsp?page=successful-cooperatives

https://www.ncdc.in/documents/booklet/2609240524English-Compendium-as-on-22.05.2024.pdf

 

Lok Sabha

https://sansad.in/getFile/loksabhaquestions/annex/185/AU4216_29yz87.pdf?source=pqals#:~:text=5.,%2C%20subsidy%2C%20incentives%2C%20etc.

Rajya Sabha

https://sansad.in/getFile/annex/268/AU2591_4ZHE2g.pdf?source=pqars

https://sansad.in/getFile/annex/268/AU1129_3OlIvD.pdf?source=pqars

 

PIB Press Release

https://www.pib.gov.in/PressReleseDetailm.aspx?PRID=2152473

https://www.pib.gov.in/PressReleasePage.aspx?PRID=2155612

https://www.pib.gov.in/PressReleasePage.aspx?PRID=2150641

https://www.pib.gov.in/FactsheetDetails.aspx?Id=149229#:~:text=The%20National%20Cooperation%20Policy%20(NCP,driver%2C%20especially%20in%20rural%20India.

https://www.pib.gov.in/PressReleasePage.aspx?PRID=2153188

https://www.pib.gov.in/PressReleasePage.aspx?PRID=2150238

https://www.pib.gov.in/PressReleasePage.aspx?PRID=2112725

https://www.pib.gov.in/PressReleasePage.aspx?PRID=2155612

https://www.pib.gov.in/PressReleasePage.aspx?PRID=2150641

https://www.pib.gov.in/FactsheetDetails.aspx?Id=149229

https://www.pib.gov.in/PressReleasePage.aspx?PRID=2157873

https://www.pib.gov.in/PressReleasePage.aspx?PRID=2082789

 

***

BSP


(Release ID: 2187665) Visitor Counter : 7