ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଖ୍ୟାତ ସାହିତ୍ୟିକ ଏବଂ ଶିକ୍ଷାବିତ ରାମଦରଶ ମିଶ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 01 NOV 2025 2:27PM by PIB Bhubaneshwar



ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ସାହିତ୍ୟିକ ଏବଂ ଶିକ୍ଷାବିତ ରାମଦରଶ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ରାମଦରଶ ମିଶ୍ରଙ୍କ ବିୟୋଗ ହିନ୍ଦୀ ଏବଂ ଭୋଜପୁରୀ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଲେକାପ୍ରିୟ ଲେଖା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରଖ୍ୟାତ ସାହିତ୍ୟିକ ଏବଂ ଶିକ୍ଷାବିତ ରାମଦରଶ ମିଶ୍ରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋ ହିନ୍ଦୀ ଏବଂ ଭୋଜପୁରୀ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ନିଜର ଲୋକପ୍ରିୟ ରଚନା ପାଇଁ ତାଙ୍କୁ ସର୍ବଦା ସ୍ମରଣ ରଖାଯିବ । ଏହି ଶୋକ ସମୟରେ ତାଙ୍କର ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି । ଓମ୍ ଶାନ୍ତି!”

SR


(रिलीज़ आईडी: 2185662) आगंतुक पटल : 18
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam