ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିହାରର କୋକିଳା ଶାରଦା ସିହ୍ନା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 NOV 2025 10:36AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର କୋକିଳା ଶାରଦା ସିହ୍ନା ଜୀଙ୍କୁ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। "ସେ ଲୋକ ଗୀତ ମାଧ୍ୟମରେ ବିହାରର କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ, ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମହାନ ପର୍ବ ଛଠ୍ ସହିତ ଜଡିତ ତାଙ୍କର ସୁମଧୁର ଗୀତ ସର୍ବଦା ଲୋକଙ୍କ ହୃଦୟରେ ଅଙ୍କିତ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।’’ 
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି: 
“ବିହାର କୋକିଳା ଶାରଦା ସିହ୍ନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି। ସେ ଲୋକଗୀତ ମାଧ୍ୟମରେ ବିହାରର କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ତାଙ୍କର ସୁମଧୁର ଗୀତଗୁଡ଼ିକ ସବୁବେଳେ ଲୋକଙ୍କ ସହିତ ରହିବ।”
HS


(ରିଲିଜ ଆଡି: 2186803) ପରିଦର୍ଶକ କାଉଣ୍ଟର : 28