ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କନ୍ନଡ ରାଜ୍ୟତ୍ସୋବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 NOV 2025 9:37AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ରାଜ୍ୟତ୍ସୋବ ଅବସରରେ କର୍ଣ୍ଣାଟକର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଦିନଟି ଉତ୍କୃଷ୍ଟତା ଏବଂ ପରିଶ୍ରମୀ ପ୍ରକୃତିର ଭାବନାକୁ ପାଳନ କରେ ଯାହା ପାଇଁ କର୍ଣ୍ଣାଟକର ଲୋକମାନେ ବେଶ୍ ଜଣାଶୁଣା । ଏଥିସହ ରାଜ୍ୟର ଉତ୍କୃଷ୍ଟ ସଂସ୍କୃତି ଏହାର ସାହିତ୍ୟ, କଳା, ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଫଳିତ ହେଉଛି । କର୍ଣ୍ଣାଟକ ଜ୍ଞାନରେ ନିହିତ ପ୍ରଗତିର ଭାବନାକୁ ମୂର୍ତ୍ତିମନ୍ତ କରିଥାଏ । ଏଥିସହ ସେ ରାଜ୍ୟର ଲୋକମାନଙ୍କର ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆଜି ଯେତେବେଳେ ଆମେ କନ୍ନଡ ରାଜ୍ୟତ୍ସୋବ ପାଳନ କରୁଛୁ, ଆମେ ଉତ୍କର୍ଷତା ଏବଂ ପରିଶ୍ରମୀ ପ୍ରକୃତିର ଭାବନାକୁ ପାଳନ କରୁ ଯାହା ସହିତ କର୍ଣ୍ଣାଟକର ଲୋକମାନଙ୍କର ପ୍ରକୃତି ଅଟେ। ଆମେ କର୍ଣ୍ଣାଟକର ଉଲ୍ଲେଖନୀୟ ସଂସ୍କୃତିର ମଧ୍ୟ ଉତ୍ସବ ପାଳନ କରୁ, ଯାହା ଏହାର ସାହିତ୍ୟ, କଳା, ସଙ୍ଗୀତ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଫଳିତ ହୁଏ । ଏହି ରାଜ୍ୟ ଜ୍ଞାନରେ ନିହିତ ପ୍ରଗତିର ଭାବନାକୁ ମୂର୍ତ୍ତିମନ୍ତ କରିଥାଏ । ମୁଁ ରାଜ୍ୟର ଲୋକମାନଙ୍କର ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା ପାଇଁ ପ୍ରାର୍ଥନା କରୁଛି ।”
“ಇಂದು, ನಾವು ಕನ್ನಡ ರಾಜ್ಯೋತ್ಸವವನ್ನು ಆಚರಿಸುತ್ತಿರುವಾಗ, ಕರ್ನಾಟಕದ ಜನರಿಗೆ ಪ್ರತೀಕವಾಗಿರುವ ಶ್ರೇಷ್ಠತೆ ಮತ್ತು ಶ್ರಮಶೀಲ ಸ್ವಭಾವವನ್ನು ನಾವು ಆಚರಿಸುತ್ತೇವೆ. ಸಾಹಿತ್ಯ, ಕಲೆ, ಸಂಗೀತ ಮತ್ತಿತರ ಕ್ಷೇತ್ರಗಳಲ್ಲಿ ಪ್ರತಿಫಲಿಸುವ ಕರ್ನಾಟಕದ ಶ್ರೀಮಂತ ಸಂಸ್ಕೃತಿಯನ್ನು ಸಹ ನಾವು ಆಚರಿಸುತ್ತೇವೆ. ಈ ರಾಜ್ಯವು ಜ್ಞಾನದಲ್ಲಿ ಅಡಗಿರುವ ಪ್ರಗತಿಯ ಮನೋಭಾವವನ್ನು ಪ್ರತಿಬಿಂಬಿಸುತ್ತದೆ. ರಾಜ್ಯದ ಜನರು ಸಂತೋಷ ಮತ್ತು ಆರೋಗ್ಯದಿಂದ ಇರಲಿ ಎಂದು ನಾನು ಪ್ರಾರ್ಥಿಸುತ್ತೇನೆ.”
SR
(ରିଲିଜ ଆଡି: 2185179)
ପରିଦର୍ଶକ କାଉଣ୍ଟର : 34
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam